spot_img
Home Blog Page 6466

‘ପଠାନ’ ପାଇଁ ଏତିକି କୋଟି ଟଙ୍କା ଚାର୍ଜ କରୁଛନ୍ତି ଦୀପିକା, ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନୂଆଦିଲ୍ଲୀ: ନିକଟରେ ଖବର ଆସିଥିଲା ଯେ, ସିଦ୍ଧାର୍ଥ ଆନନ୍ଦ ଦ୍ୱାରା ନିର୍ଦ୍ଦେଶିତ ହେବାକୁ ଥିବା ‘ପଠାନ’ ଚଳଚିତ୍ରରେ ଶାହରୁଖ ଖାନଙ୍କ ସହିତ ଜନ ଆବ୍ରାହାମ ଏବଂ ଦୀପିକା ପାଦୁକୋନ ନଜର ଆସିବେ । ଏହା ଏକ ଆକ୍ସନ ଡ୍ରାମା ଫିଲ୍ମ ହେବାକୁ ଯାଉଛି ଯାହାର ଶୁଟିଂ ନଭେମ୍ବର ମାସରୁ ଆରମ୍ଭ ହେବ । ଫିଲ୍ମରେ ଜନ ଆବ୍ରାହାମ ନେଗେଟିଭ ରୋଲରେ ନଜର ଆସିବେ ଏବଂ ଏଥିପାଇଁ ସେ ୨୦ କୋଟି ଟଙ୍କା ଫି ଚାର୍ଜ କରୁଛନ୍ତି । ଏବେ ଏହା ମଧ୍ୟ ଜଣା ପଡ଼ିଛି ଯେ ଫିଲ୍ମ ପାଇଁ ଦୀପିକା ପାଦୁକୋନ ମଧ୍ୟ ଫି ଚାର୍ଜ କରିବେ ।

ବଲିଉଡ ହଙ୍ଗାମା ରିପୋର୍ଟ ମୁତାବକ ଦୀପିକା ଏହି ଫିଲ୍ମ ପାଇଁ ପ୍ରାୟ ୧୫ କୋଟି ଟଙ୍କା ଚାର୍ଜ କରିବେ । ରିପୋର୍ଟ ମୁତାବକ ଦୀପିକା ପାଦୁକୋନ ଏବଂ ଆଲିଆ ଭଟ୍ଟ ବର୍ତ୍ତମାନ ସମୟରେ ସବୁଠୁ ହାଇଏଷ୍ଟ ପେଡ୍ ଆକ୍ଟ୍ରେସ ଅଟନ୍ତି । ଶାହରୁଖ ଏବଂ ୟଶରାଜ ଫିଲ୍ମସ ଦୀପିକାଙ୍କୁ ହିଁ ଏହି ଫିଲ୍ମର ଲିଡ ହିରୋଇନ ଭାବେ ସାଇନ କରିବାକୁ ଚାହୁଛନ୍ତି । ଆସନ୍ତା ବର୍ଷ ଦୀପିକା ଏହି ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି  ।

ସୂଚନା ରହିଛି ଯେ, ଶାହରୁଖ ଖାନଙ୍କ ଫି ଯଦି ହଟାଇ ଦିଆଯାଏ ତେବେ ‘ପଠାନ’ ର ବଜେଟ ପ୍ରାୟ ୨୦୦ କୋଟି ଟଙ୍କାର ଅଟେ । ଆଦିତ୍ୟ ଚୋପ୍ରା ଏହି ଫିଲ୍ମକୁ ଇଣ୍ଟରନ୍ୟାସନାଲ ସ୍ତରର କରିବାକୁ ଚାହୁଛନ୍ତି । କୁହାଯାଉଛି ଯେ, ୨୦୨୧ ମସିହା ଦିପାବଳୀରେ ଏହି ଫିଲ୍ମକୁ ରିଲିଜ କରାଯିବ । ଅବଶ୍ୟ କରୋନା ମହାମାରୀକୁ ଆଖିରେ ରଖିଲେ ଏହା ଉପରେ କୌଣସି ନିଶ୍ଚିତ ସୂଚନା ଦିଆଯାଇପାରୁନାହିଁ ।

ଇତିହାସ ରଚିଲା ଇସ୍ରୋ: ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ନେଇ ମହାକାଶ ଗଲା PSLV-C49

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଲା ଇସ୍ରୋ । ଆଜି ସଫଳତାର ସହ ଅନ୍ତରୀକ୍ଷକୁ ଯାତ୍ରା କରିଛି ପୃଥିବୀ ପର୍ଯ୍ୟବେକ୍ଷଣ ରକେଟ PSLV-C49 । ଏମର୍ଜିଂ ଉପଗ୍ରହ ସେଟେଲାଇଟ୍ ଓ ଅନ୍ୟ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ସଫଳତାର ସହ ଲଞ୍ଚ କରାଯାଇଛି । ଆଜି ଠିକ୍ ୩ଟା ୨ରେ ଏହି ଉପଗ୍ରହ ମାନଙ୍କୁ ସଫଳତାର ସହ ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି । ରାଡାର ଏମର୍ଜିଂ ଉପଗ୍ରହ ସହ ଯାଉଥିବା ୯ ବିଦେଶୀ ଉପଗ୍ରହ ମଧ୍ୟରେ ଅଛି, ଗୋଟିଏ ଉଦ୍ୟୋଗୀକ ଡେମନଷ୍ଟ୍ରେଟର ଲିଥୁଆନିଆ, ୪ଟି ମେଟିଟାଇମ ଆପ୍ଲିକେସନ ସାଟେଲାଇଟ୍ ଲକ୍ସମବର୍ଗ ରହିଛି । ଏହାଦ୍ୱାର ଏଣିକି ରାତିରେ ବି ଦେଖାଯିବ ପୃଥିବୀର ସ୍ପଷ୍ଟ ଚିତ୍ର ।

https://www.youtube.com/watch?v=HM2XR9KrwBA

ମେଘର ଅନ୍ଧକାର ଭିତରେ ବି ପୃଥିବୀର ଫଟୋ ଉତ୍ତୋଳନ କରିବା ହେବ ସମ୍ଭବ । ଏହାଦ୍ୱାରା ଶତ୍ରୁ ଦେଶର ଗତିବିଧି ଉପରେ ରହିବ ତୀକ୍ଷ୍ନ ନଜର । ଇସ୍ରୋର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଉପଗ୍ରର ଲଞ୍ଚ କ୍ଷେତ୍ରରେ ଇସ୍ରୋ ପାଇଁ ଚଳିତ ବର୍ଷର ଏହା ପ୍ରଥମ ଉତକ୍ଷେପଣ । ଭାରତ ପ୍ରଥମଥର ୧୯୯୯ ରେ ବିଦେଶୀ ସାଟେଲାଇଟ୍ ଅନ୍ତରୀକ୍ଷକୁ ପଠାଇଥିଲା । ଏହାରି ଭିତରେ ଇସ୍ରୋ ବର୍ତ୍ତମାନ ସୁଦ୍ଧା ୩୨୮ଟି ଉପଗ୍ରହକୁ ସଫଳତା ପୂର୍ବକ ଲଞ୍ଚ କରି ସାରିଛି ।

PSLV-CA9 ରକେଟ ହେବ ଭାରତର ଏକ ବଡ଼ ଅସ୍ତ୍ର

-ରକେଟର ପ୍ରାଥମିକ ପେଲୋଡ ଭାରତର ରାଡାର ଇମେଜିଙ୍ଗ ଉପଗ୍ରହ EOS-୦୧ ଅଟେ । ଏହା RISAT-2BRT2 ଉପଗ୍ରହ ଅଟେ ଯାହାର ନାମ ବଦଳାଯାଇ EOS 01 ରଖାଯାଇଛି ।

-EOS-01 ଆଡଭାନ୍ସ ଅର୍ଥ ଅବଜରବେସନ ଉପଗ୍ରହ ଅଟେ ଯାହାର ସିନ୍ଥେଟିକ ଆପର୍ଚର ରଡାର ଦିନ ରାତିକୁ ଖାତିର ନକରି ବାଦଲ ଭିତରେ ଥାଇ ମଧ୍ୟ ହାଇ ରେସ୍ୟୁଲେସନର ଫଟୋ ନେବାରେ ସକ୍ଷମ ହେବ ।

-ବୈଜ୍ଞାନିକଙ୍କ ମତରେ ଭାରତର ନୂଆ ଆଖି ଅନ୍ତରୀକ୍ଷରୁ ସେନାର ତଦାରଖ କ୍ଷମତାକୁ ଆହୁରି ସୁଦୃଢ଼ କରିବ । ଏହାର ସହ LAC ଷ୍ଟାଣ୍ଡ ଅଫ ମଧ୍ୟରେ ଚୀନ ଉପରେ ତୀକ୍ଷ୍ନ ନଜର ରଖିବା ପାଇଁ ଏହା ସାହାଯ୍ୟ କରିବ ।

– ଏହି ରକେଟର ବ୍ୟବହାର କୃଷି, ଜରଙ୍ଗ, ମୃତ୍ତିକାର ଆର୍ଦ୍ରତା, ଭୂବିଜ୍ଞାନ, ତଟ୍ଟ ଦେଶରେ ତଦାରଖ ଏବଂ ବନ୍ୟା ପରିସ୍ଥିତି ଉପରେ ମଧ୍ୟ ନଜର ରଖିବ ।

-PSLV C49 ଲଞ୍ଚ ହେବାର ଏହାର ଠିକ ପରେ ISRO PSLV C50ର ମାଧ୍ୟମରେ ନିଜର ବହୁ ପ୍ରତିକ୍ଷିତ GSAT-12R ଉପଗ୍ରହକୁ ଲଞ୍ଚ କରିବ ଏବଂ ଏହାପରେ GISAT-1 ସାଟେଲାଇଟକୁ  GSLV ରକେଟ ଜରିଆରେ ପ୍ରକ୍ଷେପିତ କରାଯିବ ।

୮ ଟ୍ରକ୍ ବାଣ ଜବତ, ୩ ଜଣଙ୍କୁ ଗିରଫ କଲା ପୋଲିସ

ଆସିକା: ମହାମାରୀ ପାଇଁ ଏଥର ଦୀପାବଳିରେ ବାଣ ମନା । ବିକ୍ରି ସହ ବାଣ ଫୁଟାଇବା ଉପରେ କଟକଣା ଲାଗିଛି । ତଥାପି ଲୁଚାଛପାରେ ଚାଲିଛି ବେପାର । ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରୁ ପୋଲିସ ୮ ଟ୍ରକ୍ ବାଣ ଜବତ କରିଛି । ଟ୍ରକ୍ ଟ୍ରକ୍ ବାଣ ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି । କଟକଣା ସତ୍ତ୍ୱେ ଏମାନେ ବାଣ ତିଆରି କରି ବିକ୍ରି କରୁଥିଲେ । ଏନେଇ ସୂଚନା ପାଇବା ପରେ ପୋଲିସ ଚଢ଼ାଉ କରି ୮ ଟ୍ରକ୍ ବାଣ ଜବତ କରିଛି ।

Asika Police Seized 8 Trucks Fire Crackers And Held Three

ବର୍ଷ ତମାମ୍ ଆସିକା ଥାନା ନଳବଣ୍ଟା ଗାଁରେ ବାଣ ତିଆରି ହୋଇଥାଏ । ଆଗକୁ ଦୀପାବଳି ଥିବାରୁ ପ୍ରତିବର୍ଷ ଭଳି ବି ଗାଁରେ ବାଣ ତିଆରି ସହ ବିକ୍ରି ହେଉଥିଲା । ତେବେ, ଦୀପାବଳିରେ ବାଣ ଯୋଗୁଁ ପ୍ରଦୂଷଣ ବଢ଼ିବା ସହ ମହାମାରୀ କରୋନାର ପ୍ରଭାବ ବଢ଼ିବା ଆଶଙ୍କାରେ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

Asika Police Seized 8 Trucks Fire Crackers And Held Three

କଟକଣା ସତ୍ତ୍ୱେ ବାଣ ବିକ୍ରି ବେଳେ ଆସିକା ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିବା ୮ ଟ୍ରକ୍ ବାଣ ଜବତ କରିଛି । ଆସିକା ଥାନା ପକ୍ଷରୁ ପ୍ରାୟ ୨ ପ୍ଲାଟୁନ୍ ଫୋର୍ସ ନଳବଣ୍ଟା ଗାଁରେ ଚଢ଼ାଉ କରିଥିଲା ।  ୭୦ ଲକ୍ଷ ଟଙ୍କାର ୮ ଟ୍ରକ୍ ବାଣ ଜବତ କରାଯାଇଛି । ଏଥିସହ ବାଣ ତିଆରିରେ ବ୍ୟବହୃତ ବାରୁଦ ଓ ଅନ୍ୟ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି ।

US Election 2020: ନିର୍ବାଚନ ଫଳାପଳ ପୂର୍ବରୁ ଭାରତ ବଜାରରେ ଉତ୍ସାହ, ସୁନା ହେଉ ବା ଟଙ୍କା ସବୁଠି ଫୂର୍ତ୍ତି

ନୂଆଦିଲ୍ଲୀ: ବିଜୟର ନିକଟତର ବାଇଡେନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଏବେ ଆଇନର ଲଢ଼େଇ ମଧ୍ୟରେ ଫସିସାରିଛି । ତେବେ ଏଯାବତ ଗଣତିରୁ ସ୍ପଷ୍ଟ ହୋଇସାରିଛି ଯେ, ବାଇଡେନ ଡୋନାଲ୍ଚ ଟ୍ରମ୍ପକୁ ଖୁବ ପଛରେ ପକାଇ ସାରିଛନ୍ତି । ଏସବୁରୁ ଏହା ଜଣାପଡ଼ିଛି ଯେ, ଆମେରିକାକୁ ଖୁବ ଶୀଘ୍ର ନିଜର ନୂତନ ରାଷ୍ଟ୍ରପତି ମିଳିବାକୁ ଯାଉଛି ।

ଭାରତ ଉପରେ ପ୍ରଭାବ: ଆମେରିକାର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିକୁ ନେଇ ଭାରତୀୟ ବଜାର ଖୁବ ଉତ୍ସାହିତ । ଭାରତର ସେୟାର ବଜାରରେ ବର୍ତ୍ତମାନ ଖୁସିର ଲହରୀ ଥିବାବେଳେ ଟଙ୍କା ମଜବୁତ ହୋଇଛି, ଅନ୍ୟପଟେ ସୁନା ରୂପାର ଦାମ ମଧ୍ୟ ବଢ଼ିଛି ।

ସୁନା ରୂପା ବଜାରରେ ଭୂର୍ତ୍ତି: ଦିଲ୍ଲୀ ସରାଫା ବଜାରରେ ସୁନା ଦର ୭୯୧ ଟଙ୍କାରୁ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୧,୭୧୭ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବ ବାଣିଜ୍ୟ ଅଧିବେଶନରେ ୧୦ ଗ୍ରାମ ପିଛା ସୁନା ୫୦,୯୨୬ ଟଙ୍କାରେ ବନ୍ଦ ହୋଇଥିଲା । ସୁନା ଭଳି ରୂପା ଦର ମଧ୍ୟ ୨,୧୪୭ ଟଙ୍କା ବଢ଼ି କିଲୋ ପ୍ରତି ୬୪,୫୭୮ ଟଙ୍କାରେ ପହଞ୍ଚି ଯାଇଛି । ପୂର୍ବ ଅଧିବେଶନରେ ରୂପା ଦାମ କିଲୋ ପ୍ରତି ୬୨,୪୩୧ ଟଙ୍କାରେ ବନ୍ଦ ହୋଇଥିଲା ।

ମଜବୁତ ହେଉଛି ଟଙ୍କା: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶ ହୋଇଥିବା ବୃଦ୍ଧି ହେତୁ ଟଙ୍କା ମଧ୍ୟ ମଜବୁତ ହୋଇଛି । ଶୁକ୍ରବାର ଦିନ ଆମେରିକା ଡଲାର ତୁଳନାରେ ୨୮ ପଇସାର ବୃଦ୍ଧି ସହ ୭୪.୦୮ ସ୍ତରରେ ବନ୍ଦ ହୋଇଛି । ଏହା ପୂର୍ବରୁ ଗୁରୁବାର ଦିନ ଆମେରିକା ଡଲାର ତୁଳନାରେ ଟଙ୍କା ୪୦ ପଇସା ମଜବୁତ ହୋଇ ୭୪.୩୬ ରେ ବନ୍ଦ ହୋଇଛି ।

ଦେଶରେ ଲଗାତାର ପାଞ୍ଚଦିନ ଧରି ସେୟାର ବଜାର ବୃଦ୍ଧି ପାଇପାରେ ଲାଗିଛି ।  ବିଏସଇ ସେନସେକ୍ସ ଶୁକ୍ରବାର ଦିନ ୫୩୩ ଅଙ୍କ ବଢ଼ି ୧୦ ମାସର ସବୁଠୁ ଉଚ୍ଚସ୍ତର ପାଖାପାଖି ବନ୍ଦ ହୋଇଛି । ଏହାପୂର୍ବରୁ ୧୪ ଜାନୁଆରୀରେ ସେନସେକ୍ସ ରେକର୍ଡ ୪୧,୯୫୨.୬୩ ଅଙ୍କରେ ବନ୍ଦ ହୋଇଥିଲା ।

ସପ୍ତାହ ମଧ୍ୟରେ ସେନସେକ୍ସ ୨,୨୭୯ ଅଙ୍କ ମଜବୁତ: ସେହିଭଳି, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟୀ ୧୪୩.୨୫ ଅଙ୍କ ତଥା ୧.୧୮ ପ୍ରତିଶତ ବୃଦ୍ଧି ସହ ୧୨,୨୬୩.୫୫ ଅଙ୍କରେ ବନ୍ଦ ହୋଇଛି । ସପ୍ତାହ ମଧ୍ୟରେ ସେନସେକ୍ସ ୨,୨୭୯ ଅଙ୍କ ତଥା ୫.୭୫ ପ୍ରତିଶତ ମଜବୁତ ହୋଇଛି । ଅନ୍ୟପଟେ ନିଫ୍ଟୀ ୬୨୧.୧୫ ଅଙ୍କ ତଥା ୫.୩୩ ପ୍ରିଶତ ମଜବୁତ ହୋଇଛି ।

ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ପିଏଚଡି ଏଣ୍ଟ୍ରାନ୍ସ, ପ୍ରଥମ ସ୍ଥାନରେ ଓଡ଼ିଆ ଡାକ୍ତର

ଭୁବନେଶ୍ୱର: ଓଡ଼ିଆ ଡାକ୍ତରଙ୍କୁ ଜାତୀୟସ୍ତରରେ ପ୍ରଥମ ସ୍ଥାନ । ଓୟୁଏଟି ସ୍ଥିତ ଭେଟେନାରୀ କଲେଜର ସର୍ଜରୀ ବିଭାଗର ସହକାରୀ ପ୍ରଧ୍ୟାପକ ଡାକ୍ତର ବିଶ୍ଵଦୀପ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚଡି ଏଣ୍ଟ୍ରାନ୍ସ ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Odia Veterinary Surgery Doctor Biswadeep Jena Ranked One In All India Level Ph.D Exam Of ICAR

ସୂଚନା ଅନୁସାରେ ଡାକ୍ତର ଜେନା ବନ୍ୟପ୍ରାଣୀ ସର୍ଜରୀ କରି ସାରା ରାଜ୍ୟ ତଥା ଦେଶରେ ଅନେକ କୀର୍ତ୍ତିମାନ ସ୍ଥାପିତ କରିଛନ୍ତି । ଭାରତର ଯେ କୌଣସି ସରୀସୃପ ପାଇଁ ସିଟିସ୍କାନ କରିବାରେ ଡାକ୍ତର ବିଶ୍ଵଦୀପ ଦେଶରେ ପ୍ରଥମ ବ୍ୟକ୍ତି ହୋଇଥିଲେ । ସେହିପରି ସାପ ମାନଙ୍କ ଚିକିତ୍ସା ପାଇଁ ବନ୍ୟପ୍ରାଣୀ ସର୍ଜରୀରେ ଜାତୀୟ ସମ୍ମିଳନୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ଜବାବ ଦେଉଛି ଭାରତ

ଶ୍ରୀନଗର: ଗୋଟିଏ ପଟେ ଚୀନ ଅନ୍ୟପଟେ ପାକିସ୍ତାନ । ଭାରତର ସୀମାରେ ଦୁଇ ଦେଶର ମନମାନି ଜାରି ରହିଛି । ଆଜି ପୁଣି ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ପୁଞ୍ଚ ଜିଲ୍ଲାର ମନକୋଟ ସେକ୍ଟରରେ ଗତ ରାତିରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ନିୟନ୍ତ୍ରଣ ରେଖା ନିକଟରେ ମୋର୍ଟାର ସହ ଗୁଳି ବର୍ଷଣ କରିଛି ପାକିସ୍ତାନ ସେନା । ଯାହାର ଦୃଢ଼ ଜବାବ ଦେଇଛି ଭାରତୀୟ ସେନା । ଗୁରବାର ଦିନ ମଧ୍ୟ ପାକିସ୍ତାନ ପଟୁ ବିଏସଏଫ କ୍ୟାମ୍ପକୁ ଟାର୍ଗେଟ କରି ଗୁଳିବର୍ଷଣ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଏହାର ଜବାବୀ ହମଲା ପରେ ପ୍ରାୟ ୭ ଘଣ୍ଟା ଧରି ଜାରି ରହିଥିଲା ଗୁଳି ବିନିମୟ । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି ।

ଅଧିକାରୀମାନଙ୍କ କହିବା ଅନୁସାରେ ପୁଞ୍ଚ ଜିଲ୍ଲାର LOCର ମନକୋଟ ସେକ୍ଟରରେ ବିଳମ୍ବିତ ରାତିରେ ପାକିସ୍ତାନ ମୋର୍ଟାର ମାଡ଼ କରିଥିଲା । ଗୁଳି ବିନିମୟରେ ଭାରତର କୌଣସି କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ । ଏନେଇ ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ- ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ମନକୋଟ ସେକ୍ଟରରେ ରାତି ପ୍ରାୟ ୨ଟା୩୦ବେଳେ LoC ଉପରେ ଗୁଳି ଚଳାଇ ମୋର୍ଟାର ମାଡ଼ କରିଥିଲା । ସେନା ମଧ୍ୟ ଉପଯୁକ୍ତ ଜବାବ ଦେଇଥିଲା ।

ସୂଚନାଯୋଗ୍ୟ ଯେ, ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଗୁଳିଗୋଳା ବିନିମୟ ସକାଳ ୫ଟା ୧୦ରେ ବନ୍ଦ ହୋଇଥିଲା । ଗୁରୁବାର ରାତିରେ ମଧ୍ୟ ପାକିସ୍ତାନ ପକ୍ଷରୁ ପ୍ରାୟ ସାତ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀମାନେ ବିଏସଏଫର ପୋଷ୍ଟକୁ ଟାର୍ଗେଟ କରିଥିଲେ । ଯାହାର ଦୃଢ଼ ଜବାବ ବିଏସଏଫ ସୈନିକମାନେ ଦେଇଥିଲେ।

 

କୋଟିଏରୁ ଅଧିକ ମୂଲ୍ୟର ବ୍ରାଉନସୁଗର ଜବତ, ୩ ଗିରଫ

ବାଲେଶ୍ୱର: ବ୍ରାଉନସୁଗର ଜବତ । ବାଲେଶ୍ୱର ସହଦେବଖୁଣ୍ଟା ଥାନା ହୋଟେଲ ଜ୍ୟୋତି ସାଗର ନିକଟରେ ବାଲେଶ୍ୱର କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ପୋଲିସ ମିଳିତ ଚଢ଼ାଉରେ କେଜିଏ ୧୦୫ ଗ୍ରାମ୍ ବ୍ରାଉନସୁଗର ଜବତ କରିଛନ୍ତି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ । ବ୍ରାଉନସୁଗର ସହ ମିଳିତ ଚଢ଼ାଉ ବେଳେ ନଗଦ ୮୫ ହଜାର ୬୮୦ ଟଙ୍କା ଜବତ କରାଯାଇଛି । ବ୍ରାଉନସୁଗର କାରବାରରେ ଲିପ୍ତ ଥିବା ୩ ବେପାରୀ ଗିରଫ ହୋଇଛନ୍ତି ।

Joint Team Of Police And STF Seized 1.105 Kg Brown Sugar From Balasore 
FILE

ଗିରଫ ଅଭିଯୁକ୍ତମାନେ ହେଲେ ଏସକେ ଜମିର ଓରଫ ଛୋଟୁ, ପ୍ରଭାତ ସେଠୀ  ଓ ଯଶୋବନ୍ତ ବାଗ । ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଚଳିତ ବର୍ଷ ଏସଟିଏଫ ବାଲେଶ୍ୱରରୁ ଏଯାବତ୍ ୨୩ କେଜି ୨୭୩ ଗ୍ରାମ୍ ବ୍ରାଉନସୁଗର ଜବତ କରିସାରିଲାଣି । ମୋଟ୍ ୨୫ଟି କେସ୍ ରେଜିଷ୍ଟର ହୋଇଥିବା ବେଳେ ବ୍ରାଉନସୁଗର କାରବାରରେ ସମ୍ପୃକ୍ତ ୪୭ ଜଣଙ୍କୁ ଗିରଫ କରିସାରିଲାଣି ଏସଟିଏଫ୍ ।

ଜର୍ଜିଆରେ ପୁଣି ଗଣତି, ବାଇଡେନ୍‌ କହିଲେ ୩୦୦ ଭୋଟରେ ଜିତିବି ! ଟ୍ରମ୍ପ ଦେଲେ ଜବାବ…

ଓ୍ୱାସିଂଟନ୍‌: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ? ଏହା ଉପରେ ସାରା ବିଶ୍ୱର ଫୋକସ୍‌ । ୩ ତାରିଖରେ ନିର୍ବାଚନ ହୋଇଥିଲେ ମଧ୍ୟ ଏଯାଏଁ ଫଳାଫଳ ଆସିପାରି ନାହିଁ । ତେବେ ଏବେ ସୁଦ୍ଧା ଭୋଟ ଗଣତିରେ ବାଇଡେନ୍‌ ଆଗରେ ରହିଛନ୍ତି । ବାଇଡେନ୍‌ ମ୍ୟାଜିକ୍‌ ନମ୍ବରଠାରୁ ମାତ୍ର ୬ଟି ସଂଖ୍ୟା ପଛରେ ରହିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ୍‌ଙ୍କ ମଧ୍ୟରେ ଆରମ୍ଭରୁ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏବେ ସୁଦ୍ଧା ବାଇଡେନ୍‌ଙ୍କ ଖାତାରେ ୨୬୪ ଇଲେକ୍ଟୋରାଲସ ଭୋଟ ରହିଥିବା ବେଳେ ଟ୍ରମ୍ପଙ୍କ ଖାତାରେ ୨୧୪ ଇଲେକ୍ଟୋରାଲ୍‌ସ ଭୋଟ ରହିଛି ।

Joe Biden

ଗଣତି ସମୟରେ ବାଇଡେନ୍‌ ଆଗରେ ଥିବାରୁ ଟ୍ରମ୍ପ ନିର୍ବାଚନରେ ଅନୀୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସେ କୋର୍ଟଙ୍କ ଦ୍ୱାରସ୍ତ ମଧ୍ୟ ହୋଇଛନ୍ତି । କୋର୍ଟଙ୍କ ଦ୍ୱାରସ୍ତ ହେବା ପରେ ଭୋଟ ଗଣତିରେ ବିଳମ୍ବ ହୋଇଛି । ତେବେ ଟ୍ରମ୍ପ ଅଭିଯୋଗ କରିଥିଲେ ଯେ, ଜର୍ଜିଆ ଓ ପେନସିଲବେନିଆରେ ଭୋଟରେ ଅନୀୟମିତତା ହୋଇଛି ।

joe biden-trump

ସେଠାରେ ଆରମ୍ଭରୁ ଟ୍ରମ୍ପ ଆଗରେ ରହିଥିବା ବେଳେ ପରେ ବାଇଡେନ୍‌ଙ୍କ ଭୋଟ ସଂଖ୍ୟା ପରେ ବଢ଼ିଯାଇଛି । ତେଣୁ ବାଇଡେନଙ୍କ ବିଜୟ ସମ୍ଭାବନା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ, ତାହାର ନିଷ୍ପତ୍ତି ନେବ ୪ଟି ରାଜ୍ୟର ଫଳାଫଳ  । ସେହି ୪ ରାଜ୍ୟ ହେଲା ପେନସିଲବାନିଆ, ଜର୍ଜିଆ, ନେବାଦା ଓ ଏରିଜୋନା । ନର୍ଥ-କେରୋଲିନାରେ ବାଇଡେନଙ୍କଠାରୁ ଆଗରେ ରହିଛନ୍ତି ଟ୍ରମ୍ପ । ଇ-ମେଲ ଭୋଟ ଓ ପୋଷ୍ଟାଲ ଭୋଟ ପାଇଁ ଗଣତି ବିଳମ୍ବ ହେଉଥିବା ଜଣାପଡିଛି । ଜର୍ଜିଆରେ ଉଭୟଙ୍କ ମଧ୍ୟରେ ଭୋଟ ବ୍ୟବଧାନ କମ୍‌ ରହିଥିବାରୁ ସେଠାରୁ ପୁଣି ଭୋଟ ଗଣତି ଆରମ୍ଭ ହୋଇଛି ।

ଜର୍ଜିଆରେ ବାଇଡେନ ଅଳ୍ପ ଭୋଟ ବ୍ୟବଧାନରେ ଟ୍ରମ୍ପଙ୍କ ଠାରୁ ଆଗୁଆ ରହିଛନ୍ତି । ତେଣୁ ନିରପେକ୍ଷ ଭାବେ ପୁଣି ଥର ଭୋଟ ଗଣତି କରାଯିବ ବୋଲି କହିଛନ୍ତି ଜର୍ଜିଆର ସଚିବ ପର୍ଗର । ଜର୍ଜିଆକୁ ରିପବ୍ଲିକାନ ପାର୍ଟିର ଗଡ଼ ବୋଲି କୁହାଯାଉଥିବାରୁ ପୁଣି ଥରେ ଭୋଟ ଗଣତି ହେଲେ ଟ୍ରମ୍ପ ଆଗୁଆ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ । ତେବେ ରିପବ୍ଲିକାନ ପାର୍ଟିର ଗଡ଼ ଜର୍ଜିଆରେ ଡେମୋକ୍ରାଟ ପାର୍ଟିର ପ୍ରାର୍ଥୀ ବାଇଡେନ ଆଗୁଆ ରହିଥିବାରୁ ଆଗାମୀ ରାଷ୍ଟ୍ରପତି ବାଇଡେନ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

ତେବେ ଏହାରି ମଧ୍ୟରେ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ ଏକ ବଡ଼ ଦାବି କରିଛନ୍ତି । ୩୦୦ ଇଲେକ୍ଟୋରାଲ ଭୋଟ୍‌ ପାଇଁ ତାଙ୍କ ଦଳ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବାଇଡେନ୍‌ଙ୍କ ଏଭଳି ଦାବି ପରେ କଡ଼ା ଚେତାବନୀ ଦେଇଛନ୍ତି ରିପବ୍ଲିକାନ୍‌ ପ୍ରାର୍ଥୀ ଡେନାଲ୍ଡ ଟ୍ରମ୍ପ । ଫଳାଫଳ ନଆସୁଣୁ ଜବରଦସ୍ତ ଦାବି କରନ୍ତୁ ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଏହା ସହ ଫଳାଫଳକୁ ଅପେକ୍ଷା କରିବାକୁ ଟ୍ରମ୍ପ କହିଛନ୍ତି। କରଣ ଆଇନଗତ ପ୍ରକ୍ରିୟା ଏବେ ହିଁ ଆରମ୍ଭ ହୋଇଛି ।

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ବଡ଼ ଖବର, ଫର୍ମ ପୂରଣ ପ୍ରକ୍ରିୟା ସ୍ଥଗିତ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛି । ପୂର୍ବରୁ ବିଭାଗ ପକ୍ଷରୁ ୨୦୨୧ ମସିହା ବାର୍ଷିକ ହାଇସ୍କୁଲ ପରୀକ୍ଷାର ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ଏବେ ଏହାକୁ ସ୍ଥଗିତ କରାଯାଇଛି । ପରିଷଦ ପକ୍ଷରୁ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ଯାଏଁ ସ୍ଥଗିତ ରହିବ । ଏନେଇ ପରବର୍ତ୍ତୀ ବିଜ୍ଞପ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରାମର୍ଶକ୍ରମେ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।

BSE Holds Form Fill Up Process For Matric Exam Amid Covid19

ପୂର୍ବରୁ ଚଳିତମାସରେ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଥିଲେ । ତେବେ, ଆନ୍ଧ୍ରରେ ସ୍କୁଲ ଖୋଲିବା ପରେ ସଂକ୍ରମଣ ଏବଂ ରାଜ୍ୟରେ ଡିସେମ୍ବର ଦ୍ୱିତୀୟ ସପ୍ତାହରେ କରୋନାର ଦ୍ୱିତୀୟ ଲହର ଆସିବାର ଆଶଙ୍କା ଥିବାରୁ ସରକାର ନିଷ୍ପତ୍ତି ବଦଳାଇଥିଲେ । ଡିସେମ୍ବର ଶେଷ ଯାଏଁ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

BSE Holds Form Fill Up Process For Matric Exam Amid Covid19

ମାଟ୍ରିକ ପରୀକ୍ଷା ନିମନ୍ତେ ପ୍ରତିବର୍ଷ ନଭେମ୍ବର ମାସରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏହାପରେ ପରୀକ୍ଷାର୍ଥୀଙ୍କ ଅନୁସାରେ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇ ଆଡମିଟ୍ କାର୍ଡ ବଣ୍ଟାଯାଏ । ଏବଂ ମାର୍ଚ୍ଚ ମାସରେ ପ୍ରାୟତଃ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୁଏ । ତେବେ, ଚଳିତବର୍ଷ ମହାମାରୀ କରୋନା ଯୋଗୁଁ ମାର୍ଚ୍ଚରୁ ପାଠପଢ଼ା ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀ ଅନଲାଇନରେ ପଢ଼ୁଛନ୍ତି । ପାଠ୍ୟକ୍ରମ ମଧ୍ୟ କମାଇ ଦିଆଯାଇଛି । ଏଭଳି ସ୍ଥଳେ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା ସ୍ଥଗିତ ହେବା ପରୀକ୍ଷା କେବେ ହେବ ତା’ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

କୋହଲିଙ୍କ ଉପରେ ବର୍ଷିଲେ ଗମ୍ଭୀର, ୮ ବର୍ଷରେ ଗୋଟିଏ ବି ଟ୍ରଫି ନାହିଁ…

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଚଳିତ ଆଇପିଏଲ୍ ରେସରୁ ବିଦା ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ବିରୋଧରେ ଶୁକ୍ରବାର ଏଲିମିନେଟର ମୁକାବିଲା ହାରିବା ସହ କୋହଲିଙ୍କ ଟ୍ରଫି ଜିତିବା ସ୍ୱପ୍ନ ପୁଣି ଥରେ ଭାଙ୍ଗି ଯାଇଛି । ବିରାଟ କୋହଲି ୨୦୧୩ରୁ ସମ୍ପୂର୍ଣ୍ଣ ଭାବେ ଆରସିବିର ଅଧିନାୟକ ଅଛନ୍ତି । ତାଙ୍କ ନେତୃତ୍ୱରେ ଟିମ୍ ସେବେଠାରୁ ମାତ୍ର ଗୋଟିଏ ଥର ୨୦୧୬ରେ ଫାଇନାଲକୁ ଯାଇଥିଲା । ସେଠି ବି ନିରାଶ ହେବାକୁ ପଡ଼ିଥିଲା ।

IPL 2020 Gautam Gambhir Slams Virat Kohli After RCB IPL Exit

ଭାରତୀୟ କ୍ରିକେଟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ଲାଗୁଛି ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁର ଅଧିନାକ ପଦରୁ ହଟିଯିବା ଦରକାର । ଗମ୍ଭୀର କହିଛନ୍ତି- ୮ ବର୍ଷ ବହୁତ ଲମ୍ବା ସମୟ ଅଟେ । ଏବଂ ଟିମ୍ ଏହି ଅବଧିରେ ଗୋଟିଏ ବି ସଫଳତା ହାତେଇବାରେ ବିଫଳ ହେବା ପାଇଁ ଅଧିନାୟକ ଉତ୍ତରଦାୟୀ ହେବା ଆବଶ୍ୟକ ।

କୋଲକାତା ନାଇଟ୍ ରାଇଡର୍ସକୁ ଦୁଇ ଥର ଚାମ୍ପିଅନ୍ କରିଥିବା ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ଏକ ସାକ୍ଷାତକାରରେ କହିଛନ୍ତି- ଏହା ସୁଯୋଗ ଅଟେ, କୋହଲି ଆଗକୁ ଆସନ୍ତୁ ଏବଂ ପରିଣାମ ପାଇଁ ନିଜକୁ ଦାୟୀ କରନ୍ତୁ । ଗମ୍ଭୀର ଉକ୍ତ ଫ୍ରାଞ୍ଚାଇଜର ପ୍ରଭାରୀ ହୋଇଥିଲେ ଅଧିନାୟକଙ୍କୁ ବଦଳାଇ ଦେଇଥାନ୍ତେ କି ପ୍ରଶ୍ନର ଉତ୍ତରରେ କହିଛନ୍ତି- ୧୦୦ ପ୍ରତିଶତ, କାରଣ ସମସ୍ୟା ଉତ୍ତରଦାୟୀତ୍ୱର । ଟୁର୍ଣ୍ଣାମେଣ୍ଟରେ ୮ ବର୍ଷ (ବିନା ଟ୍ରଫିରେ) ବହୁତ ଲମ୍ବା ହୋଇଥାଏ । ମୋତେ କୁହନ୍ତୁ ଏମିତି କେହି କ୍ୟାପଟେନ୍ କି ଖେଳାଳି ଅଛନ୍ତି । ଯାହାର ୮ ବର୍ଷ ସଫଳତା ବିନା ପଳାଇଥିବ ଏବଂ ଏବେବି ଖେଳୁଥିବ । ତେଣୁ ଉତ୍ତରଦାୟୀ ହେବାକୁ ପଡ଼ିବ ।

IPL 2020 Gautam Gambhir Slams Virat Kohli After RCB IPL Exit

ଗମ୍ଭୀର କହିଛନ୍ତି- ଏହା କେବଳ ବର୍ଷକର କଥା ନୁହେଁ… ନା କେବଳ ଏହି ବର୍ଷର । ମୁଁ ବିରାଟ କୋହଲିଙ୍କ ବିରୋଧରେ ନୁହେଁ । ତେବେ, ତାଙ୍କୁ କେଉଁଠି କେଉଁଠି ସ୍ୱୀକାର କରିବା ଦରକାର ଏବଂ ସେ କୁହନ୍ତୁ- ହଁ ମୁଁ ଦାୟୀ । ୮ ବର୍ଷ ଲମ୍ବା ସମୟ ଅଟେ । ଦେଖନ୍ତୁ- ରବିଚନ୍ଦ୍ରନ ଓ ଅଶ୍ୱୀନଙ୍କ ସହିତ କଣ ହେଲା । ୨ ବର୍ଷର ଅଧିନାୟକତ୍ୱ (କିଙ୍ଗ୍ସ ଇଲେଭନ ପଞ୍ଜାବ)ରେ କିଛି ସଫଳତା ଆଣିପାରି ନଥିଲେ, ତାଙ୍କୁ ହଟାଇ ଦିଆଯାଇଥିଲା । ଆମେ ଧୋନିଙ୍କ ବିଷୟରେ, ରୋହିତ ଶର୍ମାଙ୍କ ବିଷୟରେ କଥା ହେଉଛେ । କିନ୍ତୁ ଆମେ ବିରାଟ କୋହଲିଙ୍କ ବିଷୟରେ ଆଲୋଚନା କରୁନାହେଁ । ଧୋନି ଆଇପିଏଲରେ ୩ଥର ଚାମ୍ପିଅନ୍ ହୋଇଛନ୍ତି । ରୋହିତ ଶର୍ମା ୪ଟି ଟ୍ରଫି ଜିତିଛନ୍ତି । ଏଥିପାଇଁ ସେ ଲମ୍ବା ସମୟ ଧରି ଅଧିନାୟକତ୍ୱ କରି ଆସୁଛନ୍ତି । ମୋର ବିଶ୍ୱାସ ଅଛି- ଯଦି ରୋହିତ ୮ ବର୍ଷରେ କିଛି ସଫଳତା ଦେଇନଥାନ୍ତେ ତ ତାଙ୍କୁ ବି ହଟାଇ ଦିଆଯାଇଥାନ୍ତା । ଅଲଗା ଅଲଗା ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ମାପଦଣ୍ଡ ହେବା ଉଚିତ୍ ନୁହେଁ ।