Flipkartର ୧୨ହଜାର କର୍ମଚାରୀଙ୍କ ପାଇଁ ଖୁସି ଖବର, ମେ ୩୧ ଯାଏଁ ଘରେ ରହି କରିବେ କାମ

1 min read

ନୂଆଦିଲ୍ଲୀ: ରାଜ୍ୟରେ ତାର କାୟ ବିସ୍ତାର କରିଚାଲିଛି କରୋନା ଭାଇରସ । ଆଉ ଏହି ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ଟିକା ବ୍ୟତୀତ କିଛି ବାଟ ନାହିଁ । ଏହି ସମୟରେ, ବର୍ତ୍ତମାନ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ତାହାର ୧୨ହଜାର କର୍ମଚାରୀଙ୍କ ଘରେ ରହି କାମ କରିବାର ଅବଧିକୁ ବଢାଇ ଦେଇଛି । ବର୍ତ୍ତମାନ ଏହି କର୍ମଚାରୀମାନେ ୩୧ ମେ ୨୦୨୧ ପର୍ଯ୍ୟନ୍ତ ଘରେ ରହି କାର୍ଯ୍ୟ କରିପାରିବେ । ତେବେ ଫ୍ଲିପକାର୍ଟ ତାର ‘ବ୍ୟାକ ଟୁ ଅଫିସ୍ ପ୍ଲାନ’ର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ବର୍ଷ ମେ ପର୍ଯ୍ୟନ୍ତ ବନ୍ଦ କରି ଦେଇଛି । କିଛି ଦିନ ପୂର୍ବେ ଆମାଜନ ମଧ୍ୟ ତାହାର କର୍ମଚାରୀଙ୍କ ପାଇଁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ସମୟ ବଢାଇଛି ।

ଫ୍ଲିପକାର୍ଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ, ମହାମାରୀର ମୁକାବିଲା କରିବାରେ ଆମେ ସମ୍ପୂର୍ଣ୍ଣ ସହଯୋଗ କରିଛୁ । କର୍ମଚାରୀମାନେ ମଧ୍ୟ ଆମକୁ ସାହାଯ୍ୟ କରିଛନ୍ତି । ତେଣୁ କମ୍ପାନୀ ତା କର୍ମଚାରୀଙ୍କ ପାଇଁ ଖୁବ ଖୁସି ଅଛି ।

କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀମାନଙ୍କୁ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡ଼ୁଛି 

ବିଜନେସ୍ ଷ୍ଟାଣ୍ଡାର୍ଡ ତାହାର ଏକ ରିପୋର୍ଟ ମାଧ୍ୟମରେ ଏହାର ସୂଚନା ଦେଇଛି । ଫ୍ଲିପକାର୍ଟ କମ୍ପାନୀ ତାର ସେହି କର୍ମଚାରୀମାନଙ୍କୁ ଅଫିସ୍ ଡାକିଛି ଯେଉଁମାନେ କରୋନା ମହାମାରୀ ସମୟରେ ରୋଷ୍ଟୋର ଡ୍ୟୁଟିରେ ଥିଲେ । ଏବଂ ଅନ୍ୟ ସମସ୍ତ କର୍ମଚାରୀ ଘରେ ରହି କାମ କରିପାରିବେ । କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲ୍ ଅନୁସରଣ କରିବାକୁ ପଡିବ ।

ଫ୍ଲିପକାର୍ଟ ମୁଖ୍ୟ ଅଧିକାରୀ କୃଷ୍ଣ ରାଘବନ କର୍ମଚାରୀମାନଙ୍କୁ ପଠାଯାଇଥିବା ଏକ ଇମେଲରେ କହିଛନ୍ତି ଯେ, ଆମେ ଯଥାଶୀଘ୍ର ପରସ୍ପରକୁ ଭେଟିବାକୁ ଚାହୁଁଛୁ । କିନ୍ତୁ, ପରିସ୍ଥିତିକୁ ଦେଖିଲେ ନିକଟ ଭବିଷ୍ୟତରେ ଭେଟିବା କୌଣସି ସମ୍ଭାବନା ନଥିବା ଜଣାପଡ଼ୁଛି । ନିଜକୁ ଏବଂ ଆମ ପରିବାରକୁ ସୁରକ୍ଷା ଦେବା ପାଇଁ ଏହା ସବୁଠାରୁ ଉପଯୁକ୍ତ ହେବ ଯେ, ଆମେ ସାମାଜିକ ଦୂରତା ସହିତ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବା ।

କୋଭିଡ୍ ଲିଭ୍/ଛୁଟି ପଲିସି

ଘରୁ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ବ୍ୟତୀତ ଫ୍ଲିପକାର୍ଟ ‘Covid Care Leaves’  ମଧ୍ୟ ଉପସ୍ଥାପନ କରିଛି । ଯଦି କୌଣସି କର୍ମଚାରୀ କୋଭିଡ -19 ପଜିଟିଭ୍ ବୋଲି ଜଣାପଡନ୍ତି, ତେବେ ସେମାନେ ୨୮ ଦିନ ଛୁଟି ନେଇପାରିବେ । ତେବେ ଏହି ଛୁଟିରେ କୌଣସି ଟଙ୍କା କଟିବ ନାହିଁ ବରଂ ପାରିଶ୍ରମିକ ମିଳିବ ।

Leave a Reply