spot_img
Home Blog Page 6379

ଭଲ ଖବର: ଫେବ୍ରୁଆରୀ ସୁଦ୍ଧା ଭାରତକୁ ମିଳିପାରେ କରୋନା ଟିକା

ନୂଆଦିଲ୍ଲୀ: କରୋନା ସଂକଟରେ ଆଶା ବଢାଉଛି ଟିକା । ଜାନୁଆରୀ କିମ୍ବା ଫେବ୍ରୁଆରୀ ପ୍ରଥମ ଭାଗରେ ଦେଶରେ ମିଳିବ କୋଭିଡ୍ ଟିକା। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ବ୍ରିଟେନ୍‌ରେ ଅନୁମତି ମିଳିଛି । ଭାରତ ସରକାର ମଧ୍ୟ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି ।

ଏଭଳି ହେଲେ ଆସନ୍ତା ବର୍ଷ ଜାନୁଆରୀ ଶେଷ ସୁଦ୍ଧା ପ୍ରଥମ ଦଫାରେ ଅକ୍ସଫୋର୍ଡ ଟିକା ମିଳିଯିବ । ଲୋକଙ୍କୁ ଏପ୍ରିଲ ସୁଦ୍ଧା ଟିକା ଦିଆଯିବା ପାଇଁ ଯୋଜନା ହୋଇଛି । ସେରମ ଇନଷ୍ଟିଚ୍ୟୁଟ୍ ଆସନ୍ତା ମାସ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଆବେଦନ କରିବ । ଟିକାର ଧାର୍ଯ୍ୟ ଦରଠାରୁ ୫୦ ପ୍ରତିଶତ ରିହାତିରେ ସେରମଠାରୁ ଏହାକୁ ଆଣିବା ପାଇଁ ସରକାର ଯୋଜନା କରିଛନ୍ତି । ୫ଶହରୁ ୬ଶହ ଟଙ୍କା ମଧ୍ୟରେ ଟିକାର ଦୁଇଟି ଡୋଜ୍ କିଣିବାକୁ ଲକ୍ଷ୍ୟ ରହିଛି ।

ସେପଟେ ପ୍ରଥମ ଓ ଦ୍ବିତୀୟ ଟ୍ରାଏଲର ତଥ୍ୟ ଦେବା ପରେ କୋଭାକ୍ସିନ୍‌କୁ ଜରୁରୀ କାଳୀନ ବ୍ୟବହାର ଅନୁମତି ପ୍ରଦାନ ନେଇ ନିଷ୍ପତ୍ତି ନିଆଯିବ । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍‌ସିନ୍ କରୋନାକୁ ମାତ୍ ଦେବାରେ ୬୦ ପ୍ରତିଶତ ସକ୍ଷମ ବୋଲି କମ୍ପାନୀ ଦାବି କରିଛି । ଚଳିତମାସ କୋଭାକ୍‌ସିନ୍‌ର ତୃତୀୟ ପର୍ଯ୍ୟାୟ ହ୍ୟୁମାନ୍ ଟ୍ରାଏଲ୍‌ ଆରମ୍ଭ ହୋଇଛି । ସେପଟେ  ଡିସେମ୍ବର ୧୧ରେ ଆମେରିକାରେ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ । ଏନେଇ ହ୍ୱାଇଟ୍ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର ଫାର୍ମା କମ୍ପାନୀ ଫାଇଜର ଓ ଏହାର ଜର୍ମାନୀ ସହଯୋଗୀ ବାୟୋଏନ୍‌ଟେକ୍ ଟିକାର ଜରୁରୀ ବ୍ୟବହାର ଅନୁମତି ପାଇଁ ଆବେଦନ କରିଛନ୍ତି ।

ଆସନ୍ତା ବର୍ଷ ଆରମ୍ଭରେ ଟିକା ଉପଲବ୍ଧ !

ନୀତି ଆୟୋଗ ସଦସ୍ୟ ଡଃ ଭି.କେ ପାଲଙ୍କ ଅନୁଯାୟୀ,  ଆଷ୍ଟ୍ରାଜେନକାକୁ ଯଦି ବ୍ରିଟେନରେ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାରର ଅନୁମତି ମିଳେ, ତେବେ ଏହା ଭାରତରେ ମିଳିବା ନେଇ ମଧ୍ୟ ବିଚାର କରାଯିବ । ସେ କହିଛନ୍ତି ଯେ ଯଦି ଏହା ହୁଏ ତେବେ ଆସନ୍ତା ବର୍ଷ ଆରମ୍ଭରେ ଭାରତରେ ଏହି ଟିକା ଉପଲବ୍ଧ ହେବ । ଭାରତରେ, ଏହି ସମ୍ଭାବ୍ୟ ଟିକା ପରୀକ୍ଷା ତୃତୀୟ ପର୍ଯ୍ୟାୟ ସମାପ୍ତ ହେବା ପୂର୍ବରୁ ପ୍ରଥମେ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପରି ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ।

ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ, ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର

ବଲାଙ୍ଗିର/ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ । ବଲାଙ୍ଗିର ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଯୋଗାଣ କାର୍ଯ୍ୟଳୟର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ଭିଜିଲାନ୍ସ ଚଢ଼ାଉ ହୋଇଛି । ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଚଢ଼ାଉ କରିଛି । ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରାଯାଉଛି । ବଲାଙ୍ଗିର ଠିକାଦାରପଡ଼ା ବାସଭବନ, ବରଗଡ଼ କାର୍ଯ୍ୟାଳୟ, ସୋନପୁରରେ ଥିବା ଏକ ଘର ଉପରେ ଚଢ଼ାଉ ଜାରି ରହିଛି । କମ୍ଭୁପାଣି ମିଶ୍ର ବର୍ତ୍ତମାନ ବରଗଡ଼ରେ ଅଛନ୍ତି ।

Vigilance Raid In Bolangir And Bhubaneswar

ଅନ୍ୟପଟେ ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର । ଭୁବନେଶ୍ୱର ସ୍ଥିତ ଘାଟିକିଆ ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ଜାଗାରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଛାନଭିନ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତାଙ୍କର ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ରହିଥିବା ଜଣାପଡ଼ିଛି । ତେବେ ମୋଟ୍ କେତେ ଟଙ୍କା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଝିଅକୁ ଘରେ ରଖିବାକୁ ଚାହୁଁ ନଥିଲେ ବାପା ! ଶେଷରେ ଶୋଇଥିବା ଅବସ୍ଥାରେ…

ବଲାଙ୍ଗୀର: ବଲାଙ୍ଗୀର ବେଲପଡା ବ୍ଲକ ଡେବରୀପାଲି ଗାଁରେ ବର୍ବର କାଣ୍ଡ । ଝିଅକୁ ନିଆଁରେ ପୋଡି ହତ୍ୟା ଉଦ୍ୟମ କଲା ବାପା । ଗୁରୁତର ଅବସ୍ଥାରେ ଝିଅ ସୂର୍ଯ୍ୟକାନ୍ତି ନାଗଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଭୋରରୁ ଘରେ ଶୋଇଥିବା ବେଳେ ସୂର୍ଯ୍ୟକାନ୍ତିଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ବାପା ଅରକ୍ଷିତ ନାଗ । ବାପାଙ୍କ ନାଁରେ ଅଭିଯୋଗ ଅଣିଲେ ମାମୁଘର ଲୋକେ ।

ବଲାଙ୍ଗିର ଜିଲ୍ଲା ବେଳପଡା ଥାନା ଡେବରୀପାଲି ଗାଁରେ ଅଭାବନୀୟ ଘଟଣା । ଝିଅକୁ କିରୋସିନୀ ଢାଳି ବାପା ପୋଡି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।  ଗୁରୁତର ନାବାଳିକା ସୂର୍ଯ୍ୟକାନ୍ତୀ ରାତିରେ ଶୋଇଥିବା ବେଳେ ଦେହରେ କିରୋସିନି ଢାଳି ବାପା ଅରଖିତ ନାଗ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ସୂର୍ଯ୍ୟକାନ୍ତୀକୁ ଗୁରୁତର ଅବସ୍ଥାରେ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ହତ୍ୟା ଉଦ୍ୟମର କାରଣ କଣ ?

ଝିଅର ବାପା ଅରକ୍ଷିତ ନାଗହିଁ ଏଭଳି କାଣ୍ଡ ଘଟାଇଥିବା ନେଇ ସୂର୍ଯ୍ୟକାନ୍ତୀର ମାମୁଁ ମାନେ ଅଭିଯୋଗ କରିଛନ୍ତି । ଅରକ୍ଷିତ ଦୁଇଜଣଙ୍କୁ ବିବାହ କରିଥିଲେ । ସୂର୍ଯ୍ୟକାନ୍ତି ହେଉଛି ପ୍ରଥମ ସ୍ତ୍ରୀର ଝିଅ । ଝିଅଟି ଛୋଟବେଳୁ ମାମୁଁ ଘରେ ରହୁଥିଲା । ଗତ ୧୫ ଦିନ ତଳେ ଗାଁରେ ବୈଠକ ପରେ ବାପା ପାଖକୁ ଆସିଥିଲା ସୂର୍ଯ୍ୟକାନ୍ତି । କିନ୍ତୁ ବାପା ଘରେ ଝିଅକୁ ରଖିବାକୁ ଚାହୁଁନଥିଲା । ତେଣୁ ତାର ବାପା ହିଁ ନିଜ ଝିକୁ ହତ୍ୟା ଉଦ୍ୟମ କରିଥିବା ମାମୁଁ ଘର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ସୂର୍ଯ୍ୟକାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି ।

ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟପାଳ ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ କରିଥିବା ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସମର୍ଥନ କରିଥିଲେ । ସୁଶୀଳା ଦେବୀ ଜଣେ ପରୋପକାରୀ ମହିଳା ଥିଲେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ପ୍ରଦୀପ୍ତ ।

CM Naveen Patnaik Deep Condolences To Sushila Devi In Odisha Assembly

କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି । ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ନରସିଂହ ଦୁଃଖ ପ୍ରକାଶ କରିଛନ୍ତି । ସୁଶୀଳାଙ୍କୁ ସମ୍ମାନ ଜଣାଇ ଗୃହକୁ ମୁଲତବି ରଖିବାକୁ ନରସିଂହ ବାଚସ୍ପତିଙ୍କୁ ନିବେଦନ କରିଥିଲେ । ସିପିଆଇ ନେତା ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଗୃହରେ ଶୋକ ପ୍ରକାଶ କରିଥିଲେ ।

CM Naveen Patnaik Deep Condolences To Sushila Devi In Odisha Assembly

୭୪ ବର୍ଷୀୟା ସୁଶୀଳା ଦେବୀଙ୍କ ପରଲୋକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୁଶୀଳାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସୁଶୀଳାଙ୍କୁ ସମ୍ମାନ ଦେଇ ପ୍ରଥମାର୍ଦ୍ଧରେ ଗୃହରେ କୌଣସି କାର୍ଯ୍ୟ କରାଯିବ ନାହିଁ ବୋଲି ବାଚସ୍ପତି ଘୋଷଣା କରିଛନ୍ତି । ଗୃହ କାର୍ଯ୍ୟ ଅପରାହ୍ଣ ୩ଟା ଯାଏଁ ମୁଲତବି ରଖାଯାଇଛି ।

ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବା ଦାବିରେ ୧୨ ଘଣ୍ଟିଆ ଉଲୁଣ୍ଡା ବନ୍ଦ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବା ଦାବିରେ ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳୁ ମଞ୍ଚର କାର୍ଯ୍ୟକର୍ତ୍ତାମାନେ ରାସ୍ତା ଅବରୋଧ ତଥା ପିକେଟିଂ କରି ବନ୍ଦ ପାଳନ କରିଛନ୍ତି । ସୋନପୁର-ସମ୍ବଲପୁର ରାଜରାସ୍ତାକୁ ବନ୍ଦ କରିଥିବା ଯୋଗୁଁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଛି ।

12 Hour Ulunda Closed On Demand Of Sub Registrar Office

ସହରରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ସରକାରୀ, ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ବନ୍ଦକୁ ଆଖିରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ ସହରର ମୁଖ୍ୟ ଛକ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗତ ୬ ଦିନ ହେବ ସଚେତନ ନାଗରିକ ମଞ୍ଚ ଉଲୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା ପରେ କିଛି ସୁଫଳ ନମିଳିବାରୁ ବନ୍ଦ ପାଳନ କରାଯାଉଛି ।

ନିଖୋଜ ସ୍ତ୍ରୀକୁ ୩ ବର୍ଷ ହେବ ଖୋଜୁଛି ସ୍ୱାମୀ, ହାଇକୋର୍ଟ କହିଲେ ଶିରିଡ଼ିରେ ମାନବ ଚାଲାଣର ହେଉ ତଦନ୍ତ

ଔରଙ୍ଗାବାଦ: ଇନ୍ଦୋରର ବାସିନ୍ଦା ମନୋଜ ସୋନି ତିନି ବର୍ଷ ପୂର୍ବରୁ ୨୦୧୭ରେ ସାଇ ବାବାଙ୍କ ଦର୍ଶନ ପାଇଁ ଶିରିଡ଼ିକୁ ଯାଇଥିଲେ । ଆଉ ମନ୍ଦିର ନିକଟରେ ଥିବା ବଜାରରୁ କେଉଁଆଡ଼େ ଗାଏବ ହୋଇଯାଇଥିଲେ। ଏହା ପରେ, ସେ ନିଜ ପତ୍ନୀଙ୍କୁ ଏପର୍ଯ୍ୟନ୍ତ ସୁଦ୍ଧା ଖୋଜୁଛନ୍ତି, କିନ୍ତୁ ସେ କେଉଁଠାରେ ଅଛନ୍ତି, ଏପର୍ଯ୍ୟନ୍ତ ସୁଦ୍ଧା ତାହା ଜଣା ପଡିନାହିଁ । ସେଠାରେ ପୋଲିସ ସହଯୋଗ କରୁନାଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ସେ ଏହି ମାମଲାରେ ହାଇକୋର୍ଟରେ ପହଞ୍ଚିଛନ୍ତି ।

ହାଇକୋର୍ଟରେ ପହଞ୍ଚିଲେ ସ୍ୱାମୀ

ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଏହି ମାମଲାରେ ଚିନ୍ତା ପ୍ରକାଶ କରିଛନ୍ତି । ମହାରାଷ୍ଟ୍ର ପୋଲିସ ଅଧିକାରୀଙ୍କୁ ମାନବ ଚାଲାଣ ଦୃଷ୍ଟିରୁ ଏହି ମାମଲାର ଅନୁଧ୍ୟାନ କରିବାକୁ କୋର୍ଟ କହିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଶିରିଡ଼ିରୁ ଲୋକମାନେ କାହିଁକି ଗାଏବ ହେଉଛନ୍ତି ରାଜ୍ୟ ଡିଜିପି ଏନେଇ ଦୃଷ୍ଟି ଦେବା ଉଚିତ୍ । ଶିରିଡ଼ି ପୋଲିସର ଅସହଯୋଗ ମନୋଭାବକୁ ନେଇ ମଧ୍ୟ ହାଇକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି । ପୋଲିସର ସୂଚନାନୁସାରେ, ୨୦୧୭ ରୁ ଅକ୍ଟୋବର ୨୦୨୦ ମଧ୍ୟରେ ଶିରିଡ଼ିରୁ ୨୭୯ ଜଣଙ୍କର ନିଖୋଜ ହେବାର ଖବର ପ୍ରକାଶ ପାଇଛି । ଏଥିମଧ୍ୟରୁ ଉଭୟ ବିବାହିତ ଏବଂ ଅବିବାହିତା ମହିଳାଙ୍କ ସମେତ ୬୭ ଜଣ ଏପର୍ଯ୍ୟନ୍ତ ସୁଦ୍ଧା ନିଖୋଜ ଅଛନ୍ତି ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଶିରିଡ଼ିରୁ ଲୋକ ନିଖୋଜ ହୋଇଛନ୍ତି । ଏହାକୁ ନେଇ ମଧ୍ୟ ହାଇକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି । ଗତ ବର୍ଷ ନଭେମ୍ବର ୨୨ ରେ କୋର୍ଟ କହିଥିଲେ ଯେ ଗୋଟିଏ ବର୍ଷରେ ୮୮ ଜଣ ସେଠାରୁ ନିଖୋଜ ହୋଇଯାଇଛନ୍ତି । ଏମାନେ ସମସ୍ତେ ସାଇ ବାବା ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଗରିବ ଲୋକଙ୍କୁ ଏଭଳି ମାମଲାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଏହି ସମୟରେ ମହାରାଷ୍ଟ୍ରର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲା ପ୍ରତ୍ୟେକ ଦିଗରୁ ଅନୁସନ୍ଧାନ କରାଯାଉଛି।

୩ ବର୍ଷ ହେବ ଚାଲିଛି ଖୋଜାଖୋଜି

ସୂଚନାଯୋଗ୍ୟ ଯେ, ମନୋଜ ସୋନି ଫେବୃଆରୀ ୨୦୦୯ରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ତାଙ୍କ ପତ୍ନୀ ଶିରିଡ଼ି ମନ୍ଦିର ନିକଟରେ କିଛି କିଣାକିଣି କରୁଥିଲେ। ମନୋଜ ସୋନି ପିଲାମାନଙ୍କୁ ସେମାନଙ୍କ ସହ ନେଇ ନଥିଲେ ନାହିଁ କାରଣ ସେମାନେ କାଳେ କିଛି କିଣିବାକୁ ଜିଦି କରିବେ ସେଥିପାଇଁ ସେ ପିଲାମନଙ୍କୁ ନେଇ ଥିଲେ । ସୋନି ଡ୍ରାଇଭର ଭାବରେ କାମ କରୁଥିବାବେଳେ ତାଙ୍କର ୮୫ ବର୍ଷ ବୟସ୍କା ମା ଉଭୟ ସନ୍ତାନର ଯତ୍ନ ନେଉଛନ୍ତି।

ରାଧାରାଣୀଙ୍କ ଓଡିଆଣୀ ବେଶ ଓ କୃଷ୍ଣଙ୍କ ନଟବର ବେଶନୀତି ଅନୁଷ୍ଠିତ

ପୁରୀ: ଆଜି ପବିତ୍ର ଅଁଳା ନବମୀ । କରୋନା କଟକଣା ଭିତରେ ସବୁ ରୀତି ନୀତି ପର୍ବପର୍ବାଣୀରେ ଲାଗିଛି ବ୍ରେକ । କୁହାଯାଏ ଓଡ଼ିଆଙ୍କ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଆଉ ଏହି ମାସରେ ଜଗନ୍ନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ । କିନ୍ତୁ କରୋନା କଟକଣା ଭିତରେ ଏଥିରେ ବି ବ୍ରେକ ଲାଗିଛି । ଏଥିରୁ କେମିତି ବା ବାଦ ପଡ଼ିଥାନ୍ତା ପାଇଁ ରାଧାପାଦ ଦର୍ଶନ ନୀତି । ଆଜି ଅଁଳା ନବମୀରେ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ଜୀୟୁ ମନ୍ଦିରରେ ରାଧାପାଦ ଦର୍ଶନ ନୀତି ରହୁଥାଏ । ଏନେଇ ରାଧାରାଣୀଙ୍କ ଓଡିଆଣୀ ବେଶ ଓ କୃଷ୍ଣଙ୍କ ନଟବର ବେଶନୀତି ଅନୁଷ୍ଠିତ ହୋଇଛି । ଦ୍ୱାର ଫିଟା, ବେଶ ସମାପନ ପରେ ସୂର୍ଯ୍ୟପୂଜା ଚାଲିଛି। କିନ୍ତୁ ଭକ୍ତଙ୍କ ଗହଳି ଆଉ ନାହିଁ ।

ଚଳିତବର୍ଷ କୋଭିଡ୍ କଟକଣା ଯୋଗୁଁ ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜାରି ହୋଇଛି ୧୪୪ ଧାରା । ସାକ୍ଷୀଗୋପିନାଥ ଜୀୟୁ ମନ୍ଦିର ଚତୁର୍ପାଶ୍ୱର ଦୁଇଶହ ମିଟର ପରିଧି ମଧ୍ୟରେ ୧୪୪ଧାରା ଜାରି ହୋଇଛି । କେବଳ ସେବାୟତମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରି ନୀତିକାନ୍ତି କରୁଛନ୍ତି । ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ରହିଛି । ୨୫ତାରିଖ ବଡଏକାଦଶୀ ପର୍ଯ୍ୟନ୍ତ ମନ୍ଦିର ପରିସରରେ ୧୪୪ଧାରା ବଳବତ୍ତର ରହିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଅବପାତ

ଭୁବନେଶ୍ୱର: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କଡ ଲୋ-ପ୍ରେସର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ା ବା ବାତ୍ୟାର ରୂପ ନେବ । ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଏବଂ ପଣ୍ଡିଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହା ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ନ ପକାଇଲେ ମଧ୍ୟ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷା ହେବ ।

WELL MARKED LOW PRESSURE AREA CONCENTRATED INTO A DEPRESSION OVER SOUTHWEST BAY OF BENGAL

ବିଶେଷ କରି ୨୫ ତାରିଖରେ କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବ । ୨୬ ତାରିଖରେ ମଧ୍ୟ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବଙ୍ଗୋପସାଗରରେ ବାତ୍ୟା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବର୍ଷା ସହ ଘନ କୁହୁଡି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ- ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ସମ୍ଭାବନା, ଜାଣନ୍ତୁ କେଉଁଠି ପଡ଼ିବ ପ୍ରଭାବ…

ବ୍ରିଫକେସ ସ୍କ୍ରୁରେ ସୁନା ଚାଲାଣ, ଦୁବାଇରୁ ଆସୁଥିବାବେଳେ ଏୟାପୋର୍ଟରେ ଧାରାପଡ଼ିଲେ

ଲକ୍ଷ୍ନୌ: ଚୋରା ଚାଲାଣ ବେଳେ ଧରାପଡ଼ିଲା ୧୦ ଲକ୍ଷ ଟଙ୍କାର ସୁନା । ବହୁ ଚାଲାକିରେ ସହକାରେ ସୁନା ଆଣିଥିବା ବେଳେ ଯୋଜନା ହେଲା ପଣ୍ଡ । ଲକ୍ଷ୍ନୌର ଚୌଧରୀ ଚରଣ ସିଂ ବିମାନବନ୍ଦରରେ ପ୍ରାୟ ୧୦ ଲକ୍ଷର ସୁନା ଚୋରା ଚାଲାଣ ପାଇଁ ଆସିଥିବା ବେଳେ ଧରାପଡିଛି । ଚୋରା ଚାଲାଣକାରୀ ଚତୁରତାର ସହିତ ସୁନାକୁ ଆଣିଥିବା ବେଳେ ପୋଲିସ ହାତରେ ।  

ସେ ବ୍ରିଫକେସ୍ ମାଧ୍ୟମରେ ସୁନା ଆଣିଥିଲା, ସୁନା ଗୁଡ଼ିକୁ ସେ ବ୍ରିଫକେସର ସ୍କ୍ରୁ କରି ଲଗାଇଥିଲା । ଯେମିତି ସ୍କ୍ରୁଗୁଡିକ ସାଧାରଣତ ବ୍ରିଫକେସ୍ରେ ଫିଟ୍ ହୋଇଛି, କିନ୍ତୁ ଚୋରା ଚାଲାଣକାରୀଙ୍କ ସବୁ ଯୋଜନା ପଣ୍ଡ ହୋଇଥିଲା । ଆଉ ଏହି ବ୍ରିଫକେସକୁ ଜବତ କରାଯାଇଥିଲା । ସୀମା କର ବିଭାଗର ସମ୍ବାଦିକ ସମ୍ମିଳନୀ କୁହାଯାଇଛି ଯେ ଦୁବାଇରୁ ଲକ୍ଷ୍ନୌବିମାନ ବନ୍ଦରକୁ FZ 8325 ରୁ ଅବତରଣ କରିଥିବା ଜଣେ ଯାତ୍ରୀଙ୍କଠାରୁ ମୋଟ ୧୮୦,୫୦ ଗ୍ରାମ ସୁନା ଜବତ କରାଯାଇଛି। ବିମାନବନ୍ଦରରେ ମୁତୟନ ଥିବା ଅଧିକାରୀଙ୍କ ତତ୍ପରତା ହେତୁ ଏହି ସୁନା ଧରାଯାଇଥିଲା।

ସୀମା କର ବିଭାଗର ଡେପୁଟି କମିଶନର ନିହାରିକା ଲାଖା କହିଛନ୍ତି ଯେ ଯାତ୍ରୀ ଦୁଇଟି କଳା ଟ୍ରଲି ବ୍ୟାଗରେ ସୁନାକୁ ସ୍କ୍ରୁ ଭଳି ଲଗାଇ ବ୍ୟାଗ ତଳେ ଫିଟ୍ କରିଥିଲେ । ପ୍ରାୟ ୪୬ଟି ସ୍କ୍ରୁଗୁଡ଼ିକ ବ୍ୟାଗ ତଳେ ଲାଗିଥିଲା । ବିମାନବନ୍ଦରରେ ମୁତୟନ ଥିବା ଅଧିକାରୀଙ୍କ ତୀକ୍ଷଣ ଯାଞ୍ଚ ହେତୁ ଏହି ସୁନାକୁ ଜବତ କରାଯାଇଛି । ଉଦ୍ଧାର ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ହେଉଛି ୯ ଲକ୍ଷ ୫୪ ହଜାର ଟଙ୍କା ।

Corona: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମଙ୍ଗଳବାର ପିଏମ୍ ମୋଦିଙ୍କ ବୈଠକ, ଭ୍ୟାକ୍ସିନ୍ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିଛି । ଏହାକୁ ନଜରରେ ରଖି ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ଏହି ବୈଠକ ପୂର୍ବଭଳି ଭିଡିଓ କନଫରେନ୍ସିଂ ଯୋଗେ ହେବ । ସକାଳ ପ୍ରାୟ ୧୦ଟାରେ ବୈଠକ ଆରମ୍ଭ ହେବ । ବୈଠକରେ କରୋନା ଭ୍ୟାକ୍ସିନ୍ ବିତରଣ ରଣନୀତି ଉପରେ ଚର୍ଚ୍ଚା ହୋଇପାରେ ।

PM Modi May Hold Meeting With States To

କେତେକ ସହରରେ କର୍ଫ୍ୟୁ

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କରୋନା ସ୍ଥିତିର ସମୀକ୍ଷା ରାଜ୍ୟମାନଙ୍କ ସହ ବୈଠକ କରି କରିସାରିଛନ୍ତି । ଦେଶରେ କରୋନା ସଂକ୍ରମଣ ମାମଲା ଗତ କିଛିଦିନ ଧରି ହ୍ରାସ ପାଇଥିବା ବେଳେ ଦୈନିକ ସଂକ୍ରମଣ ୫୦ ହଜାର ତଳେ ରହୁଛି । ଅନ୍ୟପଟେ ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ ସଂକ୍ରମଣ ମାମଲା ପୁଣି ବଢ଼ିଥିବା ବେଳେ କିଛି ସହରରେ ଲଗାଯାଇଛି ରାତ୍ରୀକାଳୀନ କର୍ଫ୍ୟୁ ।

PM Modi May Hold Meeting With States To

ଭାରତରେ ୫ଟି ଭ୍ୟାକ୍ସିନ୍ ପ୍ରସ୍ତୁତି

କରୋନା ଭ୍ୟାକ୍ସିନ୍ ନେଇ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ଭ୍ୟାକ୍ସିନର ସଠିକ୍ ବିତରଣ ବ୍ୟବସ୍ଥା ଲାଗି ଉଦ୍ୟମ ପ୍ରସ୍ତୁତି ଚାଲିଛି । ଏବେ ଭାରତରେ ୫ଟି କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତି ଚାଲିଛି । ୫ଟିରୁ ୪ଟି ଭ୍ୟାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଯେତେବେଳେ କି ଗୋଟିଏ ଭ୍ୟାକ୍ସିନ୍ ପ୍ରଥମ କିମ୍ବା ଦ୍ୱିତୀୟ ପର୍ଯ୍ୟାୟରେ ରହିଛି ।

PM Modi May Hold Meeting With States To

ଦେଶରେ କରୋନା ସ୍ଥିତି

ଏଯାବତ୍ ଦେଶରେ କରୋନା ସଂକ୍ରମଣ ମାମଲା ୯୧ ଲକ୍ଷରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୫ ହଜାର ୨୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୦୧ ଜଣଙ୍କ ମୃତ୍ୟୁ ହୋଇଛି । ଆଶ୍ୱସ୍ତିର କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୪୯୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ମାମଲାରେ ଆମେରିକା ପରେ ଦ୍ୱିତୀୟରେ ଭାରତ ରହିଛି । ମୃତ୍ୟୁ ସଂଖ୍ୟାରେ ଦୁନିଆରେ ଭାରତ ୫ ନମ୍ବର ସ୍ଥାନ ରହିଛି ।May Hold Meeting Wit