ଥାନାରେ ନାବାଳକକୁ ନିର୍ଯାତନା ଅଭିଯୋଗ ,ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କଲେ ପରିବାର

କେନ୍ଦୁଝର: ଚର୍ଚ୍ଚାରେ କେନ୍ଦୁଝର ପାଟଣା ଥାନା । ପୋଲିସ ମାଡରେ ଆହତ ହେଲେ ଆଦିବାସୀ ନାବାଳକ । ନାବାଳକୁ ପୋଲିସ ମାଡ ମାରି ଥିବା ନେଇ ଅଭିଯୋଗ ହୋଇଛି । ଏନେଇ ନାବାଳକଙ୍କ ନିଜ ମା’ ସହିତ ଜିଲ୍ଲା ଆରକ୍ଷି ଅଧୀକ୍ଷକଙ୍କ ପାଖକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । କୌଣସି ଏକ ଚୋରି ମାମଲାରେ ପାଟଣା ଥାନା କାମେଶ୍ୱରପୁର ପାଟଣା ଗାଁର ୨ ନାବାଳକଙ୍କୁ ଗତ ୨୧ ତାରିଖରେ ଥାନା ପକ୍ଷରୁ ଡକା ଯାଇଥିଲା ।

ତେବେ ନିଜ ପରିବାର ସହିତ ସଂପୃକ୍ତ ନାବାଳକ ଥାନାକୁ ଆସିବା ପରେ କିଛି ସମୟ ପରେ ଛଡାଯିବ ବୋଲି ଥାନା ପକ୍ଷରୁ କୁହାଯାଇଥିଲା । ମାତ୍ର ଅପରାହ୍ନ ୪ଟା ବେଳକୁ ପୁଅକୁ ମାଡ ମାରି ଗୋଡକୁ କ୍ଷତାକ୍ତ କରି ଦେଇଥିବା ଅଭିଯୋଗ ହୋଇଛି । ଏହା ପରେ ଥାନା ପକ୍ଷରୁ ତାଙ୍କୁ ଛାଡି ଦିଆଯାଇଥିଲା । ମାତ୍ର ନାବାଳକ ଜଣଙ୍କ ଚାଲି ପାରି ନଥିଲା ।

ଫଳରେ ପୁଅର ଅବସ୍ଥା ଦେଖି ପରିବାର ପକ୍ଷରୁ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଇଥିଲା । ବର୍ତ୍ତମାନ ଏହି ଥାନାର ଦୁଇ ଜଣ ଅଧିକାରୀ ବାରମ୍ବାର ନାବାଳକଙ୍କ ପରିବାରକୁ ଧମକ ଦେଉଥିବା ନେଇ ନାବାଳକର ମା’ କେନ୍ଦୁଝର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଛନ୍ତି।

Leave a Reply