spot_img
Home Blog Page 6481

ଉପନିର୍ବାଚନ ସମ୍ପର୍କିତ ପୂର୍ଣ୍ଣାଙ୍ଗ ବିବରଣୀ ରଖିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ୨ଟି ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ବୁଧବାର ଉପନିର୍ବାଚନ ସମ୍ପର୍କିତ ପୂର୍ଣ୍ଣାଙ୍ଗ ବିବରଣୀ ରଖିଛନ୍ତି । ୨ଟି ଆସନରେ ଭୋଟଦାନ ପ୍ରକ୍ରିୟା ସରିବା ପରେ ଭୋଟ ପ୍ରତିଶତ ନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି ।
ବାଲେଶ୍ୱର ସଦର ଆସନରେ ୭୦.୬୯ ପ୍ରତିଶତ ମତଦାନ ହୋଇଛି । ସେହିପରି ଏହି ଆସନରେ ୧୬୯୩ ଜଣ ପୋଷ୍ଟାଲ ବାଲଟ୍ ରେ ମତଦାନ ଦେଇଛନ୍ତି । ଅନୁରୂପଭାବେ ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଏହି ଆସନରେ ୧୦୪ ଜଣ କୋଭିଡ ସଂକ୍ରମିତ ମତଦାନ କରିଛନ୍ତି । ସେହିଭଳି ୩୧୯୩ ଜଣ ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେଇଛନ୍ତି ।

କରିଶ୍ମାଙ୍କ ଘରୁ ଡ୍ରଗ୍ସ ମିଳିବା ପରେ ବଢିବାରେ ଲାଗିଛି ଦୀପିକାଙ୍କ ଅଡ଼ୁଆ

ମୁମ୍ବାଇ: ଡ୍ରଗ୍ସ ଜାଲରେ ଫଶୁଛନ୍ତି ବଡ଼ ବଡ଼ ସେଲିବ୍ରିଟି । ଆଉ ବହୁଦିନ ହେବ ଯେଉଁ ନେମ୍ ଆଉ ଫେମ୍ ପାଇଥିଲେ ସେ ସବୁ ହୋଇଯାଇଛି ଧୂଳି ସାଥ୍ । କିଛିଦିନ ହେବ ଏହି ଡ୍ରଗ୍ସ ଜାଲରେ ପଡ଼ିଥିବା ଅଭିନେତ୍ରି ଅଡ଼ୁଆ ତୁଟିବାର ନାଁ ନେଉ ନାହିଁ ।  ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଡୁଆ ବଢିବାରେ ଲାଗିଛି  । ବଲିଉଡରେ ଡ୍ରଗ୍ସ କାରବାର ଅଭିଯୋଗରେ ଆଜି ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପଚରାଉଚରା କରୁଛି ଏନସିବି  ।

ଗତ କିଛି ଦିନ ଧରି କରିସ୍ମା ନିଖୋଜ ଥିବା ଚର୍ଚ୍ଚା ହେଉଥିଲା  । ଶେଷରେ ଏନସିବିର ସମନ ପରେ ସେ ଆଜି ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି  । ଡ୍ରଗ୍ସ କନେକସନ ମାମଲାରେ ସର୍ଚ୍ଚ ଅପରସେନ ବେଳେ କରିଶ୍ମାଙ୍କ ଘରୁ ଡ୍ରଗ୍ସ ମିଳିଥିଲା  । ସେବେଠୁ ଏନସିବି ରାଡାରରେ ଅଛନ୍ତି ଦୀପିକା ପାଦୁକୋନ ଓ ତାଙ୍କ ମ୍ୟାନେଜର  । ପୂର୍ବରୁ ଦୀପିକା ପାଦୁକୋନଙ୍କୁ ପଚରାଉଚରା କରାଯାଇଥିଲା  । କିଛି ଦିନ ବ୍ୟବଧାନ ପରେ ଏନସିବି ପୁଣି ଥରେ ତଦନ୍ତ ଜୋରଦାର କରିଛି  । ପୂର୍ବରୁ ଦୀପିକା ଓ କରିସ୍ମାଙ୍କୁ ଆମ୍ନାସାମ୍ନା କରି ମଧ୍ୟ ପଚରାଉଚରା କରାଯାଇଥିଲା  ।

ନେପାଳ ଗସ୍ତରେ ସେନା ମୁଖ୍ୟ ନରବଣେ, କହିଲେ ଆହୁରି ମଜବୁତ ହେବ ଭାରତ ନେପାଳ ସମ୍ପର୍କ

ନୂଆଦିଲ୍ଲୀ: ନେପାଳ ଗସ୍ତରେ ଜେନେରାଲ ନରବଣେ, ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସମେତ ନେପାଳର ପ୍ରତିପକ୍ଷ ଜେନେରାଲ ପୁରନ ଚାନ୍ଦ ଥାପାଙ୍କୁ ଭେଟିବେ । ସେ ନେପାଳୀ ସେନାର ଆର୍ମି କମାଣ୍ଡ ଏବଂ ଷ୍ଟାଫ୍ କଲେଜରେ ଛାତ୍ର-ଅଧିକାରୀମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ ।

ଦୁଇ ଦିନିଆ ନେପାଳ ଗସ୍ତ ପୂର୍ବରୁ ସେନା ମୁଖ୍ୟ ନରବଣେ ତାଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ତାଙ୍କର ଏହି ଗସ୍ତ ଭାରତ ଏବଂ ନେପାଳ ମଧ୍ୟରେ ବନ୍ଧୁତାକୁ ମଜବୁତ କରିବ ବୋଲି ସେ କହିଛନ୍ତି।

ସେନା ମୁଖ୍ୟ ନରବନେ କହିଛନ୍ତି, ମୁଁ ଖୁସି ଯେ ମୁଁ କାଠମାଣ୍ଡୁ ଯାଇ ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାକୁ ଯାଉଛି। ଏଭଳି ନିମନ୍ତ୍ରଣରେ ନେପାଳ ପରିଦର୍ଶନ କରି ମୋର ପ୍ରତିପକ୍ଷ ଜେନେରାଲ ଥାପାଙ୍କୁ ଭେଟି ମୁଁ ଖୁସି ଅଟେ । ମୁଁ ନିଶ୍ଚିତ ଯେ ଏହି ଗସ୍ତ ଦୁଇ ସୈନ୍ୟବାହିନୀକୁ ମଜବୁତ କରୁଥିବା ବନ୍ଧୁତା ଏବଂ ବନ୍ଧୁତାକୁ ମଜବୁତ କରିବାରେ ଏକ ଲମ୍ବା ରାସ୍ତା ପ୍ରସ୍ତୁତ କରିବ ।

ସାରୁଅ ଜମି କେଳେଙ୍କାରୀ: ମୋଦି-ଶାହଙ୍କୁ ଟ୍ୱିଟ୍‌ କରି ବୈଜୟନ୍ତଙ୍କ ଉପରେ ବର୍ଷିଲେ ସାଂସଦ ସସ୍ମିତ ପାତ୍ର

ଖୋର୍ଦ୍ଧା: ସାରୁଅ ଜମି ଜାଲିଆତି ମାମଲା । ଠିକା କର୍ମଚାରୀଙ୍କୁ ବହିଷ୍କାର ବିରୋଧରେ ଆଜି ୪ର୍ଥ ଦିନରେ ସାରୁଅ ସ୍ଥିତ ଓଟିଭି ୟୁନିଟ ଅଫିସ୍‌ ଗେଟ ଆଗରେ ଧାରଣା ଜାରି ରହିଛି । ସେପଟେ ଏହି ମାମଲାରେ ପ୍ରଧାନମନ୍ତ୍ରୀ ଅଫିସକୁ ଟ୍ୱିଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସ୍ୱାମୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି ସସ୍ମିତ । ସେ କହିଛନ୍ତି, ଓଡ଼ିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁସାରେ ରାଜ୍ୟରେ ଦଳିତଙ୍କ ଜମି କିଣାଯାଇ ପାରିବନାହିଁ । ଦଳିତଙ୍କ ମାଲିକାନାରେ ଥିବା ଜମି କିଣାଯାଇପାରିବ ନାହିଁ । ଆଇନ ଆଖିରେ ଧୂଳିଦେଇ ଜାଲିଆତି କରିଛନ୍ତି ବୈଜୟନ୍ତ ।

ଜମି କିଣିବା ପାଇଁ ଜୟ ତାଙ୍କ ଡ୍ରାଇଭରଙ୍କୁ ବ୍ୟବହାର କରିଛନ୍ତି । ଦଳିତ ଡ୍ରାଇଭରଙ୍କୁ ମୋହରା କରି ବୈଜୟନ୍ତ ଜମି କିଣିଛନ୍ତି । ଜମି କିଣି ଓଡ଼ିଶା ଇନଫ୍ରାଟେକ୍ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି ବୋଲି ସସ୍ମିତ କହିଛନ୍ତି । ବେନାମୀ ଡିଲ୍‌ କରି ପ୍ରତିପତ୍ତିଶାଳୀ ଜୟ ପଣ୍ଡା ଦଳିତଙ୍କ ଜମି ହାତେଇଛନ୍ତି । ଦଳିତଙ୍କ ଉପରେ ଅତ୍ୟାଚାର ଆଇନ ଅନୁଯାୟୀ ଜଘନ୍ୟ ଅପରାଧ ବୋଲି ସେ ପିଏମଓ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଟ୍ୱିଟ୍‌ କରିଛନ୍ତି ସସ୍ମିତ ।

ଅନ୍ୟପଟେ ବୁଧବାର ଠିକା କର୍ମଚାରୀଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଥିଲେ ମଧ୍ୟ କେହି ତାଙ୍କୁ ଆଡ଼ ଆଖିରେ ଚାହୁଁନଥିବା ଅଭିଯୋଗ ହୋଇଛି । ଗତ ଚାରି ଦିନ ଧରି ଖରା ଓ ଶୀତରେ ଫାଟକ ସମ୍ମୁଖରେ ପାଲ ଟାଣି ପଡ଼ି ରହିଛନ୍ତି ପୁରୁଷ ଓ ମହିଳା କର୍ମଚାରୀ । ତେବେ ରାଷ୍ଟ୍ରୀୟ ଦଳିତ ମହାସଭାର ସଭାପତି ଅଶୋକ ମଲ୍ଲିକ ଧାରଣାସ୍ଥଳରେ ପହଞ୍ଚିଛନ୍ତି । ଅଶୋକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ଆନ୍ଦୋଳନକାରୀ ଶ୍ରମିକଙ୍କୁ ଭେଟି ଆଲୋଚନା କରିଛି । ମହାସଭାର ଉପଦେଷ୍ଟା ରବି ସେଠୀ ଓ ଅମୀୟ ସେଠୀ ମଧ୍ୟ ଆଲୋଚନା କରିଛନ୍ତି । ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି ରାଷ୍ଟ୍ରୀୟ ଦଳିତ ମହାସଭା । ଏହାସହ ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଦଳିତ ମହାସଂଘ ସାରୁଅ ଠିକା ଶ୍ରମିକଙ୍କ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି ।

ଏହାସହ ସେ ଜଗି ପଣ୍ଡା ଓ ଓଡ଼ିଶା ଇନଫ୍ରାଟେକର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । ଚଞ୍ଚକତା କରି ଓଡ଼ିଶା ଇନଫ୍ରାଟେକର ଜଗି ପଣ୍ଡା ଜମି ହଡ଼ପ କରିଛନ୍ତି । ରାଜନୀତିରେ ଥିବା ଲୋକଙ୍କ ଏଭଳି କାର୍ଯ୍ୟକଳାପ ନିନ୍ଦନୀୟ । ଦଳିତଙ୍କ ଜମି ହଡ଼ପ କରିଥିବା ଲୋକଙ୍କୁ ଗିରଫ କରାଯାଉ । ଠିକା କର୍ମଚାରୀଙ୍କ ତୁରନ୍ତ ବକେୟା ଟଙ୍କା ପ୍ରଦାନ କରାଯାଉ । ଅନ୍ୟପଟେ ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲା ଯେ, ଏମାନଙ୍କଠୁ ଓଟିଭି କର୍ତ୍ତୃପକ୍ଷ ଶାଗ ମାଛ ଦରରେ ଜମି ହଡ଼ପ କରି ଲୋଭନୀୟ ଅଫର ଦେଇଥିଲେ । କଥା ଦେଇଥିଲେ ଚାକିରି ମିଳିବ । ହେଲେ ୫-୬ ବର୍ଷ ଧରି ଠିକା ଶ୍ରମିକ ଭାବେ କାମ କରାଇବା ପରେ ସେମାନଙ୍କୁ ବାହାର କରିଦେଇଛନ୍ତି ଓଟିଭି ମାଲିକାଣୀ ଜଗିମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇ ।

ନଭେମ୍ବରରେ ଖୋଲିବ ସ୍କୁଲ ! ନଆସିଲେ ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

0

ଭୁବନେଶ୍ୱର: ଚଳିତ ମାସରେ ସ୍କୁଲ ଖୋଲିବା ନେଇ ସରକାର ପ୍ରସ୍ତୁତ ହେଉଛନ୍ତି । ମଙ୍ଗଳବାର ଏନେଇ ବିଭାଗୀୟ ବୈଠକ ବସିଥିଲା । ଏଥିରେ ପାଞ୍ଚ ଅଂଶୀଦାରଙ୍କ ସହ ଆଲୋଚନା ହୋଇଛି । କେବେ ଓ କେମିତି ସ୍କୁଲ ଖୋଲିବ ସେ ନେଇ ଏସଓପି ପ୍ରସ୍ତୁତ ହେଉଛି । ଏହାପରେ କ୍ଷେତ୍ରରେ କାମ କରୁଥିବା ଜିଲ୍ଲାପାଳ ଓ ଡିଇଓଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଅନ୍ୟପଟେ ଏବେ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି । ଆଉ ଅଧିକ ସିଲାବସ ହ୍ରାସ ହେବ ନାହିଁ । ବାକି ୭୦ ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମ୍ପୂର୍ଣ୍ଣ କ୍ଲାସ୍‌ ହେବ । ସ୍କୁଲ ଛାଡ଼ିବା ପାଇଁ ଯଦି ଅଭିଭାବକ ରାଜି ନ ହୁଅନ୍ତି, ସେହି ଛାତ୍ରମାନଙ୍କ ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଭାଗୟୀ ମନ୍ତ୍ରୀ ।

ତେବେ ପୂର୍ବରୁ ନଭେମ୍ବର ୧୫ ପରେ ଅର୍ଥାତ୍‌ ୧୬ରୁ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା । ନଭେମ୍ବର ୩୦ ଯାଏଁ ସ୍କୁଲ ବନ୍ଦ ନିଷ୍ପତ୍ତି ଅପରିବର୍ତ୍ତିତ ରହିଥିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାନି ନିର୍ଦ୍ଦେଶନାମା ମଧ୍ୟ କରାଯାଇଥିଲା ।  ସ୍କୁଲ ଖୋଲିବା ଓ ପରିଚାଳନା ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ।

ବିବାଦ ସମାଧାନ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲେଶ୍ୱର: ବିବାଦ ସମାଧାନ କରିବାକୁ ଯାଇ ହଟହଟା ହେଲା ପୋଲିସ । ପୋଲିସ ଉପସ୍ଥିତିରେ ଯୁବତୀଙ୍କୁ ବାଡେଇଲେ ଅଭିଯୁକ୍ତ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଲେଶ୍ୱର ଔପଦା ଥାନା ପରମାନନ୍ଦପୁରରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଗାଁର ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ପାଇଁ ପହଞ୍ଚିଥିଳା ସ୍ଥାନୀୟ ପୋଲିସ ।

Police

ତେବେ ପୋଲିସ ପହଞ୍ଚୁଥିବା ବେଳେ ଗୋଟିଏ ପରିବାର ପକ୍ଷରୁ ଗାଡ଼ିକୁ ଅଟକାଯାଇଥିଲା । ଏମିତିକି ତଦନ୍ତ ବେଳେ ପୋଲିସ ଆଗରେ ଜଣେ ଯୁବତୀଙ୍କୁ ମାଡ ମରାଯାଇଥିଲା । ତେବେ ପରିସ୍ଥିତିକୁ ସାନ୍ତ କରିବା ଉଦେଶ୍ୟରେ ପୋଲିସ ମଧ୍ୟ ହାତ ଉଠାଇଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏଥିପାଇଁ ପୋଲିସକୁ ହଟହଟା ହେବାକୁ ପଡ଼ିଛି । ଏହି ଘଟଣା ନେଇ ଏସପିଙ୍କ ପାଖରେ ଅଭିଯୋଗ କରିଛନ୍ତି ଉକ୍ତ ମହିଳାଙ୍କ ପରିବାର । ସେପଟେ ଘଟଣା ନେଇ ସ୍ଥାନୀୟ ଔପଦା ଥାନା ଆଇଆଇସିଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନାଯୋଗ୍ୟ, ଔପଦା ଥାନା ଅନ୍ତର୍ଗତ ପରମାନନ୍ଦ ପୁର ଗ୍ରାମର ମୁକୁନ୍ଦ ନାୟକ ଓ ଉପେନ୍ଦ୍ର ନାୟକଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦ ଲାଗିରହିଛି ।

କରୋନା ମୁକାବିଲାରେ ଜିତିଲେ ୯୪ ବର୍ଷୀୟ ବୃଦ୍ଧ

କଟକ: କରୋନା ମୁକାବିଲାରେ ଜିତିଲେ ୯୪ ବର୍ଷୀୟ ବୃଦ୍ଧ । କରୋନା ଭଳି ମହାମାରୀ ସହ ଲଢ଼େଇ କରି ବିଜୟ ହାସଲ କରିଛନ୍ତି ୯୪ ବର୍ଷର ଜଣେ ବୃଦ୍ଧ । ଯେତେବେଳେ ସାରା ବିଶ୍ୱକୁ କରୋନା ଗ୍ରାସ କରି ରଖିଛି । ଏମିତିକି କରୋନା ପାଇଁ ସାରା ବିଶ୍ୱ ଆଜି ଚିନ୍ତାରେ ପଡ଼ିଛି । ଯୁବକ ମାନେ ମଧ୍ୟ କରୋନା ସହ ମୁକାବିଲାରେ ଫେଲ୍‌ ମାରୁଛନ୍ତି । ଅନେକ ଯୁବକ କରୋନା ଆକ୍ରାନ୍ତ ହୋଇ ନିଜ ଜୀବନ ହରାଇଛନ୍ତି । ଠିକ୍‌ ସେତିକିବେଳେ ଏହି ବୃଦ୍ଧ ଜଣକ କରୋନାକୁ ପରାଜିତ କରିଛନ୍ତି ।

କଟକ ମହାନଦୀ ବିହାରର ବ୍ରଜ କିଶୋର ସିଂ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବ୍ରଜଙ୍କୁ ୯୪ ବର୍ଷ ହୋଇଥିବା ବେଳେ ସେ କରୋନା ଆକ୍ରାନ୍ତ ହୋଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । କରୋନାରୁ ସୁସ୍ଥ ହେବା ପରେ ଡାକ୍ତର ତାଙ୍କୁ ଘରକୁ ଯିବାକୁ ପରାମର୍ଶ ଦେଇଛନ୍ତି । ତେବେ ମେଡିକାଲ ଡିସ୍‌ଚାର୍ଜ ସମୟରେ ସେ କର୍ତ୍ତୁପକ୍ଷ ଶୁଭେଚ୍ଛା ଜଣାଇଛନ୍ତି ।

ଗତ ୨୨ ତାରିଖରେ ବ୍ରଜ କିଶୋରଙ୍କ ଦେହ ଖରାପ ହେବାରୁ ତାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜେଟିଭ୍ ଆସିବାରୁ ଏହା ପରଦିନ ତାଙ୍କୁ କଟକ ଜଗତପୁର ସଦଗୁରୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଚିକିତ୍ସା ଓ ନିଜର ଆତ୍ମବିଶ୍ୱାସ ବଳରେ ସେ କରୋନାକୁ ପରାଜିତ କରିଛନ୍ତି । ବ୍ରଜ କିଶୋର ରାଜ୍ୟ ସରକାରଙ୍କ କୋଭିଡ୍‌ ପରିଚାଳନା ନୀତିକୁ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଡେରାସ୍‌ରେ ଖୁବ୍‌ଶୀଘ୍ର ବୋଟିଂ ବ୍ୟବସ୍ଥା, ଜଙ୍ଗଲୀ କଟେଜ୍‌ ସହ ଜଙ୍ଗଲ ସଫାରୀ ସୁବିଧା

ଭୁବନେଶ୍ୱର: ଶୀତ ଆସିଲେ ଲୋକେ ବୁଲିବାକୁ ପସନ୍ଦ କରିଥାନ୍ତି । ବିଭିନ୍ନ ପର୍ଯ୍ୟଟନ ସ୍ଥଳିକୁ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ । ହେଲେ ଏଥର କୋଭିଡ୍‌ କଟକଣା ଯୋଗୁଁ ପର୍ଯ୍ୟଟନସ୍ଥଳି ଗୁଡ଼କ କିଛି ମାତ୍ରାରେ ଫିକା ପଡ଼ିଯାଇଛି । ପର୍ଯ୍ୟଟକଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ରହିଛି । ଦୂରଦୂରାନ୍ତରେ ଥିବା ପର୍ଯ୍ୟଟନସ୍ଥଳିକୁ ନଯାଇ ଆଖପାଖରେ ଥିବା ଅଞ୍ଚଳରେ ବୁଲିବା ପାଇଁ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି ।

ଖାସ୍‌ ଏଥିପାଇଁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଡମପଡ଼ାରେ ଥିବା ଡେରାସ୍‌ ଡ୍ୟାମ୍‌ ପ୍ରତି ପ୍ରଶାସନର ନଜର ପଡ଼ିଛି । ଡେରାସ୍‌ ଡ୍ୟାମ୍‌କୁ ବୁଲିବାକୁ ଭୁବନେଶ୍ୱରବାସୀ ଆଗ୍ରହ ପ୍ରକାଶ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଚେଷ୍ଟା କରାଯାଇଛି ।‌ ଭୁବନେଶ୍ୱରବାସୀଙ୍କ ପାଇଁ ମାତ୍ର ୨୦ କିଲୋମିଟର ଦୂରରେ ଏହି ଡ୍ୟାମ । ତେଣୁ ଆଗକୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶା ରହିଛି । ଆଉ ଏହି ପର୍ଯ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ଏବେ ବୋଟିଂ ବ୍ୟବସ୍ଥା କରାଯାଉଛି । ଆସନ୍ତା ଡିସେମ୍ବରରୁ ଏଠାରେ ଆରମ୍ଭ ବୋଟିଂ ଆରମ୍ଭ ହେବ ।

ଡମପଡା ଅଭୟାରଣ୍ୟ ମଧ୍ୟରେ ରହିଛି ଡେରାସ ଡ୍ୟାମ୍ । ଗଭୀର ଜଳଭଣ୍ଡାର ଚାରିପଟେ ଜଙ୍ଗଲ ଭରା ପାହାଡ ସହ ପ୍ରାକୃତିକ ମନୋରମ ଦୃଶ୍ୟ ।  ଖାଲି ସେତିକି ନୁହେଁ ଚନ୍ଦକା ଜଙ୍ଗଲର ପ୍ରାକୃତିକ ପରିବେଶ ସହ ବାଉଁଶ ଘର, କାଠ ଘର, ଜଙ୍ଗଲୀ କଟେଜ ଓ ଜଙ୍ଗଲ ସଫାରୀ ସହ ରାତ୍ରିଯାପନର ସୁବିଧା ମଧ୍ୟ ରହିଛି । ସେପଟେ ବୋଟିଂ ବ୍ୟବସ୍ଥା ହେଲେ ପର୍ଯ୍ୟଟକମାନେ ବୋଟିଂ କରି ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବାର ସୁଯୋଗ ପାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ୧୦ ସିଟ୍ ବିଶିଷ୍ଟ ବୋଟରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଯୋଜନା ରହିଛି ।

ଦେଶରେ ଲଗାତାର ଭାବେ ୫୦ ହଜାର ତଳେ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ଲଗାତାର ଭାବେ ୫୦ ହଜାର ତଳେ ରହୁଛି ସଂକ୍ରମଣ । ଦେଶରେ ଦିନକରେ ଆଉ ୪୬ ହଜାର ୨୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରେ ଆଉ ୫୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶେରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୩ ହଜାର ୬୧୧ରେ ପହଞ୍ଚିଛି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩ ଲକ୍ଷ ପାର ହୋଇଛି । ଏବେବି ସାରାଦେଶରେ ୫ ଲକ୍ଷ ୩୩ ହଜାର ୭ଶହ ୮୭ ନୂଆ ସକ୍ରିୟ ମାମଲା ଥିବା ବେଳେ, ୭୬ ଲକ୍ଷ ୫୬ ହଜାର ୪୭୮ ଆକ୍ରାନ୍ତ ସୁସ୍ଥ ହେଲେଣି ।

ମହାରାଷ୍ଟ୍ର କରୋନା ସଂକ୍ରମଣ

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପ୍ରତ୍ୟେକ ଦିନ ଶହେ ଉପରେ ରହୁଛି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା କମିବା ସହ ସୁସ୍ଥତା ହାର ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ହୋମ ଆଇସୋଲେସନରେ ରହୁଥିବା ୭.୩୮ ଲୋକ ସଂକ୍ରମଣରୁ ବାହାରି ସାରିଲେଣି ।

ରାଜ୍ୟରେ ମଙ୍ଗଳବାରରେ ୧୨୦ ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି  । ଏବଂ ସୋମବାର ଦିନ ୧୦୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନାରେ ଏପର୍ଯ୍ୟନ୍ତ ୪୪ହଜାର ୨୪୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବୁଧବାର ଦିନ ରାଜ୍ୟରେ ୪,ହଦାର ୯୦୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ଲକ୍ଷ ୯୨ହଜାର ୬୯୩ ରହିଛି । ତେବେ ରାଜ୍ୟରେ ସୁସ୍ଥତା ହାର ୯୦.୩୧ ରହିଛି ।  ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ବିଶ୍ୱରେ ୪.୭୩ କୋଟି ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବଂ ୧ଲକ୍ଷ ୨୧୧ହଜାର ୯୯୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ ବାସଭବନରେ ଆଜି ସକାଳୁ କଟକ ଓ ଅନୁଗୁଳ ଭିଜିଲାନ୍ସ ବିଭାଗ ମିଳିତ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ତେବେ ଏବେ ମଧ୍ୟ ଚଢ଼ାଉ ଜାରି ରହିଥିବା ଯୋଗୁଁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ଭିଜିଲାନ୍ସ ବିଭାଗ । ଚଢ଼ାଉ ବେଳେ ଯନ୍ତ୍ରୀଙ୍କ ଘରୁ ନଗଦ ୮୧ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।

Angul Vigilance Raid

ବସନ୍ତଙ୍କ ଜଗତସିଂହପୁର ସିଠାଳ ଗ୍ରାମରେ ଥିବା ପୈତୃକ ଘର, ଶ୍ୱଶୂର ଘର ଓ ସ୍ତ୍ରୀଙ୍କ ନାଁରେ ଥିବା ୪ ମହଲା ଘର ଏବଂ ବଇଣ୍ଡାର ସରକାରୀ ଘର ଓ ଅଫିସରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ବସନ୍ତଙ୍କ ଠାରୁ ନଗଦ ୮୧ ହଜାର ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି । ଏହାସହ ପ୍ରାୟ ୫୦୦ ଗ୍ରାମ୍‌ର ସୁନା, ରୁପା, ବ୍ୟାଙ୍କ ପାସ୍‌ ବୁକ୍‌, ଫିକ୍ସ ଡିପୋଜିଟ୍‌ ବଣ୍ଡ, ଏଲ୍‌ଆଇସି ବଣ୍ଡ, ଜମିପଟ୍ଟା କରାଯାଇଛି । ଅନ୍ୟପଟେ କଟକ ଓ କେନ୍ଦ୍ରାପଡାରେ ଭିଜିଲାନ୍ସ ଟିମ୍‌ ଚଢାଉ ଜାରିରଖିଛି ।