ପାକିସ୍ତାନ ପିଞ୍ଜରାରୁ ମୁକ୍ତ ହୋଇ କାମ୍ବୋଡିଆ ଗଲା କାବନ

ଇସଲମାବାଦ: ବର୍ଷେ ନୁହେଁ କିମ୍ବା ଦୁଇ ବର୍ଷ । ଦୀର୍ଘ ୩୫ ବର୍ଷ ପରେ ପାକିସ୍ତାନର ପିଞ୍ଜରାରୁ ମୁକ୍ତ ହୋଇଛି ଏକ ହାତୀ । କାବନ ନାମକ ଏହି ହାତୀଟି ପୁଣି ଆଜି ଫେରିପାଇଛି ଖୁସି । ପାକିସ୍ତାନର କ୍ରୁରତା କବଳରୁ ଉଦ୍ଧାର ପାଇ କାମ୍ବୋଡିଆ ଗସ୍ତ କରିଛି ଏହି ହାତୀ । ଆମେରିକାର ‘ପାମ୍ପ ଷ୍ଟାର ଚେର’ ନାମକ ଏକ ସଂସ୍ଥା ଆଇନଗତ ମାମଲା ଲଢି ଶେଷରେ କାବନକୁ ମୁକ୍ତ କରିବାରେ ସଫଳ ହୋଇଛି ।

ପାକିସ୍ତାନର ରାଜଧାନୀ ଇସଲମାବାଦରେ ଦାର୍ଘ ୩୫ ବର୍ଷ ଧରି ବନ୍ଦୀ ଜୀବନ ଅତିବାହିତ କରୁଥିଲା ଏହି ହାତୀ । ଯଦି କୁହାଯାଏ ବିଶ୍ୱର କାବନ ଏକମାତ୍ର ହାତୀ, ଯିଏ ଏକାକୀ ୩୫ ବର୍ଷ ଏକୁଟିଆ ରହିଆସିଛି । ହାତୀଟି ଏକ ଛୋଟ ସ୍ଥାନରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଆସୁଥିବା ବେଳେ ସହୃଦୟତାର ସହକାରେ ସାହାଯ୍ୟର ହାତ ବଢାଇଥିଲା ଆମେରିକାର ଏହି ସଂସ୍ଥା ।

କାବନକୁ ପାକିସ୍ତାନର ଏପରି ନିର୍ଯାତନାକୁ ସହ୍ୟ କରିନଥିଲା ‘ପାମ୍ପ ଷ୍ଟାର ଚେର’ । ପରେ ଆଇନଗତ ଲଢେଇରେ ବିଜୟ ହେବା ପରେ ହାତୀକୁ ମୁକ୍ତ କରିଥିଲା । ରଏଟର୍ସର ସୂଚନା ମୁତାବକ, ୨୦୧୨ ମସିହାରେ କାବନର ସାଥି ମୃତ୍ୟୁ ବରଣ କରିଥିଲା । ପରେ କାବନ ଏକାକୀ ଜାବନ ଅତିବାହିତ କରିଆସୁଥିଲା । ସେପଟେ ବର୍ତ୍ତମାନ କାବନ କାମ୍ବୋଡିଆରେ ଅଭିମୁଖେ ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ଜରିଆରେ ଯାତ୍ରା ଜାରି ରଖିଛି । ପାକିସ୍ତାନ ରାଜଧାନୀ ଇସଲମାବାଦରେ ରହୁଥିବା କାବନକୁ କାମ୍ବୋଡିଆର ଏକ ଅଭୟ୍ୟାରଣରେ ଛଡାଯିବ । ସେଠାରେ ହାତୀର ସମସ୍ତ ପ୍ରକାର ସୁବିଧା ସେଠାକର ସରକାର କରିଥିବା ମଧ୍ୟ ଜଣାପଡିଛି ।

କାବନକୁ ବରଦାନ ସଦୃଶ୍ୟ ସାଜିଥିବା ‘ପାମ୍ପ ଷ୍ଟାର ଚେର’ ସଂସ୍ଥାର କହିବା ଅନୁଯାୟୀ, ଆମର ଦୀର୍ଘ ଦିନର ପରିଶ୍ରମ ବାସ୍ତବରେ ସଫଳ ହୋଇଛି । ଆମେ ଅତ୍ୟନ୍ତ ଖୁସି ଅନୁଭବ କରୁଛୁ । କମ୍ବୋଡିଆରେ କାବନକୁ ନୂଆ ଜୀବନ ସାଥି ଯୋଗାଇଦିଆଯିବର ବ୍ୟବସ୍ଥା କରାଯାଉଛି । ସେହିପରି କମ୍ବୋଡିଆ ପର୍ଯ୍ୟାବରଣ ମନ୍ତ୍ରୀ କହିଛନ୍ତି, ଆମେ କାବନକୁ ସ୍ୱାଗତ କରିବାକୁ ଆତୁରତାର ସହ ଅନାଇ ବସିଛୁ । କାବନ ଏଠାରେ ଯେପରି ନିର୍ଭୟରେ ବିଚରଣ କରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା ସରକାର କରିଥିବା ସେ କହିଛନ୍ତି ।

Leave a Reply