ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ: ସଂପୃକ୍ତ ଗଣମାଧ୍ୟମ ସଂସ୍ଥାକୁ ନୋଟିସ୍ କଲା ଶିଶୁ ସୁରକ୍ଷା କମିଶନ…

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ପାଇଁ ଅଡ଼ୁଆ ବଢିଛି । ଘଟଣାକୁ ଚପାଇବା ଓ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ଅଭିଯୋଗରେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ତଥା ପରିଚାଳନା ନିର୍ଦେଶିକାଙ୍କ ବିରୋଧରେ ନୋଟିସ ଜାରି ହୋଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ନୋଟିସ ଜାରି କରିଛନ୍ତି ।

୪୮ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଘଟଣାର ନିରପେକ୍ଷ ଓ ତ୍ୱରିତ ତଦନ୍ତ କରିବାକୁ କମିଶନ ପକ୍ଷରୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପୁଣି ୪୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କମିଶନ ନିର୍ଦ୍ଦେଶ  ଦେଇଛନ୍ତି ।

 

କମିଶନଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାର ଏମ୍‌ଡି, ପୋଲିସ କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନୋଟିସ ଜାରି ହୋଇଛି । ପୀଡ଼ିତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ଓ ନ୍ୟାୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ନାବାଳିକାଙ୍କ ଓକିଲ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ଭେଟିଛନ୍ତି  ।

Leave a Reply