TATAର ସ୍ପଷ୍ଟୋକ୍ତି, ଆକାଶ କେବେ ବି ଟାଟା କମ୍ପାନୀରେ ଚାକିରି କରିନଥିଲେ

1 min read
Tata Has Clarified That Akash Pathak Was Never Their Employee

ଭୁବନେଶ୍ୱର: ଖୋଲିଲା ଠକ ଆକାଶଙ୍କ ପୋଲ୍ । ପୁଣି ଟାଟା କହିଲା ଆକାଶ ନୁହଁନ୍ତି ଆମ କର୍ମଚାରୀ । ଟାଟା ମୋଟର୍ସ ପୁନେ ପାସେଞ୍ଜର ଡିଭିଜନର ଏମଡି ପରିଚୟ ଦେଇ କୋଟି କୋଟି ଟଙ୍କାର ଠକେଇ ଓ ଲୋକଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଅର୍ଥ ହଡ଼ପ କରିଥିବା ଆକାଶଙ୍କ ଲାଗି ବଢ଼ିଲା ଅଡ଼ୁଆ । ଟାଟା କମ୍ପାନୀ ପୁଣିଥରେ ସ୍ପଷ୍ଟ କରିଛି ଆକାଶ କେବେ ବି କମ୍ପାନୀର କର୍ମଚାରୀ ନଥିଲେ । ଏନେଇ ପୂର୍ବରୁ ନନ୍ଦିଘୋଷ ଟିଭିର ଇମେଲର ଉତ୍ତର ଦେଇ ସ୍ପଷ୍ଟ କରିଥିଲା ଟାଟା ।

Tata Has Clarified That Akash Pathak Was Never Their Employee

ଲକଡାଉନ୍ ସମୟରେ ଠକ ଆକାଶ ନିଜକୁ ଟାଟା ମୋଟର୍ସ ପୁନେ ପାସେଞ୍ଜର ଡିଭିଜନର ପରିଚୟ ଦେଇ ସ୍କାଏ କିଙ୍ଗ ଠାରୁ ଚାର୍ଟର ଫ୍ଲାଇଟ ବୁକିଂ କରିଥିଲେ । ଏପରିକି ଫ୍ଲାଇଟ୍ ବୁକିଂ ପରେ GST ବାବଦ ଅର୍ଥ ଟାଟା କମ୍ପାନୀକୁ ଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ଏସବୁକୁ ଖଣ୍ଡନ କରିଛନ୍ତି ଟାଟା କର୍ତ୍ତୃପକ୍ଷ । ଏପରିକି ସ୍କାଏ କିଙ୍ଗ୍ ସଂସ୍ଥା ଟାଟାର ଭେଣ୍ଡର ନୁହେଁ ବୋଲି ରୋକଠୋକ୍ ଜଣାଇଛି କମ୍ପନୀ ।

Tata Has Clarified That Akash Pathak Was Never Their Employee

ଚାକିରି ନାଁରେ ଠକେଇ ମାମଲାରେ ଆକାଶ ପାଠକ ଗିରଫ ହେବା ପରେ ସ୍କାଏ କିଙ୍ଗ୍ କର୍ତ୍ତୃପକ୍ଷ ଭୁବନେଶ୍ୱର ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ । ଆକାଶ କେତେଥର ଫ୍ଲାଇଟ୍ ବୁକ୍ କରିଥିଲେ ଓ କେତେ ଟଙ୍କାର କାରବାର ହୋଇଥିଲା ସେନେଇ ସବୁ ତଥ୍ୟ ପ୍ରଦାନ କରିଥିଲେ । କେବଳ ସେତିକି ନୁହେଁ ଆକାଶ ବିମାନ ଭଡ଼ା ବାବଦକୁ ଆହୁରି ୬୫ଲକ୍ଷ ଟଙ୍କା ବାକି ରଖିଥିବା ଅଭିଯୋଗ କରିଥିଲା ସ୍କାଏ କିଙ୍ଗ୍ ।

Leave a Reply