ଡିଜିଙ୍କ ପତ୍ନୀଙ୍କୁ ମାଡ ମରା ଘଟଣାରେ ନୂଆ ମୋଡ, ପୋଲିସରେ ଅଭିଯୋଗ ଆଣିଲେ ଯୁବତୀ

ଭୋପାଳ: ମଧ୍ୟପ୍ରଦେଶର ସ୍ପେଶାଲ ଡିଜି ପୁରୁଷୋତ୍ତମ ଶର୍ମାଙ୍କୁ ପତ୍ନିକୁ ମାରପିଟ କରିବା ଭିଡ଼ିଓ ଭାଇରାଲ ହେବା ପରେ ପଦରୁ ନିଲମ୍ବିତ କରାଯାଇଛି । ଏବେ ଏହି ମାମଲାରେ ନୂଆ ମୋଡ଼ ଆସିଛି । ଖବର ଅନୁସାରେ ପୁରୁଷୋତ୍ତମଙ୍କ ପତ୍ନି ଅନ୍ୟ ଜଣେ ଯୁବତୀଙ୍କ ଘରେ ତାଙ୍କୁ ଦେଖିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ କଥା ମାରପିଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ପୁରୁଷୋତ୍ତମ ଶର୍ମାଙ୍କୁ ତାଙ୍କ ପତ୍ନି ଯେଉଁ ଯୁବତୀଙ୍କ ଘରେ ଦେଖିଥିଲେ ଏବେ ସେହି ଯୁବତୀ ଥାନାରେ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ଘରେ ପହଂଚି ପୁରୁଷୋତମଙ୍କ ପତ୍ନୀ ତିଆରି କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀ ଜଣକ ଥାନାରେ ପହଂଚିଛନ୍ତି ।


ଅଭିଯୋଗରେ ଯୁବତୀ ଜଣକ ଲେଖିଛନ୍ତି କି ତାଙ୍କ ଛବିକୁ ଭୁଲ ଭାବରେ ଉପସ୍ଥାପନା କରାଯାଇଛି । ଡିଜି ପୁରୁଷୋତ୍ତମ ଶର୍ମା ତାଙ୍କ ବାପାଙ୍କ ଭଳି, କିନ୍ତୁ ସୋସିଆଲ ମିଡିଆରେ ଏହାକୁ ନେଇ ଅପପ୍ରଚାର କରାଯାଇଛି । ତେଣୁ ଏହାକୁ ନେଇ ଉଚିତ୍‌ ତଦନ୍ତ କରିବା ପାଇଁ ସେ ଅଭିଯୋଗରେ ଲେଖିଛନ୍ତି ।

ସୂଚନାଯୋଗ୍ୟ ନିକଟରେ ମଧ୍ୟପ୍ରଦେଶର ଏହି ସ୍ପେଶାଲ ଡିଜିଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ତାଙ୍କ ପତ୍ନିଙ୍କୁ ନିର୍ମମ ଭାବରେ ମାଡ଼ ମାରୁଥିବାର ନଜର ଆସିଛି । ତେବେ ଉକ୍ତ ଘଟଣା ସାମ୍ନାକୁ ଆସିବା ପରେ ଡିଜିଙ୍କୁ ପଦରୁ ନିଲମ୍ବିତ କରାଯାଇଛି । କିନ୍ତୁ ଉକ୍ତ କଥାକୁ ଭୁଲ ବୋଲି କହିଛନ୍ତି ଡିଜି । ତାଙ୍କ ମତରେ ଘରୋଇ ହିଂସା ଅପରାଧ ନୁହେଁ । ତେବେ ଏହି ଭିଡ଼ିଓ କିଏ ମୋବାଇଲରେ କଏଦ କରିଛି ତାହାର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ ।

ଖବର ଅନୁସାରେ ଡିଜିଙ୍କ ପୁଅ ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ଡିଜିଙ୍କୁ ପଦରୁ ନିଲମ୍ବିତ କରାଯାଇଛି ।

Leave a Reply