ଟ୍ୱିଟ୍‌ରରେ ଟ୍ରେଣ୍ଡ କରୁଛି ବୟକଟ୍ ପତଞ୍ଜଳି, ଜାଣନ୍ତୁ କାହିଁକି

1 min read

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ପୁଣି ସମାଲୋଚନାର ଶିକାର ହୋଇଛନ୍ତି ଯୋଗ ଗୁରୁ ବାବା ରାମଦେବ ଓ ତାଙ୍କ କମ୍ପାନୀ ‘ପତଞ୍ଜଳି’ । ଆଜି ସକାଳୁ ଟ୍ୱିଟରେ ଟ୍ରେଣ୍ଡ କରୁଛି ପତଞ୍ଜଳିକୁ ବହିଷ୍କାର ବା #BoycottPatanjali । ଟ୍ରାଇବଲ୍ ଆର୍ମି ଏବଂ ଏହାର ପ୍ରତିଷ୍ଠାତା ହଂସରାଜ ମୀନା ଟ୍ୱିଟ୍ କରି ‘ଓ୍ୱିଇ ଷ୍ଟାଣ୍ଡ ଓ୍ୱିଥ୍‌ ଫାର୍ମର, ବୟକଟ୍ ପତଞ୍ଜଳି (ଆମେ କୃଷକଙ୍କୁ ସମର୍ଥନ ଜଣାଉଛୁ ଏବଂ ପତଞ୍ଜଳିକୁ ବହିଷ୍କାର)ର ହାସଟ୍ୟାଗ୍ ଏବେ ପୂରା ଟ୍ୱିଟରେ ଟ୍ରେଣ୍ଡ କରିବାରେ ଲାଗିଛି ।

           ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ୍ ଅଫ୍ ଇଣ୍ଡିଆ ଏବଂ ଶୁହେଲଦେବ ଭାରତୀୟ ସମାଜ ପାର୍ଟିର ଜାତୀୟ ମୁଖପାତ୍ର ମଧ୍ୟ ସମାନ ଟ୍ୱିଟ୍ କରିଥିଲେ । ପତଞ୍ଜଳି ବହିଷ୍କାର ନେଇ ଅପିଲ୍ କରୁଥିବା ବହୁ ଟ୍ୱିଟ୍ ପରେ ଅନୁମାନ କରାଯାଉଛି ଏହା କମ୍ପାନୀ ବିରୋଧରେ ଏହି ବିଷୋଦଗାର କୌଣସି ନିର୍ଦ୍ଦିଷ୍ଟ କାରଣରୁ ନୁହେଁ । ସବୁଠୁ ଅଧିକ ଆଶ୍ଚର୍ଯ୍ୟ କଳା ଭଳି କଥା ହେଉଛି, ପତଞ୍ଜଳି ନିଜ ସାମଗ୍ରୀ ନେଇ ସବୁଠାରୁ ଅଧିକ କୃଷକଙ୍କ ଉପରେ ନିର୍ଭର କିନ୍ତୁ ଏ ଯାଏଁ ପତଞ୍ଜଳି କୃଷକଙ୍କ ଆନ୍ଦୋଳନ ନେଇ କିଛି ବି କହିନାହିଁ ।

https://twitter.com/i_the_indian_/status/1338543636628135936

          ତେବେ ଏ ସବୁ ମଧ୍ୟରେ କିଛି ଲୋକେ ପତଞ୍ଜଳି ନିମ୍ନମାନର ସାମଗ୍ରୀ ବିକ୍ରି କରୁଥିବା ନେଇ ଟ୍ୱିଟରେ ସମାଲୋଚନା କରିଛନ୍ତି । ନିକଟ ଅତିତରେ ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର (CIS) ଦ୍ୱାରା କରାଯାଇଥିବା ଏକ ତଦନ୍ତରେ ଡାବର, ପତଞ୍ଜଳି ଏବଂ ଇମାମୀ ସହିତ ପ୍ରମୁଖ ଭାରତୀୟ ବ୍ରାଣ୍ଡ ପକ୍ଷରୁ ବିକ୍ରି ହେଉଥିବା ମହୁରେ ବଡ଼ ଧରଣର ଅପମିଶ୍ରଣ ହେଉଥିବା ଜଣାପଡ଼ିଥିଲା । ଏଥିସହିତ କୋଭିଡ-୧୯ ରୁ ବର୍ତ୍ତିବା ପାଇଁ ବା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ଭାରତୀୟ ପୂର୍ବାପେକ୍ଷା ଅଧିକ ମହୁର ବ୍ୟବହାର କରୁଛନ୍ତି । ଏଣୁ ଏଭଳି ଖବର ବହୁ ଲୋକଙ୍କ ପାଇଁ ଝଟ୍‌କା ।

 

ବାବା ରାମଦେବ କରୋନିଲ୍ ଲଞ୍ଚ କରିବା ପରେ ଜୁନ୍ ମାସରେ ପତଞ୍ଜଳି ବିବାଦରେ ରହିଥିଲା । ଏହା ଦ୍ୱାରା କରୋନାର ଚିକିତ୍ସା ହୋଇପାରିବ ବୋଲି ଦାବି କରାଯାଇଥିଲା ।କିନ୍ତୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏହାକୁ ରୋଗ ପ୍ରତିରୋଧକ ଭାବେ ବିକ୍ରି ପାଇଁ ଅନୁମତି ମିଳିଥିଲା ।           ତେବେ CIS ରିପୋର୍ଟକୁ ଖଣ୍ଡନ କରିଛନ୍ତି ପତଞ୍ଜଳି ପ୍ରବକ୍ତା । ପତଞ୍ଜଳି ଆଚାର୍ଯ୍ୟ ବାଲକୃଷ୍ଣ ରିପୋର୍ଟକୁ ଭାରତୀୟ ପ୍ରାକୃତିକ ମହୁ ଉଦ୍ୟୋଗକୁ ବଦନାମ କରିବାକୁ ଚକ୍ରାନ୍ତ ବୋଲି ସେ କହିଛନ୍ତି । ଭାରତରେ ଜର୍ମାନ ଶୈଳୀକୁ ବଢ଼ାଇବା ପାଇଁ ଏହା ଏକ ଚକ୍ରାନ୍ତ ହୋଇପାରେ ବୋଲି କୁହାଯାଉଛି ।

Leave a Reply