spot_img
Home Blog Page 6526

ନୀତିଶଙ୍କୁ ଚିରାଗ ପାଶୱାନଙ୍କ କଡ଼ା ସମାଲୋଚନା, କହିଲେ ଶାସନର ଶେଷ ସମୟ ଆସିଗଲାଣି

ପାଟନା: ଆଉ ମାତ୍ର ୩ ଦିନ ପରେ ବିହାର ବିଧାନସଭା ନିର୍ବାଚନ ଆରମ୍ଭ ହେବ । ଦିନ ଗଡ଼ିବା ସହ ବିହାର ରାଜନୀତି ଜୋର ଧରିବାରେ ଲାଗିଛି । ଦିନକୁ ଦିନ ନିର୍ବାଚନରେ ପରସ୍ପର ଦୋଷାରୋପ ଦୃଶ୍ୟ ବଢି ଚାଲିଛି । ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶୱାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିବା ପାଇଁ କୌଣସି ସୁଯୋଗ ଛାଡୁନାହାନ୍ତି ।ସେହିକ୍ରମରେ ରବିବାର ଚିରାଗ ମନଇଚ୍ଛା ନୀତିଶଙ୍କ ଉପରେ ବର୍ଷିଛନ୍ତି ।

nitish bjp ljp

ବକ୍ସର ଅଞ୍ଚଳର ଏକ ରାଜନୈତିକ ସଭାରେ ଯୋଗ ଦେଇ ଚିରାଗ କହିଥିଲେ ଯେ, ନୀତିଶ କୁମାରଙ୍କ ୭ ନିଶ୍ଚୟ କାର୍ଯ୍ୟକ୍ରମ ଭ୍ରଷ୍ଟାଚାରର ଅଡ୍ଡା । ଏଲଜେପି ସମର୍ଥନରେ କିମ୍ବା ଏଲଜେପିର ସରକାର ଆସିଲେ, ପ୍ରଥମେ ଏହି ଦୁର୍ନୀତିର ତଦନ୍ତ କରାଯିବ । ଏଥିରେ ସଂପୃକ୍ତ ଥିବା ରାଜନେତା ଏବଂ ଅଫିସରମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । କେହି ଅଧିକାରୀ ତଦନ୍ତରୁ ବଞ୍ଚିବେ ନାହିଁ ବୋଲି ଚିରାଗ କହିଛନ୍ତି ।

ସେହିପରି ଆଉ ଏକ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି-ନୀତିଶଙ୍କୁ ଛିଗୁଲେଇବା । ବିହାରରେ ବହୁଳ ପ୍ରସାରିତ ୩ରୁ ୪ଟି ହିନ୍ଦୀ ଖବର କାଗଜ ପୃଷ୍ଠାରେ ଭାଜପାର ବିଜ୍ଞାପନ । ଭାଜପା ଏହି ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ରଖିଛି । ନୀତିଶଙ୍କ ଛବି ହିଁ ନାହିଁ । ଏନଡିଏ ବୋଲି ଉଲ୍ଲେଖ ରହିଛି, ହେଲେ ନୀତିଶଙ୍କୁ ବାଦ୍ ଦିଆଯାଇଛି । ଏହି ବିଜ୍ଞାପନକୁ ନେଇ ଟୁଇଟରରେ ଚିରାଗ ନୀତିଶଙ୍କ କୁଶାସନର ଅନ୍ତ ସମୟ ଆସିଗଲାଣି ବୋଲି କହିଛନ୍ତି ।

ୟୁପିରେ ରାମ ମନ୍ଦିର ହେଉଛି । ବିହାର ସୀତାମଢି ଜିଲା ମା ସୀତୀଙ୍କ ମନ୍ଦିର ସପକ୍ଷରେ ମତ ରଖିଛନ୍ତି ଚିରାଗ । ସେହିପରି ବିଭିନ୍ନ ମହାପୁରୁଷଙ୍କ ଜନ୍ମସ୍ଥାନକୁ ସର୍କିଟ ମାଧ୍ୟମରେ ଯୋଡାଯିବା ନେଇ କାର୍ଯ୍ୟ କରାଯିବ ବୋଲି ଚିରାଗ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।

 

ଆରସିବିକୁ ୮ ଓ୍ୱିକେଟରେ ହରାଇଲା ସିଏସ୍‌କେ, ଗାଏକୱାଡଙ୍କ ଅପରାଜିତ ୬୫ ରନ୍‌

ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ୪୪ ତମ ମ୍ୟାଚକୁ ହେତେଇ ନେଇଛି । ରବିବାର ଦିନ ଚେନ୍ନାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୁ ୮ ୱିକେଟରେ ପରାସ୍ତ କରିଛି । CSK ୧୮.୦୪ ଓଭରରେ ୨ ୱିକେଟ୍ ହରାଇ ମ୍ୟାଜକୁ ନିଜ ଅଧିନକୁ ନେଇଛି । ମହେନ୍ଦ୍ର ସିଂଙ୍କ ନେତୃତ୍ୱରେ ଚେନ୍ନାଇ ଦଳ ଚତୁର୍ଥ ବିଜୟ ହାସଲ କରି ମ୍ୟାଚ୍‌ରେ ନିଜର ସ୍ଥାନକୁ ବଜାୟ ରଖିଛି । ଚେନ୍ନାଇର ବିଜୟରେ ମ୍ୟାନ୍ ଅଫ୍ ଦି ମ୍ୟାଚ ଥିବା ରିତୁରାଜ ଗାଏକୱାଡ ଅପରାଜିତ ୬୫ ରନ କରିଥିଲେ ।

ଚେନ୍ନାଇ ୧୨ ଟି ମ୍ୟାଚରୁ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି । ଦଳର ବର୍ତ୍ତମାନ ଦୁଇଟି ମ୍ୟାଚ୍ ବାକି ଅଛି । ଯେଉଁ ମ୍ୟାଚକୁ ଜିତିବା ପରେ ସିଏସ୍‌କେ ୧୨ ପଏଣ୍ଟରେ ହିଁ ରହିବ । ଅନ୍ୟପକ୍ଷରେ, ବିରାଟଙ୍କ ଅଧିନାୟକତ୍ୱରେ ୧୧ ଟି ମ୍ୟାଚରେ ବେଙ୍ଗାଲୁରୁର ଏହା ଚତୁର୍ଥ ପରାଜୟ ଥିଲା । ତଥାପି ପଏଣ୍ଟ ଟେବୁଲରେ ୧୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ଆରସିବି ।

୧୪୬ ରନ୍‌ର ଟାର୍ଗେଟକୁ ଲକ୍ଷ କରି ଫାଫ୍ ଡୁପଲେସିସ୍ ଏବଂ ରିତୁରାଜ ଗାଏକୱାଡ ଚେନ୍ନାଇ ପାଇଁ ୪୬ ରନ୍ ଯୋଡିଥିଲେ । ଡୁପ୍ଲେସିସ୍ ୨୫ ରନ କରି କ୍ରିସ୍ ମୋରିସଙ୍କ ବଲ୍‌ରେ ଆଉଟ ହୋଇ ପାବିଲିୟନକୁ ଫେରିଥିଲେ । ଗାଏକୱାଡ ଏବଂ ଅମ୍ବାତି ରାୟୁଡୁ ଦଳପାଇଁ ୩୮ ବଲରେ ୬୭ ରନ୍ ଯୋଡିଥିଲେ । ସେପଟେ ୟୁଜଭେନ୍ଦ୍ର ଚହଲଙ୍କ ଦ୍ୱାରା ରାୟୁଡୁ ଆଉଟ ହୋଇ ପାବିଲିୟନକୁ ଆସିଥିଲେ । ଏହା ପରେ ଗାଇକୱାଡ ଏବଂ କ୍ୟାପଟେନ ଧୋନି ଦଳକୁ ବିଜୟ ଆଡକୁ ନେଇଥିଲେ ।

ବିରାଟ କୋହଲି ଅର୍ଦ୍ଧଶତକ କରିବା ସହ ଏବି ଡି ଭିଲିୟର୍ସଙ୍କ ସହ କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରହିଥିଲେ । କିନ୍ତୁ ଏହା ସତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ୧୪୫ ସ୍କୋର କରିଥିଲା । ପିଚ୍ ବହୁତ ସ୍ଲୋ ଥିବାରୁ ରନ୍ ସଂଗ୍ରହ କରିବା ବହୁତ କଷ୍ଟ ଥିଲା । କୋହଲି ୪୩ ଟି ବଲ ଖେଳି ୫୦ ରନ କରିଥିଲେ । ଡି ଭିଲିୟର୍ସ ୩୬ ବଲରେ ଚାରି ଚାରିଟି ସାହାଯ୍ୟରେ ୩୯ ରନ୍ କରିବାରେ ସକ୍ଷମ ହୋଇଥିଲେ ।

ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର: ବାଲେଶ୍ୱରରେ ବଢ଼ୁଛି ବିଜେଡିର ପତିଆରା

ବାଲେଶ୍ୱର,ତିର୍ତ୍ତୋଲ: ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ବଢୁଛି ରାଜନୈତିକ ଉଷ୍ମତା । ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ଚାଲିଛି ହାଇଭୋଲଟେଜ୍ କ୍ୟାମ୍ପେନିଂ । ସମର୍ଥନ ସାଉଁଟୁଛନ୍ତି ପ୍ରାର୍ଥୀ । ବାଲେଶ୍ୱରରେ ବିଜେଡିକୁ ସମର୍ଥନର ହାତ ବଢାଇଛନ୍ତି କଳାକାର । ସେପଟେ ତିର୍ତ୍ତୋଲ ତାଜ୍ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ରୋଡ୍ ସୋ, ସଭା, ଶୋଭାଯାତ୍ରା କରାଯାଉଛି । ସାମିଲ ହେଉଛନ୍ତି ହେଭିଓ୍ୱେଟ୍ ନେତା । ପାର୍ବଣରେ ସରଗରମ ଉପନିର୍ବାଚନ ରାଜନୀତି । ଜମୁଛି ପ୍ରଚାର, ମଇଦାନ୍‌ରେ ହେଭିଓ୍ୱେଟ୍ । ସମର୍ଥନ ସାଉଁଟୁଛନ୍ତି ଯୋଦ୍ଧା । ତେଜୁଛି ଆରୋପ, ପ୍ରତ୍ୟାରୋପ ।

ଉପନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବଢୁଛି ବିଜେଡିର ପତିଆରା । ଶ୍ରମିକ, ଆଶାକର୍ମୀ, ଅଙ୍ଗନବାଡି କର୍ମଚାରୀଙ୍କ ପରେ କଳାକାର ବଢାଇଲେ ସମର୍ଥନର ହାତ । ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପାଲା, ଦାସକାଠିଆ, ସଂକୀର୍ତ୍ତନ, ଯାତ୍ରା କଳାକାର, ଚିତ୍ରକର ପ୍ରମୁଖ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛନ୍ତି । ସେପଟେ ବାଲେଶ୍ୱରରେ ଏମ୍‌ସ ପ୍ରତିଷ୍ଠା ନହେବା ନେଇ କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ ।

ସେହିପରି ବିଜେପି ପ୍ରାର୍ଥୀ ମାନସ ଦତ୍ତ ଘର ଘର ବୁଲି ପ୍ରଚାର କରୁଛନ୍ତି  । ତାତିଲାଣି ତିର୍ତ୍ତୋଲ  । ଉପନିର୍ବାଚନ ପାଇଁ ପ୍ରଚାର ମଇଦାନରେ ସବୁଦଳର ହେଭିଓ୍ୱେଟ୍ । ବିଜେଡି ପକ୍ଷରୁ ତିର୍ତ୍ତୋଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ବାଇକ୍ ଶୋଭାଯାତ୍ରା କରାଯାଇଛି । ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବାପା ବିଷ୍ଣୁ ଦାସଙ୍କ ସ୍ୱପ୍ନ ସାକାର କରିବା ଲକ୍ଷ୍ୟ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରାର୍ଥୀ ବିଜୟଶଙ୍କର ଦାସ । ସେପଟେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଗରାମ ପଞ୍ଚାୟତରେ କର୍ମୀ ସମ୍ମିଳନୀରେ ଯୋଗଦାନ କରିଥିଲେ । କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋରଦାର କରିଛି ଆଉ ଦିନ କେଇଟା ପରେ ଉପନିର୍ବାଚନ । ୩ତାରିଖରେ ଯୋଦ୍ଧାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ତେଣୁ ମତଦାତାଙ୍କୁ ମନାଇବାକୁ ଜୋରଦାର ପ୍ରଚାର କରୁଛନ୍ତି ସବୁ ଦଳର ପ୍ରାର୍ଥୀ ।

ରାଜ୍ୟରେ ଆରମ୍ଭ ହେବ କରୋନା ଟିକାର ମାନବ ପରୀକ୍ଷଣ

ଭୁବନେଶ୍ୱର: କୋଭିଡକୁ ମାତ୍ ଦେବା କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ରାଜ୍ୟର ଭୂମିକା ନେଇଛି । ଏବେ ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ । ଇନିଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ ଏହି ପରୀକ୍ଷା ।  ସାରା ଭାରତରେ ୨୧ଟି ସଂସ୍ଥା ଏହି ପରୀକ୍ଷଣ କରିବେ ।

Indian Coronavirus vaccine update: When will Bharat Biotech's Covaxin be launched? - The Financial Express

ଓଡିଶାରୁ ଏକମାତ୍ର ହସ୍ପିଟାଲ ଭାବେ ସମ୍‌କୁ ଏନେଇ ଅନୁମତି ମଳିଛି । ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ଦୁଇ ହଜାର ସେଚ୍ଛାସେବୀଙ୍କୁ ଟିକା ଦିଆଯିବ । ଏହି ସ୍ୱଦେଶୀ ଟିକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ ପ୍ରସ୍ତୁତ କରୁଥିବା ବେଳେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନିମନ୍ତେ DCGI ପକ୍ଷରୁ ଅନୁମତି ମିଳିଛି । ଏହା ପୂର୍ବରୁ ଦୁଇ ପର୍ଯ୍ୟାୟ ମାନବ ପରୀକ୍ଷଣ ପ୍ରକ୍ରିୟା ସୁରକ୍ଷିତ ଭାବେ ଶେଷ ହୋଇଥିଲା। କରୋନାକୁ ପ୍ରତିହତ କରିବା ନିମନ୍ତେ ଏହି ଟିକାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ସମ୍‌ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ତଥା ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ କହିଛନ୍ତି  ।

‘ଚୀନ୍-ପାକିସ୍ତାନ ସହିତ କେବେ ଯୁଦ୍ଧ ହେବ ତାହା ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେଇଛନ୍ତି’: ସ୍ୱତନ୍ତ୍ର ଦେବ ସିଂ

ଯାଜପୁରରେ କରାେନା ଯୋଦ୍ଧାଙ୍କ ଦେହାନ୍ତ

ଯାଜପୁର: ପୌରପାଳିକାରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ କରୋନାରେ ପରଲୋକ । ଯୁବ ସ୍ୱାସ୍ଥ୍ୟକର୍ମୀ ଲୋକେଶ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇ ଟାଟା କୋଭିଡ କେୟାର ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଆଜି ଯାଜପୁର ଶଶ୍ମାନରେ ତାଙ୍କର ଶେଷକୃତ୍ୟ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଗାଡ୍ ଅଫ୍ ଅନର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ନିଜର ଆତ୍ମୀୟଙ୍କ ମୃତ୍ୟୁରେ ଗର୍ବ କରିବାକୁ  ନିବେଦନ କରିଛନ୍ତି । ଏହାସହିତ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୃତି ଦେଇଛନ୍ତି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା, ସଙ୍ଗରୋଧରେ ରହି ରଖିବେ କାର୍ଯ୍ୟ

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା, ସଙ୍ଗରୋଧରେ ରହି ରଖିବେ କାର୍ଯ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିନକୁ ଦିନ ନେତାଙ୍କ ଠାରୁ ଆରମ୍ଭ କରି ବହୁ ବଡ଼ ବଡ଼ ବ୍ୟକ୍ତି ମାନେ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । ସେହିକ୍ରମରେ ରବିବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଶକ୍ତିକାନ୍ତ ଦାସ କହିଛନ୍ତି ଯେ ତାଙ୍କର ସଂକ୍ରମଣର କୌଣସି ଲକ୍ଷଣ ନାହିଁ  । ତେବେ ସେ ନିଜକୁ ଏବେ ସଙ୍ଗରୋଧ କରି ରଖିଛନ୍ତି । ସେ ଟୁଇଟ ଯୋଗେ କହିଛନ୍ତି ଯେ ତାଙ୍କ ସହ ଯୋଗାଯୋଗରେ ଥିବା ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ଦାସ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଜାରି ରହିବ ଏବଂ ସେ ସଙ୍ଗରୋଧରେ ରହି କାର୍ଯ୍ୟ କରିବେ ।

ଶକ୍ତିକାନ୍ତ ଦାସ ରବିବାର ଦିନ ଟ୍ୱିଟ କରି କହିଛନ୍ତି- “ମୋତେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମୋର ସଂକ୍ରମଣର ଲକ୍ଷଣ ନାହିଁ। ମୁଁ ନିଜକୁ ବହୁତ ଭଲ ଅନୁଭବ କରୁଛି । ଯେଉଁମାନେ ମୋ ସହ ସମ୍ପର୍କରେ ଅଛନ୍ତି ସେମାନଙ୍କୁ ମୁଁ ସତର୍କରେ ରହିବାକୁ ଅନୁରୋଧ କରୁଛି । ମୁଁ ପୃଥକ ଭାବରେ କାର୍ଯ୍ୟ ଜାରି ରଖିବି । ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସୁରୁଖୁରୁରେ ଜାରି ରହିବ । ମୁଁ ଫୋନ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ସମସ୍ତ ଡେପୁଟି ଗଭର୍ନର ଏବଂ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବି । “

ଆକର୍ଷଣୀୟ ଅଫ୍‌ର ଲାଗିଛି ହେଲେ କଟକଣା ବାଡ଼ ସାଜିଛି

0

ଉମରକୋଟ: ଶାରଦୀୟ ଦୁର୍ଗାପୂଜାରେ ଫିକା ପଡିଛି ପୂଜା ବଜାର । କରୋନା କଟକଣା ଯୋଗୁଁ ପାର୍ବଣ ଋତୁରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନମାନ ବିଭିନ୍ନ ଆକର୍ଷଣୀୟ ଅଫର ଲଗାଇଥିଲେ ମଧ୍ୟ ଗହଳି ଶୂନ୍ୟ ହୋଇଛି ଦୋକାନ ବଜାର । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ସହରରେ । ଦେଖିବା ଏହି ରିପୋର୍ଟ । ପାର୍ବଣରେ ବଜାର ମାନ୍ଦା । ଫିକା ପଡିଛି ପୂଜା ବଜାର । ଆକର୍ଷଣୀୟ ଅଫର ଲାଗିଛି । ହେଲେ କଟକଣା ବାଡ଼ ସାଜିଛି । ଫଳରେ ଗ୍ରାହକ ଶୂନ୍ୟ ହୋଇଛି ବଜାର ।

ପ୍ରତିବର୍ଷ ପରି ପାର୍ବଣ ଆରମ୍ଭ ହେବା ମାତ୍ରେ ଉମରକୋଟ ବଜାରରେ ଗ୍ରାହକଙ୍କ ଭିଡ ଜମିଥାଏ । କିଏ ନୂତନ ବସ୍ତ୍ର ପାଇଁ ତ କିଏ ଦ୍ରବ୍ୟ ସାମଗ୍ରୀ କିଣିବା ପାଇଁ ଶାରଦୀୟ ଦୁର୍ଗାପୂଜା ବଜାରକୁ ଅପେକ୍ଷା କରିଥାନ୍ତି । ଆଉ ବ୍ୟବସାୟୀମାନେ ମଧ୍ୟ ବେଶ୍ ଦୁଇ ପଇସା ଲାଭ ଆଶାରେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ହେଲେ ଚଳିତ ବର୍ଷ ଏସବୁରେ ବାଧକ ସାଜିଛି କରୋନା କଟକଣା । କୋଭିଡ୍ ଭୟରେ ଗ୍ରାହକ ଶୂନ୍ୟ ହୋଇଛି ପୂଜା ବଜାର । ଗ୍ରାହଙ୍କୁ ଆକୃଷ୍ଟ କରିବା ପାଇଁ ଭଳି କି ଭଳି ଆକର୍ଷଣୀୟ ରିହାତି ଅଫର ସହିତ ଆଲୋକ ମାଳାରେ ଦୋକାନକୁ ସୁସଜ୍ଜିତ କରିଛନ୍ତି ବ୍ୟବସାୟୀ ।

ଏହା ସହିତ ଦୋକାନ ସାନିଟାଇଜ୍ ମଧ୍ୟ କରୁଛନ୍ତି । ହେଲେ ସଂକ୍ରମଣ ଭୟ ଥିବାରୁ  କେବଳ ପରମ୍ପରାକୁ ବଞ୍ଚାଇବା ପାଇଁ କମ୍ ସାମଗ୍ରୀ କିଣି ସନ୍ତୁଷ୍ଟ ହୋଉଛନ୍ତି ଗ୍ରାହକ । ପାର୍ବଣକୁ ଫିକା ପକାଇଛି ମହାମାରୀ କରୋନା । ଲକଡାଉନ ଓ ସଟଡାଉନ ପାଇଁ ଲୋକଙ୍କ ଆୟ କମିବା ସଂଙ୍ଗେ ସଂଙ୍ଗେ ଖର୍ଚ୍ଚ କରିବାର ତରିକା ମଧ୍ୟ ବଦଳିଯାଇଛି । ଯାହା ଫଳରେ ପୂଜା ବଜାରରେ ଉମରକୋଟରେ ଗହଳି ଚହଳି ଦେଖିବାକୁ ମିଳିନାହିଁ ।

ମାଣ୍ଡିଆରେ ପ୍ରସ୍ତୁତ ଫାଷ୍ଟପୁଡର ବଢ଼ୁଛି ଚାହିଦା: ରୋଜଗାର କ୍ଷମ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ବର୍ତ୍ତମାନର ଫାଷ୍ଟଫୁଡ୍ ଯୁଗରେ ଜଙ୍କଫୁଡ୍ ଉପରେ ବଶବର୍ତ୍ତୀ ହୋଇଛନ୍ତି ଲୋକେ । ସକାଳର ବ୍ରେକଫାଷ୍ଟ୍ ହେଉ କି ସଂଧ୍ୟାର ଟିଫିନ୍ ସବୁ ସମୟରେ ଜଙ୍କଫୁଡ୍ ଉପରେ ନିର୍ଭର କରିଥାନ୍ତି ଲୋକେ । ତେବେ ଏଭଳି ସମୟରେ ଆଦିବାସୀ ବହୁଳ ଜିଲ୍ଲା ମାଲକାନଗିରିବାସୀଙ୍କ ମଧ୍ୟରେ ମାଣ୍ଡିଆ ପ୍ରସ୍ତୁତ ଫାଷ୍ଟଫୁଡର ଚାହିଦା ବଢିବାରେ ଲାଗିଛି । ଭଳି କି ଭଳି ସୁଷମ ଖାଦ୍ୟ ଖାଇବା ପାଇଁ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟରରେ ଭିଡ଼ ଜମାଉଛନ୍ତି ଲୋକେ । ଆଉ ଏହି ପୃଷ୍ଟିକର ଖାଦ୍ୟକୁ ବିକ୍ରି କରି ରୋଜଗାର ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ।

 ଭଳି କି ଭଳି ସୁଷମ ଖାଦ୍ୟ । ପିଠା, ବରା ଓ କଟଲେଟ୍ ସାଙ୍ଗକୁ ଖିରି, ପକୁଡି । ଜଙ୍କପୁଡ୍ ବଦଳରେ ମାଣ୍ଡିଆରେ ପ୍ରସ୍ତୁତ ସୁସ୍ୱାଦ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି ମାଲକାନଗିରି ଜିଲ୍ଲାବାସୀ । ସକାଳର ବ୍ରେକ୍ ଫାଷ୍ଟ ହେଉକି ସଂଧ୍ୟାର ଟିଫିନ୍ । ସବୁ ସମୟରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଆଗରେ ଭିଡ଼ ଜମାଉଛନ୍ତି ଲୋକେ । ଆଉ ଏହାକୁ ଖାଇ ବେଶ୍ ଆନନ୍ଦ ଆନୁଭବ କରୁଛନ୍ତି ଗ୍ରାହକ । ବଢୁଛି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ଚାହିଦା ।

ସୁଷମ ଖାଦ୍ୟ ବିକ୍ରି କରି ରୋଜଗାର କ୍ଷମ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ମିଲେଟ୍ ମିଶନ ଦେଖାଇଛି ରୋଜଗାରର ରାହା । ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ମାଣ୍ଡିଆ କାଫେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଲେଟ୍ ମିଶନ ଯୋଜନା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଏହାର ଦାୟିତ୍ୱ ଦିଆଯାଇଛି । ଆଉ ମହିଳାମାନେ ପ୍ରସ୍ତୁତ ଖାଦ୍ୟକୁ ବିକ୍ର କରି ରୋଜଗାର କ୍ଷମ ହେଉଛନ୍ତି । ତେବେ ଏହି ଖାଦ୍ୟରେ ଭରପୁର ପ୍ରୋଟିନ୍ ରହିଥିବା ବେଳେ ଲୋକଙ୍କ ଚାହିଦାକୁ ଦେଖି ଆଗକୁ ଅଧିକ ଟିଫିନ୍ ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।  ଏହା ସହିତ ଜିଲ୍ଲାରେ ବହୁଳ ପରିମାଣରେ ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ମାଲକାନଗିରି ଭଳି ଆଦିବାସୀ ଅଞ୍ଚଳରେ ମାଣ୍ଡିଆର ଚାହିଦା ବଢିଥିବା ବେଳେ ଜିଲ୍ଲା ପ୍ରଶାସନର ଏଭଳି ପ୍ରୟାସ ଲୋକଙ୍କୁ ମାଣ୍ଡିଆ ପ୍ରତି ଆକୃଷ୍ଟ କରିଛି ।

ମୋହନ ଭାଗବତଙ୍କୁ ଅସଦୁଦ୍ଦିନ ଓୱେସିଙ୍କ ଟାର୍ଗେଟ, କହିଲେ ‘ଆମେ ଛୋଟ ପିଲା ନୁହେଁ CAAକୁ ନେଇ ଭ୍ରମିତ କରାଅନାହିଁ’

ନୂଆଦିଲ୍ଲୀ: ଅସଦୁଦ୍ଦିନ ଓୱେସି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ମୁଖ୍ୟ ମୋହନ ଭାଗବତଙ୍କ ମଧ୍ୟରେ ବିବାଦ ଜାରି ରହିଛି । CAA ବିବୃତ୍ତିକୁ ନେଇ ଅସନ୍ତୁଷ୍ଟ ମନେ ହେଉଛନ୍ତି । ମୋହନ ଭାଗବତଙ୍କ CAA ବିବୃତ୍ତିକୁ ନେଇ ଏଭଳି ଅସନ୍ତୋସ ଦେଖା ଦେଇଛି । ବିବୃତ୍ତିକୁ ନେଇ ଓୱେସି କହିଛନ୍ତି ଯେ ଆମେ ଛୋଟ ଛୁଆ ନୁହଁନ୍ତି । ଯାହାକୁ ତୁମେ ନାଗରିକତ୍ୱ ସଂଶୋଧନ ଆଇନ ଦ୍ୱାରା ବିଭ୍ରାନ୍ତ କରାଇବ । ଓୱେସି ତାଙ୍କ ଟ୍ୱିଟରେ ଏହି ଆନ୍ଦୋଳନ ସମୟରେ କଂଗ୍ରେସ ଏବଂ ଆରଜେଡିଙ୍କ ନିରବତା ଉପରେ ପ୍ରଶ୍ନ କରିଛନ୍ତି ।

ସଂଗଠନର ବାର୍ଷିକ ଦଶେରା ରାଲିରେ ପହଂଚିଥିବା ଭାଗବତ କହିଛନ୍ତି ଯେ CAA ର କୌଣସି ସମ୍ପ୍ରଦାୟକୁ ବିରୋଧ କରିବା ଲକ୍ଷ ନୁହେଁ । ଏହି ନୂଆ ନିୟମକୁ ବିରୋଧ କରୁଥିବା ଲୋକମାନେ ମୁସଲମାନ ଭାଇମାନଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି । ସେମାନେ ମୁସଲମାନ ଭାଇମାନଙ୍କୁ କହିବାକୁ ଚାହାଁନ୍ତି ଯେ ଏହି ଆଇନର ଉଦ୍ଦେଶ୍ୟ ହେଉଛି ମୁସଲମାନ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ।

ଓୱେସି ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଆମେ ପିଲା ନୁହଁନ୍ତି ଯେଉଁମାନେ ବିଭ୍ରାନ୍ତ ହେବ । CAA + NRCରେ କଣ କରିବାକୁ ପଡିବ ସେନେଇ ବିଜେପି କିଛି କହିନାହିଁ । ଯଦି ଏହା ମୁସଲମାନମାନଙ୍କ ବିଷୟରେ ନୁହେଁ, ତେବେ ଏଥିରୁ ଧାର୍ମିକ ସମ୍ବନ୍ଧୀୟ ସମସ୍ତ ଜିନିଷ ହଟାନ୍ତୁ । ସେ ଲେଖିଛନ୍ତି, ‘ ଯେପର୍ଯ୍ୟନ୍ତ ଦେଶରେ ଏଭଳି ଆଇନ ରହିବ ସେ ପର୍ଯ୍ୟନ୍ତ ଆମେ ବିରୋଧ ଜାରି ରଖିବୁ, ଯାହା ଆମ ଭାରତୀୟତାକୁ ପ୍ରମାଣ କରିବାକୁ କହିବ।’

ଆମେ ପ୍ରତ୍ୟେକ ନିୟମକୁ ବିରୋଧ କରିବୁ ଯାହା ଧର୍ମରୁ ନାଗରିକତ୍ୱର ଆଧାର ପ୍ରକାଶ କରିବ । ସେ ଲେଖିଛନ୍ତି, ‘ କଂଗ୍ରେସ, ଆରଜେଡି ଏବଂ ସେମାନଙ୍କ ସାଥୀମାନଙ୍କୁ ମଧ୍ୟ କହିବାକୁ ଚାହେଁ ଯେ ଏହି ଆନ୍ଦୋଳନ ସମୟରେ ତୁମର ନିରବତାକୁ ମୁଁ ଭୁଲି ନାହିଁ ।

‘ଚୀନ୍-ପାକିସ୍ତାନ ସହିତ କେବେ ଯୁଦ୍ଧ ହେବ ତାହା ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେଇଛନ୍ତି’: ସ୍ୱତନ୍ତ୍ର ଦେବ ସିଂ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ସହ କେବେ ଯୁଦ୍ଧ ହେବ ତାହା ନିଷ୍ପତ୍ତି ହୋଇସାରିଛି । ପ୍ରଧାନମନ୍ତ୍ରୀ ମୋଦୀ ପୁରା ପ୍ଲାନ ପ୍ରସ୍ତୁତ କରି ରଖିଛନ୍ତି । ତ୍ତରପ୍ରଦେଶ ଭାରତୀୟ ଜନତା ପାର୍ଟିର ସଭାପତି ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଏବଂ ଚୀନ୍ ସହିତ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଛନ୍ତି । ସ୍ୱତନ୍ତ୍ର ଦେବ ସିଂଙ୍କ ବିବୃତ୍ତି ଏଭଳି ସମୟରେ ଆସିଛି ଯେଉଁ ସମୟରେ ଲଦାଖରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ତିକ୍ତତା ଜାରିରହିଛି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ସମ୍ବିଧାନର ଧାରା ୩୭୦ ଅନୁଯାୟୀ ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ ହେବା ନେଇ ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ସ୍ୱତନ୍ତ୍ର ଦେବ ସିଂ କହିଛନ୍ତି ଯେ ରାମ ମନ୍ଦିର ଏବଂ ଧାରା ୩୭୦ ପରି ପାକିସ୍ତାନ ଏବଂ ଚୀନ୍ ସହ କେତେବେଳେ ଯୁଦ୍ଧକୁ ଯିବେ ସେନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି । ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓରେ ସ୍ୱତନ୍ତ୍ର ଦେବ ଏହା କହୁଥିବାର ଶୁଣିବାକୁ ମିଳୁଛି ।

ବଲିଆରେ ବିଜେପି ବିଧାୟକ ସଞ୍ଜୟ ଯାଦବଙ୍କ ଘରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଦେବ ସିଂ ଭାଷଣ ଦେଇଥିଲେ । ଏହି ଭିଡିଓ ସଂଜୟ ଯାଦବଙ୍କ ଦ୍ୱାରା ସୋସିଆଲ ମିଡିଆରେ ରିଲିଜ୍ ହୋଇଛି । ସ୍ୱତନ୍ତ୍ର ଦେବ ସିଂ ତାଙ୍କ ସମ୍ବୋଧନରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର କର୍ମୀଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରିଥିଲେ ।

ତେବେ ରାଜ୍ୟ ବିଜେପି ସଭାପତିଙ୍କ ବିବୃତ୍ତି ବିଷୟରେ ପଚରାଯିବାରୁ ସ୍ଥାନୀୟ ସାଂସଦ ରବିନ୍ଦ୍ର କୁଶୱା କହିଛନ୍ତି ଯେ କର୍ମି ମାନଙ୍କ ଶକ୍ତି ଦେବା ପାଇଁ ସେ ଏହା କହିଛନ୍ତି ।

ରବିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଭାରତ ଚୀନ୍ ସହ ସୀମା ତିକ୍ତତା ଦୂର କରିବାକୁ ଚାହୁଁଛି । ରାଜନାଥ ସିଂ ଏହା ମଧ୍ୟ କହିଛନ୍ତି ଯେ ସେ ସୀମାରେ କାହାକୁ ଏକ ଇଞ୍ଚ ଜମି ନେବାକୁ ଦେବେ ନାହିଁ ।