ଡମ୍ପର ଧକ୍କାରେ ୬ ଜଣଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ନୟାଗଡ଼: ନୟାଗଡ ଜିଲ୍ଲା ସ୍ଥିତ ଶରକୁଳରେ  ହାଇଓ୍ୱା ଧକ୍କାରେ ୬ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ  ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁଯାୟୀ ଏହି ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ। ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଏହାବ୍ୟତୀତ  ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ନୟାଗଡ଼ ଉପଜିଲ୍ଲାପାଳ।

ତେବେ ଗତକାଲି ଅପରାହ୍ନରେ ହାଇଓ୍ୱା ଏହି ସିରିଜ ଦୁର୍ଘଟଣା ଘଟାଇଥିଲା । ଯେଉଁ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକି ସେମାନେ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଆହୁରି ମଧ୍ୟ ବିଳମ୍ବିତ ରାତିରେ କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ସେମାନେ ବିକ୍ଷୋଭରୁ ଓହରିଥିଲେ ।

Leave a Reply