ସାର୍ କୋଟିପତି, ସ୍ତ୍ରୀ ନାଁରେ ଅଧାରୁ ଅଧିକ ସମ୍ପତ୍ତି

Vigilance Found More Than 4 Core Assets From Asst Teacher Dusmant Nayak

ଗଜପତି: ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଶିକ୍ଷକ । ରେଡ୍ ବେଳେ ମିଳିଥିବା ସମ୍ପତ୍ତିକୁ ଦେଖି ଖୋସି ହୋଇଯାଇଛି ଭିଜିଲାନ୍ସ ଅଧିକାରୀଙ୍କ ଆଖି । ସହକାରୀ ଶିକ୍ଷକଙ୍କ ପାଖରୁ ମୋଟ ୪ କୋଟି ୩ ଲକ୍ଷ ୨୯ ହଜାର ୮୬୯ ଟଙ୍କାର ସମ୍ପତ୍ତି ମିଳିଛି । ଏଥିରେ ୩ କୋଟି ୯୪ ଲକ୍ଷ ୭୦ ହଜାର ୧୩୮ ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବାବେଳେ ୮ ଲକ୍ଷ ୫୯ ହଜାର ୭୩୧ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଏସ୍. ରାଉତପୁର ସରକାରୀ ୟୁପି ସ୍କୁଲରେ ଚାକିରି କରନ୍ତି ।

Vigilance Found More Than 4 Core Assets From Asst Teacher Dusmant Nayak

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଆଜି ରେଡ୍ କରିଥିଲା । ଏକକାଳୀନ ୧୨ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଦୁଷ୍ମନ୍ତଙ୍କ ବାସଭବନରୁ ସ୍କୁଲ ଓ ସମ୍ପର୍କୀୟ ସମସ୍ତଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ପାରଳାଖେମୁଣ୍ଡିର ଏର୍ଡେଲା ସାହିରେ ଦୁଷ୍ମନ୍ତଙ୍କ ତିନି ମହଲା ଘର ରହିଛି ଯାହାର ମୂଲ୍ୟ ୨୩ ଲକ୍ଷ ୩୪ ହଜାର ଟଙ୍କା । ସେହିଭଳି ପାରଳାଖେମୁଣ୍ଡି ହସ୍ପିଟାଲ ରୋଡରେ ୮ ଲକ୍ଷ ୫୫ ହଜାର ଟଙ୍କାର ଦୁଇ ମହଲା ଘର, ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କ ନାଁରେ ପାରଳାଖେମୁଣ୍ଡି କାଞ୍ଚରା ସାହିରେ ୩୨ ଲକ୍ଷ ୮୬ ହଜାର ଟଙ୍କାର ଘର ରହିଛି ।

Vigilance Found More Than 4 Core Assets From Asst Teacher Dusmant Nayak

ପାରଳାଖେମୁଣ୍ଡିର ଦିନକୃଷ୍ଣପୁର ମୌଜାରେ ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କ ନାଁରେ ୨ ମହଲା ଘର ରହିଛି । ଯାହାର ମୂଲ୍ୟ ୬୩ ଲକ୍ଷ ୬୯ ହଜାର ଟଙ୍କା । ସ୍ତ୍ରୀଙ୍କ ନାଁରେ ପାରଳାର ଆରୋଗ୍ୟ ସାହିରେ ୫୪ ଲକ୍ଷ ୭୬ ହଜାର ଟଙ୍କାର ୨ ମହଲା ଘର, ଗଙ୍ଗାଧରପୁର ମୌଜାରେ ସ୍ତ୍ରୀଙ୍କ ନାଁରେ ଦୁଇ ମହଲା ଘର ରହିଛି । ଯାହା ମୂଲ୍ୟ ୩୦ ଲକ୍ଷ ୨୦ ହଜାର ଟଙ୍କା । ସେହିଭଳି ଗୌରଚନ୍ଦ୍ରପୁର ମୌଜାରେ ସ୍ତ୍ରୀଙ୍କ ନାଁରେ ୫୩ ଲକ୍ଷ ୨୦ ହଜାର ଟଙ୍କାର ତିନି ମହଲା ଘର, ଗଜପତି ଷ୍ଟାଡିୟମ୍ ନିକଟରେ ସ୍ତ୍ରୀଙ୍କ ନାଁରେ ୧ କୋଟି ୧୪ ଲକ୍ଷ ୨୪ ହଜାର ଟଙ୍କାର ଘର ରହିଛି । ନିଜ ନାଁ ଓ ସ୍ତ୍ରୀ ନାଁରେ ୧୩ ଲକ୍ଷ ୮୩ ହଜାର ଟଙ୍କାର ୮ଟି ପ୍ଲଟ ରହିଛି ।

Vigilance Found More Than 4 Core Assets From Asst Teacher Dusmant Nayak

ଦୁଷ୍ମନ୍ତଙ୍କୁ ଘରେ ୧ ଲକ୍ଷ ୫୬ ହଜାରରୁ ଅଧିକ ଟଙ୍କାର ଘରକରଣା ସାମଗ୍ରୀ ଥିବାବେଳେ ନଗଦ ୬୨ ହଜାର ୨୮୫ ଟଙ୍କା ମିଳିଛି । ୫୦ ହଜାର ଟଙ୍କାର ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ୫ ଲକ୍ଷ ୨୦ ହଜାର ଟଙ୍କାର ଜମା, ୭୦ ହଜାର ଟଙ୍କାର ଏଲଆଇସି ରହିଥିବା ରେଡ୍ ବେଳେ ଜଣାପଡ଼ିଛି । ୧୯୯୬ ମସିହାରେ ଦୁଷ୍ମନ୍ତ ନାୟକ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ ମାତ୍ର ୨୪ ବର୍ଷର ଚାକିରି କାଳରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଲିକ ବନିଛନ୍ତି । ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ଜାରି ରହିଛି ।

Leave a Reply