spot_img
Home Blog Page 6406

ପାଟଣାଗଡ଼ ଗଣହତ୍ୟାର ପର୍ଦ୍ଦାଫାସ୍, ୧୦ ବର୍ଷର କଳହକୁ ନେଇ ପରିବାରକୁ ହତ୍ୟା

ବଲାଙ୍ଗିର: ପାଟଣାଗଡ଼ ସାହାରପଡ଼ା ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ । ଗତ ୧୧ ତାରିଖରେ ବୁଲୁ ଜାନିଙ୍କ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା । ଘର ଭିତରୁ ସମସ୍ତଙ୍କ ମୃତଦେହ ମିଳିଥିଲା । ଏହି ଗଣହତ୍ୟା ମାମଲାରେ ବଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମ୍ ୭ ଜଣଙ୍କୁ ଗିରଫ କରିଛି । ଆଉ ୨ ଅଭିଯୁକ୍ତ ଫେରାର୍ ଥିବା ବଲାଙ୍ଗିର ପୋଲିସ ସୂଚନା ଦେଇଛି । ପୋଲିସ ପୂର୍ବରୁ ୯ ଜଣଙ୍କୁ ପଚରାଉଚରା କରୁଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି ।

Patanagarh Mass Murder Case, Bolangir Police Arrested Six

ଗତ ୧୧ ତାରିଖରେ ବୁଲୁ ଜାନି ତାଙ୍କ ସ୍ତ୍ରୀ ସହ ୪ ନାବାଳକ ପିଲାଙ୍କୁ ହତ୍ୟା କରାଯାଇଥିଲା । ବଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମକୁ ଏଥିରେ ସଫଳତା ମିଳିଛି । ବାବୁଲା ଜାନି, ଛାୟା ଗଣ୍ଡ, ବଳଦେବ ଗଣ୍ଡ, ମନୀଷ ଗଣ୍ଡ, ଭୋଳା ଜାନି, ଶିବା ଜାନି, ବିକଳ କଇରୀକୁ ପୋଲିସ ଗିରଫ କରିଛି । ପୋଲିସ ୩ଟି ଗାଡ଼ି ସହ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି ।

ଗଣହତ୍ୟାରେ ୩ଟି ପରିବାର- ଗଣ୍ଡ, ଜାନି ଓ ମାଝି ପରିବାର ସମ୍ପୃକ୍ତ । ଏମାନଙ୍କ ସହ ବୁଲୁ ଜାନିଙ୍କ ପରିବାରର ୧୦ ବର୍ଷ ହେଲା ତିକ୍ତତା ରହିଥିଲା, କେବେ ପଡ଼ୁନଥିଲା । ଅକ୍ଟୋବର ମାସରେ ବାବୁଲା ଜାନି, ବୁଲୁଙ୍କୁ ପରିବାରକୁ ନିପାତ କରିବା ଲାଗି ଯୋଜନା କରିଥିଲେ । ନବରଙ୍ଗପୁରରୁ ୪ ଜଣ, ନିଲଜିର ୨ ଜଣ ଓ ପାଟଣାଗଡ଼ର ୨ ଜଣକୁ ନେଇ ହତ୍ୟା ଯୋଜନା କରିଥିଲେ ।

୧୦ ତାରିଖ ରାତିରେ ଅଭିଯୁକ୍ତମାନେ ପାଟଣାଗଡ଼ରେ ପହଞ୍ଚିଥିଲେ । ରାତି ପ୍ରାୟ ୧୦ଟା ବେଳେ ବୁଲୁ ଜାନିଙ୍କୁ ଅଭିଯୁକ୍ତ ଗୁଳି ମାରିଥିଲେ, ହେଲେ ଗୁଳି ବାଜି ନଥିଲା । ବୁଲୁ ଘର ଭିତରକୁ ଯିବାପରେ ଅଭିଯୁକ୍ତ ଅସ୍ତ୍ରଶସ୍ତ୍ର ଧରି ଘରେ ଭିତରେ ପଶି ସମସ୍ତଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲେ । ହତ୍ୟା ପରେ ଲୁଟ୍ ପାଇଁ ଖୋଜାଖୋଜି କରିବା ପରେ ସେଠାରୁ ଖସି ପଳାଇଥିଲେ ।

ସମସ୍ତଙ୍କୁ ଟୀକା ମାଗଣା ଦିଆଯାଉ ବୋଲି କହିଲେ ନାରାୟଣ ମୂର୍ତ୍ତି

ନୂଆଦିଲ୍ଲୀ : କରୋନା ଟୀକାକୁ ନେଇ ଭଲ ଖବର ଆସିଲାଣି । ଥରେ ଏହି ଟିକା ବଜାରକୁ ଆସିବା ମାତ୍ରେ ଏହାକୁ ସାର୍ବଜନୀନ କରାଯିବା ଉଚିତ । ଏଥିପାଇଁ ସାଧାରଣ ଜନତାଙ୍କୁ କୌଣସି ଦେୟ ଦେବାକୁ ନ ପଡୁ । ଏହି କଥା କହିଛନ୍ତି ଇନଫୋସିସ କୋ ଫାଉଣ୍ଡର ନାରାୟଣ ମୂର୍ତ୍ତି । ମଡର୍ଣ୍ଣା ଏବଂ ଫାଇଜର-ଏନ୍ ଟେକ୍ ଟିକାଗୁଡିକର ସଫଳ ପରୀକ୍ଷଣକୁ ଦୃଷ୍ଟିରେ ରଖି ନାରାୟଣ ମୂର୍ତ୍ତି ଏହି କଥା କହିଛନ୍ତି ।

କିଛିଦିନ ତଳେ ବିହାର ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ସମୟରେ ନାଗରିକଙ୍କୁ ମାଗଣା ଭ୍ୟାକସିନ୍ ଦେବା ପାଇଁ ବିଜେପି କହିଥିଲା । ଏହା ପରେ ମଧ୍ୟ ପ୍ରଦେଶ ଏବଂ ତାମିଲନାଡୁ ସରକାର ମାଗଣା ଟିକା କଥା କହିଥିଲେ । ଓଡ଼ିଶା ସମେତ ଅନେକ ରାଜ୍ୟ ଟିକା କିପରି ନିଜ ନିଜ ରାଜ୍ୟରେ ସୁରକ୍ଷିତ ଭାବେ ପହଞ୍ଚିବ, ଏହାକୁ କିଣା ଯାଇ ପାରିବ, ସେ ନେଇ ପ୍ରକ୍ରିୟା ଜାରି ରଖିଛନ୍ତି । ସେହିପରି ଥରେ ଟିକା ବାହାରିଲା ପରେ ଲାଭ ଉଦ୍ଦେଶ୍ୟ ରଖି ଏହା କାରବାର କରା ନ ଯାଉ । ଏଥିପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ୟୁଏନ ପ୍ରଦାନ କରୁ । ସେହିପରି ବିଭିନ୍ନ ରାଷ୍ଟ୍ର, ରାଜ୍ୟ ସମୂହ ନିଜ ନିଜ ନାଗରିକଙ୍କ ପାଇଁ ଟୀକା ଖର୍ଚ୍ଚ ବହନ କରୁ ।

 

ଗ୍ରହ ଖଣ୍ଡନ ପାଇଁ ପୂଜାର୍ଚ୍ଚନା ନାଁରେ ପୂଜାରୀଙ୍କ ଦୁଷ୍କର୍ମ !

କାଲିମେଳା: ଗ୍ରହ ଖଣ୍ଡନ ଆଳରେ ଦୁଷ୍କର୍ମ । ସ୍ୱାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଭଳି ଅଭିଯୋଗ ସାମ୍ନାକୁ ଆସିଛି ମାଲକାନାଗିରି ଜିଲ୍ଲା ପଡ଼ିଆ ଥାନା ମାଟେରୁ ପଞ୍ଚାୟତ ଟେକାଲଗୁଡା ଗାଁରୁ । ଦେବାନନ୍ଦ ମାଡ଼କାମୀଙ୍କ ଘରେ ଦୀର୍ଘ ଦିନ ଧରି ନାନା ସମସ୍ୟା ଲାଗି ରହିଥିବାରୁ ଏମଭି-୬୬ ଗାଁର ପୂଜକ ଅପୂର୍ବ ପାଲଙ୍କ ପରାମର୍ଶ କ୍ରମେ ଘରେ ପୂଜାପାଠ କରି ଗ୍ରହ ଖଣ୍ଡନ କରିବାକୁ ସ୍ଥିର କରିଥିଲେ ଦମ୍ପତି ।

Malkangiri Police Arrested One In Rape Case

ଏଥିପାଇଁ ଗତ ଗୁରୁବାର ସନ୍ଧ୍ୟାରେ ପୂଜାପାଠ କରାଯିବା ପରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପୂଜକଙ୍କ ସହ ଗୋଟିଏ କୋଠରିରେ ଶୋଇଥିଲେ । ବଡ଼ି ଭୋରରୁ ଅପୂର୍ବ, ପୀଡ଼ିତାଙ୍କ ସ୍ଵାମୀ ଦେବାନନ୍ଦଙ୍କୁ ପୂଜା ଫୁଲ ଫୋପାଡ଼ିବା ପାଇଁ ପଠାଇ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି କଥା କାହାକୁ କହିଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିବା ପୂଜକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଅଭିଯୁକ୍ତ ଅପୂର୍ବ ପାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ନୂଆଦିଲ୍ଲୀରେ ସରିଲାଣି ୯୦ ଭାଗ କୋଭିଡ୍ ICU ବେଡ୍; ସ୍ଥିତି ସଙ୍ଗୀନ ତଥାପି ଲାଗୁ ହେବନି ଲକଡାଉନ୍

ନୂଆଦିଲ୍ଲୀ: କରୋନା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସକ୍ରିୟ ହୋଇଛି । କିଛି ଦିନ ଧରି ଦେଶର ପ୍ରାୟ ସବୁ ପ୍ରାନ୍ତରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଦିଲ୍ଲୀ ପୁଣିଥରେ ବେଲଗାମ ହୋଇଯିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଚିନ୍ତା ବଢାଇଛି । ଦିଲ୍ଲୀର ସାଂପ୍ରତିକ କରୋନାସ୍ଥିତି ଉପରେ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦୀୟା କହିଛନ୍ତି ଯେ, କରୋନା ସଂକ୍ରମଣ ବଢିବା ପରେ ଏବେ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି ।

ପ୍ରାୟ ୯୦ ପ୍ରତିଶତ ଆଇସିୟୁ ବେଡରେ ଭର୍ତ୍ତି ହୋଇ ସାରିଲାଣି । କେନ୍ଦ୍ର ସରକାର ୭୫୦ ଆଇସିୟୁ ବେଜ୍ ରାଜ୍ୟକୁ ଦେବେ । ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ୨୫୦ ଆଇସିୟୁ ବେଡର ସୁବିଧା କରାଯାଉଛି । ସେହିଭଳି ପ୍ରାୟ ୨୬ ହଜାର କରୋନା ସଂକ୍ରମିତ କେବଳ ହୋମ୍ ଆଇସୋଲେସନରେ ରହିଛନ୍ତି ।ତେବେ ଦିଲ୍ଲୀକୁ ଲକଡାଉନ୍ କରିବା ନେଇ ହେଉଥିବା ଅଲୋଚନା ଉପରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦୀୟା ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ସେ କହିଛନ୍ତି ଲକଡାଉନ ଆଣି ପୁଣି ଥରେ ଆର୍ଥିକ ସ୍ଥିତିକୁ ମାନ୍ଦା କରିବା ସପକ୍ଷରେ ସରକାର ଆଦୌ ନାହାନ୍ତି । ମାତ୍ର ଆବଶ୍ୟକତା ଦୃଷ୍ଟି କିଛି ବଜାରରେ ମାତ୍ରାଧିକ ଗହଳି ଦେଖିଲେ, ସେସବୁକୁ ସିଲ୍ କରିବା ଉପରେ ବିଚାର କରାଯାଇପାରେ ।

ତେବେ କିଛି ନିର୍ଦ୍ଦିଷ୍ଟ ମାତ୍ରାଧିକ ଗହଳି ହେଉଥିବା ଅଞ୍ଚଳକୁ ସାମୟିକ ଭାବେ ବନ୍ଦ କରିବା ଉପରେ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ତାଲିକା ମଧ୍ୟ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଉକ୍ତ ଅଞ୍ଚଳରେ କଟକଣା ଲାଗିବ  । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ଶେଷ ୨୪ ଘଣ୍ଟାରେ ୬୩୯୬ ମାମଲା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

ଓଡ଼ିଶା ଶ୍ରେଷ୍ଠ ସାମୁଦ୍ରିକ (ମେରାଇନ୍)ରାଜ୍ୟ

0

ଭୁବନେଶ୍ୱର : ଭାରତ ବର୍ଷରେ ଓଡ଼ିଶା ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ । ସେହିପରି କଳାହାଣ୍ଡି ଜିଲା ସାରା ଭାରତ ଶ୍ରେଷ୍ଠ ଅର୍ନ୍ତଦେଶୀୟ(ଇନ୍ ଲ୍ୟାଣ୍ଡ) ଜିଲା । ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଭାବେ ଓଡ଼ିଶାକୁ କେନ୍ଦ୍ର ମତ୍ସ୍ୟସମ୍ପଦ, ପ୍ରାଣୀସମ୍ପଦ ଏବଂ ଡାଏରୀ ମନ୍ତ୍ରଣାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ସେହିପରି ଶ୍ରେଷ୍ଠ ଇନ୍ ଲ୍ୟାଣ୍ଡ ଜିଲା କଳାହାଣ୍ଡିକୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ଆସନ୍ତା ୨୧ ତାରିଖ ତଥା ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ନାବାଳିକାଙ୍କ ମାଆଙ୍କ ବିସ୍ଫୋରକ ବୟାନ- ‘ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ୨ଥର ଭେଟିଥିଲେ ଜଗି’

ଭୁବନେଶ୍ୱର: ମୁହଁ ନଖୋଲିବାକୁ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ପକାଉଥିଲେ ଚାପ । ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ସାଂଘାତିକ ଅଭିଯୋଗ । ଓଟିଭି ଏମଡି ଜଗୀ ପଣ୍ଡାଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି ପୀଡ଼ିତା ନାବାଳିକାଙ୍କ ମାଆ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗରେ ହାଜର ହୋଇ ପକ୍ଷ ରଖିବା ବେଳେ ପୀଡ଼ିତାଙ୍କ ମାଆ ଜଗୀଙ୍କ ଅସଲ ମୁଖା ଖୋଲିଛନ୍ତି । ଜଣେ ନାରୀ ହୋଇ ଜଗୀ କିଭଳି ନାବାଳିକା ଓ ମାଆଙ୍କୁ ମାରିବାକୁ ଧମକ ଦେଇଥିଲେ ସବୁ କିଛି କମିଶନଙ୍କୁ ଅବଗତ କରାଇଛନ୍ତି ।

OTV MD Jagi Panda Threatened Victim And His Mother Not To Tell Gang Rape Matter To Others  

ଲକଡାଉନ୍ ସମୟରେ ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ୨ ଥର ଭେଟିଥିବା କହିଛନ୍ତି ନାବାଳିକାଙ୍କ ମାଆ । ଏପରିକି ପୋଲିସରେ ଅଭିଯୋଗ ପୂର୍ବରୁ ଜଗୀ ପୀଡ଼ିତାଙ୍କୁ ଭେଟି ଘଟଣା ବାବଦରେ କାହାରିକୁ କିଛି ନକହିବା ଲାଗି ଚାପ ପକାଇଥିଲେ । ଗଣଦୁଷ୍କର୍ମ ନେଇ ବାହାରେ କାହା ଆଗରେ କଥା ପ୍ରକାଶ କଲେ ମାଆ, ଝିଅକୁ ଜୀବନରେ ମାରି ଦେବାକୁ ଜଗୀ ଧମକ ଦେଇଥିଲେ ।

OTV MD Jagi Panda Threatened Victim And His Mother Not To Tell Gang Rape Matter To Others  

ଗଣଦୁଷ୍କର୍ମ ଅଭିଯୋଗକୁ ଚାପିବା ପାଇଁ ଧମକ ଦେବା ଠାରୁ ଆରମ୍ଭ କରି ତଦନ୍ତରେ ଅସହଯୋଗ । କାହିଁକି ଜଗୀ ବାରମ୍ବାର ନୋଟିସ୍ ସତ୍ତ୍ୱେ ବ୍ୟକ୍ତିଗତ ହାଜର ହେଉନାହାଁନ୍ତି । ତଦନ୍ତକୁ ବାଟବଣା ଓ ବିଳମ୍ବିତ କରିବା ଲାଗି ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ଏପରି କରୁଥିବା ପୀଡ଼ିତାଙ୍କ ଓକିଲ ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତା ଡିସେମ୍ବର ୨ ତାରିଖରେ ଶିଶୁ ସୁରକ୍ଷା ଆୟୋଗରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପରବର୍ତ୍ତୀ ଶୁଣାଣିରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରକ୍ଷିବାକୁ ଆୟୋଗ ଓଟିଭି ଏମଡିଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଏଥିସହ ପଢ଼ନ୍ତୁ- ନାବାଳିକା ଗଣଦୁଷ୍କର୍ମ ମାମଲା, ବ୍ୟକ୍ତିଗତ ହାଜର ପାଇଁ ଓଟିଭି ଏମଡିଙ୍କୁ ନୋଟିସ୍

୨୬/୧୧ ପରେ କାହିଁକି ମୌନ ଥିଲେ ମନମୋହନ,ଓବାମା ଖୋଲିଲେ ପରଦା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତୀୟ ରାଜନୀତିରେ ଏବେ ଏକ ସରଗରମ ପ୍ରସଙ୍ଗ । ନିକଟ ଅତୀତରେ ତାଙ୍କ ଲିଖିତ ‘A Promised Land’କୁ ନେଇ ଅନେକ ଚର୍ଚ୍ଚା ହେଉଛି । ସେ ନିଜ ପୁସ୍ତକରେ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ରଖିଥିଲେ । ତାକୁ ନେଇ ଭାରତୀୟ ରାଜନୀତିରେ ଅନେକ ବୟାନବାଜି ମଧ୍ୟ ହେଲା । ଏବେ ପୁସ୍ତକର ଆଉ ଏକ ଆଲେଖ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ବାରାକ ଓବାମା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ପାକିସ୍ତାନ ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି  ଓ ମନମୋହନଙ୍କର ମୁସଲିମ ତୁଷ୍ଟୀକରଣ ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

ସେ ଲେଖିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କର ୨୬/୧୧ ଆକ୍ରମଣ ପରେ ଭାରତରେ ପାକିସ୍ତାନ ବିରୋଧୀ ସ୍ୱର ଏକଦମ ଜୋର ଧରିଥିଲା । ତେବେ ଏସବୁ ସତ୍ତ୍ୱେ ମଧ୍ୟ କେନ୍ଦ୍ରଶାସିତ କଂଗ୍ରେସ ପାକିସ୍ତାନ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଭାଜପାର ପ୍ରଭାବ ଦେଶରେ ମୁସଲିମ୍ ବିରୋଧୀ ସ୍ୱର ତୀବ୍ର ହୋଇଥିଲେ ମଧ୍ୟ ମନମୋହନ ସିଂହ କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ମନମୋହନଙ୍କର ବୁଝିବା ଏହା ଥିଲା ଯେ, ପାକିସ୍ତାନ ବିରୋଧୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଦେଶରେ ମୁସଲିମ୍ ବିରୋଧୀ ବିଦ୍ୱେଷ ଭାବ ବଢିବାର ଅଶଙ୍କା ଥିଲା । ତେଣୁ ପାକିସ୍ତାନରେ ଉପରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ସେ ନଥିଲେ । ପୁସ୍ତକରେ ଲେଖା ଅଛି ଯେ, ମନମୋହନଙ୍କର ଏହି ନିଷ୍ପତ୍ତି ପାଇଁ ତାଙ୍କୁ ରାଜନୈତିକ କ୍ଷତି ମଧ୍ୟ ହୋଇଛି ।

ନିଜ ପୁସ୍ତକରେ ବାରାକ ଓବାମା ଭାରତର ସଂଘର୍ଷ ସମ୍ୱନ୍ଧରେ ମଧ୍ୟ ଲେଖିଛନ୍ତି । ବିଚ୍ଛିନ୍ନବାଦୀଙ୍କ ଆନ୍ଦୋଳନ, ତୃଣମୂଳ ସ୍ତରର ଦୁର୍ନୀତି ଓ ଉଗ୍ର ରାଜନୈତିକ ବିବାଦ ସତ୍ତ୍ୱେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛି ବୋଲି ଓବାମା ନିଜ ପୁସ୍ତକ A Promised Landରେ ଉଲ୍ଲେଖ କରିଛନ୍ତି ।

ନାବାଳିକା ଗଣଦୁଷ୍କର୍ମ ମାମଲା, ବ୍ୟକ୍ତିଗତ ହାଜର ପାଇଁ ଓଟିଭି ଏମଡିଙ୍କୁ ନୋଟିସ୍

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଶିଶୁ ସୁରକ୍ଷା ଆୟୋଗ ବୟାନ ରେକର୍ଡ କରିଛନ୍ତି । ନାବାଳିକାଙ୍କ ମାଆଙ୍କ ବୟାନ ରେକର୍ଡ ହୋଇଛି । ଓଟିଭି ଏମଡିଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇ ପକ୍ଷ ରଖିଥିଲେ । ଶିଶୁ ସୁରକ୍ଷା ଆୟୋଗ ଅଭିଯୋଗକାରୀ ଓ ପ୍ରତିପକ୍ଷଙ୍କ ବୟାନ ରେକର୍ଡ କରିଛନ୍ତି । ଆସନ୍ତା ଡିସେମ୍ବର ୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।

Minor Girl Gang Rape Case, Child Protection Comission Noticed OTV MD Jagi Panda

ପରବର୍ତ୍ତୀ ଶୁଣାଣି ତାରିଖରେ ବ୍ୟକ୍ତିଗତ ଭାବେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କୁ ହାଜର ହେବାକୁ ନୋଟିସ୍ ଦେଇଛନ୍ତି ଶିଶୁ ସୁରକ୍ଷା ଆୟୋଗ । ଜଗି ବ୍ୟକ୍ତିଗତ ଭାବେ ହାଜର ହେଲେ ତାଙ୍କର ବୟାନ ରେକର୍ଡ ହେବ । ଅନ୍ୟପଟେ ଡିସିପି ଓ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ସମୟ ନେଇଥିବା ଶିଶୁ କମିଶନ ଅଧ୍ୟକ୍ଷା କହିଛନ୍ତି ।

Minor Girl Gang Rape Case, Child Protection Comission Noticed OTV MD Jagi Panda

ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ପୋଲିସକୁ ଭର୍ତ୍ସନା କରିଛନ୍ତି । ଡିସେମ୍ବର ୧୬ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଇ ସତ୍ୟପାଠ ଦାଖଲ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଡିସେମ୍ୱର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ ଦୁଷ୍କର୍ମ ଘଟଣା ଘଟିଥିଲା । ୪ଜଣ ଓଟିଭି କର୍ମଚାରୀଙ୍କ ସହ ପୋଲିସ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ଅଗଷ୍ଟ ୩୦ରେ ଏନେଇ ଲିଖିତ ଏତଲା ଦେଇଥିଲେ ପୀଡ଼ିତାଙ୍କ ମା । ଘଟଣା ଗଣମାଧ୍ୟମକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଦେଖୁ ଦେଖୁ ଚାଲିଗଲା ୨ ଜଣଙ୍କ ଜୀବନ

କେନ୍ଦୁଝର: ମୃତ୍ୟୁ କେତେବେଳେ କେଉଁଠି ଆସେ କାହାକୁ ଜଣାନଥାଏ । ଚାହୁଁ ଚାହୁଁ ଚାଲିଯାଏ ଜୀବନ । ଦୋକାନରେ ବସି କିଣାବିକା କରୁଥିବା ବେଳେ ମାଡ଼ିଗଲ ଟ୍ରକ୍ । ଚାଲିଗଲା ୨ ଜଣଙ୍କ ପ୍ରାଣ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଛକରେ । ଓଏମସି ଖଣିରୁ ମାଲ୍ ପରିବହନ କରିବାକୁ ଏକ ଟ୍ରକ୍ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଦୋକାନ ଘରକୁ ପଶି ଯାଇଥିଲା ।

Truck Crossed In Shop Keounjhar, 2 Dead

ଫଳରେ ଦୋକାନରେ ବସିଥିବା ମାଲିକଙ୍କ ସହ ଟ୍ରକ୍ ହେଲପରଙ୍କ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସୌଭାଗ୍ୟବଶତଃ ଦୁର୍ଘଟଣାବେଳେ ଦୋକାନରେ ଗ୍ରାହକଙ୍କ ଭିଡ଼ ନଥିଲା । ଦୋକାନରେ ଭିଡ଼ଥିଲେ ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥାନ୍ତା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଦୋକାନ ଘରଟିର କାନ୍ଥ ଭାଙ୍ଗି ଯାଇଛି ।

ସାରୁଆ ଷ୍ଟୁଡିଓରେ ଶ୍ରମିକଙ୍କ ଧାରଣା ପ୍ରସଙ୍ଗ : ଅଧାପନ୍ତରିଆ ଭାବେ ଶେଷ ହେଲା ଆଜିର ମିଳିତ ଆଲୋଚନା

ଭୁବନେଶ୍ୱର : ଖୋର୍ଦ୍ଧା ଜିଲା ସାରୁଆ ସ୍ଥିତ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଆନ୍ଦୋଳନରତ ଥିବା କର୍ମଚାରୀ ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଏହା ମୁତାବକ ଆଲୋଚନା ହୋଇ ଥିଲେ ବି ଏହା ଅଧପନ୍ତରିଆ ଭାବେ ସରିଛି । ଓଟିଭି ପକ୍ଷରୁ ମାନବ ସମ୍ବଳ ବିକାଶ ମୁଖ୍ୟ ପାର୍ଥ ନନ୍ଦି ଓ ତାଙ୍କ ସହଯୋଗ ପ୍ରମୁଖ ଉପସ୍ଥିତ ରହିଥିଲେ । ହେଲେ ପୂର୍ବରୁ ନୋଟିସ ସତ୍ତ୍ୱେ ସାଙ୍ଗରେ ଆଣି ନ ଥିଲେ ଆବଶ୍ୟକୀୟ ନଥିପତ୍ର।

ଆଜିର ଦୀର୍ଘ 3 ଘଣ୍ଟା ପରେ ମଧ୍ୟ ଓଟିଭି କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ ବାହାରି ପାରିଲାନି କୌଣସି ନିଷ୍କର୍ଷ। ଆସନ୍ତା ୨୬ରେ ପୁଣି ଆଲୋଚନା ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ହୋଇଥିବା ଜଣାପଡିଛି । ତେଣୁ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ  ଆଲୋଚନା ହେବ । ଉଭୟ ପକ୍ଷ ଆବଶ୍ୟକ ନଥିପତ୍ର ସହିତ ହାଜର ହେବାକୁ ଡିଭିଜନାଲ ଶ୍ରମ କମିଶନରଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

Illegal Boundary Constructed By OTV In Sarua Demolished By Khordha Dist Administration

ଏହା ବ୍ୟତୀତ ଓଟିଭିର ସାରୁଅ, ଭୁବନେଶ୍ୱର ପଟିଆ ସ୍ଥିତ କାର୍ଯ୍ୟାଳୟ ଓ ଅନ୍ୟ କୋଉଠି କେତେ ଠିକାଦାର ଓ ସେମାନଙ୍କ ଅଧୀନରେ କେତେଜଣ ଶ୍ରମିକ କାର୍ଯ୍ୟରତ ଅଛନ୍ତି ସେ ସମ୍ପର୍କିତ ସର୍ବିଶେଷ ବିବରଣୀ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ଶ୍ରମ ବିଭାଗ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି ।

Illegal Boundary Constructed By OTV In Sarua Demolished By Khordha Dist Administration

ଆସନ୍ତା 27ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ ମହଲତ ଦିଆଯାଇଛି । ଏନେଇ ଡିଭିଜନାଲ ଶ୍ରମ କମିଶନର ଡ଼ଃ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି । ସେପଟେ ଓଟିଭି କର୍ତ୍ତୃପକ୍ଷଙ୍କ କାଳକ୍ଷେପଣ ନୀତିକୁ ତୀବ୍ର ନିନ୍ଦା କରିଛନ୍ତି ଠିକା କର୍ମଚାରୀ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରମିକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଓଟିଭି କର୍ତ୍ତୃପକ୍ଷ ଅପଚେଷ୍ଟା କରୁଥିବା ଅଭିଯୋଗ ଅଣାଯାଇଛି । ରାଜ୍ୟ ସରକାରଙ୍କ ଉପରେ ଶ୍ରମିକମାନଙ୍କର ପୂର୍ଣ୍ଣ ଆସ୍ଥା ରହିଛି ଓ ସେମାନଙ୍କୁ ନ୍ୟାୟ ମିଳିବ ବୋଲି  ସେମାନେ ଆଶା ରଖିଛନ୍ତି।