PCA ସଚିବଙ୍କ ଅନୁରୋଧ ରଖିଲେ ବଶ୍ୱକପ୍‌ ହିରୋ ୟୁଭି, ଖୁବ୍‌ଶୀଘ୍ର ମଇଦାନରେ ଆସିବେ ନଜର..

1 min read

ପଞ୍ଜାବ: ବିଶ୍ୱକପ୍‌ ବିଜେତା ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଅବସର ନେବା କଥା ସମସ୍ତେ ଜାଣନ୍ତି । ହେଲେ ସେ ଖୁବ୍‌ଶୀଘ୍ର ପୁଣି ମଇଦାନକୁ ଫେରିବେ ବୋଲି ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହା ଖୁବ୍‌ କମ୍‌ ଲୋକ ଜାଣିଥିବେ । ଯୁବରାଜଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏହା ନିଷ୍ଚିତ ଏକ ଖୁସି ଖବର । କାରଣ ସେମାନେ ଯୁବରାଜଙ୍କୁ ପୁଣି ମଇଦାନରେ ଚଉକା ଛକା ବର୍ଷା କରୁଥିବା ଦେଖିପାରିବେ । ଯୁବରାଜଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଘରୋଇ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ୍‌ ଅଲ୍ଲୀ ପାଇଁ ପଞ୍ଜାବ ଦଳର ୩୦ ସମ୍ଭାବ୍ୟ ଖେଳାଳି ତାଲିକାରେ ସାମିଲ କରାଯାଇଛି ।

Yuvraj Singh

ବିଶ୍ୱକପ୍ ୨୦୧୧ ର ‘ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ ଯୁବରାଜ ଗତ ବର୍ଷ ଜୁନ୍‌ରେ କ୍ରିକେଟ୍‌ରୁ ଅବସର ନେଇଥିଲେ । ହେଲେ ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ର ସଚିବ ପୁଣେ ବାଲିଙ୍କ ଅନୁରୋଧ କ୍ରମେ ସେ ପୁଣି ମଇଦାନକୁ ଓହ୍ଲାଇବେ ବୋଲି ରାଜି ହୋଇଛନ୍ତି ।

 

View this post on Instagram

 

A post shared by Yuvraj Singh (@yuvisofficial)

ଭାରତ ପାଇଁ ୩୦୪ ଦିନିକିଆ, ୪୦ଟେଷ୍ଟ ଏବଂ ୫୮ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ୩୯ ବର୍ଷୀୟ ଯୁବରାଜ ଏବେ ମୋହାଲିର PCA ଷ୍ଟାଡିୟମରେ ଅଭ୍ୟାସ କରୁଥିବା ନଜର ଆସୁଛନ୍ତି । ସେ ତାଙ୍କ ଅଭ୍ୟାସ ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଅବସର ପରେ ଯୁବରାଜ କାନାଡାର ଗ୍ଲୋବାଲ ଟି-ଟ୍ୱେଣ୍ଟି ଲିଗ୍‌ରେ ଭାଗ ନେଇଥିଲେ । ଜାନୁଆରୀ ୧୦ ରୁ ସୟଦ ମୁସ୍ତାକ୍ ଅଲି ଟ୍ରଫି ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି । ଏହି ଟୁର୍ନାମେଣ୍ଟ ଏକ ଜୈବ ସୁରକ୍ଷିତ ପରିବେଶରେ ଖେଳାଯିବ ଏବଂ ଦଳଗୁଡ଼ିକ ଜାନୁଆରୀ ୨ ସୁଦ୍ଧା ନିଜ ନିଜ କ୍ୟାମ୍ପରେ ପହଞ୍ଚିବେ ।

Leave a Reply