ଭୁବନେଶ୍ୱର : ୪୬୪.୭୨କୋଟି ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାର ମଙ୍ଗଳବାର ଅନୁମୋଦନ କରିଛନ୍ତି । ସର୍ବମୋଟ ୪ପ୍ରକଳ୍ପକୁ ଅନୁମୋଦନ କରିଛି ସିଙ୍ଗଲ ଓ୍ୱଣ୍ଡୋ କ୍ଲିୟରାନ୍ସ ଅଥରିଟି । ଏହି ସମସ୍ତ ୪ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୮୭୩ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ଓଡ଼ିଶା ସରକାରଙ୍କ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ SLSWCA ଅନୁଷ୍ଠିତ ହୋଇଥିଲା । ଅନୁମୋଦିତ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ଧାତୁ ଓ ଆନୁସଙ୍ଗିକ ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦି ରହିଛି । ଖୋର୍ଦ୍ଧା ଜିଲାର ମଳିପଡ଼ାରେ ୯୩କୋଟିର ଫାଇବରବୋର୍ଡ ଶିଳ୍ପକୁ ମଞ୍ଜୁରୀ ଦିଆଯାଇଛି । ସେହିପରି ୭୨ହଜାର କ୍ୟୁବିକ ମିଟରର ନିର୍ମାଣ ଶିଳ୍ପରେ ୩୧୦ଜଣଙ୍କୁ ମିଳିବ ନିଯୁକ୍ତି । ଖୋର୍ଦ୍ଧା ଓ ନୟାଗଡ଼ରେ ଇଥାନଲ ପାଓ୍ୱାର ପ୍ଲାଣ୍ଟକୁ ମଞ୍ଜୁରୀ । ନିବେଶ ହେବ ୧୫୧.୭୨କୋଟି ଟଙ୍କା, ଏଥିରେ ୩୦୦ ଲୋକ ରୋଜଗାର ପାଇବେ ବୋଲି ଜଣାପଡିଛି ।ସେହିପରି ସୁନ୍ଦରଗଡ଼ ଲାଠିକଟାରେ ପ୍ଲେଟ ପ୍ଲାଣ୍ଟରେ ୧୯୫ ଜଣ ନିଯୁକ୍ତି ପାଇବେ ।ଲାଠିକଟାରେ ଅନ୍ୟ ଏକ ପ୍ଲେଟ ପ୍ଲାଣ୍ଟ ପାଇଁ ଶହେ କୋଟି ନିବେଶ କରାଯିବ । ଏହି ପ୍ଲେଟ ପ୍ଲାଣ୍ଟ ହେଲେ ୬୮ରୁ ଅଧିକ ନିଯୁକ୍ତି ପାଇବେ ବୋଲି ଜଣାପଡିଛି ।
ସ୍ୱାମୀକୁ ବେଡ୍ ରୁମରେ ତାଲା ଦେଇ ୭ ମହଲାରୁ ଡ଼େଇଁଲା ସ୍ତ୍ରୀ, ମାତ୍ର ୩୯ ଦିନ ହେଲା ହୋଇଥିଲା ବାହାଘର
ଛତିଶଗଡ଼: ସ୍ୱାମୀଙ୍କୁ ଶୋଇବା ଘରେ ତାଲା ପକାଇ ଛାତରୁ ଡ଼େଇଁଲା ସ୍ତ୍ରୀ । ମାତ୍ର ୩୯ ଦିନର ଭାହାଘର ପରେ ଏଭଳି ମାରତ୍ମକ ନିଷ୍ପତ୍ତି ନେଲା ସ୍ତ୍ରୀ । ଘର ବାହାରକୁ ଯାଇ ୭ମ ମହଲାକୁ ଯାଇ କଲେ ଆତ୍ମହତ୍ୟା । ବ୍ଲାମେଲିଂର ଫୋନ କଲ ଆସୁଥିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏଭଳି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଘଟିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛି । ପୋଲିସ ମୃତ ମହିଳାଙ୍କର ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।
ସୂଚନା ଅନୁଯାୟୀ, ଛତିଶଗଡର ଦୁର୍ଗ ଜିଲ୍ଲାର ପଦ୍ମନାଭପୁର ଅଞ୍ଚଳର ଆନନ୍ଦ ବିହାର କଲୋନୀରେ ରବିବାର ରାତି ପ୍ରାୟ ୧୦:୩୦ ସମୟରେ ମହିଳା ନର୍ସ ପ୍ରୀତି ଦେୱାନଙ୍ଗଙ୍କ ମୃତଦେହ କୋଠା ପଛପଟେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ପ୍ରୀତି ବିଲଡିଂର ସପ୍ତମ ମହଲାରୁ ତାଙ୍କ ସ୍ୱାମୀ ମହେନ୍ଦ୍ର ଦେୱାନଙ୍ଗଙ୍କୁ ଶୋଇବା ଘରେ ତାଲା ପକାଇ ଡ଼େଇଁ ପଡ଼ିଥିବା ପୋଲିସକୁ କହିଛନ୍ତି ।
ସ୍ୱାମୀ ମହେନ୍ଦ୍ର ଦେୱାନ ପୋଲିସକୁ କହିଛନ୍ତି ଯେ ରାତି ପ୍ରାୟ ୯.୩୦ ସମୟରେ ଦୁହେଁ ଏକାଠି ରାତ୍ରୀ ଭୋଜନ କରିଥିଲେ । ରାତ୍ରୀ ଭୋଜନ ପରେ ସେ ଶୋଇବା ଘରେ ଶୋଇବାକୁ ଯାଇଥିଲେ । କିନ୍ତୁ ସ୍ତ୍ରୀ ବେଡ଼ରୁ ଉଠି ହଠାତ କବାଟକୁ ବନ୍ଦକରି ବାହାରକୁ ଚାଲିଯାଇଥିଲେ । ଯେତେ ଡ଼ାକିଲେବି କବାଟକୁ ଖୋଲିନଥିଲେ ।
ପରେ ସ୍ୱାମୀ ପଡୋଶୀଙ୍କୁ ଡାକି କବାଟ ଖୋଲିବା ପରେ ସେ ପ୍ରୀତିଙ୍କୁ ଖୋଜିବା ପାଇଁ ଟେରାସକୁ ଯାଇଥିଲେ । ଅଧିକ ପଚରା ଉଚରା ପରେ ବିଲ୍ଡିଂର ପଛପଟେ ପ୍ରୀତିଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିଥିଲା । ଘଟଣାସ୍ଥଳରେ ଦେଖିବା ପରେ ପ୍ରୀତି ରକ୍ତାକ୍ତ ଅବସ୍ଥାରେ ଥିଲେ । ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ପ୍ରୀତିଙ୍କ ମୃତ୍ୟୁ ହୋଇଥିଲା ।
ସେପଟେ ସ୍ୱାମୀ ମହେନ୍ଦ୍ର ପୋଲିସକୁ କହିଛନ୍ତି ଯେ ଗତ କିଛି ଦିନରୁ ପ୍ରୀତିଙ୍କୁ ବ୍ଲାକମେଲ କଲ ଆସୁଥିଲା । ଯାହାକୁ ନେଇ ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।
ବାହାଘର ପରେ କେଉଁଆଡ଼େ ଗଲେ ୮୦ ଓ ୯୦ ଦଶକର ଏହି ଲୋକପ୍ରିୟ ଅଭିନେତ୍ରୀ?
ମୁମ୍ବାଇ: ୮୦ ଓ ୯୦ ଦଶକର ଜଣାଶୁଣା ପ୍ରସିଦ୍ଧ, ଲୋକପ୍ରିୟ ତାରକା ମୀନାକ୍ଷୀ ଶେଷାଦ୍ରି । ଅଭିନୟର ଜଲଓ୍ୱା ଦେଖାଇ ଦିନେ ସେ ଦର୍ଶକଙ୍କୁ ଅଭିନୟରେ ଦିଓ୍ୱାନା କରିଥିଲେ । ଗତକାଲି ମୀନାକ୍ଷୀ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ସେ ଦର୍ଶକଙ୍କୁ ଉପହାର ଦେଇଛନ୍ତି । କିନ୍ତୁ ବିବାହ ପରେ ସେ ଗ୍ଲାମର ଦୁନିଆକୁ ବିଦାୟ କହିଦେଲେ । ତେବେ ତାଙ୍କ ପ୍ରଶଂସକଙ୍କ ମନରେ ନିହାତି ଭାବରେ ପ୍ରଶ୍ନ ଆସୁଥିବଯେ, ଏବେ କ’ଣ କରୁଛନ୍ତି ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀ ।
୧୬ ନଭେମ୍ବର ୧୯୬୩ରେ ଝାଡ଼ଖଣ୍ଡର ସିନ୍ଦରୀରେ ଜନ୍ମ ହୋଇଥିବା ମୀନାକ୍ଷୀ ଶେଷାଦ୍ରିଙ୍କ ବାସ୍ତବ ନାମ ଶଶିକଳା ଶେଷାଦ୍ରି । କେବଳ ମଡର୍ଣ୍ଣ ନୁହଁନ୍ତି ବରଂ କ୍ଲାସିକାଲ ଡ୍ୟାନ୍ସରେ ମଧ୍ୟ ସେ ବେଶ୍ ପାରଙ୍ଗମ । ୧୯୮୧ରେ ସେ ୧୭ ବର୍ଷ ବୟସରେ ମିସ ଇଣ୍ଡିଆ କ୍ରାଉନ ଜିତିଥିଲେ । ସେହି ବର୍ଷ ଟୋକିଓରେ ମିସ ଇଣ୍ଟରନ୍ୟାସନାଲ କଣ୍ଟେଷ୍ଟରେ ଭାରତକୁ ରିପ୍ରେଜେଣ୍ଟ କରିଥିଲେ । ୧୯୮୩ରେ ପେଣ୍ଟର ବାବୁ ମାଧ୍ୟମରେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିବା ମୀନାକ୍ଷୀ ବଲିଉଡର ପ୍ରତ୍ୟେକ ନାମିଦାମି ଅଭିନେତା ଯେପରିକି ଦେବ ଆନନ୍ଦ,ଅମିତାଭ ବଚ୍ଚନ, ଜ୍ୟାକି ସ୍ରଫ, ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ, ସନି ଦେଓଲ ଏବଂ ଅନିଲ କପୂରଙ୍କ ସହ ରୂପେଲି ପରଦାରେ ନଜର ଆସିଛନ୍ତି ।
ମୀନାକ୍ଷୀଙ୍କ ନାମ କୁମାର ସାନୁ ଏବଂ ରାଜକୁମାର ସନ୍ତୋଷୀଙ୍କ ସହିତ ଯୋଡ଼ି ହୋଇଥିଲା । ଯାହାକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଥିଲେ । ତେବେ ୧୯୯୫ରେ ସେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିଶ୍ ମୈସୁରଙ୍କୁ ବିବାହ କଲେ ଓ ଆମେରିକାର ଟ୍ୟାକ୍ସାସରେ ରହିବାକୁ ଲାଗିଲେ । ମାୟାନଗରୀର ଗ୍ଲାମର ଲାଇନରୁ ବିଦାୟ ନେଇଥିଲେ ମଧ୍ୟ ସୋସିଅଲ ମିଡିଆରେ ସେ ବେଶ୍ ଆକ୍ଟିଭ ।
କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଘରୋଇ ହିଂସା ମାମଲା, ୯ ଦିନ ପରେ ମଧ୍ୟ ପୋଲିସ ନେଉନି କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଦେବଗଡ଼ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ସାମ୍ନାକୁ ଆସିଛି । ପତ୍ନୀଙ୍କୁ ଶାରୀରିକ ନିର୍ଯାତନା, ମାନସିକ ଯନ୍ତ୍ରଣା ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କ ପତ୍ନୀ ବବିତା ପଟ୍ଟନାୟକ ଭୁବନେଶ୍ୱର ମହିଳା ଥାନାରେ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି । ଘଟଣା ଅନୁଯାୟୀ, ଗତ ୪ ତାରିଖରେ ବବିତା ପଟ୍ଟନାୟକ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଏହାପରେ ଥାନା ଅଧିକାରୀ ସ୍ୱାମୀ-ସ୍ତ୍ରୀଙ୍କର ଆପୋଷ ବୁଝାମଣା ପାଇଁ ଶ୍ରୀ ମହାନ୍ତିଙ୍କୁ ଉପସ୍ଥିତ ହେବାକୁ କହିଥିଲେ । ତେବେ ସବୁ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ଆପୋଷ ବୁଝାମଣା ହୋଇପାରିଲା ନାହିଁ । ଫଳରେ ଏବେ ସ୍ତ୍ରୀ, ବବିତା ପଟ୍ଟନାୟକ ସ୍ୱାମୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହିଳାଙ୍କ ଏତଲା ଅନୁଯାୟୀ, ତାଙ୍କ ସ୍ୱାମୀଙ୍କ ସମେତ ପରିବାରର ସର୍ବମୋଟ୍ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।

ଆଇପିସି ଧାରା ୩୦୭, ୨୯୪, ୩୫୪, ୩୫୪, ୩୫୪ଏ, ୩୨୩, ୪୯୮ଏ ଓ ଧାରା ୩୪ର ସଙ୍ଗୀନ ଦଫା ଲାଗିଛି । ଅନ୍ୟପକ୍ଷରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଉ ନାହିଁ କିମ୍ୱା ତାଙ୍କ ସ୍ୱାମୀଙ୍କ ଚାପରେ ଆସି କାର୍ଯ୍ୟାନୁଷ୍ଠାନ କରୁନାହିଁ ବୋଲି ବବିତା ପଟ୍ଟନାୟକ ଅଭିଯୋଗ କରିଛନ୍ତି ।











