ସୁଧୁରୁନି ସ୍ଥିତି, ସୀମାନ୍ତରେ ଗର୍ଜନ କଲା ଭାରତୀୟ ବାୟୁସେନା

1 min read
Indian Air Force

ନୂଆଦିଲ୍ଲୀ: ସୀମାରେ ବଢ଼ି ଚାଲିଛି ବିବାଦ । ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ସୀମା ଉତ୍ତେଜନା ଥମିବାର ନାଁ ଧରୁନି । ଚୀନ୍‌ ବାରମ୍ବାର ନିୟମ ଉଲଂଘନ କରୁଛି । ଗୋଟିଏ ପଟେ ସୀମା ବିବାଦ ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ଚୀନ୍‌ ସେନା ସୁଧୁରିବାର ନାଁ ଧରୁନି । ସୀମାରେ ଅଧିକରୁ ଅଧିକ ସେନା ମୁତୟନ କରିବା ସହ ଯୁଦ୍ଧାସ୍ତ୍ର ମଧ୍ୟ ମୁତୟନ କରୁଛି ଚୀନ୍‌ । ଏହାର ପ୍ରତିବାଦରେ ଗୁରୁବାର, ଭାରତୀୟ ସେନା ସୀମାରେ ଶକ୍ତି ପ୍ରଦର୍ଶନ କରିଛି ।

Indian Air Force

ଭାରତୀୟ ବାୟୁସେନା ପକ୍ଷରୁ ସୀମାନ୍ତ ଅଞ୍ଚଳରେ ଏହାର ଯୁଦ୍ଧବିମାନକୁ ଉଡ଼ାଇ ଶକ୍ତି ପ୍ରଦର୍ଶନ କରାଯାଇଛି । ବାୟୁସେନାର ସୁଖୋଇ, ମିଗ୍‌ ଓ ପରିବହନକାରୀ ବିମାନ ବାରମ୍ବାର ସୀମା ନିକଟରେ ଉଡାଣ କରିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ଦୁଇ ଦେଶର ସେନା ପୁନର୍ବାର ସୀମା ନିକଟରେ ମୁହାଁମୁହିଁ ହୋଇଥିବାବେଳେ ଏହାକୁ ଦେଖି ବାୟୁସେନା ଏହାର ଯୁଦ୍ଧ ପ୍ରସ୍ତୁତିକୁ ଜୋରଦାର ପୂର୍ବକ ଏହି ଯୁଦ୍ଧବିମାନ ଉଡାଣ କରିଥିବା ଜଣାପଡ଼ିଛି ।

Indian Air Force

ପ୍ରାୟ ୧୫ ଘଣ୍ଟା ଧରି ବାୟୁସେନାର ଯୁଦ୍ଧବିମାନ ସୀମାରେ ଘୁରି ବୁଲିଥିଲେ । ଏହା ସହିତ ସୀମାରେ ମୁତୟନ ସୈନିକଙ୍କୁ ହାଇଆଲର୍ଟ ଜାରି କରାଯାଇଥିବା ସେନା ଅଧିକାରୀ କହିଛନ୍ତି । ସେପଟେ ଭାରତୀୟ ସେନା ଗୁରୁବାର ଫିଙ୍ଗର ଫୋରରେ ପହଞ୍ଚିଛନ୍ତି । ଏହି ସ୍ଥାନ ଚୀନ ସେନାର ଅତି ନିକଟରେ ଥିବା କୁହାଯାଉଛି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସେନା ପାଙ୍ଗୋଙ୍ଗ-ତସୋ ହ୍ରଦର ଦକ୍ଷିଣରେ ଥିବା ଶିଖର ଗୁରୁଙ୍ଗ୍‌ ହିଲ, ମାଗର ହିଲ, ମୁଖରପାରୀ, ରେଚିନ୍ ଲା’ରେ ନିଜ ଶିବିରରେ ତାର ଲଗାଇଛନ୍ତି ।

Leave a Reply