Samsung ଲଞ୍ଚ କଲା ଟ୍ରିପଲ କ୍ୟାମେରା ବଜେଟ ସ୍ମାର୍ଟଫୋନ Galaxy A02s

1 min read

ନୂଆଦିଲ୍ଲୀ: ସାମସଙ୍ଗ ନିଜ ବଜେଟ ସ୍ମାର୍ଟଫୋନ ଗ୍ୟାଲେକ୍ସୀ A02s ( Galaxy A02s ) କୁ ଲଞ୍ଚ କରିଛି । ଏହି ଫୋନକୁ ୟୁରୋପରେ ଲଞ୍ଚ କରାଯାଇଛି ଏବଂ ଏହା ୨୦୨୧ ସେଲ ପାଇଁ ଉପଲବ୍ଧ କରାଯିବ । Samsung Galaxy A02s ର ମୂଲ୍ୟ ୧୫୦ ୟୁରୋ ରହିଛି ଏବଂ ଏହାକୁ ଫେବୃଆରୀ ମାସରେ ସେଲ ପାଇଁ ଉପଲବ୍ଦ କରାଯିବ । Samsung Galaxy A02s ଫୋନକୁ ତିନୋଟି କଲର ଅପସନ ରେଡ, ବ୍ଲାକ ଏବଂ ହ୍ୱାଇଟରେ ଲଞ୍ଚ କରାଯାଇଛି । ଫୋନରେ ଟ୍ରିପଲ ରିୟର କ୍ୟାମେରା ଏବଂ ଦମଦାର ବ୍ୟାଟେରୀ ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେମିତି ରହିଛି ଏହି ଫୋନର ସ୍ପେଶିଫିକେସନ ।

Samsung Galaxy A02s ର ମେରିଟ୍

Samsung Galaxy A02s ରେ ୬.୫ ଇଞ୍ଚର HD+ Infinity-V ଡିସପ୍ଲେ ରହିଛି । ଯାହାର ସ୍କ୍ରିନ ରିଜୋଲ୍ୟୁସନ ୭୨୦x୧୫୨୦ ପିକ୍ସେଲ ରହିଛି । କମ୍ପାନୀ ଏହି ଫୋନକୁ ୩ ଜିବି ରାମ୍ ଏବଂ ୩୨ ଜିବି ଷ୍ଟୋରେଜ ସହ ଲଞ୍ଚ କରିଛି । ଫୋନର ଷ୍ଟୋରେଜକୁ ମାଇକ୍ରୋ ଏସଡି ଜରିଆରେ 1TB ଯାଏ ବଢ଼ାଯାଇପାରିବ ।

କ୍ୟାମେରା କଥା କହିବାକୁ ଗଲେ Samsung Galaxy A02s ରେ ଟ୍ରିପଲ କ୍ୟାମେରା ରହିଛି । ଏଥିରେ ୧୩ ମେଗାପିକ୍ସେଲ ପ୍ରାଇମରୀ ସେନସର, ୨ ମେଗାପିକ୍ସେଲ ମାଇକ୍ରୋ ସେନସର ଏବଂ ୨ ମେଗାପିକ୍ସେଲର ଡେପଥ୍ ସେନସର ରହିଛି । ସେଲ୍ଫି ପାଇଁ ଫ୍ରଣ୍ଟ କ୍ୟାମେରାରେ ୫ ମେଗାପିକସେଲ କ୍ୟାମେରା ରହିଛି । ପାୱାର ପାଇଁ ଏହି ଫୋନରେ ୫୦୦୦ mAh ବ୍ୟାଟେରୀ ରହିଛି ଯାହା ୧୫ ୱାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ନେଇପାରିବ । ଏହି ଫୋନ ସହିତ କମ୍ପାନୀ ଆଉ ଏକ ବଜେଟ ଫୋନ Samsung Galaxy A12 ମଧ୍ୟ ଲଞ୍ଚ କରିଛି ।

Leave a Reply