ଭାରତରେ ଖୁବ୍‌ଶୀଘ୍ର ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ମିଳିବ ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀରେ ସାରା ବିଶ୍ୱ ଯୁଦ୍ଧ ଜାରି ରଖିଥିବା ବେଳେ ଏବେ ଅପେକ୍ଷା, କେବେ ଆସିବ ଟିକା ? କରୋନା ଭାକ୍‌ସିନର ଜରୁରୀକାଳିନ ବ୍ୟବହାର ପାଇଁ ବ୍ରିଟେନ ଓ ରୁଷ ଅନୁମତି ଦେଇସାରିଛନ୍ତି । ଅନେକ କୋଭିଡ୍‌ ଭାକ୍ସିନ ପ୍ରସ୍ତୁତି ଏବେ ଅନ୍ତିମ ଚରଣରେ ପହଞ୍ଚିଛି ।

ଭାରତରେ ମଧ୍ୟ କିଛି ସପ୍ତାହ ମଧ୍ୟରେ କୋଭିଡ ୧୯ ଟିକା ମିଳିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାର ଜରୁରୀ ବ୍ୟବହାର ପାଇଁ ଖୁବଶୀଘ୍ର ଘୋଷଣା ହୋଇପାରେ । ତେବେ ଏଠି ପ୍ରଶ୍ନ ଉଠୁଛି, କରୋନା ଟିକା ଆସିବା ପରେ କଣ ମହାମାରୀର ବିପଦ ସବୁଦିନ ପାଇଁ ଟଳିଯିବ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ ସତର୍କତା ଜାରି କରିଛି । ଡବ୍ଲୁଏଚ୍‌ଓ କହିଛି, କରୋନା ଭାକ୍ସିନ ଉପଯୋଗ ପରେ ମଧ୍ୟ ଲୋକଙ୍କୁ ଶାଳୀନତା ରକ୍ଷା କରିବା ଆବଶ୍ୟକ ।

Has Coronavirus Killed Flu Influenza Cases Nosedive By 98 Percent

କୋଭିଡ୍ ୧୯ ଭାକ୍ସିନ ଆସିବା ପରେ ମଧ୍ୟ ଏହି ଭୟଙ୍କର ଭାଇରସ ସହଜରେ ମରିବ ନାହିଁ । ସେଥିପାଇଁ ଲୋକେ ନିଜର ସୁରକ୍ଷା ପାଇଁ ପୂର୍ବବତ୍ ସୁରକ୍ଷା ପ୍ରଣାଳିକୁ ଉପଯୋଗ କରିବା ଆବଶ୍ୟକ । ଡବ୍ଲୁଏଚଓର ନିର୍ଦ୍ଦେଶକ ମିଶେଲ ରେୟାନ କହିଛନ୍ତି, ଟିକା ନେବା ପରେ ମଧ୍ୟ ଲୋକେ ସତର୍କ ରହିବା ଉଚିତ୍ ।

ଏପଟେ ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଳେ ଡୋଜ ନେଇଥିଲେ ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍‌ । ତେବେ ଟିକା ନେବାର ମାତ୍ର ୧୫ ମଧ୍ୟରେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି ।

ତେବେ ମନ୍ତ୍ରୀ କରୋନା ଆକ୍ରାନ୍ତ ହେବା ପରେ ଟିକାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଛି । ତିନୋଟି ପର୍ଯ୍ୟାୟରେ କୋଭାକ୍ସିନ୍‌ର ପରୀକ୍ଷା ସଫଳ ହୋଇଛି ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ପ୍ରଶ୍ନ ଉଠୁଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଶୀଘ୍ର କରୋନା ଟିକା ଆସିବା ନେଇ ପ୍ରତିଶ୍ରୁତି ଦେଉଥିବା ବେଳେ ଏପଟେ ଟିକାର ଫରୀକ୍ଷା ଏଭଳି ବିଫଳ ଖବର ସମସ୍ତଙ୍କୁ ଚକିତ କରିଛି ।

Leave a Reply