spot_img
Home Blog Page 6407

ନାବାଳକ ହତ୍ୟାକାରୀଙ୍କ ପିତା ୧୦ ବର୍ଷ ହେଲା ଜେଲରେ କାଟୁଛନ୍ତି ସଜା

ଭୁବନେଶ୍ୱର: ସୁନ୍ଦରପଦାରେ ମାଆକୁ ୨ ନାବାଳକ ପୁଅ ହତ୍ୟା ଘଟଣାରେ ଆସିଲା ନୂଆ ତଥ୍ୟ । ୨ ନାବାଳକଙ୍କ ବାପା ଜଣେ ଅପରାଧୀ । ୧୦ ବର୍ଷ ହେଲା ସେ ପୁରୀ ସର୍କଲ ଜେଲରେ ସଜା କାଟୁଛନ୍ତି । ୨୦୧୧ରେ ବ୍ରହ୍ମଗିରି ଅଞ୍ଚଳରେ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ । ଭୋଜି ବେଳେ ବଚସାକୁ ନେଇ ଗୁଳିମାଡ଼ କରିଥିଲେ ନାବାଳକଙ୍କ ବାପା । ନାବାଳକଙ୍କ ବାପାଙ୍କ ନାମ ମିଟୁ ଓରଫ ନିହାର ରଞ୍ଜନ ପ୍ରଧାନ । ଏସଂପର୍କରେ କମିଶନରେଟ ପୋଲିସ ସୂଚନା ଦେଇଛି ।

Mother Murder Case, Police Say Two Accused Father Was A Murderer

ବୁଧବାର ବିଳମ୍ବିତ ରାତିରେ ଏୟାରଫିଲ୍ଡ ଥାନା ଅଞ୍ଚଳର ଅରଚିଡ୍ ଆପାର୍ଟମେଣ୍ଟରେ ନିଶାସକ୍ତ ମାଆକୁ ହତ୍ୟା କରିଥିଲେ ୨ ନାବାଳକ ପୁଅ । ଏହାପରେ ଉଭୟ ଫେରାର ହୋଇଯାଇଥିଲେ । ପଡ଼ୋଶୀଙ୍କୁ ଫୋନ୍ କରି କହିଥିଲେ ତାଙ୍କ ମାଆଙ୍କୁ କେହି ଆକ୍ରମଣ କରିଛି । ପରେ ପୋଲିସ ଦୁଇ ନାବାଳକ ପୁଅଙ୍କୁ ରେଲୱେ ଷ୍ଟେସନରୁ ଧରିଥିଲା । । ଜଣେ ଦଶମ ଶ୍ରେଣୀର ଛାତ୍ର ଥିବାବେଳେ ଅନ୍ୟଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଥିବା ଜଣାପଡ଼ିଛି ।

Mother Murder Case, Police Say Two Accused Father Was A Murderer

ଘଟଣା ସ୍ଥଳରୁ ପୋଲିସ ମଦ ବୋତଲ, ସିଗାରେଟ ଜବତ କରିଛି । ମାଆ ପ୍ରତିଦିନ ମଦ୍ୟପାନ ପରେ ସେମାନଙ୍କ ଉପରେ ଅତ୍ୟାଚାର କରୁଥିବା କୁହାଯାଉଛି । ଯାହାକୁ ସହିନପାରି ଦୁଇ ନାବାଳକ ପୁଅ ମାଆକୁ ଏକ ଲୁହା ରଡରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି ।

ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ, ବିଜ୍ଞାନରେ ରେଭେନ୍ସା ସର୍ବାଧିକ ୮୯ %

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ବର୍ଷ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ନାମଲେଖା ପାଇଁ ଆବେଦନ କରିଥିବା ୩ ଲକ୍ଷ ୮୪ ହଜାର ୨୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୪୭ ହଜାର ୬୨୬ ଜଣଙ୍କୁ ଚୟନ କରାଯାଇଛି ।

CHSE Announced Cut Off Mark For +2 Admissions In Odisha Education

କଳାରେ ସାଧାରଣ ବର୍ଗ ପାଇଁ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ୭୨. ୫ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି । ସେହିଭଳି ଏସସି ବର୍ଗରେ ଭୁବନେଶ୍ୱର ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୫୮.୩୩ ପ୍ରତିଶତ କଟ୍ ଅଫ୍ ମାର୍କ ରଖିଛି । ଏସଟି ବର୍ଗରେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୬୨.୬୭ ପ୍ରତିଶତ କଟ୍ ଅଫ୍ ମାର୍କ ରଖିଛି ।

CHSE Announced Cut Off Mark For +2 Admissions In Odisha Education

ବିଜ୍ଞାନ ସାଧାରଣ ବର୍ଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ୮୯ ପ୍ରତିଶତ କଟ୍ ଅଫ୍ ମାର୍କ ରଖିଛି । ଏସଟି ବର୍ଗରେ ବିଜେବି ଭୁବନେଶ୍ୱର ୭୨.୪ ପ୍ରତିଶତ, ଏସସି ବର୍ଗରେ ବର୍ଗରେ ରେଭେନ୍ସା ୮୦ ପ୍ରତିଶତ କଟ୍ ଅଫ୍ ମାର୍କ ରଖିଛନ୍ତି ।

CHSE Announced Cut Off Mark For +2 Admissions In Odisha Education

ସେହିଭଳି ବାଣିଜ୍ୟ ସାଧାରଣ ବର୍ଗରେ ରେଭେନ୍ସା ୭୫.୮୩ ପ୍ରତିଶତ ଏସସି ଓ ଏସଟି ବର୍ଗରେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଯଥାକ୍ରମେ ୫୭.୬୭ ପ୍ରତିଶତ ଓ ୬୩.୬୭ ପ୍ରତିଶତ କଟ ଅଫ ମାର୍କ ରଖିଛନ୍ତି ।

Corona Update: ରାଜ୍ୟରେ ଆଉ ୪ ହଜାର ୧୮୦ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଟେଷ୍ଟିଂ, ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ହଜାର ୧୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୪୬୬ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୧ ହଜାର ୭୧୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ବରଗଡ଼ରୁ ୧୦୦, ଭଦ୍ରକରୁ ୮୧, ବଲାଙ୍ଗିର ୭୩, ବୌଦ୍ଧ ୫୬, କଟକ ୪୯୨, ଦେବଗଡ଼ ୧୦, ଢେଙ୍କାନାଳ ୬୭, ଗଜପତି ୨୫, ଗଞ୍ଜାମ ୫୮, ଜଗତସିଂହପୁର ୧୨୩, ଯାଜପୁର ୧୮୪, ଝାରସୁଗୁଡ଼ା ୮୩, କଳାହାଣ୍ଡି ୬୭, କନ୍ଧମାଳ ୭୭, କେନ୍ଦ୍ରାପଡ଼ା ୧୨୧, କେନ୍ଦୁଝର ୭୩, କୋରାପୁଟ ୯୯, ମାଲକାନଗିରି ୫୩, ମୟୂରଭଞ୍ଜ ୧୬୩, ନବରଙ୍ଗପୁର ୭୩, ନୟାଗଡ଼ ୫୪, ନୂଆପଡ଼ା ୫୪, ପୁରୀ ୧୬୬, ରାୟଗଡ଼ା ୧୬୦, ସମ୍ବଲପୁର ୧୨୭, ସୋନପୁର ୬୨, ସୁନ୍ଦରଗଡ଼ ୧୬୬ ଓ ବାହାରୁ ଆସିଥିବା ୩୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ୧୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ବରଗଡ଼, ବଲାଙ୍ଗିର, ମୟୂରଭଞ୍ଜ, କଟକ, ଗଜପତି, କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱରରୁ ଜଣେ, ଖୋର୍ଦ୍ଧାରୁ ୨, କେନ୍ଦ୍ରାପଡ଼ାରୁ ୨ ଓ ପୁରୀ ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରଏ କରୋନା ମୃତ୍ୟୁସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି ।

Fresh 4,180 Covid-19 Positive Case In Odisha In Last 24 Hours

ରାଜ୍ୟରେ ଏଯାବତ୍ ୧ ଲକ୍ଷ ୭୧ ହଜାର ୩୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୩୩ ହଜାର ୪୬୬ ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ରାଜ୍ୟରେ ୩୭ ହଜାର ୧୪୦ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି ।

ରାଜଧାନୀରୁ ବିପୁଳ ଗଞ୍ଜେଇ ଜବତ, ବୋଲେରୋ ନମ୍ବର ପ୍ଲେଟ ବଦଳାଇ ହେଉଥିଲା ଚାଲାଣ

ଭୁବନେଶ୍ୱର: ଅବକାରୀ ବିଭାଗକୁ ବଡ଼ ସଫଳତ । ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଜଣକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି । ବୋଲେରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା । ଗାଡ଼ିରେ ଗଞ୍ଜେଇ ଚାଲାଣ ନେଇ କେହି ଯେମିତି ଜାଣି ନପାରିବେ ସେନେଇ ଅଭିଯୁକ୍ତ ପୂରା ପ୍ଲାନ୍ କରିଥିଲେ ।

Excise Department Seized 93 KG Ganjai With Bolero Arrested One

ଗାଡ଼ି ସିଟ୍ ତଳେ ଛୋଟ ଛୋଟ ଗଞ୍ଜେଇ ପ୍ୟାକେଟ୍ କରି ରଖାଯାଇଥିଲା । ଅବକାରୀ ବିଭାଗ ବୋଲେରୋଟିକୁ ଜବତ କରିବା ସହ ଗାଡ଼ିରୁ ୯୧ଟି ଗଞ୍ଜେଇ ପ୍ୟାକେଟ୍ ଜବତ କରିଛି । ଯେଉଁଥିରେ ୨ କିଲୋର ୧୪ଟି ପ୍ୟାକେଟ୍, ୧ କେଜିର ୫୩ଟି ପ୍ୟାକେଟ୍, ୫୦୦ ଗ୍ରାମର ୨୪ଟି ପ୍ୟାକେଟ୍ ରହିଛି ।

Excise Department Seized 93 KG Ganjai With Bolero Arrested One

ମୋଟ ୯୩ କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଭକାରୀ ବିଭାଗ ସୂଚନା ଦେଇଛି । ଏହି ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଚୋରାଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ସୂଚନା ଦେଇଛି ।

ଫସିବେ କି କଙ୍ଗନା ? ୧ କେଜି ହିମାଚଳ ପ୍ରଦେଶ ଚରସ୍ ଜବତ କଲା ମୁମ୍ବାଇ NCB, ଜଣେ ଗିରଫ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଆଙ୍ଗେଲରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ, ରିୟାଙ୍କ ଭାଇ ସୌଭିକଙ୍କ ସହ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଗିରଫ କରିଛି । ଡ୍ରଗ୍ସ ଆଙ୍ଗେଲକୁ ନେଇ ଏନସିବିର ଖୋଳାତାଡ଼ ଜାରି ରହିଛି । ରିୟା ବଲିଉଡର ବଡ଼ ବଡ଼ ସେଲିବ୍ରିଟି ଡ୍ରଗ୍ସ ନେବା ଓ କାରବାରରେ ସମ୍ପୃକ୍ତ ଥିବା ନେଇ ନେଇ ଏନସିବିକୁ କହିଛନ୍ତି । ଯାହାକୁ ନେଇ ଏନସିବି ୨୫ ଜଣିଆ ବଲିଉଡ୍ ଷ୍ଟାରଙ୍କ ଲିଷ୍ଟ ପ୍ରସ୍ତୁତ କରିଛି ।

SSR Case Mumbai NCB Detained Rahil Vishram with 1 kg Charas of Himachal Pradesh

ଗୋଟିଏ ପଟେ ଏନସିବି ତଦନ୍ତ ଆଗେଇ ଚାଲିଥିବା ବେଳେ ମୁମ୍ବାଇ ଏନସିବି ମାମଲାରେ ନୂଆ ଅଭିଯୁକ୍ତକୁ ଧରିଛି । ରାହିଲ ଭିଶ୍ରମକୁ ୧ କେଜି ହିମାଚଳ ପ୍ରଦେଶ ଚରସ୍ (ଗଞ୍ଜେଇ) ସହ ଧରିଛି ଏନସିବି । ତା’ ସହ ଏନସିବି ରାହିଲଙ୍କ ଠାରୁ ୪.୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି । ଏନସିବି ଅଧିକାରୀଙ୍କ ସୂଚନା ଅନୁସାରେ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍ ସହ ସମ୍ପୃକ୍ତ ଅନ୍ୟ ଡ୍ରଗ୍ସ ପେଡଲର୍ସଙ୍କ ସହ ରାହିଲର ସମ୍ପର୍କ ରହିଛି ।

ଏ ଖବର ଆସିବା ପରେ ସୋସିଆଲ୍ ମିଡିଆରେ କଙ୍ଗନାଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏବେ ଏବେ ମୁମ୍ବାଇରୁ ହିମାଚଳ ଫେରି ଯାଇଥିବା କଙ୍ଗନାଙ୍କୁ ଏହି ମାମଲାରେ ଏନସିବି ଜେରା କରିବ ବୋଲି ସୋସିଆଲ୍ ମିଡିଆ ୟୁଜର ପ୍ରତିକ୍ରିୟା ଦେଇଛନ୍ତି ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ? ଆଜି ଆସିବ ଭିସେରା ରିପୋର୍ଟ

ସଂସଦ ଅଧିବେଶନ ବେଳେ ଧରାପଡ଼ିଲେ ସାଂସଦ, ମୋବାଇଲରେ ଦେଖୁଥିଲେ ଅଶ୍ଲୀଳ ଭିଡିଓ

ବ୍ୟାଂକକ: ଥାଇଲାଣ୍ଡ ସଂସଦରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଗୁରୁବାର ଥାଇଲାଣ୍ଡ ସଂସଦରେ ବଜେଟ୍ ଆଗତ ହେଉଥିଲା । ଠିକ୍ ସେତିକି ବେଳେ ଜଣେ ସାଂସଦ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖୁଥିବା ବେଳେ ଧରାପଡ଼ିଛନ୍ତି । ସାଂସଦ ଜଣଙ୍କ ହେଉଛନ୍ତି ରୋନାଥେପ ଅନୁବତ । ସେ ଅଶ୍ଲୀଳ ଭିଡିଓ ଦେଖୁଥିବା ନେଇ କେତକ ଫଟୋ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଛି ।

Thailand Parliament Budget Session Mobile Porn Photos Caught MP Ronathep Anuvat

ସୂଚନା ଅନୁସାରେ ବଜେଟ୍ ଅଧିବେଶନରେ ରୋନାଥେପ ଅନୁବତ ମୋବାଇଲ୍ ବାହାର କରି ଟେବୁଲ ତଳକୁ ନେଇ କିଛି ଦେଖିବାକୁ ଲାଗିଥିଲେ । ଏହି ସମୟରେ ଗ୍ୟାଲେରୀରେ ବସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ନଜର ପଡ଼ିଥିଲା ରୋନାଥେପଙ୍କ ଉପରେ । ଯେଉଁଥିରେ ରୋନାଥେପ ଅଶ୍ଲୀଳ ଭିଡିଓ ଦେଖୁଥିବା ଜଣାପଡ଼ିଥିଲା ।

ଏହାକୁ ନେଇ ସଂସଦରେ ଅପ୍ରୀତିକର ପରିସ୍ଥିତି ଉପୁଜି ଥିଲା । ଅନୁବତ ସ୍ପଷ୍ଟୀକରଣ ଦେଇ କହିଥିଲେ- ତାଙ୍କୁ ଏକ ମେସେଜ ଆସିଥିଲା ଯେଉଁଥିରେ ଯୁବତୀଙ୍କ ଅର୍ଦ୍ଧନଗ୍ନ ଫଟୋ ଥିଲା । ମୋତେ ଲାଗିଲା କେହି ଗ୍ୟାଙ୍ଗଷ୍ଟର କୌଣସି ଯୁବତୀଙ୍କୁ ଜବରଦସ୍ତି କରୁଛି । ପରେ ଶୁଣିଥିଲେ ଯୁବତୀ ଜଣଙ୍କ ଟଙ୍କା ମାଗୁଛନ୍ତି । ତାପରେ ସେ ଫଟୋକୁ ଡିଲିଟ୍ କରି ଦେଇଥିଲେ ।

Thailand Parliament Budget Session Mobile Porn Photos Caught MP Ronathep Anuvat

ସରକାରୀ ଅଧିକାରୀ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଜବାବ ମାଗିଛନ୍ତି । ତେବେ, ସଂସଦ ବାଚସ୍ପତି ଚୁଆନ୍ ଲିକପାଇ ଏହି ମାମଲାକୁ ବ୍ୟକ୍ତିଗତ କହିଛନ୍ତି । ଅଧିବେଶନ ବେଳେ ମୋବାଇଲ୍ ବ୍ୟବହାର ନକରିବା ନେଇ କୌଣସି ନିୟମ ନାହିଁ । ଫୋନରେ ଆପଣ କଣ ଦେଖୁଛନ୍ତି ତାହା ଆପଣଙ୍କ ବ୍ୟକ୍ତିଗତ । ସାଂସଦ ରୋନାଥେପ ଅନୁବତଙ୍କ ବିରୋଧରେ କୌଣସି ଅଭିଯୋଗ ମଧ୍ୟ ହୋଇନାହିଁ ।

ତେବେ, ଏପରି ଘଟଣା ଥାଇଲାଣ୍ଡ ସଂସଦରେ ପ୍ରଥମଥର ପାଇଁ ସାମନାକୁ ଆସିନାହିଁ । ଏହା ପୂର୍ବରୁ ୨୦୧୨ ମସିହାରେ ସାଂସଦ ନାଟ ବେନଟେଡଟନ୍ ସଂସଦ ପରିସରରେ ଅଶ୍ଲୀଳ ଭିଡିଓ ଦେଖିବା ବେଳେ ଧରାପଡ଼ିଥିଲେ ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ? ଆଜି ଆସିବ ଭିସେରା ରିପୋର୍ଟ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉପରୁ ଆଜି ଉଠିବ ପରଦା । ଶୀଘ୍ର ଏମ୍ସର ଫରେନ୍ସିକ ଟିମ୍ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁର କାରଣ ଖୁଲାସା କରିବେ । ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ ଆସିବ । ଭିସେରା ରିପୋର୍ଟ ଆସିବା ପରେ ଏମ୍ସ ଡାକ୍ତର ପ୍ୟାନେଲ ସୁଶାନ୍ତଙ୍କ ମୃତ୍ୟୁ ନେଇ ଶେଷ ବୈଠକ କରିବେ । ଏହି ବୈଠକରେ ସୁଶାନ୍ତଙ୍କ ଭିସେରା ଓ ପୋଷ୍ଟମର୍ଟମ ରିପୋର୍ଟ ଉପରେ ଆଲୋଚନା କରାଯିବ ।

Sushant Singh Viscera Report Aiims Forensic Team Suicide Or Murder Truth Will Out

ଭିସେରା ରିପୋର୍ଟରୁ ଜଣାପଡ଼ିବ ସୁଶାନ୍ତଙ୍କୁ ବିଷ ଦିଆ ଯାଇଥିଲା କି ? ଏହା ପୂର୍ବରୁ କଲିନା ଫରେନ୍ସିକ ଭିସେରା ରିପୋର୍ଟକୁ ନେଗେଟିଭ୍ ଦର୍ଶାଇଥିଲା । ତେବେ, ଦ୍ୱିତୀୟ ଥର ଆସିବାକୁ ଥିବା ରିପୋର୍ଟ ସୁଶାନ୍ତଙ୍କ ୨୦ ପ୍ରତିଶତ ଭିସେରା ଯାଞ୍ଚ ପରେ ପ୍ରସ୍ତୁତ କରାଯାଇଛି । କାରଣ ମୁମ୍ବାଇ ପୋଲିସ ସୁସାନ୍ତଙ୍କ ୮୦ ପ୍ରତିଶତ ଭିସେରା ଯାଞ୍ଚ ବେଳେ ବ୍ୟବହାର କରିଥିଲା ।

Sushant Singh Viscera Report Aiims Forensic Team Suicide Or Murder Truth Will Out

ଏହି ରିପୋର୍ଟରୁ ଜଣାପଡ଼ିବ ସୁଶାନ୍ତଙ୍କ ଶରୀରରେ କେଉଁ ପ୍ରକାର ବିଷାକ୍ତ ପଦାର୍ଥ ମହଯୁଦ୍ ଥିଲା କି ନାହିଁ । ଭିସେରା ରିପୋର୍ଟ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସମୟ ବି ବତାଇବ । ସୁଶାନ୍ତଙ୍କ ମାମଲାର ଯାଞ୍ଚ ଏନସିବି, ଇଡି, ସିବିଆଇ କରୁଛନ୍ତି । ତେବେ ଏବେ ଯାଏଁ ସୁଶାନ୍ତଙ୍କ ମୃତ୍ୟୁର କାରଣ କଣ କେହି ଖୁଲାସା କରିପାରି ନାହାଁନ୍ତି । ଏବେ ଭିସେରା ରିପୋର୍ଟରୁ କିଛି ବଡ଼ ଖୁଲାସା ନେଇ ସମସ୍ତେ ଆଶାବାଦୀ ଅଛନ୍ତି ।

Sushant Singh Viscera Report Aiims Forensic Team Suicide Or Murder Truth Will Out

ସୁଶାନ୍ତଙ୍କ ପରିବାରର ଅଭିଯୋଗ ସେ ଆତ୍ମହତ୍ୟା କରିନଥିବେ । ତାଙ୍କୁ ଲାଗୁଛି ସୁଶାନ୍ତଙ୍କୁ ହତ୍ୟା କରାଯାଇଛି । ଏପରିକି ଏକ ଭିଡିଓରେ ସୁଶାନ୍ତଙ୍କ ବାପା ପୁଅର ମୃତ୍ୟୁ ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ । କହିଥିଲେ- ରିୟା ତାଙ୍କ ପୁଅକୁ ମାରି ଦେଇଛି । ରିୟାଙ୍କୁ ସୁଶାନ୍ତଙ୍କ ପରିବାର ମାମଲାର ମୁଖ୍ୟ ଅଭିଯୁକ୍ତ କହିଥିଲେ ।

ଦିନ ୧୧ଟାରେ ପ୍ରକାଶ ପାଇବ +୨ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ମେରିଟ୍ ଲିଷ୍ଟ । ପୂର୍ବାହ୍ଣ ୧୧ଟାରେ ସାମସ୍ ୱେବସାଇଟରେ କଟ୍ ଅଫ୍ ମାର୍କ ଉପଲବ୍ଧ ହେବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୨୧ରୁ ୨୬ ତାରିଖ ଭିତରେ ନାମ ଲେଖାଇ ପାରିବେ । ଅକ୍ଟୋବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ୫ରୁ ୭ ତାରିଖ ଭିତରେ ନାମଲେଖା ହେବ । ପରେ ଅକ୍ଟୋବର ୧୫ରେ ସ୍ପଟ୍ ଆଡିମିଶନ ପାଇଁ ତାଲିକା ପ୍ରକାଶ ପାଇବ ।

CHSE To Announce 1st Phrase Merit List For +2 Admissions In Odisha

୧୭ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ । ଚଳିତବର୍ଷ ରାଜ୍ୟର ୨ହଜାର ୨୮ଟି କଲେଜରେ ୪ ଲକ୍ଷ ୫୩ ହଜାର ୬୪୩ଟି ସିଟରେ ନାମଲେଖା ହେବ । ଏନେଇ ସମସ୍ତ ଯୁକ୍ତଦୁଇ କଲେଜକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନରେ କୌଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

ବଡ଼ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ପୁଲୱାମା ଭଳି ଆଟାକ୍ ପାଇଁ ହୋଇଥିଲା ପ୍ଲାନ୍

ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ପୁଲୱାମା ଭଳି ଆଉ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ସେନା ପଣ୍ଡ କରିଛି । ଦକ୍ଷିଣ କାଶ୍ମୀରର ଅବନ୍ତିପୁରାରେ ଗୁରୁବାର ସୁରକ୍ଷାକର୍ମୀ ୨ଟି ସ୍ଥାନରେ ମାଟି ତଳେ ପୋତା ଯାଇଥିବା ବିପୁଳ ବିସ୍ଫୋରକ, ଗେଲଟିନ୍ ଷ୍ଟିକ୍ସ ଏବଂ ଡିଟୋନେଟର ଜବତ କରିବା ସହ ନଷ୍ଟ କରିଛନ୍ତି ।

Explosives Dumps Reveal Another Pulwama Style Bomb Plot

୨୫୦ ଲିଟରର ୨ଟି ପ୍ଲାଷ୍ଟିକ ୱାଟର ଟ୍ୟାଙ୍କରେ ଏହି ବିସ୍ଫୋରକକୁ ମାଟି ତଳେ ପୋତା ଯାଇଥିଲା । ଏହା ଜୈଶ୍ ଏ ମହମ୍ମଦ ଆତଙ୍କୀ ସଂଗଠନ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ପୁଲୱାମା ଜିଲ୍ଲାର ଅବନ୍ତିପୁରା ଗଡ଼ିଖାଲ ଜଙ୍ଗଲରୁ ବିପୁଳ ବିସ୍ଫୋରକ ମିଳିବା ପରେ ସେନା ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ।

ଗୋଟିଏ ଟ୍ୟାଙ୍କରେ ୪୧୬ ହାଇ ସେନସିଟିଭ୍ ଗେଲଟିନ୍ ଷ୍ଟିକ୍ସ ଥିବା ବେଳେ ଅନ୍ୟଟିରେ ୫୦ଟି ଡିଟୋନେଟର ଲୁଚାଇ ରଖାଯାଇଥିଲା । ଏସବୁ ଜବତ ସାମଗ୍ରୀ ପରିବହନ କ୍ଷତିକାରକ ହୋଇଥିବାରୁ ଘଟଣାସ୍ଥଳରେ ସେସବୁକୁ ବୋମା ନିଷ୍କ୍ରିୟକାରୀ ଦଳ ଡିଫ୍ୟୁଜ୍ କରି ଦେଇଛି ।

Pulwama Attack
FILE

ପୋଲିସ, ସିଆରପିଏଫ ଓ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ଅପରେସନ୍ ବେଳେ ଏହି ସଫଳତା ମିଳିଛି । ୨୦୧୯ ଫେବ୍ରୁଆରୀ ୧୪ରେ ଆତଙ୍କବାଦୀ କରିଥିବା ପୁଲୱାମା ଆକ୍ରମଣ ଭଳି ଆକ୍ରମଣ ପାଇଁ ଏଭଳି ଯୋଜନା କରାଯାଇଥିବା ସେନା ଅଧିକାରୀ ସୂଚନା ଦେଇଛନ୍ତି । ଗତବର୍ଷ ହୋଇଥିବା ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ।

ଗତ ମେ ମାସରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରୁଥିବା ଏକ ବିସ୍ଫୋରକ ଭର୍ତ୍ତି କାରକୁ ପୁଲୱାମାରେ ସେନା ଉଡ଼ାଇ ଦେଇଥିଲା । ସେନା ବିସ୍ଫୋରକ ଭର୍ତ୍ତି କାରକୁ ଉଡ଼ାଇ ଦେଇଥିବା ବେଳେ ଆତଙ୍କବାଦୀ ଖସି ଯାଇଥିଲେ । ପରେ ଘଟଣାର ମାଷ୍ଟରମାଇଣ୍ଡ ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈସର ସଦସ୍ୟକୁ ଏନକାଉଣ୍ଟରରେ ନିହତ ହୋଇଥିଲା ।

କୃଷି ବିଲ୍ ଲୋକସଭାରେ ପାସ୍, ପ୍ରଧାନମନ୍ତ୍ରୀ କହିଲେ- କୃଷକଙ୍କୁ ଭ୍ରମିତ କରିବାକୁ ଲାଗିଛନ୍ତି ଲୋକ

ନୂଆଦିଲ୍ଲୀ: ସଂସଦରେ କୃଷି ସଂଶୋଧନ ବିଲକୁ ନେଇ କେନ୍ଦ୍ର ମନ୍ତ୍ରୀ ହରସିମରତ ବାଦଲଙ୍କ ଇସ୍ତଫା ପରେ କୃଷକଙ୍କୁ ଆଶ୍ୱସ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି- କୃଷକଙ୍କୁ ଭ୍ରମିତ କରିବାକୁ ବହୁତ ଶକ୍ତି ଲାଗିଛି । ମୁଁ କୃଷକ ଭାଇ ଓ ଭଉଣୀମାନଙ୍କୁ ଆଶ୍ୱସ୍ତ କରୁଛି MSP ଓ ସରକାରୀ କ୍ରୟ ବ୍ୟବସ୍ଥା ପୂର୍ବ ଭଳି ରହିବ । ଏହି ବିଲ୍ ପ୍ରକୃତରେ କୃଷକଙ୍କୁ କେତକ ବିକଳ୍ପ ପ୍ରଦାନ କରିବ । ଏହା କୃଷକଙ୍କୁ ଆହୁରି ସଶକ୍ତ କରିବ ।

ଏହି ବିଲ୍ କୃଷକଙ୍କ ହିତ ପାଇଁ । ଲୋକସଭାରେ ଐତିହାସି କୃଷି ସୁଧାର ବିଲ୍ ପାସ୍ ହେବା ଦେଶର ଚାଷୀ ଓ କୃଷି କ୍ଷେତ୍ର ପାଇଁ ମହତ୍ୱପୂର୍ଣ୍ଣ ସମୟ । ବିଲ୍ ଦ୍ୱାରା କୃଷକ ମିଡିଲ୍ ମ୍ୟାନ୍ ବା ଦଲାଲ ସହ ଅନ୍ୟ ଅବରୋଧରୁ ମୁକ୍ତି ପାଇବେ । ଏହି କୃଷି ସୁଧାର ଦ୍ୱାରା କୃଷକ ନିଜ ଉତ୍ପାଦିତ ସାମଗ୍ରୀ ବିକିବାରେ ନୂଆ ମୌକା ପାଇବେ । ଯାହାଦ୍ୱାରା ଲାଭ ମିଳିବ । ଏହାଦ୍ୱାରା କୃଷି କ୍ଷେତ୍ରରେ ଆଧୁନିକ ଟେକ୍ନୋଲଜିକୁ ଲାଭ ମିଳିବ ।

ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ହର୍ଷିମ୍ରତ୍ କୌର ବାଦଲ, କୃଷି ବିଲକୁ ବିରୋଧ…

NDAରୁ ଓହରିବ କି ଅକାଳୀ ଦଳ ?

ସଂଶୋଧିତ କୃଷି ବିଲକୁ ନେଇ ବିଜେପିର ସହଯୋଗୀ ଅକାଳୀ ଦଳରୁ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ଇସ୍ତଫା ଦେଇଛନ୍ତି । କୌର ଲେଖିଛନ୍ତି- କୃଷକ ବିରୋଧୀ ବିଲ୍ ଓ ଆଇନକୁ ବିରୋଧ କରି ମୁଁ କେନ୍ଦ୍ରୀୟ କ୍ୟାବିନେଟରୁ ଇସ୍ତଫା ଦେଇଛି । ମୋତେ ଗର୍ବ ହେଉଛି କି ମୁଁ କୃଷକଙ୍କ ସହିତ ତାଙ୍କର ଝିଅ ଓ ଭଉଣୀଭାବେ ଛିଡ଼ା ହୋଇଛି । ଏହା ଛଡ଼ା ଏମିତି ଖରବ ବି ଚାଲୁଛି ଅକାଳୀ ଦଳ, ଏନଡିଏରୁ ସମର୍ଥନ ଫେରାଇ ନେଇପାରେ । ଶିରୋମଣୀ ଅକାଳୀ ଦଳ କେନ୍ଦ୍ର ସରକାରରୁ ସମର୍ଥନ ଫେରାଇନେବା ଉପରେ ଦଳର ବୈଠକରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି ହରସିମରତ କୌର ।