ପୋଲିସ-ମାଓବାଦୀ ଗୁଳି ବିନିମୟ, ଦୁଇ ଯବାନ ସହିଦ

1 min read
Fire Exchange Between SOG And Maoist, Four Naxal Dead Belghar

କଳାହାଣ୍ଡି: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣା । ଏଥିରେ ଦୁଇ ଜଣ ଏସଓଜି ଯବାନ ସହିଦ ହୋଇଛନ୍ତି । ସହିଦ ଏସଓଜି ଯବାନ ହେଉଛନ୍ତି ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ । ଏସଂପର୍କରେ କଳାହାଣ୍ଡି ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ପୂର୍ବାହ୍ନ ୧୧ଟାରେ କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଜଗଂଲରେ ସିପିଆଇ ମାଓବାଦୀ ଓ ପୋଲିସ ଡିଭିଏଫ୍‌, ଏସ୍‌ଓଜି ଯବାନ ମୁହାଁମୁହିଁ ହୋଇଥିଲେ । ଉଭୟ ପଟୁ ଆଖିବୁଜା ଗୁଳି ଚାଳନା ହୋଇଥିଲା । ଯବାନଙ୍କ ପକ୍ଷରୁ ଗୁଳିମାଡ଼ରେ ୫ ଜଣ ମାଓବାଦୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚଅପରେସନ୍‌ ବେଳେ ୫ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ମଧ୍ୟରେ ୪ ମହିଳା ମାଓବାଦୀ ଥିବା ବେଳେ ଓ ଜଣେ ପୁରୁଷ ମାଓବାଦୀ ଥିବା ପୋଲିସ ସୂଚନା ଦେଇଛି ।

Fire Exchange Between SOG And Maoist, Four Naxal Dead Belghar

ଏହି ଅପରେସନରେ ସାମିଲ ଥିବା ୧୮ ଜଣିଆ ଟିମ୍‌ ମଧ୍ୟରେ ୧୦ ଜଣ ଏସଓଜି ଓ ୮ ଜଣ ଡିଭିଏଫ୍‌ ଯବାନ ରହିଥିଲେ । ସର୍ଚ୍ଚ ଅପରେସନରେ ୭ଟି ମାଓକ୍ୟାମ୍ପ୍‌ ଠାବ ହୋଇଛି । କିନ୍ତୁ ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ମୁରଲୀ ଓ ବାଶଧାର, ଘୁମୁସର, ନାଗାବଳୀ ଏରିଆ କମିଟି ସଦସ୍ୟ ନିଖିଲ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ଏବେ ମଧ୍ୟ ସେହି ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି ।

ଏହି ଘଟଣା ପୂର୍ବରୁ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୨ ମାଓବାଦୀ ନିହତ ହୋଇଥିଲେ । ସେହିପରି ଜୁଲାଇ ୫ ତାରିଖରେ ତୁମୁଡ଼ିବନ୍ଧ ଥାନା ବିର୍ଲା ନିକଟରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ୬ ତାରିଖରେ ପୁଣି ଗୁଳିବିନିମୟରେ ଆଉ ଜଣେ ମାଓବାଦୀ ନିହତ ହୋଇଥିଲେ । ଏପରି ଭାବେ ମାତ୍ର ୨୦ ଦିନ ମଧ୍ୟରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ମାଓ ସଂଗଠନକୁ ଅଣନିଶ୍ୱାସୀ କରି ଦେଇଥିବା ଜଣାପଡ଼ିଛି ।

ଏହାର କିଛିଦିନ ପୂର୍ବରୁ କନ୍ଧମାଳ ପୋଲିସ ଜିଲ୍ଲାର ଫିରିଙ୍ଗିଆ ଥାନାର ସମରବନ୍ଧ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଧ୍ୱଂସ କରିଥିଲା । ସେଠାରୁ ଏସଓଜି ୧୬ କେଜି ବିସ୍ଫୋରକ ସହ ୨୮ଟି ଡିଟୋନେଟର ଓ ଟିଫିନ୍ ବୋମା (ଆଇଡି) ଜବତ କରିଥିଲା । କ୍ୟାମ୍ପରୁ ସୁରକ୍ଷାକର୍ମୀମାନେ ମାଓବାଦୀଙ୍କ ବ୍ୟାଗ, ଜୋତା ଓ ଅନ୍ୟ ସାମଗ୍ରୀ ଜବତ କରିଥିଲେ ।

Leave a Reply