’ଆଦିପୁରୁଷ’ରେ ଲଙ୍କେଶ ବନିବେ ସୈଫ୍

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’କୁ ବଲିଉଡର ସବୁଠୁ ବଡ ଫିଲ୍ମ କୁହାଯାଉଛି । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି ।

ଫିଲ୍ମରେ ସୈଫ ଅଲି ଖାନ୍ ’ଲଙ୍କେଶ’ ଭୂମିକାରେ ନଜର ଆସିବେ। ‘ତାନାଜି’ ଫିଲ୍ମରେ ନେଗେଟିଭ ରୋଲ୍ ପ୍ଲେ କରି ସୈଫ୍ ନିଜ  ଦକ୍ଷତା ଦେଖାଇସାରିଥିବା ବେଳେ ‘ଆଦିପୁରୁଷ’ରେ ତାଙ୍କ ଅଭିନୟ ଅଧିକ ଦମଦାର ହେବ ବୋଲି ଚର୍ଚ୍ଚା ହେଉଛି ।

ସୈଫ୍ ନିଜେ ମଧ୍ୟ ଲଙ୍କେଶର ରୋଲକୁ ନେଇକି ଉତ୍ସାହିତ ରହିଛନ୍ତି । ଆଉ ଏହି ଚରିତ୍ରକୁ ଅଭିନୟ ମାଧ୍ୟମରେ ଜୀବନ୍ତ କରିବା ଲାଗି ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଲଙ୍କେଶ ରୋଲ୍ ପ୍ଲେ କରିବାରେ ମଜା ଆସିବ ।

ସେ ଏହି ଚରିତ୍ରକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ହେଲେ ତା’ରଲୁକ୍ କିମ୍ବା କୌଣସି ପୋଷ୍ଟର ରିଲିଜ କରାଯାଇନାହିଁ ।

ଏହି ମେଗା ବଜେଟ୍ ଫିଲ୍ମରେ ପ୍ରଭାସ ‘ରାମ’ ଭୂମିକାରେ ଅଭିନୟ କରୁଥିବା ବେଳେ ସୀତା ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ କୃତି ସେନନ ।

Leave a Reply