ଜାନୁଆରୀରେ ହେବ ସାମ୍ବାଦିକ ସିଦ୍ଦିକି କପ୍ପନଙ୍କ ଗିରଫ ପ୍ରତିବାଦର ଶୁଣାଣି

ୟୁପି: ହାଥରସ୍ ଗଣବଳାତ୍କାର ଓ ହତ୍ୟା ଘଟଣା ସମୟରେ କେରଳର ସାମ୍ବାଦିକ ସିଦ୍ଦିକି କପ୍ପନଙ୍କୁ ଗିରଫ ପ୍ରତିବାଦରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ନେଇ ଆସନ୍ତା ଜାନୁଆରୀରେ ଶୁଣାଣି କରାଯିବ । କପ୍ପନଙ୍କୁ ଗିରଫ କରାଯିବା ବିରୋଧରେ କେରଳ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ହୋଇଥିଲା ।

ପ୍ରଧାନ ବିଚାରପତି ଏସ୍‌ଏବୋବ୍‌ଡ଼େ, ଜଷ୍ଟିସ୍ ଏସ୍ ବୋପାନା ଏବଂ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ । ଜାନୁଆରୀ ତୃତୀୟ ସପ୍ତାହରେ ଏହି ଆବେଦନର ଶୁଣାଣି କରାଯିବ ବୋଲି ସ୍ପଷ୍ଟ ହୋଇଛି ।

ଏହାପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଉତ୍ତରରେ କୁହାଯାଇଥିଲା ଯେ, କେରଳ ସାମ୍ବାଦିକ ସଂଘ କପ୍ପନଙ୍କ ବାସ୍ତବତା ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଦୁଇ ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିବା ଖବରକାଗଜର ସାମ୍ବାଦିକ ବୋଲି କପ୍ପନ କହିଥିଲେ । ଏନେଇ ସୁପ୍ରିମକୋର୍ଟରେ ଯୋଗୀ ସରକାର ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ପିଟିସନର ଉତ୍ତର ରଖିବାକୁ ସାମ୍ବାଦିକ ସଂଘକୁ ଏକ ସୁଯୋଗ ଦେଇଛନ୍ତି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ।

Hathras

ତେବେ କପ୍ପନଙ୍କ ନାଁରେ ଆହୁରି ସଙ୍ଗିନ ଅଭିଯୋଗ ରହିଛି । ସେ ପିଏଲ୍‌ଏ ସଦସ୍ୟଙ୍କ ଠାରୁ ଟଙ୍କା ନେଇ ହାଥରସ୍‌ ଆସିଥିଲେ । ତାଙ୍କ ପାଖକୁ ଯିଏ ଲକ୍ଷ ଲକ୍ଷ ଟଙ୍କା ପଠାଇଥିଲା, ସେହି ବ୍ୟକ୍ତି ହଥରସ୍‌ ଘଟଣାର ଅଭିଯୁକ୍ତଙ୍କୁ ମଧ୍ୟ ଟଙ୍କା ପଠାଇଥିଲା । ତେଣୁ କପ୍ପନଙ୍କ ଭୁମିକା ଏହି ଘଟଣାରେ ସନ୍ଦେହ ସୃଷ୍ଟି କରୁଛି ।

Leave a Reply