କାର୍ତ୍ତିକ ପୂର୍ଣ୍ଣିମାରେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…

1 min read

ନୂଆଦିଲ୍ଲୀ: ନଭେମ୍ବର ୩୦ରେ ଅନୁଷ୍ଠିତ ହେବାକୁ ଯାଉଛି କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁ ଧର୍ମରେ ଏହି ଦିନର ଖୁବ୍ ମହତ୍ୱ ରହିଛି । କୁହାଯାଏ ଏହି ଦିନରେ ଦାନ, ଧର୍ମ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ । ହେଲେ ଚଳିତ ଥର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ପଡୁଛି ଏହି ଦିନରେ।

ଯାହା ଭାରତରେ ଆଶିଂକ ଭାବେ ଦେଖାଯିବାକୁ ଥିବା ବେଳେ ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ହେବ ବୋଲି ସୂଚନା ମିଳିଛି ।

ଏଭଳି ନଜର ଆସିବ ଚନ୍ଦ୍ର-

ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ରର କୗେଣସି ଅଂଶ କଳା ପଡିବା ବଦଳରେ କିଛି ସମୟ ଲାଗି ମଳିନ ଦେଖାଯିବ । ଯେଉଁଥିପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହାକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଉଛି ।

ଧର୍ମଗ୍ରନ୍ଥରେ ଉପଛାୟା ଚନ୍ଦ୍ର ଗ୍ରହଣର ମହତ୍ୱ-

ଧର୍ମଗ୍ରନ୍ଥରେ ଉପଛାୟା ଚନ୍ଦ୍ର ଗ୍ରହଣକୁ ଗ୍ରହଣ ରୂପେ ବିବେଚନା କରାଯାଇନଥାଏ । ଯେଉଁଥିପାଇଁ ଉପଛାୟା ଗ୍ରହଣ ସମୟରେ ମନ୍ଦିରର କପାଟ ବନ୍ଦ କରାଯାଇନଥାଏ । ଏପରିକି ଧର୍ମ-କର୍ମ, ଦେବସ୍ପର୍ଶ ଓ ପୂଜାପାଠ ଆଦି କରାଯାଇଥାଏ ।

ଚନ୍ଦ୍ର ଗ୍ରହଣର ସମୟ-

ଦିନ ୧ଟା ୨ମି.ରେ ଏହାର ଆରମ୍ଭ ହୋଇ ଗ୍ରହଣର ମୋକ୍ଷ ପ୍ରାୟ ସନ୍ଧ୍ୟା ୫ଟା ୨୩ମି.ରେ ହେବ । ଏପରିକି ଭାରତର କିଛି ସ୍ଥାନରେ ଚନ୍ଦ୍ରୋଦୟ ପୂର୍ବରୁ ଏହା ସମାପ୍ତ ହେବ ବୋଲି ସୂଚନା ମିଳିଛି ।

କେଉଁଠାରେ ଦେଖାଯିବ ଏହି ଗ୍ରହଣ-

ଏହି ଚନ୍ଦ୍ର ଗ୍ରହଣ କୋଲକାତା, ଆସାମ, ଅରୁଣାଚଳ, ତ୍ରିପୁରା, ବିହାର, ଝାଡଖଣ୍ଡ ସମେତ ଉତ୍ତର-ପୂର୍ବ ଓ ମଧ୍ୟ-ପୂର୍ବ ଭାରତରେ ଦେଖାଯିବ । ଏହାବ୍ୟତିତ ପାକିସ୍ତାନ, ଇରାନ, ଇରାକ, ଆଫଗାନିସ୍ଥାନ, ଇଂଲଣ୍ଡ, ଆର୍ୟଲାଣ୍ଡ, ଆମେରିକା, ସ୍ୱିଡେନ୍, ଫିନଲାଣ୍ଡ ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ମଧ୍ୟ ଦେଖାଯିବ ।

 

Leave a Reply