ଲୁଟ ଅଭିଯୁକ୍ତଙ୍କ ଘରୁ ଅଡ଼ି କାର ସହ ବୁଲେଟ ଜବତ କଲା ପୋଲିସ

କଟକ: କଟକ ନୟାସଡକ ଆଇଆଇଏଫଏଲ ଲୁଟ ଘଟଣା । ଗତକାଲି ଅଟକ ଥିବା ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଲାଲା ଅମ୍ରିତ ଠାରୁ ଗୋଟିଏ ଅଡି କାର ସହ ବୁଲେଟ ଗାଡି ଜବତ । ଘରୁ ଗାଡି ଓ ଅଫିସ ସମ୍ମୁଖରୁ ବୁଲେଟ ଉଠାଇ ନେଇଛି ପୋଲିସ । ଅଡି କାରଟି ଅନ୍ୟଜଣଙ୍କ ନାଁରେ ରହିଥିବା ସୂଚନା । ଘଟଣାରେ ଜଣେ ମହିଳା କର୍ମଚାରୀଙ୍କ ସିଧାସଳଖ ସଂପୃକ୍ତି ଥିବା ଜଣାପଡିଛି ।

ଆଜି ସକାଳୁ ଶାଖାର ୪ କର୍ମଚାରୀଙ୍କୁ ଉଠାଇନେଇଥିଲା ପୋଲିସ । ଜଣେ ମହିଳା କର୍ମଚାରୀଙ୍କ ସମେତ ୪ କର୍ମଚାରୀଙ୍କୁ ପୋଲିସର ଜେରା । ଲୁଟରେ ଅନ୍ୟ କର୍ମଚାରୀଙ୍କ ସଂପୃକ୍ତି ସନ୍ଦେହ କରି ପୋଲିସ ପଚରାଉଚୁରା କରୁଛି । ବଜ୍ରକବାଟୀ ମାନାପୁରମ ଶାଖାରେ ପଶି ପୋଲିସ ଛାନଭିନ୍ ଚଳାଇଛି । ଲାଲା ଅମ୍ରିତ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ଆଣି ପୋଲିସ ଖୋଳତାଡ଼ କରୁଛି । ପୂର୍ବରୁ ଦୁଇଜଣ ମାନାପୁରମ ଶାଖାରୁ ୧କେଜି ସୁନା ଚୋରି କରିଥିଲେ । ଏବଂ ଘଟଣା ଜେଲ ଯାଇ ବେଲରେ ମଧ୍ୟ ଆସିଥିଲେ ଏହାପରେ ସେମାନେ କିପରି ଆଇଏଫଏଲରେ ନିଯୁକ୍ତି ପାଇଲେ ସେନେଇ ମଧ୍ୟ ତନାଘନା କରୁଛି ପୋଲିସ ।

ଗତକାଲି ରାଜ୍ୟର ଏହି ଦ୍ୱିତୀୟ ବଡ଼ ବ୍ୟାଙ୍କ ଡକାୟତିର ରହସ୍ୟ ଉନ୍ମୋଚନ କରିଥିଲା ପୋଲିସ । ଲୁଟରେ ମୁଖ୍ୟ ସୂତ୍ରଧର ଥିଲେ ବ୍ୟାଙ୍କ କର୍ମଚାରୀ  । ସେମାନଙ୍କ ଠାରୁ ୨ କେଜି ସୁନା ଜବତ ହୋଇଥିବା ବେଳେ ପୂରା ବ୍ୟାଙ୍କର ଚାଲିଚଳଣ ଓ ହାବଭାବ ଉପରେ ଅନୁସଂଧାନ କରୁଛି ପୋଲିସ  ।

Leave a Reply