୮୦ ସ୍ୱତନ୍ତ୍ର ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ, ରହିବନି ପାସେଞ୍ଜେର ବଗି

Train

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦ୍ୱାରା ଚାଲିବାକୁ ଥିବା ୮୦ ନୂଆ ପାସେଞ୍ଜର ଟ୍ରେନ୍‌ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଟିକେଟ ବୁକିଂ । ପୂର୍ବ ଘୋଷିତ ୨୩୦ ସ୍ପେସାଲ ଟ୍ରେନଠାରୁ ଏହା ଅଲଗା ବୁକିଂ କରିବାକୁ ପଡିବ ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍‌ଲକ୍‌ ୪ରେ ଟ୍ରେନ୍‌ ଚଳାଚଳ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାରି କରାଯାଇଥିଲା ।

ପରେ ଗୁରୁବାରଠାରୁ ବୁକିଂ ଆରମ୍ଭ ହୋଇଛି । ଏହାଦ୍ୱାରା ଦେଶରେ ଚାଲିବାକୁ ଥିବା ପାସେଞ୍ଜର ଟ୍ରେନ ସଂଖ୍ୟା ୩୩୦କୁ ବୃଦ୍ଧି ପାଇଛି । ୧୨ ସେପ୍ଟେମ୍ବର ଠାରୁ ଦେଶରେ ୮୦ ନୂଆ ସ୍ପେସାଲ ଟ୍ରେନ ଚାଲିବ । ବିନା ଟିକେଟରେ ଯାତ୍ରୀଙ୍କୁ ଷ୍ଟେସନ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ସମସ୍ତ ଟ୍ରେନରୁ ପାସେଞ୍ଜର ବଗି ହଟାଇ ଦିଆଯାଇଛି । କେବେଳ ରିଜର୍ଭେସନ ବଗିରେ ହିଁ ଲୋକେ ଯାତ୍ରା କରିପାରିବେ ।

ଅନ୍ୟପଟେ ରେଳବାଇ ପକ୍ଷରୁ ଆହୁରି ମଧ୍ୟ ଏକ ଭଲ ପଦକ୍ଷେପ ନିଆଯାଇଛି । ଏଣିକି ଓ୍ୱେଟିଂ ତାଲିକାରେ ଅଧିକ ସଂଖ୍ୟାର ଲୋକ ରହିଲେ କ୍ଲୋନ୍‌ ଟ୍ରେନ୍‌ର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କ୍ଲୋନ୍‌ ଟ୍ରେନ୍‌ ହେଉଛି ଏମିତି ଏକ ବ୍ୟବସ୍ଥା ଯାହା ଦ୍ୱାରା ଓ୍ୱେଟିଂ ତାଲିକାରେ ଥିବା ଯାତ୍ରୀଙ୍କ ଟିକେଟ୍‌ କନ୍‌ଫର୍ମ ହେବାର ଅଧିକ ସମ୍ଭାବନା ରହିଛି । ଗୋଟିଏ ରୁଟ୍‌ରେ ଯାଉଥିବା ଟ୍ରେନ୍‌ରେ ଯଦି ଟିକେଟ୍‌ ଶେଷ ହୋଇଯାଏ ଏବଂ ଓ୍ୱେଟିଂ ତାଲିକାରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଯାଏ । ତେବେ ଉକ୍ତ ଯାତ୍ରୀଙ୍କ ସମସ୍ୟା ଦୂର କରିବା ପାଇଁ ଆଉ ଏକ ଟ୍ରେନ୍‌ ସେହି ରୁଟ୍‌ରେ ଗଡ଼ିବ । ମୁଖ୍ୟ ଟ୍ରେନ୍‌ର ଠିକ୍‌ ଏକ ଘଣ୍ଟା ପରେ ଏହି ଟ୍ରେନ୍‌ ଚଳାଚଳ କରାଯିବ । ଯାହାଦ୍ୱାରା ଅନେକ ଯାତ୍ରୀ ଉପକୃତ ହୋଇପାରିବେ ।

Leave a Reply