ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘର ସମେତ ୩ଟି ସ୍ଥାନରେ ଚଢାଉ

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବନ ବିଭାଗର ରେଞ୍ଜର ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରୁଛନ୍ତି ୪ଜଣିଆ ଭିଜିଲାନ୍ସ ଟିମ୍ । ମୁରିବାହାଲ ରେଞ୍ଜ ଅଫିସ କାର୍ଯ୍ୟାଳୟ , ଟିଟିଲାଗଡ଼ ହାଟପଡା ସ୍ଥିତ ବାସଭବନ ସମେତ ବେଲପଦର ଫାର୍ମ ହାଉସ ଠାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

ମୁରିବାହାଲ ରେଞ୍ଜର ପ୍ରଶାନ୍ତ କୁମାର ନାୟକ ବେଆଇନ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଆଜି ବଲାଙ୍ଗିର, ସମ୍ବଲପୁର ଓ ବରଗଡ ଭିଜିଲାନ୍ସ ଟିମ ମିଳିତ ଭାବେ ଚଢ଼ାଉ କରିଛି । ଟିଟିଲାଗଡ ହାଟପଦାପଡା ଠାରେ ଏକ ଟ୍ରିପଲ୍ ଷ୍ଟେୟାର୍ ବିଲଡିଂ ସହ ଘରୁ ନଗଦ ଟଙ୍କା ଓ ଆପତ୍ତିଜନକ କାଗଜପତ୍ର ଠାବ ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସର ଚଢାଉ ଜାରି ରହିଛି । ମୁରିବାହାଲ ଠାରେ ବରଗଡ ଭିଜିଲାନ୍ସ ଏସପି ପରମେଶ୍ୱର କିଶାନଙ୍କ ନେତ୍ରୁତ୍ୱରେ ଚଢାଉ କରାଯାଇଥିବା ବେଳେ ଟିଟିଲାଗଡ ହାଟପଦାପଡାରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀ ଚଢାଉର ନେତ୍ରୁତ୍ୱ ନେଇଛନ୍ତି ।

ଟିଟିଲାଗଡ଼ ହାଟପଡ଼ା ସ୍ଥିତ ବାସଭବନରୁ ୨ଲକ୍ଷ ୭୦ହଜାର ନଗଦ ଟଙ୍କା ସହ ୧୬୦ଗ୍ରାମ୍ ସୁନା ଜବତ ହୋଇଛି । ଏହାସହ ୧୦ରୁ ଉର୍ଦ୍ଧ ବ୍ୟାଙ୍କ ଆକାଉଣ୍ଟର ପତ୍ତା ପାଇଛି ଭିଜିଲାନ୍ସ । ଏପର୍ଯ୍ୟନ୍ତ ତାଙ୍କ ବେଆଇନ ସମ୍ପତ୍ତିର କରାଯାଇନାହିଁ । ଆୟ ଠାରୁ କୋଟି କୋଟି ଟଙ୍କାର ବେଆଇନ ସମ୍ପତି ଠୁଳ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ଜାଣିବାକୁ ପାଇଛି ।

Leave a Reply