କଙ୍ଗନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଖପ୍ପା ହେଲେ ରାଜ୍ୟପାଳ କୋଶ୍ୟାରୀ, କେନ୍ଦ୍ର ସରକାରଙ୍କୁ ପଠାଇବେ ରିପୋର୍ଟ

ମୁମ୍ବାଇ: ମୁମ୍ବାଇରେ ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପରେ ମାମଲା ଭିନ୍ନ ମୋଡ଼ ନେଲାଣି । ଏହି ମାମଲାରେ ଏବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ବୟାନ ସାମ୍ନାକୁ ଆସିଛି । ସେ ଏହା ବାବଦରେ  ଅଜେୟ ମେହତାଙ୍କ ସହିତ ଆଲୋଚନା କରିଛନ୍ତି । ମୁମ୍ବାଇ ବିଏମସିର ଏଭଳି ପଦକ୍ଷେପରେ ଖପା ହୋଇ ଯାଇଛନ୍ତି ରାଜ୍ୟପାଳ । ସୂଚନା ମୁତାବକ ସେ ଏହାକୁ ନେଇ କେନ୍ଦ୍ରକୁ ଏକ  ରିପୋର୍ଟ  ପଠାଇବେ ।

ସୂଚନାଯୋଗ୍ୟ କଙ୍ଗନା ଏବଂ ଶିବସେନା ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତଙ୍କ ମଧ୍ୟରେ ଗତ କିଛି ଦିନ ହେବ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଛି । ସୋସିଆଲ ମିଡଆରେ ଉଭୟଙ୍କୁ ନେଇ ଖୁବ ଆଲୋଚନା ପର୍ୟ୍ୟାଲୋଚନା ହେଉଛି । କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ ଅଞ୍ଚଳ ପିଓକେ ସହିତ ତୁଳନା କରିବା ପରେ କଙ୍ଗନାଙ୍କ ନାମରେ ଦେଶଦ୍ରୋହୀ ଅଭିଯୋଗ ହୋଇଛି । ଗତକାଲି କୋର୍ଟରେ ପହଞିବା ପାଇଁ କଙ୍ଗନାଙ୍କୁ ନୋଟିସ୍ ଦିଆଗଲା । କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗତକାଲି ସକାଳେ କଙ୍ଗନାଙ୍କ ଅଫିସ ଠାରେ ପହଞ୍ଚିଲା ବିଏମସି । ଏହା ସହିତ ତାଙ୍କ ୪୮ କୋଟି ଟଙ୍କାର  କାର୍ଯ୍ୟାଳୟକୁ ଭାଙ୍ଗିବାକୁ ଲାଗିଲା ବୁଲଡୋଜର । ପରେ କୋର୍ଟର ନିର୍ଦ୍ଦେଶରେ ଉକ୍ତ କାର୍ଯ୍ୟକୁ ସ୍ଥଗିତ ରଖାଗଲା ।

ସୂଚନାଯୋଗ୍ୟ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ କଙ୍ଗନା ବାରମ୍ବାର ନିଜର ବୟାନ୍ ଦେଇଛନ୍ତି । ବଲିଉଡରେ ନେପୋଟିଜିମ ଚାଲିଥିବା ସେ ବୟାନରେ କହିଛନ୍ତି । ଯାହା ପରଠାରୁ ସଞ୍ଜୟ ଏବଂ କଙ୍ଗନାଙ୍କ ମଧ୍ୟରେ ବିବାଦ ନଜର ଆସିଛି

Leave a Reply