ବ୍ରିଟେନ ପରେ ଋଷିଆରୁ ଆସିଲା ଖୁସିଖବର‌; ଆସନ୍ତା ସପ୍ତାହରେ ଟିକାକରଣ କରିବାକୁ ପୁଟିନଙ୍କ ନିର୍ଦ୍ଦେଶ

1 min read

ନୂଆଦିଲ୍ଲୀ:  ବ୍ରିଟେନ ପରେ ଋଷିଆରୁ ଆସିଲା ଖୁସିଖବର ।ସାରା ଦେଶରେ ଟିକାକରଣ କରିବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରୁ ଋଷରେ ସାଧାରଣ ଲୋକଙ୍କୁ ଦିଆଯିବ କରୋନା ଟିକା।

ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି।ଦେଶର ବିଭିନ୍ନ ଅଞ୍ଚଳରେ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଦୁଇ ଦୁଇଟି କରୋନା ଟିକା ପରୀକ୍ଷଣ ସଫଳ ସତ୍ବେ ଦେଶରେ ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଯାହାକୁ ନେଇ ଗତ କିଛି ଦିନ ହେଲା ଚିନ୍ତାରେ ଥିଲେ ଋଷ ସରକାର । ଏଥିପାଇଁ ଅନେକ ସ୍ଥାନରେ ଲକଡାଉନ କଟକଣା କରାଯାଇଥିଲା। କରୋନା ଟିକା ଦେବା ପରେ ସଂକ୍ରମିତଙ୍କ ସଂଖ୍ୟା କମିବ ବୋଲି ଆଶା କରାଯାଉଛି।

ଟିକାକରଣ ପାଇଁ ଦେଶରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଶ୍ୱର ପ୍ରଥମ ଦେଶ ଭାବେ କୋଭିଡ୍-୧୯ ଟିକା ବ୍ୟବହାରକୁ ଅନୁମତି ଦେଇଥିଲେ ବ୍ରିଟେନ। ସୂଚନା ଅନୁଯାୟୀ ଫାଇଜର-ବାୟୋଏନଟେକର ଟିକାକୁ ବ୍ରିଟେନ୍ ପକ୍ଷରୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ମେଡିସିନ୍ ଏବଂ ହେଲ୍‌ଥ କେୟାର ଟେଗୁଲୋଟେରି ଏଜେନ୍ସିର ଅନୁମତି ପରେ ବ୍ରିଟେନ୍ ସରକାର ଏହି ଅନୁମତି ପ୍ରଦାନ କରିଛନ୍ତି । ଅପରପକ୍ଷରେ ଡିସେମ୍ବର ୭ରୁ ଏହି କରୋନା ଟିକାର ବ୍ୟବହାର ନେଇ ସମ୍ଭାବନା ଦେଖାଦେଇଛି ।

Leave a Reply