spot_img
Home Blog Page 6508

କରୋନା ଟିକା ନେଇ ବଢ଼ିଲା ଅନିଶ୍ଚିତତା: କୋଭିସିଲ୍ଡର ପରୀକ୍ଷଣ ସ୍ଥଗିତ

ନୂଆଦିଲ୍ଲୀ: ଭାରତରେ କରୋନା ଭ୍ୟାକ୍ସିନର ପ୍ରସ୍ତୁତି ନେଇ ବଡ଼ ଝଟକା । ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଚାଲିଥିବା ଟିକା ପରୀକ୍ଷଣ ସ୍ଥଗିତ ।  ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ କରୋନା ଭାଇରସର ଟିକାର ଚାଲିଥିଲା ପରୀକ୍ଷଣ । ଦେଶର ପ୍ରାୟ ୧୭ଟି ସ୍ଥାନରେ ଏହି ଟିକାର ପରୀକ୍ଷଣ ଚାଲିଥିଲା । ‘ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ’(DCGI)ଙ୍କ ନିର୍ଦ୍ଦେଶ ଯାଏଁ ପରୀକ୍ଷଣ ଉପରେ ରୋକ୍ ଲଗାଯାଇଛି । ଆଷ୍ଟ୍ରାଜେନିକା( ଟିକା ନିର୍ମାରକାରୀ ବ୍ରିଟିସ କମ୍ପାନୀ ) ଚଳାଇଥିବା  ପରୀକ୍ଷା ବନ୍ଦ ରଖିଥିବା ବେଳେ ପୁଣେସ୍ଥିତ ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ମଧ୍ୟ ଏହାର ଟ୍ରାଏଲ ଉପରେ ରୋକ ଲଗାଯାଇଛି ।

ଅପରପକ୍ଷରେ ଭାରତରେ କରାଯାଉଥିବା ଟ୍ରାଏଲର ସମୀକ୍ଷା କରାଯାଉଥିବା କହିଛି ସିରମ୍ ଇନଷ୍ଟିଚ୍ୟୁଟ୍ । ତେବେ ପରୀକ୍ଷଣର ପ୍ରତିକୂଳ ପ୍ରଭାବ ଯୋଗୁଁ ଏହି ପରୀକ୍ଷଣକୁ ବିଟ୍ରେନରେ ରୋକାଯାଇଥିବା ନେଇ ମଙ୍ଗଳବାର ଆଷ୍ଟ୍ରେଜେନିକ ପକ୍ଷରୁ କୁହାଯାଇଥିଲା । କିନ୍ତୁ ବୁଧବାର ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ ଏହାର ଟ୍ରାଏଲ ଚାଲିଥିବା ନେଇ କୁହାଯାଇଥିଲା ।

ଅନୁଭବ-ବର୍ଷା ପ୍ୟାଚ୍ ଅପ୍ ! ବିବାଦର ସମାଧାନ ପାଇଁ ମାନବାଧିକାର କର୍ମୀଙ୍କ ଉଦ୍ୟମ

ଭୁବନେଶ୍ୱର: ଅନୁଭବ ବର୍ଷା ବିବାଦ ମାମଲାରେ ଆସିଲା ଟ୍ୱିଷ୍ଟ । ବର୍ଷା ଓ ଅନୁଭବଙ୍କ ମିଳାମିଶା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି ମାନବାଧିକାର କର୍ମୀ । ଦୁହିଁଙ୍କ ସହ ଆଲୋଚନା କରିଛନ୍ତି ମାନବାଧିକାର କର୍ମୀ ଗୀତାଶ୍ରୀ ଦାସ । ଉଭୟଙ୍କ ମଧ୍ୟରେ ମିଳାମିଶା ପାଇଁ ଉଦ୍ୟମ କରିଛନ୍ତି । ଉଭୟଙ୍କ ସହ ଆଲୋଚନା ପରେ ମାନବାଧିକାର କର୍ମୀ କହିଛନ୍ତି ଅନୁଭବଙ୍କ ବ୍ୟତୀତ ଆଉ କାହା ବିରୋଧରେ ବର୍ଷାଙ୍କର ଅଭିଯୋଗ ନାହିଁ । ବର୍ଷା ବିଛେଦ ନୁହେଁ ସମାଧାନ ଚାହୁଁଛନ୍ତି ବୋଲି କହିଛନ୍ତି ସେ । ଅନୁଭବ -ବର୍ଷାଙ୍କ ବିବାହ ବିବାଦ ଘଟଣା କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଛି ।

ତେବେ ନିକଟରେ ବର୍ଷାଙ୍କ ପାଇଁ ଅନୁଭବ ଚିଠି ଲେଖିଥିଲେ । ଚିଠିରେ ବର୍ଷାଙ୍କ ପ୍ରତିଥିବା ଭାବାବେଗ ଦର୍ଶାଇଥିଲେ ଅନୁଭବ । ସେ କହିଛନ୍ତି ଯେ, ଆମେ ଗୋଟିଏ କଲେଜରେ ପଢୁଥିଲୁ । କିନ୍ତୁ କେବେ କାହା ସହ ସାକ୍ଷାତ ହୋଇନଥିଲା । ଆମ ଘରେ ଆୟୋଜିତ ହନୁମାନ ଚାଳିଶା କାର୍ଯ୍ୟକ୍ରମକୁ ବର୍ଷା ଆସିଥିଲ । ସେଇଠି ବର୍ଷା ସହ ମୋର ଦେଖା ସାକ୍ଷାତ ହୋଇଥିଲା । ୨୦୦୬ରେ ଆମେ ଏକାଠି ଦୁଇଟି ସିନେମାରେ କାମ କରିଥିଲୁ । ସେହି ଦୁଇଟି ସିନେମାରେ ବର୍ଷାଙ୍କ ଅଭିନୟ ଖୁବ୍ ଚମତ୍କାର ଥିଲା ବୋଲି ଅନୁଭବ କହିଥିଲେ ।

ଅନ୍ୟପଟେ ଅନୁଭବଙ୍କ ଚିଠିର ଜବାବ ରଖିଥିଲେ ବର୍ଷା । ଚିଠି ଲେଖି ସେ କହିଥିଲେ ଯେ, ‘ମୋ ଜୀବନ ସହ ତୁମେ ବହୁତ ଖେଳିଛ, ମୋ ଜୀବନକୁ ତୁମେ ନର୍କ କରିଦେଇଛ । ତୁମର ପରକୀୟା ପ୍ରୀତି ଓ ମଦ୍ୟପାନ ଅଭ୍ୟାସ ମୋ ଜୀବନକୁ ନଷ୍ଟ କରିଛି । ମୁଁ ବହୁତ ସହ୍ୟ କରିଛି, ତୁମେ ଅୟାସୀ ଜୀବନ ପାଇଁ ମୋ ଠାରୁ ଦୂରେଇଛ । ମୁଁ ତୁମଠୁ ଅଲଗା ହେବାକୁ କେବେବି କଳ୍ପନା କରିନି ।’

 

ଅନୁଭବଙ୍କ ଚିଠିରେ ବର୍ଷାଙ୍କ ଉତ୍ତର, ‘ଅଲଗା ରହିବାକୁ ଚାହୁଁଛ ତ ପାଖକୁ ଆସି କଥା ହୁଅ’

‘ ଅଲଗା ରହିବାକୁ ଚାହୁଁଛ ତ ପାଖକୁ ଆସି କଥା ହୁଅ । ମୋତେ ଏଡ଼ାଇଗଲେ କିଛି ଲାଭ ହେବ ନାହିଁ । ତୁମେ ଲୋକଙ୍କ ସେବା କଥା କହୁଛ, ଘରୁ ତାହା କରି ଦେଖାଅ । ଯଦି ଶାରୀରିକ ସମ୍ପର୍କ ରଖିବାକୁ ଏତେ ବ୍ୟଗ୍ର ତେବେ ମୋତେ ଏତେ କାଇଁ କନ୍ଦାଉଛ ।’ କେବଳ ପରକୀୟା ପ୍ରୀତି ପାଇଁ ମୋ ଠାରୁ ଦୂରେଇ ଯାଉଛ ବୋଲି ଅନୁଭବଙ୍କୁ କହିଛନ୍ତି ବର୍ଷା ପ୍ରିୟଦର୍ଶନୀ ।

ପୋଲିସ-ମାଓବାଦୀ ଗୁଳି ବିନିମୟ, ଦୁଇ ଯବାନ ସହିଦ

କଳାହାଣ୍ଡି: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣା । ଏଥିରେ ଦୁଇ ଜଣ ଏସଓଜି ଯବାନ ସହିଦ ହୋଇଛନ୍ତି । ସହିଦ ଏସଓଜି ଯବାନ ହେଉଛନ୍ତି ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ । ଏସଂପର୍କରେ କଳାହାଣ୍ଡି ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ପୂର୍ବାହ୍ନ ୧୧ଟାରେ କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଜଗଂଲରେ ସିପିଆଇ ମାଓବାଦୀ ଓ ପୋଲିସ ଡିଭିଏଫ୍‌, ଏସ୍‌ଓଜି ଯବାନ ମୁହାଁମୁହିଁ ହୋଇଥିଲେ । ଉଭୟ ପଟୁ ଆଖିବୁଜା ଗୁଳି ଚାଳନା ହୋଇଥିଲା । ଯବାନଙ୍କ ପକ୍ଷରୁ ଗୁଳିମାଡ଼ରେ ୫ ଜଣ ମାଓବାଦୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚଅପରେସନ୍‌ ବେଳେ ୫ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ମଧ୍ୟରେ ୪ ମହିଳା ମାଓବାଦୀ ଥିବା ବେଳେ ଓ ଜଣେ ପୁରୁଷ ମାଓବାଦୀ ଥିବା ପୋଲିସ ସୂଚନା ଦେଇଛି ।

Fire Exchange Between SOG And Maoist, Four Naxal Dead Belghar

ଏହି ଅପରେସନରେ ସାମିଲ ଥିବା ୧୮ ଜଣିଆ ଟିମ୍‌ ମଧ୍ୟରେ ୧୦ ଜଣ ଏସଓଜି ଓ ୮ ଜଣ ଡିଭିଏଫ୍‌ ଯବାନ ରହିଥିଲେ । ସର୍ଚ୍ଚ ଅପରେସନରେ ୭ଟି ମାଓକ୍ୟାମ୍ପ୍‌ ଠାବ ହୋଇଛି । କିନ୍ତୁ ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ମୁରଲୀ ଓ ବାଶଧାର, ଘୁମୁସର, ନାଗାବଳୀ ଏରିଆ କମିଟି ସଦସ୍ୟ ନିଖିଲ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ଏବେ ମଧ୍ୟ ସେହି ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି ।

ଏହି ଘଟଣା ପୂର୍ବରୁ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୨ ମାଓବାଦୀ ନିହତ ହୋଇଥିଲେ । ସେହିପରି ଜୁଲାଇ ୫ ତାରିଖରେ ତୁମୁଡ଼ିବନ୍ଧ ଥାନା ବିର୍ଲା ନିକଟରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ୬ ତାରିଖରେ ପୁଣି ଗୁଳିବିନିମୟରେ ଆଉ ଜଣେ ମାଓବାଦୀ ନିହତ ହୋଇଥିଲେ । ଏପରି ଭାବେ ମାତ୍ର ୨୦ ଦିନ ମଧ୍ୟରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ମାଓ ସଂଗଠନକୁ ଅଣନିଶ୍ୱାସୀ କରି ଦେଇଥିବା ଜଣାପଡ଼ିଛି ।

ଏହାର କିଛିଦିନ ପୂର୍ବରୁ କନ୍ଧମାଳ ପୋଲିସ ଜିଲ୍ଲାର ଫିରିଙ୍ଗିଆ ଥାନାର ସମରବନ୍ଧ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଧ୍ୱଂସ କରିଥିଲା । ସେଠାରୁ ଏସଓଜି ୧୬ କେଜି ବିସ୍ଫୋରକ ସହ ୨୮ଟି ଡିଟୋନେଟର ଓ ଟିଫିନ୍ ବୋମା (ଆଇଡି) ଜବତ କରିଥିଲା । କ୍ୟାମ୍ପରୁ ସୁରକ୍ଷାକର୍ମୀମାନେ ମାଓବାଦୀଙ୍କ ବ୍ୟାଗ, ଜୋତା ଓ ଅନ୍ୟ ସାମଗ୍ରୀ ଜବତ କରିଥିଲେ ।

ରିଲାଏନ୍ସର ରିଟେଲ କାରବାରରେ ୧.୫ ଲକ୍ଷ କୋଟି ଟଙ୍କା ନିବେଶ କରିବ Amazon

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ନେତୃତ୍ତ୍ୱରେ ଥିବା ରିଲାଏନ୍ସ ଗ୍ରୁପର ରିଟେଲ କାରବାରରେ ବହୁରାଷ୍ଟ୍ରୀୟ ଇ- କମର୍ସ କମ୍ପାନୀ ଆମାଜନ ୧.୫ ଲକ୍ଷ କୋଟି ଟଙ୍କା ନିବେଶ କରିପାରେ । ସୂଚନା ଅନୁଯାୟୀ, ରିଲାଏନ୍ସ ନିଜର ରିଟେଲ ବିଜନେସରେ ଆମାଜନକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ବିକ୍ରୟ କରିବାକୁ ଚାହୁଁଛି ।

ରିଲାଏନ୍ସ ରିଟେଲ ଭେନଞ୍ଚର୍ସ ଲିମିଟେଡ ସହିତ ଆମାଜନର ଏହି ଡିଲ୍ ଯଦି ସଫଳ ହେବ ତାହେଲା ନା କେବଳ ଭାରତରେ ରିଟେଲର ଏକ ମହାରଥି ଛିଡ଼ା ହୋଇଯିବ ବରଂ ଏହା ଦ୍ୱାରା ବିଶ୍ୱର ସବୁଠୁ ଧନୀ ଜେଫ ବୋଜୋସ ଏବଂ ଏସିଆର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କ ମଧ୍ୟରେ ବଢ଼ୁଥିବା ଭାରତୀୟ ଉପଭୋକ୍ତା ବଜାରରେ ସହଯୋଗର ରାସ୍ତା ଖୋଲିବ । ଏହା ଆମାଜନ ପାଇଁ ସବୁଠୁ ବଡ଼ ଡିଲ ସାବ୍ୟସ୍ତ ହୋଇପାରେ ।

ରିଲାଏନ୍ସର ସେୟାର ଅଲ ଟାଇମ ହାଇ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ସେୟାର ଲଗାତାର ଚତୁର୍ଥ ଦିନରେ ବୃଦ୍ଧି ପାଇ ଅଲ ଟାଇମ ହାଇ ୨,୨୧୮ ଟଙ୍କା ସ୍ତରରେ ପହଞ୍ଚି ଯାଇଛି । ଆମେରିକା କମ୍ପାନୀ ସିଲଭର ଲେକ୍ ପାର୍ଟନର୍ସ ରିଲାଏନ୍ସ ରିଟେଲରେ ୭୫୦୦ କୋଟି ଟଙ୍କା ନିବେଶ କରିବାକୁ ମନ ବଳାଇଛନ୍ତି । ଏହା ସହିତ ବିଏସଇରେ ରିଲାଏନ୍ସର ମାର୍କଟ କ୍ୟାମ୍ପ ବଢ଼ି ୧୪.୦୭ ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚିଯାଇଛି ।

ସିଲଭର ଲେକ ପାର୍ଟନର୍ସ ରିଟେଲରେ ବାଜି ଲଗାଇଛନ୍ତି

ସୂଚନା ଅନୁଯାୟୀ, ଏହା ପୂର୍ବରୁ ରିଲାଏନ୍ସର ଜିଓ ପ୍ଲାଟଫର୍ମରେ ନିବେଶ ପରେ ସିଲଭର ଲେକ୍ ପାର୍ଟନର୍ସ ରିକେଲରେ ବାଜି ଲଗାଇଛନ୍ତି । ଦୁନିଆର ସବୁଠୁ ବଡ଼ ଟେକ୍ ଇନଭେଷ୍ଟମେଣ୍ଟ କମ୍ପାନୀ ସୁଲଭର କେଲ ୭୫୦୦ କୋଟି ଟଙ୍କାର ନିବେଶ କରିବ । ଏହା ବଦଳରେ କମ୍ପାନୀ ରିଲାଏନ୍ସ ରିଟେଲ ୧.୭୫ ପ୍ରତିଶତ ଅଂଶୀଦାର ମିଳିବ । ଏଥି ପାଇଁ ରିଲାଏନ୍ସ ରିଟେଲର ମୁଲ୍ୟାଙ୍କନ ୪,୨୧ ଲକ୍ଷ କୋଟି ଲଗାଯାଇଛି । ସୂଚନା ଅନୁଯାୟୀ ସିଲଭର ଲେକ୍ ହିଁ ରିଲାଏନ୍ସର ଜିଓ ପ୍ଲାଟଫର୍ମରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଅଂଶୀଦାର କିଣିଛି ।

ଫେସବୁକ୍-କେକେଆର୍ ମଧ୍ୟ ଏହି ରେସରେ ଅଛନ୍ତି

ଆମେରିକାର ଇକ୍ୱିଟି ଫାର୍ମ କେକେଆର୍ ଏବଂ ସୋସିଆଲ୍ ସାଇଟ୍ ଫେସବୁକ୍ ମଧ୍ୟ ରିଲାଏନ୍ସ ରିଟେଲରେ ବିନିଯୋଗ କରିବାକୁ ପ୍ରସ୍ତୁତ ହେଉଛି। କୁହାଯାଉଛି ଯେ, ଫ୍ୟୁଚର ଗ୍ରୁପର ଖୁଚୁରା ବ୍ୟବସାୟ ହାସଲ କରିବା ପରେ ଆମେରିକୀୟ କମ୍ପାନୀଗୁଡିକ ରିଲାଏନ୍ସ ରିଟେଲରେ ବିନିଯୋଗ କରିବେ। ବାସ୍ତବରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଏକ ସହାୟକ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (RRVL) ଫ୍ୟୁଚର ଗ୍ରୁପ୍ ର ଖୁଚୁରା ଏବଂ ହୋଲସେଲ ବ୍ୟବସାୟ ଏବଂ ଲଜିଷ୍ଟିକ୍ସ ଏବଂ ଗୋଦାମ ବ୍ୟବସାୟ ହାସଲ କରିବାକୁ ଯାଉଛି |

 

ସୁଧୁରୁନି ସ୍ଥିତି, ସୀମାନ୍ତରେ ଗର୍ଜନ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ସୀମାରେ ବଢ଼ି ଚାଲିଛି ବିବାଦ । ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ସୀମା ଉତ୍ତେଜନା ଥମିବାର ନାଁ ଧରୁନି । ଚୀନ୍‌ ବାରମ୍ବାର ନିୟମ ଉଲଂଘନ କରୁଛି । ଗୋଟିଏ ପଟେ ସୀମା ବିବାଦ ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ଚୀନ୍‌ ସେନା ସୁଧୁରିବାର ନାଁ ଧରୁନି । ସୀମାରେ ଅଧିକରୁ ଅଧିକ ସେନା ମୁତୟନ କରିବା ସହ ଯୁଦ୍ଧାସ୍ତ୍ର ମଧ୍ୟ ମୁତୟନ କରୁଛି ଚୀନ୍‌ । ଏହାର ପ୍ରତିବାଦରେ ଗୁରୁବାର, ଭାରତୀୟ ସେନା ସୀମାରେ ଶକ୍ତି ପ୍ରଦର୍ଶନ କରିଛି ।

Indian Air Force

ଭାରତୀୟ ବାୟୁସେନା ପକ୍ଷରୁ ସୀମାନ୍ତ ଅଞ୍ଚଳରେ ଏହାର ଯୁଦ୍ଧବିମାନକୁ ଉଡ଼ାଇ ଶକ୍ତି ପ୍ରଦର୍ଶନ କରାଯାଇଛି । ବାୟୁସେନାର ସୁଖୋଇ, ମିଗ୍‌ ଓ ପରିବହନକାରୀ ବିମାନ ବାରମ୍ବାର ସୀମା ନିକଟରେ ଉଡାଣ କରିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ଦୁଇ ଦେଶର ସେନା ପୁନର୍ବାର ସୀମା ନିକଟରେ ମୁହାଁମୁହିଁ ହୋଇଥିବାବେଳେ ଏହାକୁ ଦେଖି ବାୟୁସେନା ଏହାର ଯୁଦ୍ଧ ପ୍ରସ୍ତୁତିକୁ ଜୋରଦାର ପୂର୍ବକ ଏହି ଯୁଦ୍ଧବିମାନ ଉଡାଣ କରିଥିବା ଜଣାପଡ଼ିଛି ।

Indian Air Force

ପ୍ରାୟ ୧୫ ଘଣ୍ଟା ଧରି ବାୟୁସେନାର ଯୁଦ୍ଧବିମାନ ସୀମାରେ ଘୁରି ବୁଲିଥିଲେ । ଏହା ସହିତ ସୀମାରେ ମୁତୟନ ସୈନିକଙ୍କୁ ହାଇଆଲର୍ଟ ଜାରି କରାଯାଇଥିବା ସେନା ଅଧିକାରୀ କହିଛନ୍ତି । ସେପଟେ ଭାରତୀୟ ସେନା ଗୁରୁବାର ଫିଙ୍ଗର ଫୋରରେ ପହଞ୍ଚିଛନ୍ତି । ଏହି ସ୍ଥାନ ଚୀନ ସେନାର ଅତି ନିକଟରେ ଥିବା କୁହାଯାଉଛି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସେନା ପାଙ୍ଗୋଙ୍ଗ-ତସୋ ହ୍ରଦର ଦକ୍ଷିଣରେ ଥିବା ଶିଖର ଗୁରୁଙ୍ଗ୍‌ ହିଲ, ମାଗର ହିଲ, ମୁଖରପାରୀ, ରେଚିନ୍ ଲା’ରେ ନିଜ ଶିବିରରେ ତାର ଲଗାଇଛନ୍ତି ।

ଲୋନ ମୋରାଟୋରିଅମ: ୨ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଶୁଣାଣି, ମଧ୍ୟବର୍ତ୍ତୀକାଳୀନ ଆଦେଶ ରହିବ ଜାରି

0

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଲୋନ ମୋରାଟୋରିୟମ ମାମଲାରେ ଶୁଶାଣିକୁ ଆଉ ଦୁଇ ସପ୍ତାହ ପାଇଁ ସ୍ଥଗିତ କରି ରଖିଛନ୍ତି । କେନ୍ଦ୍ର ସରକାର ମାମଲାରେ ଶୁଣାଣିକୁ ଦୁଅ ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ଦାବି କରିଥିଲେ ଯାହାକୁ କୋର୍ଟ ସ୍ୱୀକାର କରିଛନ୍ତି । ଏହା ସହିତ କୋର୍ଟ କହିଛନ୍ତି ଯେ, ଅଗଷ୍ଟ ୩୧ ପର୍ଯ୍ୟନ୍ତ NPA ହୋଇନଥିବା ଲୋନ ଡିଫୋଲ୍ଡର ମାନଙ୍କୁ NPA ଘୋଷିତ ନକରିବାକୁ ଆଦେଶ ଜାରି ରହିବ ।  ମାମଲାର ପରବର୍ତ୍ତୀ ଶୁଣାଣି ୨୮ ସେପ୍ଟେମ୍ବରରେ ହେବ।

ସଲିସିଟର ଜେନେରାଲ ତିଷାର ମେହତା କହିଛନ୍ତି ଯେ, ଇଣ୍ଟ୍ରେଷ୍ଟ ଉପରେ ଇଣ୍ଟ୍ରେଷ୍ଟ ନେବା ବିଷୟରେ ଦୁଅ ତିନି ଥର ବୈଠକ ହୋଇଛି । ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ । ସେ କହିଛନ୍ତି ଯେ, ବ୍ୟାଙ୍କ ସହିତ ପରାମର୍ଶ କରିବା ଦ୍ୱାରା ବ୍ୟାଙ୍କ ଗୁରୁତ୍ୱ ଭୂମିକା ଗ୍ରହଣ କରିବ । IBA ତରଫରୁ ହରିଶ ସାଲୱେ କହିଛନ୍ତି ଯେ, ‘ସରକାର ଅନେକ ଗୁଡ଼ିଏ ସ୍ପଷ୍ଟ ନିଷ୍ପତ୍ତି ନେଇ ନାହାନ୍ତି, ଏକ ନୂତନ ପ୍ରସ୍ତାବ ଆସିଛି ଯାହାକୁ ପଞ୍ଜୀକୃତ କରାଯିବ ।’ ସେ ଆଉ ମଧ୍ୟ କହିଛନ୍ତି ଯେ, ‘ ନିୟମ ଗୁଡ଼ିକ ଲାଗୁ କରାଯିବ, ଷ୍ଟେଟ୍ ବ୍ୟାଙ୍କ ନିର୍ଦ୍ଦେଶାବଳୀ ଲାଗୁ କରିଥିଲେ ।’

ଲାସୱେ କହିଛନ୍ତି, ବିଜୁଳି କ୍ଷେତ୍ରରେ ରାଜ୍ୟ ମାନଙ୍କୁ ନିଷ୍ପତ୍ତି ନେବାର ଅଛି । ଲକଡାଉନ ଶେଷ ହୋଇଯାଇଛି, ଏହାର କ୍ଷତି କିଏ ଉଠାଇବ, ସଂପୂର୍ଣ୍ଣ ଋଣ ବ୍ୟାଙ୍କ ଗୁଡ଼ିକ ଉପରେ ଲଦି ଦିଆଯାଇପାରିବ ନାହିଁ ।‘ ବରିଷ୍ଠ ଓକିଲ ସିଏ ସୁନ୍ଦରମ୍ ମୋରାଟୋରିୟମର ଅବଧି ୨ ସପ୍ତାହ ବଢ଼ାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ବ୍ୟାଙ୍କ କହୁଛି ଯେ, ମୋରାଟୋରିୟମ ଅବଧି ନାହିଁ ଏବଂ ସେ NPA ଘୋଷଣା କରିବେ ନାହିଁ । ଆପଣଙ୍କ ଦାୟିତ୍ୱ ଆରମ୍ଭ ହୋଇଯାଇଛି, ୬ ମାସ ଇଣ୍ଟ୍ରେଷ୍ଟ କୁ ଡେବିଟ କରାଯାଉଛି । ରାଜୀବ ଦତ୍ତ କହିଛନ୍ତି ଯେ, ଏହା ଏକ ଖୁସି ଖବର ଯେ, ସରକାର କର୍ପୋରେଟ ଋଣର ପୁନର୍ଗଠନ କରିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ଏହା ମଧ୍ୟ ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ସାଧାରଣ ଜନତା ଏହା ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ପୂଜା ମଣ୍ଡପ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌, ୭ ଜଣରୁ ଅଧିକ ଏକାଠି ରହିବାକୁ ମନା

ଭୁବନେଶ୍ୱର: ପାର୍ବଣ ପାଇଁ ମାର୍ଗଦର୍ଶିକା ଜାରି କଲେ ଏସ୍‌ଆର୍‌ସି । ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ସହିତ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ପଡ଼ୁଥିବା ପୂଜା ପାଇଁ ଏସ୍‌ଆର୍‌ସି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ପୂଜା ମଣ୍ଡପ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । କମିଶନରେଟ୍ ପୋଲିସ ଅଞ୍ଚଳରେ ପୋଲିସ କମିଶନର ଅନୁମତି ଦେବେ ।

DURGA PUJA (2)

ତେବେ ବିଭିନ୍ନ ପୂଜା ପାର୍ବଣରେ ଭଗବାନଙ୍କ ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ ଫୁଟ୍‌ ରହିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ଖାଲି ସେତିକି ନୁହେଁ, ମଣ୍ଡପର ଚାରିପଟ ବନ୍ଦ ରହିବା ସହ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ଏସ୍ଆର୍‌ସି ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । କୌଣସି ସମୟରେ ମଣ୍ଡପରେ ୭ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । କର୍ତ୍ତା, ପୂଜକ ଓ ସହଯୋଗୀ କର୍ମଚାରୀଙ୍କୁ ମଣ୍ଡପକୁ ଯିବା ପାଇଁ ଅନୁମତି ଦିଆଯିବ ।

ମଣ୍ଡପ ଗୁଡ଼ିକରେ କୋଭିଡ୍‌ ନିୟମ ପାଳନ ବାଧ୍ୟତା ମୂଳକ । ଯଦି କେହି କୋଭିଡ୍‌ ନିୟମ ଉଲଂଘନ କରିବେ ତେବେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଏସ୍‌ଆର୍‌ସି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ସର୍ତ୍ତଗୁଡ଼ିକୁ ଆୟୋଜକମାନେ ମଧ୍ୟ ମାନିବାକୁ ବାଧ୍ୟ ।

ତେବେ ପୂଜା ସରିବା ପରେ ଭସାଣ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏମିତିକି ମଣ୍ଡପ ଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଅନୁମତି ମିଳିବନି । ସଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ଲୋକ ଯୋଗଦେବାର ସମ୍ଭାବନା ରହିଥିବାରୁ ଏହାକୁ ଅନୁମତି ଦିଆଯିବ ନାହିଁ । ସେହିପରି ମୂର୍ତ୍ତି ବିସର୍ଜନ ବେଳେ କୃତ୍ରିମ ପୋଖରୀ ସୃଷ୍ଟି କରାଯାଇ ସେଥିରେ ବିସର୍ଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

୮୦ ସ୍ୱତନ୍ତ୍ର ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ, ରହିବନି ପାସେଞ୍ଜେର ବଗି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦ୍ୱାରା ଚାଲିବାକୁ ଥିବା ୮୦ ନୂଆ ପାସେଞ୍ଜର ଟ୍ରେନ୍‌ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଟିକେଟ ବୁକିଂ । ପୂର୍ବ ଘୋଷିତ ୨୩୦ ସ୍ପେସାଲ ଟ୍ରେନଠାରୁ ଏହା ଅଲଗା ବୁକିଂ କରିବାକୁ ପଡିବ ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍‌ଲକ୍‌ ୪ରେ ଟ୍ରେନ୍‌ ଚଳାଚଳ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାରି କରାଯାଇଥିଲା ।

ପରେ ଗୁରୁବାରଠାରୁ ବୁକିଂ ଆରମ୍ଭ ହୋଇଛି । ଏହାଦ୍ୱାରା ଦେଶରେ ଚାଲିବାକୁ ଥିବା ପାସେଞ୍ଜର ଟ୍ରେନ ସଂଖ୍ୟା ୩୩୦କୁ ବୃଦ୍ଧି ପାଇଛି । ୧୨ ସେପ୍ଟେମ୍ବର ଠାରୁ ଦେଶରେ ୮୦ ନୂଆ ସ୍ପେସାଲ ଟ୍ରେନ ଚାଲିବ । ବିନା ଟିକେଟରେ ଯାତ୍ରୀଙ୍କୁ ଷ୍ଟେସନ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ସମସ୍ତ ଟ୍ରେନରୁ ପାସେଞ୍ଜର ବଗି ହଟାଇ ଦିଆଯାଇଛି । କେବେଳ ରିଜର୍ଭେସନ ବଗିରେ ହିଁ ଲୋକେ ଯାତ୍ରା କରିପାରିବେ ।

ଅନ୍ୟପଟେ ରେଳବାଇ ପକ୍ଷରୁ ଆହୁରି ମଧ୍ୟ ଏକ ଭଲ ପଦକ୍ଷେପ ନିଆଯାଇଛି । ଏଣିକି ଓ୍ୱେଟିଂ ତାଲିକାରେ ଅଧିକ ସଂଖ୍ୟାର ଲୋକ ରହିଲେ କ୍ଲୋନ୍‌ ଟ୍ରେନ୍‌ର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କ୍ଲୋନ୍‌ ଟ୍ରେନ୍‌ ହେଉଛି ଏମିତି ଏକ ବ୍ୟବସ୍ଥା ଯାହା ଦ୍ୱାରା ଓ୍ୱେଟିଂ ତାଲିକାରେ ଥିବା ଯାତ୍ରୀଙ୍କ ଟିକେଟ୍‌ କନ୍‌ଫର୍ମ ହେବାର ଅଧିକ ସମ୍ଭାବନା ରହିଛି । ଗୋଟିଏ ରୁଟ୍‌ରେ ଯାଉଥିବା ଟ୍ରେନ୍‌ରେ ଯଦି ଟିକେଟ୍‌ ଶେଷ ହୋଇଯାଏ ଏବଂ ଓ୍ୱେଟିଂ ତାଲିକାରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଯାଏ । ତେବେ ଉକ୍ତ ଯାତ୍ରୀଙ୍କ ସମସ୍ୟା ଦୂର କରିବା ପାଇଁ ଆଉ ଏକ ଟ୍ରେନ୍‌ ସେହି ରୁଟ୍‌ରେ ଗଡ଼ିବ । ମୁଖ୍ୟ ଟ୍ରେନ୍‌ର ଠିକ୍‌ ଏକ ଘଣ୍ଟା ପରେ ଏହି ଟ୍ରେନ୍‌ ଚଳାଚଳ କରାଯିବ । ଯାହାଦ୍ୱାରା ଅନେକ ଯାତ୍ରୀ ଉପକୃତ ହୋଇପାରିବେ ।

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ: ସଂପୃକ୍ତ ଗଣମାଧ୍ୟମ ସଂସ୍ଥାକୁ ନୋଟିସ୍ କଲା ଶିଶୁ ସୁରକ୍ଷା କମିଶନ…

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ପାଇଁ ଅଡ଼ୁଆ ବଢିଛି । ଘଟଣାକୁ ଚପାଇବା ଓ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ଅଭିଯୋଗରେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ତଥା ପରିଚାଳନା ନିର୍ଦେଶିକାଙ୍କ ବିରୋଧରେ ନୋଟିସ ଜାରି ହୋଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ନୋଟିସ ଜାରି କରିଛନ୍ତି ।

୪୮ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଘଟଣାର ନିରପେକ୍ଷ ଓ ତ୍ୱରିତ ତଦନ୍ତ କରିବାକୁ କମିଶନ ପକ୍ଷରୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପୁଣି ୪୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କମିଶନ ନିର୍ଦ୍ଦେଶ  ଦେଇଛନ୍ତି ।

 

କମିଶନଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାର ଏମ୍‌ଡି, ପୋଲିସ କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନୋଟିସ ଜାରି ହୋଇଛି । ପୀଡ଼ିତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ଓ ନ୍ୟାୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ନାବାଳିକାଙ୍କ ଓକିଲ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ଭେଟିଛନ୍ତି  ।

କଙ୍ଗନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଖପ୍ପା ହେଲେ ରାଜ୍ୟପାଳ କୋଶ୍ୟାରୀ, କେନ୍ଦ୍ର ସରକାରଙ୍କୁ ପଠାଇବେ ରିପୋର୍ଟ

ମୁମ୍ବାଇ: ମୁମ୍ବାଇରେ ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପରେ ମାମଲା ଭିନ୍ନ ମୋଡ଼ ନେଲାଣି । ଏହି ମାମଲାରେ ଏବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ବୟାନ ସାମ୍ନାକୁ ଆସିଛି । ସେ ଏହା ବାବଦରେ  ଅଜେୟ ମେହତାଙ୍କ ସହିତ ଆଲୋଚନା କରିଛନ୍ତି । ମୁମ୍ବାଇ ବିଏମସିର ଏଭଳି ପଦକ୍ଷେପରେ ଖପା ହୋଇ ଯାଇଛନ୍ତି ରାଜ୍ୟପାଳ । ସୂଚନା ମୁତାବକ ସେ ଏହାକୁ ନେଇ କେନ୍ଦ୍ରକୁ ଏକ  ରିପୋର୍ଟ  ପଠାଇବେ ।

ସୂଚନାଯୋଗ୍ୟ କଙ୍ଗନା ଏବଂ ଶିବସେନା ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତଙ୍କ ମଧ୍ୟରେ ଗତ କିଛି ଦିନ ହେବ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଛି । ସୋସିଆଲ ମିଡଆରେ ଉଭୟଙ୍କୁ ନେଇ ଖୁବ ଆଲୋଚନା ପର୍ୟ୍ୟାଲୋଚନା ହେଉଛି । କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ ଅଞ୍ଚଳ ପିଓକେ ସହିତ ତୁଳନା କରିବା ପରେ କଙ୍ଗନାଙ୍କ ନାମରେ ଦେଶଦ୍ରୋହୀ ଅଭିଯୋଗ ହୋଇଛି । ଗତକାଲି କୋର୍ଟରେ ପହଞିବା ପାଇଁ କଙ୍ଗନାଙ୍କୁ ନୋଟିସ୍ ଦିଆଗଲା । କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗତକାଲି ସକାଳେ କଙ୍ଗନାଙ୍କ ଅଫିସ ଠାରେ ପହଞ୍ଚିଲା ବିଏମସି । ଏହା ସହିତ ତାଙ୍କ ୪୮ କୋଟି ଟଙ୍କାର  କାର୍ଯ୍ୟାଳୟକୁ ଭାଙ୍ଗିବାକୁ ଲାଗିଲା ବୁଲଡୋଜର । ପରେ କୋର୍ଟର ନିର୍ଦ୍ଦେଶରେ ଉକ୍ତ କାର୍ଯ୍ୟକୁ ସ୍ଥଗିତ ରଖାଗଲା ।

ସୂଚନାଯୋଗ୍ୟ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ କଙ୍ଗନା ବାରମ୍ବାର ନିଜର ବୟାନ୍ ଦେଇଛନ୍ତି । ବଲିଉଡରେ ନେପୋଟିଜିମ ଚାଲିଥିବା ସେ ବୟାନରେ କହିଛନ୍ତି । ଯାହା ପରଠାରୁ ସଞ୍ଜୟ ଏବଂ କଙ୍ଗନାଙ୍କ ମଧ୍ୟରେ ବିବାଦ ନଜର ଆସିଛି