ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ, ଗେମ୍ ସୋ’ରୁ ଜିତିଲେ ୫୦ ଲକ୍ଷ

ଦେବରାନିଆ: ନିଜ ପାଠପଢା ପାଇଁ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । ଆଉ ଏବେ ଜିତିଲେ ୫୦ଲକ୍ଷ ଟଙ୍କା । ଉତ୍ତରପ୍ରଦେଶର ଦେବରାନିଆ ଅଞ୍ଚଳରେ ରହୁଥିବା ୨୦ ବର୍ଷୀୟ ତେଜ ବାହାଦୂର ସିଂ ଏକ ଲୋକପ୍ରିୟ ଖେଳରେ ୫୦ ଲକ୍ଷ ଟଙ୍କା ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଘରୋଇ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ପୁଅ ହେଉଛନ୍ତି ତେଜ ବାହାଦୂର । ତାଙ୍କ ଘର ଏମିତି ସ୍ଥାନରେ ରହିଛି ଯେ, ସେଠାରେ ପର୍ଯ୍ୟାପ୍ତ ବିଦ୍ୟୁତ ସେବା ମଧ୍ୟ ନାହିଁ । ତଥାପି ସ୍ୱପ୍ନ ଦେଖିବାକୁ ଭୁଲି ନଥିଲେ ସେ । ଛୋଟ ବେଳୁ ତାଙ୍କର ଗୋଟିଏ ସ୍ୱପ୍ନ ଥିଲା ଆଇଏଏସ୍ ହେବା । ଏବଂ ନିଜ ପାଠପଢାର ଖର୍ଚ୍ଚ ଉଠାଇବାକୁ ତେଜ ବାହାଦୂର ବରେଲି ଜିଲ୍ଲାର ଦିନ ମଜୁରୀଆ ଭାବରେ କାର୍ଯ୍ୟ ମଧ୍ୟ କରନ୍ତି । କେବଳ ସେତିକି ନୁହେଁ ଲକଡାଉନ୍ ସମୟରେ ସେ ତାଙ୍କ ପାଠ ପଢାକୁ ଆଗକୁ ନେବାକୁ ପିଲାଙ୍କୁ ଟ୍ୟୁସନ ମଧ୍ୟ ଦେବା ଆରମ୍ଭ କରିଥିଲେ ।

ତେଜର ମା ପୁଅକୁ ଡିପ୍ଲୋମାର ଶିକ୍ଷା ଦେବାକୁ ନିଜ ଗହଣାକୁ ବନ୍ଧକ ରଖିଥିଲେ । ତେଜ କହିଛନ୍ତି ଯେ, ତାଙ୍କ ମା ପ୍ରକୃତରେ ପ୍ରେରଣାର ଉତ୍ସ । ତେଣୁ ଏହି ଟଙ୍କା ସାହାଯ୍ୟରେ ସେ ପ୍ରଥମେ ତାଙ୍କ ମା’ଙ୍କ ବନ୍ଧକ ଥିବା ଅଳଙ୍କାର ଆଣିବେ । ଏବଂ ସାନଭାଇର ପାଠପଢା ଶେଷ କରିବାକୁ ଚେଷ୍ଟା କରିବେ । ସେ ନିଜ ପାଇଁ ଏକ ଘର ଏବଂ ପଡ଼ୋଶୀ ପିଲାମାନଙ୍କ ପାଇଁ ଏକ ଛୋଟ ବିଦ୍ୟାଳୟ ମଧ୍ୟ ନିର୍ମାଣ କରିବାକୁ ଚାହୁଁଥିବା କହିଛନ୍ତି ।

ତେଜ ପ୍ରତାପ ବର୍ତ୍ତମାନ ଏକ ପଲିଟେକ୍ନିକ୍ କଲେଜରୁ ସିଭିଲ୍ ଇଞ୍ଜିନିୟରିଂ କରୁଛନ୍ତି । ସେ ଗଣମାଧ୍ୟମ ସହ କଥାହେବା ସମୟରେ କହିଥିଲେ ଯେ, ଲକଡାଉନ ହେବା ସମୟରେ ତାଙ୍କ ବାପା ଚାକିରି ହରାଇଥିଲେ । ଏହା ପରେ ପୂରା ପରିବାରର ଦାୟିତ୍ୱ ତେଙ୍କୁ ନେବାକୁ ପଡ଼ିଥିଲା । ଏହା ପରେ ତେଜଙ୍କୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରିବାକୁ ପଡ଼ିଥିଲା ।

ତେଜ ନିଜ ପାଠପଢା ପାଇଁ ସହରକୁ ଯିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ବାପା ହରଚରନ୍ ସିଂଙ୍କ ମାସିକ ପାରିଶ୍ରମିକ ୫ହଜାର ୫ଶହ ଟଙ୍କା ଥିଲା । ଏମଧ୍ୟରେ ଉଭୟ ପିଲାଙ୍କ ପାଠପଢା ସହ ଘର ଚଳାଇବା ଦାୟିତ୍ୱ ମଧ୍ୟ ଥିଲା। ତେଣୁ ପୁଅକୁ ବାହାରକୁ ପଠାଇବାକୁ ତାଙ୍କ ପାଖରେ ସାମର୍ଥ୍ୟ ନଥିଲା । ହରଚରନ୍ କହିଛନ୍ତି ଯେ, ‘କରୋନା ସମୟରେ ମୋ ସ୍ତ୍ରୀଙ୍କୁ ତାଙ୍କ ଅଳଙ୍କାର ବନ୍ଧକ ରଖିବାକୁ ପଡିଥିଲା ଆଉ ଏହି ସଫଳତାର ଶ୍ରେୟ ମଧ୍ୟ ତାଙ୍କର ।

Leave a Reply