spot_img
Home Blog Page 6465

Exit Poll: ନୀତିଶଙ୍କ ଉପରେ ଭାରିପଡ଼ିବ ମହାମେଣ୍ଟ !

ପାଟଣା: ବିହାରରେ ବଦଳିପାରେ ସରକାର । ନୀତିଶଙ୍କୁ କ୍ଷମତାଚ୍ୟୁତ୍ କରି ଶାସନକୁ ଆସିପାରନ୍ତି ତେଜସ୍ୱୀ । ମତଦାନ ସରିବା ପରେ ଫଳାଫଳକୁ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ଆଜି ପ୍ରାୟ ଏକଜିଟ୍ ପୋଲ୍ ଆକଳନ ଆସିଛି । ଯେଉଁଥିରେ ବିହାରବାସୀ ପରିବର୍ତ୍ତନ ଆଡ଼କୁ ମନ ବଳାଇଥିବା ଆଭାସ ମିଳୁଛି । ତେବେ ୧୦ ତାରିଖରେ ହିଁ ଇଭିଏମ୍ ଖୋଲିବା ପରେ ଜଣାପଡ଼ିବ କାହାକୁ ବିଶ୍ୱାସକୁ ନେଇଛନ୍ତି ବିହାରବାସୀ ।

Poll Of Polls Nitish Kumar Is Going To Phase Trouble Tejashwi Is Getting More Votes

Republic- ଜନ୍ କି ବାତ୍

ରପବ୍ଲିକ୍- ଜନ୍ କି ବାତ୍ ଏକଜିଟ୍ ପୋଲ୍ ଆକଳନ ଅନୁସାରେ- ବିପକ୍ଷ ମହାମେଣ୍ଟକୁ ୧୧୮ରୁ ୧୩୮ ସିଟ୍ ମିଳିବ । ଶାସକ ଏନଡିଏକୁ ୯୧ରୁ ୧୧୭ ଆସନ୍ ମିଳିବା ନେଇ ଆକଳନ କରାଯାଇଛି ।

Times Now- CVoter

ଟାଇମ୍ସ ନାଓ- ସି ଭୋଟର ସର୍ଭେ ମୁତାବକ ମହାମେଣ୍ଟ ଆଗକୁ ବଢ଼ି ୧୨୦ ସିଟ୍ ପାଇବ । ଏହା ବାଦ୍ ଶାସକ ଏନଡିଏକୁ ୧୧୬ ସିଟ୍ ମିଳିପାରେ । ଏଲଜେପିକୁ ଗୋଟିଏ ସିଟ୍ ଓ ଅନ୍ୟଙ୍କୁ ୬ ସିଟ୍ ମିଳିବା ନେଇ ଆକଳନ କରାଯାଇଛି ।

ABP- CVoter

ଏବିପି ସିଭୋଟର ଏକଜିଟ୍ ପୋଲ୍ ଆକଳନ ଅନୁସାରେ ନୀତିଶ ମେଣ୍ଟ (NDA)କୁ ୧୦୪ରୁ ୧୨୮ ସିଟ୍, ଲାଲୁ ମେଣ୍ଟ (MGB)କୁ ୧୦୮ରୁ ୧୩୧ ଆସନ, ଚିରାଗ ପାଶୱାନଙ୍କୁ ଗୋଟିଏରୁ ୩ଟି ସିଟ୍ ଏବଂ ଅନ୍ୟ ଦଳକୁ ୪ରୁ ୮ଟି ସିଟ୍ ମିଳିପାରେ ।

ସ୍ୱର୍ଗଦ୍ୱାର ସୁପରିଚାଳନା ଦାୟିତ୍ୱ ‘ସ୍ୱର୍ଗଦ୍ୱାର ସେବା ସମିତି’କୁ ହସ୍ତାନ୍ତର ପାଇଁ ସରକାରଙ୍କ ଅନୁମତି

ପୁରୀ: ‘ସ୍ୱର୍ଗଦ୍ୱାର ସେବା ସମିତି’ ସ୍ୱର୍ଗଦ୍ୱାରର ପରିଚାଳନା କରିବ । ପରିଚାଳନା ଦାୟିତ୍ୱ ‘ସ୍ୱର୍ଗଦ୍ୱାର ସେବା ସମିତି’କୁ ହସ୍ତାନ୍ତ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛି । ସମିତିରେ ସର୍ବମୋଟ ୯ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଥିବା ବେଳେ ଅଧ୍ୟକ୍ଷ ଭାବରେ ପୁରୀ ଜିଲ୍ଲାପାଳ ରହିବେ ।

Swargadwar Management To Be Handover To Swargadwar Seba Samiti

ସ୍ୱର୍ଗଦ୍ୱାର ବିକାଶ ପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସ୍ୱର୍ଗଦ୍ୱାର ସେବା ସମିତିକୁ ସ୍ୱର୍ଗଦ୍ୱାର ସୁପରିଚାଳନା କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବାରୁ ଖୁବଶୀଘ୍ର ପୁରୀ ପୌରପାଳିକା ଠାରୁ କାର୍ଯ୍ୟ ଭାର ଗ୍ରହଣ ପାଇଁ ପଦକ୍ଷପ ନିଆଯିବ । ଏନେଇ ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବା ସମିତିର ଆବାହକ ସମ୍ପାଦକ ଭଵତାରଣ ସାହୁ ଜଣାଇଛନ୍ତି ।

ଧନତେରାସରେ ଶସ୍ତାରେ ସୁନା କିଣିବାର ମଉକା, ନଭେମ୍ବର ୯ରୁ ସରକାର ଆରମ୍ଭ କରୁଛନ୍ତି ସ୍କିମ

ଶସ୍ତା ସୁନା କିଣିବାର ମଉକା: ଆଉ କିଛି ଦିନ ପରେ ଧନତେରାସ । ଏହି ଅବସରରେ ସୁନା କିଣିବାକୁ ଶୁଭ ବୋଲି ମନେ କରାଯାଏ । ଏହି କାରଣରୁ ଧନତେରାସରେ ସୁନା କିଣିବାକୁ ଲୋକମାନେ ଅପେକ୍ଷା କରିବସିଥାନ୍ତି । ତେବେ ଚଳିତ ବର୍ଷ ଧନତେରାସରେ ସରକାର ଶସ୍ତାରେ ସୁନା କିଣିବାର ମଉକା ପ୍ରଦାନ କରୁଛନ୍ତି । ନିମ୍ନରେ ଏ ବିଷୟରେ ସଂପୂର୍ଣ୍ଣ ବିବରଣୀ ଦିଆଯାଇଛି ।

ସଭରେନ ଗୋଲ୍ଡ ବଣ୍ଡ ସ୍କିମ: ନଭେମ୍ବର ୯ରୁ ପୁଣି ଆରମ୍ଭ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ ସଭରେନ ଗୋଲ୍ଡ ବଣ୍ଡ ସ୍କିମ । ଏହି ସ୍କିମରେ ଆପଣ ନିଜେ ସୁନା କିଣିପାରିବେ ନାହିଁ କିନ୍ତୁ ନିବେଶ ପାଇଁ ଏହି ସ୍କିମ ଉକ୍ତୃଷ୍ଟ ।

 ବଣ୍ଡ କିଣି ନିବେଶ: ଏହି ସ୍କିମରେ ବଣ୍ଡ କିଣିବାପରେ ଆପଣ ନିବେଶ କରିପାରିବେ । ବଣ୍ଡ ଆକାରରେ ଆପଣ ସର୍ବନିମ୍ନ ଏକ ଗ୍ରାମରୁ ଆରମ୍ଭ କରି ସର୍ବାଧିକ ଚାରି କିଲୋ ଯାଏ ନିବେଶ କରିପାରିବେ । ସାଧାରଣତଃ ସଭରେନ ଗୋଲ୍ଡ ବଣ୍ଡ ସ୍କିମରେ ସୁନାର ମୂଲ୍ୟ ବଜାର ମୂଲ୍ୟ ଠାରୁ କମ ଥାଏ ।

ବଣ୍ଡର ମୂଲ୍ୟ ଗ୍ରାମ ପ୍ରତି ୫,୧୭୭ ଟଙ୍କା: ରିଜର୍ଭ ବ୍ୟଙ୍କ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ବଣ୍ଡର ଦାମ ଗ୍ରାମ ପିଛା ୫,୧୭୭ ଟଙ୍କା ରଖାଯାଇଛି । ଅବଶ୍ୟ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଅନଲାଇନରେ ଆବେଦନ କରୁଥିବା ନିବେଶକଙ୍କୁ ୫୦ ଟଙ୍କା ଛାଡ଼ କରାଯିବ ।

ଅନଲାଇନ ଆବେଦନ କଲେ ମିଳିବ ରିହାତି: ଏହିପରି ନିବେଶକମାନଙ୍କୁ ଆବେଦନ ସହିତ ଡିଜିଟାଲ୍ ପେମେଣ୍ଟ୍ ମଧ୍ୟ କରିବାକୁ ପଡିବ । ରିଜର୍ଭ ବ୍ୟାଙ୍କର ସୂଚନା ଅନୁଯାୟୀ ଅନଲାଇନ ଆବେଦନ କରୁଥିବା ନିବେଶକଙ୍କ ପାଇଁ ବଣ୍ଡର ଗ୍ରାମ ପିଛା ୫,୧୨୭ ଟଙ୍କା ରହିବ ।

ବଣ୍ଡର ଅବଧି ରହିବ ୮ ବର୍ଷ: ସୂଚନା ଅନୁଯାୟୀ ଏହି ବଣ୍ଡକୁ ୮ ବର୍ଷ ଅବଧି ପାଇଁ ଜାରି କରାଯାଏ ଏବଂ ପାଞ୍ଚ ବର୍ଷ ପରେ ଏଥିରୁ ବାହାରିବା ପାଇଁ ମଧ୍ୟ ବିକଳ୍ପ ରହିଥାଏ ।

କେଉଁଠୁ କିଣିବେ: ଏହାକୁ କିଣିବା ପାଇଁ ଆପଣଙ୍କୁ ନିଜ ବ୍ୟାଙ୍କ, ବିଏସଇ, ଏନଏସଇର ୱେବସାଇଟ ବା ଡାକଘର ସହ ଯୋଗାଯୋଗ କରିବାକୁ ପଡ଼ିବ । ଏଠାରେ ଏହାକୁ ଡିଜିଟାଲ ପ୍ରକ୍ରିୟାରେ କିଣାଯାଇପାରିବ । ଏହା ଏକ ପ୍ରକାର ସୁରକ୍ଷିତ ନିବେଶ ଅଟେ କାରଣ ଏଥିରେ ପ୍ୟୁରିଟି ସହ ସିକ୍ୟୁରିଟିର ଚିନ୍ତା ନଥାଏ ।

ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ୩ ପ୍ରମୁଖ ଦଳ ବିଭିନ୍ନ ସମୀକରଣକୁ ନେଇ କରୁଛନ୍ତି ମିଶାଣ ଫେଡ଼ାଣ

ଭୁବନେଶ୍ୱର: ପୁଣି ୧ନମ୍ବର ହେବ କି ବିଜେଡି ? ଦୁଇଟି ଯାକ ଆସନ ଜିତି ବଜାୟ ରଖିବ କି ବିଜୟ ଧାରା ? ଏମତି କିଛି ଅଙ୍କକଷା ମଧ୍ୟରେ ୨ ଓ ୩ ନମ୍ବର ସ୍ଥାନରେ କିଏ ରହିବ ? ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜ୍ୟର ୩ ପ୍ରମୁଖ ଦଳ ବିଭିନ୍ନ ସମୀକରଣକୁ ନେଇ କରୁଛନ୍ତି ମିଶାଣ ଫେଡ଼ାଣ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଯୁକ୍ତି, ବାଲେଶ୍ୱରରେ ବିଜେଡି ୧ ନମ୍ବର ହେବ ।

Before By Poll Results Come 3 Parties Calculating Impact

ଏହାପଛକୁ ବିଜେପି ଦ୍ୱିତୀୟ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିବ । ତିର୍ତ୍ତୋଲରେ ବିଜେଡି କିମ୍ବା କଂଗ୍ରେସ ୧ନମ୍ବର ହେବ, ବିଜେପି ରହିବ ତୃତୀୟ ସ୍ଥାନରେ । ହେଲେ ଏହି ଫଳାଫଳର ସେତେଟା ପ୍ରଭାବ ପରବର୍ତ୍ତୀ ସମୟରେ ରହିବ ନାହିଁ ବୋଲି ସୁରେଶ ରାଉତରାୟ କହିଛନ୍ତି । ସୁରଙ୍କ ଏହି ଗଣିତକୁ ବିଜେପି ମାନିବାକୁ ନାରାଜ । ଦଳ କହିଛି, ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ । ହେଲେ କିଏ ୧ନମ୍ବର ହେବ ତାହା ୧୦ ତାରିଖରେ ସ୍ପଷ୍ଟ ହେବ ।

Before By Poll Results Come 3 Parties Calculating Impact

ସେପଟେ ଉପନିର୍ବାଚନ ଫଳାଫଳ ନେଇ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡି ୨ଟି ଆସନରେ ବହୁ ବ୍ୟବଧାନରେ ବିଜୟ ଲାଭ କରିବ । ନବୀନ ପଟ୍ଟନାୟକ ୧ ନମ୍ବର ନେତା ଥିଲେ ଓ ରହିବେ । ବିଜେଡି ରାଜ୍ୟରେ ୧ନମ୍ବର ଦଳ ହୋଇ ରହିବ ବୋଲି ପ୍ରମିଳା ଦମ୍ଭୋକ୍ତି କରିଛନ୍ତି ।

Before By Poll Results Come 3 Parties Calculating Impact

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟର ୧ ନମ୍ବର ଦଳ ହୋଇ ଉଭା ହୋଇଥିଲା । ନବୀନଙ୍କ ଲୋକପ୍ରିୟତା ୨୦ ବର୍ଷ ହେଲା ଶୀର୍ଷରେ ରହିଛି । ଦୁଇଟି ସ୍ଥାନରେ ଉପନିର୍ବାଚନରେ ବିଜେଡି ଆହୁରି ସଫଳତା ପାଇବ ବୋଲି କହିଛି । ତେଣେ ବିରୋଧୀଙ୍କ ଭିତରେ କିଏ ୨ ଓ ୩ ନମ୍ବର ହେବ ତାକୁ ନେଇ ଚାଲିଛି ଟଣାଓଟରା ।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଷ୍ଟ୍ରଙ୍ଗରୁମରେ ଇଭିଏମ୍, ୧୦ ସକାଳ ୮ଟାରୁ ଗଣତି

ବାଲେଶ୍ୱର/ଜଗତସିଂହପୁର: ଆସନ୍ତା ୧୦ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟ୍ ଗଣତି । ଏଥିପାଇଁ ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌କୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ୧୦ ତାରିଖ ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ । ବାଲେଶ୍ୱର ସଦର ପାଇଁ ୧୪ଟି ଟେବୁଲରେ ୩୪୬ଟି ବୁଥରୁ ସଂଗ୍ରହ କରାଯାଇ ଥିବା ୩୪୬ଟି ଇଭିଏମ୍ର କାଉଣ୍ଟିଂ କରାଯିବ ।

EVM In Strong Room, Vote Count Will Starts From 10th November Morning

ମୋଟ ୨୫ଟି ରାଉଣ୍ଡ ଗଣତି କରାଯିବ । ପ୍ରାର୍ଥୀଙ୍କ ପ୍ରତିନିଧି ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଥମେ ସଂଗ୍ରହ କରାଯାଇଥିବା ୧୬୩୧ଟି ପୋଷ୍ଟାଲ ବାଲଟ୍‌ ଗଣତି କରାଯିବ । ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ମୋଟ୍‌ ଭୋଟର ସଂଖ୍ୟା ୨ ଲକ୍ଷ ୩୦ ହଜାର ୨୯୭ ଥିବା ବେଳେ ୧ ଲକ୍ଷ ୬୨ ହଜାର ୮୦୫ ଜଣ ମତଦାନ କରିଛନ୍ତି ।

EVM In Strong Room, Vote Count Will Starts From 10th November Morning

ତିର୍ତ୍ତୋଲରେ ମଧ୍ୟ ଭୋଟ୍‌ ଗଣତି ପାଇଁ ଜିଲ୍ଲା ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ଜଗତସିଂହପିର ‌ଏସ୍‌ଭିଏମ୍‌ କଲେଜ ପରିସରରେ ୧୦ ତାରିଖ ସକାଳ ୮ଟାରୁ ଗଣତି ଆରମ୍ଭ ହେବ । କୋଭିଡ୍‌ କଟକଣା ଭିତରେ ଭୋଟ୍‌ ଗଣତି କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର କହିଛନ୍ତି ।

କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହେବ ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା । ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ଆନନ୍ଦପୁରର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାର ଉଭୟ ଦେଶ ଓ ରାଜ୍ୟ ଅର୍ଥନୀତିରେ ବିଶେଷ ଅବଦାନ ରହିଛି । କେନ୍ଦୁଝରରେ ଏକ ମେଡିକାଲ କଲେଜ ଓ ହସ୍‌ପିଟାଲ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଜିଲ୍ଲାର ସବୁ ରାସ୍ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ମେଗା ପିଇବା ପାଣି ପ୍ରକଳ୍ପରେ ଜିଲ୍ଲାର ସବୁ ଘର ଗାଁ ଓ ସହର ସବୁ ଅଞ୍ଚଳରେ ପାଇପ ପାଣି ଯୋଗାଇ ଦେବା ପାଇଁ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋଅର ବୈତରଣୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ହେଉଛି ସବୁଜ ଓ ପୁନଃ ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ । ଏହା ପରିବେଶ ଅନୁକୂଳ ଏବଂ ଏହି ପ୍ରକଳ୍ପରେ କେହି ଜଣେ ବି ବିସ୍ଥାପିତ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି ଏବଂ ଏହିଭଳି ଅନେକ ଛୋଟ ଛୋଟ ଶକ୍ତି ପ୍ରକଳ୍ପ ଦ୍ୱାରା ଓଡିଶା ପରିବେଶ ପରିବର୍ତ୍ତନ ଆହ୍ୱାନକୁ ଠିକ୍‌ ଭାବରେ ମୁକାବିଲା କରିପାରିବ।

ବୈତରଣୀ ନଦୀ ଉପରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦସ୍ଥିତ ବୈତରଣୀ ପାୱାର ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଦ୍ୱାରା ସ୍ଥାପନ କରାଯାଇଛି । ଏଥିରୁ ରାଜ୍ୟ ଗ୍ରୀଡ ବର୍ଷକୁ ୧୦୦ ମିଲିଅନ ୟୁନିଟ ବିଜୁଳି ପାଇପାରିବ। ଏହାଦ୍ୱାରା ଆନନ୍ଦପୁର ଅଞ୍ଚଳର ଲୋକମାନେ ଉନ୍ନତମାନର ବିଜୁଳି ସୁବିଧା ପାଇପାରିବେ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ କହିଲେ ଯେ ଏହି ପ୍ରକଳ୍ପ ଦ୍ୱାରା ଅକ୍ଷୟ ଶକ୍ତି କ୍ଷେତ୍ରରେ ରାଜ୍ୟର କ୍ଷମତା ବଢିଛି। ଏହାଦ୍ୱାରା କେନ୍ଦୁଝର ଓ ସାରା ଓଡିଶାବାସୀ ଉପକୃତ ହେବେ । ଭବାନୀପାଟଣାରେ ଉପସ୍ଥିତ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଲେ ଯେ ପିକ୍ ସମୟରେ ଗ୍ରୀଡକୁ ଶକ୍ତି ଯୋଗାଇବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ପ୍ରକଳ୍ପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବଳିଷ୍ଠ ନେତୃତ୍ୱକୁ ପ୍ରଶଂସା କରିଥିଲେ।

ଏହି ଅବସରରେ କେନ୍ଦୁଝରରେ ଉପସ୍ଥିତ କେନ୍ଦୁଝର ସାଂସଦ, ଘାସିପୁରା ବିଧାୟକ ଏବଂ ଆନନ୍ଦପୁର ବିଧାୟକ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ଲୋଅର ବୈତରଣୀ ପାୱାର ପ୍ରକଳ୍ପର ପରିଚାଳନା ନିର୍ଦ୍ଦେଶକ ପ୍ରକଳ୍ପ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମ ସଂପର୍କରେ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ କେନ୍ଦୁଝର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

Bihar Exit Poll: କୌଣସି ଦଳକୁ ମିଳିନପାରେ ସଂଖ୍ୟା ଗରିଷ୍ଠତା

ପାଟଣା: ୨୪୩ ବିଶିଷ୍ଟ ବିହାର ବିଧାନସଭା ପାଇଁ ସରିଛି ମତଦାନ । ଜନତା ବାଛିଛନ୍ତି ନେତା । ଇଭିଏମରେ ସିଲ୍ ହୋଇଛି ନେତାଙ୍କ ଭାଗ୍ୟ । ବିହାରରେ କିଏ ଗଢ଼ିବ ସରକାର । କ୍ଷମତା ବଜାଇ ରଖିବ କି NDAର ନୀତିଶ ସରକାର । ନା ମହାମେଣ୍ଟ ମାରିନେବ ବାଜି । ଏବିପି C-Voter ଏକଜିଟ୍ ପୋଲ୍ ଅନୁସାରେ ଏଥରକ ବିହାରରେ କୌଣସି ଦଳକୁ ବହୁମତ ମିଳିବ ନାହିଁ ।

No Alliance To Get Absolute Majority Predicts Exit Poll Bihar Election 2020

ଏକଜିଟ୍ ପୋଲ୍ ଆକଳନ ଅନୁସାରେ ନୀତିଶ କୁମାରଙ୍କୁ ୩୭.୭ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଲାଲୁଙ୍କ ଆରଜେଡିକୁ ୩୬ ପ୍ରତିଶତରୁ ଅଧିକ ଭୋଟ୍ ମିଳିଛି । ସିଟ୍ ଆକଳନ ଅନୁଯାୟୀ ନୀତିଶ ମେଣ୍ଟ (NDA)କୁ ୧୦୪ରୁ ୧୨୮ ସିଟ୍, ଲାଲୁ ମେଣ୍ଟ (MGB)କୁ ୧୦୮ରୁ ୧୩୧ ଆସନ, ଚିରାଗ ପାଶୱାନଙ୍କୁ ଗୋଟିଏରୁ ୩ଟି ସିଟ୍ ଏବଂ ଅନ୍ୟ ଦଳକୁ ୪ରୁ ୮ଟି ସିଟ୍ ମିଳିପାରେ ।

ଅଲଗା ଅଲଗା ଦଳ କଥା କହିଲେ ଏନଡିଏ ମେଣ୍ଟର ଜେଡିୟୁକୁ ୩୮ରୁ ୪୬ଟି ଆସନ, ବିଜେପିକୁ ୬୬ରୁ ୭୪ ଆସନ, ବିଆଇପିକୁ ୦ରୁ ୪ଟି ଆସନ ମିଳିପାରେ । ଅନ୍ୟପଟେ ମହାମେଣ୍ଟରେ ଆରଜେଡିକୁ ସର୍ବାଧିକ ୮୧ରୁ ୮୯ଟି ଆସନ, କଂଗ୍ରେସକୁ ୨୧ରୁ ୨୯ଟି ଆସନ, ବାମଦଳକୁ ୬ରୁ ୧୩ଟି ଆସନ୍ ମିଳିବା ନେଇ ଏକଜିଟ୍ ପୋଲରେ ଆକଳନ କରାଯାଇଛି ।

No Alliance To Get Absolute Majority Predicts Exit Poll Bihar Election 2020

ତେବେ, ଏହା କେବଳ ଏକଜିଟ୍ ପୋଲର ଆକଳନ ଅଟେ । ପ୍ରକୃତ ଫଳାପଳ ଆସନ୍ତା ୧୦ ତାରିଖରେ ଆସିବ । ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ କିଛି ସମୟ ପରେ ଆସିବ ଏକଜିଟ୍ ପୋଲ୍ ।

ସରିଲା ବିହାର ଭୋଟ୍, ଆଉ କିଛି ସମୟ ପରେ ଆସିବ ଏକଜିଟ୍ ପୋଲ୍

ପାଟଣା: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ଅନ୍ତିମ ପର୍ଯ୍ୟାୟରେ ୧୫ ଜିଲ୍ଲାର ୭୮ଟି ବିଧାନସଭା ଆସନରେ ଶନିବାର ଭୋଟ୍ ଗ୍ରହଣ ହୋଇଥିଲା । ଏହି ପର୍ଯ୍ୟାୟରେ ଯେଉଁ ମେଣ୍ଟ ଅଧିକ ଆସନ ପାଇଁ ତାଙ୍କ ପାଇଁ ସରକାର ଗଠନ ସେତିକି ସହଜ ହେବ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଅଧିକରୁ ଅଧିକ ସିଟ୍ ହାସଲ ପାଇଁ ପ୍ରୟାସ କରିଥିଲେ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ୬ଟା ସୁଦ୍ଧା ୫୪.୬୩ ପ୍ରତିଶତ ମତଦାନ ହୋଇଛି ।

Bihar Election 2020 Ends, After Few Times Exit Poll

ଅନ୍ତିମ ପର୍ଯ୍ୟାୟରେ ଶାସକ ଏନଡିଏ ଓ ଜନତା ଦଳ (ୟୁନାଇଟେଡ) ୩୭, ବିଜେପି ୩୫, ବିଆଇପି ୫ ଓ ହିନ୍ଦୁସ୍ତାନୀ ଅବାମ ମୋର୍ଚ୍ଚା ଜଣେ ପ୍ରାର୍ଥୀଙ୍କୁ ନିର୍ବାଚନରେ ଛିଡ଼ା କରିଥିଲା । ଅନ୍ୟପଟେ ବିରୋଧୀ ମେଣ୍ଟରୁ ଆରଜେଡି ସର୍ବାଧିକ ୪୬, କଂଗ୍ରେସ ୨୫ ଓ ସିପିଆଇ ଏମ୍ଏଲ୍ ୫, ସିପିଆଇ ୨ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରିଥିଲା । ଏହା ବ୍ୟତୀତ ଜନଶକ୍ତି ପାର୍ଟି ୪୨ ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିଲା ।

Bihar Election 2020 Ends, After Few Times Exit Poll

୩ଟି ପର୍ଯ୍ୟାୟରେ ସରିଥିବା ବିହାର ନିର୍ବାଚନର ରେଜଲ୍ଟ ଆସନ୍ତା ୧୦ ତାରିଖରେ ଆସିବ । ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ କିଛି ସମୟ ପରେ ଆସିବ ଏକଜିଟ୍ ପୋଲ୍ । ଯାହା ଉପରେ ସମସ୍ତଙ୍କ ନଜର ରହିଛି । ୨୪୩ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ କିଏ ଜିଣିବ ବହୁମତ ତାହା ତ ଆସନ୍ତା ୧୦ ତାରିଖରେ ଜଣାପଡ଼ିବ । ତା’ପୂର୍ବରୁ କିଛି ସମୟ ପରେ ଆସିବାକୁ ଯାଉଛି ଆକଳନ ଅର୍ଥାତ୍ ଅକଜିଟ୍ ପୋଲ୍ ।

https://www.youtube.com/watch?v=bIjt8iZRKf8

ପଟୌଦୀ ପ୍ୟାଲେସରେ ବାପାଙ୍କ ସହ ଚାଷ କରୁଥିବା ନଜର ଆସିଲେ ତୈମୁର… ଦେଖନ୍ତୁ ଫଟୋ

ଗୁରୁଗ୍ରାମ: ସୋସିଆଲ ମିଡିଆରେ ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁରଙ୍କ ଠାରୁ ଅଧିକ ଫେମସ ଅଟନ୍ତି ତାଙ୍କ ପୁଅ ତୈମୁର ଅଲ୍ଲୀ ଖାନ । ତୈମୁରଙ୍କ ଫଟୋକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ତେଣୁ ସେ ପାପାରାଜୀଙ୍କର ପ୍ରିୟ ଷ୍ଟାର କିଡ ପାଲଟି ଯାଇଛନ୍ତି । ନିକଟରେ ସୈଫ ଏବଂ ତୈମୁରଙ୍କ କିଛି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ତୈମୁର ନିଜ ବାପାଙ୍କ ସହ ପଟୌଦୀ ପ୍ୟାଲେସରେ ଚାଷ କରୁଥିବା ନଜର ଆସିଛନ୍ତି ।

କିଛି ଦିନ ତଳେ ପଟୌଦୀ ପ୍ୟାଲେସରେ ଥିଲେ ସୈଫ ପରିବାର

ସୈଫ ଅଲ୍ଲୀ ଖାନ କିଛି ଦିନ ପୂର୍ବରୁ କରୀନା କପୁର ଏବଂ ତୈମୁର ସହିତ ଗୁରୁଗ୍ରାମ ପାଖରେ ଥିବା ନିଜ ପଟୌଦୀ ପ୍ୟାଲେସରୁ ଫେରିଛନ୍ତି । ଖାନ ପରିବାର ଫେରିବା ପରେ ତାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଗୁଡ଼ିକରେ ତୈମୁର ଚାଷ ଜମି ଭିତରେ ପାଣିରେ ଛିଡ଼ା ହୋଇଥିବା ନଜର ଆସିଛନ୍ତି ।

ଶୁଟିଂ ପାଇଁ ଯାଇଥିଲେ କରୀନା କପୁର

କରୀନା କପୁର ଆମିର ଖାନଙ୍କ ସହ ନିଜ ଫିଲ୍ମ ଲାଲ ସିଂହ ଚଡଢ଼ାର ଶୁଟିଂ କରୁଛନ୍ତି । ସେହି ସମୟରେ ସୈଫ ନିଜ ପଟୌଦୀ ପ୍ୟାଲେସରେ ରହିବାକୁ ଆସିଥିଲେ । ଏହି ସମୟରେ ତୈମୁର ମଧ୍ୟ ପଟୌଦୀ ପ୍ୟାଲେସ ରେ ଖୁବ ମସ୍ତୀ କରିଥିଲେ ।

ପେଟିଂ ପ୍ରତି ରୁଚି ରଖନ୍ତି ତୈମୁର

ଚାଷ ଜମିରେ ମସ୍ତି କରୁଥିବା ତୈମୁରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ପୂର୍ବରୁ ସେ ବାପାଙ୍କ ସହ ମିଶି ପେଟିଂ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତୈମୁର ଆଙ୍କିଥିବା ଏକ ପେଟିଂର ଫଟୋ କରୀନା କପୁର ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ ।

ଭୋଟିଂ ବେଳେ ଗୁଳିମାଡ଼, ଆରଜେଡି ନେତାଙ୍କ ଭାଇକୁ ହତ୍ୟା

ପାଟଣା: ବିହାରରେ ଅନ୍ତିମ ତଥା ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଚି । ଏହାରି ଭିତରେ ଆସିଛି ହିଂସା ଖବର । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ବିଟ୍ଟୁ ସିଂହଙ୍କ ଭାଇ ବେନି ସିଂହଙ୍କୁ ହତ୍ୟା କରାଯାଇଛି । ପୂର୍ଣ୍ଣିୟାର ଧମଦାହା ବିଧାନସଭା ଅନ୍ତର୍ଗତ ସରସୀରେ ଦୁର୍ବୃତ୍ତ ଗୁଳିମାରି ହତ୍ୟା କରିଛନ୍ତି । ଅପରାଧୀ ବେନୀ ସିଂହଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ମତଦାନ ଚାଲିଥିବା ବେଳେ ଗୁଳିମାଡ଼କୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡ଼ିଛନ୍ତି ।

Purnea RJD Leader Bittu Singh Brother Gunned Down Bihar Assembly Election 2020

ବିହାରର ୧୫ ଜିଲ୍ଲାର ୭୮ ବିଧାନସବା ଆସନ ପାଇଁ ଆଜି ତୃତୀୟ ବା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ୭୮ ବିଧାନସଭା ଆସନରେ ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରଖୁଛନ୍ତି ଭୋଟର । ପୂର୍ଣ୍ଣିୟା ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଭୋଟିଂ ଚାଲିଛି । ମତଦାନ ଚାଲିଥିବା ବେଳେ ଦୁର୍ବୃତ୍ତ ବେନୀ ସିଂହଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

Purnea RJD Leader Bittu Singh Brother Gunned Down Bihar Assembly Election 2020

 

ଗତମାସରେ ବିହାରର ଶିବହରର ଜନତା ଦଳ ରାଷ୍ଟ୍ରବାଦୀର ପ୍ରାର୍ଥୀ ଓ ତାଙ୍କର ଜଣେ ସମର୍ଥକଙ୍କୁ ଗୋଳି ମାରି ହତ୍ୟା କରିଥିଲେ । ପ୍ରାର୍ଥୀ ଜଣଙ୍କ ସମର୍ଥକଙ୍କ ସହ ପ୍ରଚାର ପାଇଁ ଯିବାବେଳେ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିଲେ । ପ୍ରାର୍ଥୀଙ୍କ ସମର୍ଥକ ଜଣେ ଅପରାଧୀଙ୍କୁ ଧରିବା ପରେ ତାକୁ ପିଟି ପିଟି ମାରି ଦେଇଥିଲେ ।