spot_img
Home Blog Page 6380

ଚାକିରି ପାଇଁ ବାପାଙ୍କୁ ହତ୍ୟା କଲା ପୁଅ

ରାଞ୍ଚି: ଝାଡଖଣ୍ଡର ରାମଗଡ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୋଲିସର ସୂଚନାନୁସାରେ, ସରକାରୀ ଚାକିରି ପାଇବା ପାଇଁ ୫୫ ବର୍ଷିୟ ପିତାଙ୍କୁ ହତ୍ୟା କରିଛି ଜଣେ ବେରୋଜଗାରୀଆ ପୁଅ।

ମୃତକଙ୍କ ନାମ କୃଷ୍ଣ ରାମ । ସେ ହେଉଛନ୍ତି ରାମଗଡ ଜିଲ୍ଲାର ବାରକାନା ଠାରେ ସିସିଏଲର କେନ୍ଦ୍ରୀୟ ଓ୍ୱାର୍କସପରେ ମୁତୟନ ଥିବା  ଜଣେ ମୁଖ୍ୟ ସୁରକ୍ଷା କର୍ମୀ ଥିଲେ।

ଏକ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ସବ-ଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ପ୍ରକାଶ ଚନ୍ଦ୍ର ମହତୋ ଏନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାମଙ୍କ ୩୫ ବର୍ଷର ବଡ ପୁଅ ତାଙ୍କୁ ବାରକାନାରେ ଗଳା କାଟି ହତ୍ୟା କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ହତ୍ୟାରେ ବ୍ୟବହୃତ ଛୋଟ ହାତୁଡ଼ି, ଛୁରୀ ଏବଂ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ।

ସିସିଏଲର ବ୍ୟବସ୍ଥା ଅନୁଯାୟୀ କର୍ମଚାରୀ ମାନେ ସେବା ସମୟରେ ଯଦି ମୃତ୍ୟୁ ବରଣ କରନ୍ତି ତାହେଲେ କର୍ମଚାରୀଙ୍କର ଉତରାଧିକାରୀଙ୍କୁ ଚାକିରି ଦିଆଯାଇଥିବା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

କାଶ୍ମୀର ଫେରିବାକୁ ଚାହୁଁଛନ୍ତି ଆଇଏଏସ୍ ଅତହର ଖାନ୍, କେନ୍ଦ୍ର ସରକାରଙ୍କୁ କଲେ ଆବେଦନ

ରାଜସ୍ଥାନ: ଆଇଏଏସ ଟପ୍ପର ଟିନା ଦାବି ଓ ଅଥର ଖାନ ପାରସ୍ପରିକ ସହମତିରେ ଜୟପୁରର ଏକ ପରିବାର ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ସିଭିଲ୍ ପରୀକ୍ଷାରେ ଶୀର୍ଷରେ ଥିବା ଟିନା ଏବଂ ଅଥର ୨୦୧୮ରେ ବିବାହ କରିଥିଲେ। ଅତହର ବର୍ତ୍ତମାନ ରାଜସ୍ଥାନ ଛାଡି ନିଜ ରାଜ୍ୟ ଜାମ୍ମୁ କାଶ୍ମୀରକୁ ଯିବାକୁ ଚାହୁଁଛନ୍ତି। ଅତହର ଖାନ ଏଥିପାଇଁ ଆବେଦନ ମଧ୍ୟ କରିଛନ୍ତି ।

ଅଥର ଖାନ୍ ଜାମ୍ମୁ କାଶ୍ମୀରରେ ଡେପୁଟେସନ ପାଇଁ ଯିବାକୁ ଆବେଦନ କରିଛନ୍ତି । ଯଦିଓ ତାଙ୍କ ଆବେଦନ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ବିଚାରାଧୀନ ରହିଛି ଗୃହ ମନ୍ତ୍ରଣାଳୟ ତାଙ୍କ ଆବେଦନକୁ ଗ୍ରହଣ କରି ନାହିଁ । ଅଥର ଖାନ ଏବଂ ଟିନା ଦାବି ଉଭୟ ରାଜସ୍ଥାନ କ୍ୟାଡର ମିଳିଥିଲା ।

କେନ୍ଦ୍ରୀୟ ଡେପୁଟେସନକୁ ଯିବାକୁ ହେଲେ ଯେକୌଣସି ଆଇଏଏସ୍ ଅଧିକାରୀଙ୍କୁ ତାଙ୍କ କ୍ୟାଡର ରାଜ୍ୟରେ ୯ବର୍ଷ କାର୍ଯ୍ୟ କରିବାକୁ ପଡିବ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଯିବାକୁ ହେଲେ ତାଙ୍କୁ ନିଜ କ୍ୟାଡର ୭ ବର୍ଷ ପାଇଁ କାର୍ଯ୍ୟ କରିବାକୁ ପଡ଼ିଥାଏ । ଜାମ୍ମୁ କାଶ୍ମୀର ଯିବାକୁ ହେଲେ ଜଣେ ଆଇଏସଙ୍କୁ ପ୍ୟାରେଣ୍ଟସ କ୍ୟାଡରରେ ୫ ବର୍ଷ କାମ କରିବା ଆବଶ୍ୟକ ଏବଂ ଅଥର ଡିସେମ୍ବରରେ ୫ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ଏଥି ସହିତ, ରାଜସ୍ଥାନର ଆଇଏଏସ୍ ଅଧିକାରୀଙ୍କ ପାଇଁ ଗୃହ ଯୋଜନା ବୋର୍ଡରୁ ଏକ ଯୋଜନା ବାହାରିଛି ଯେଉଁଥିରେ ଘର ଆବଣ୍ଟନ କରାଯାଉଛି। ଉଭୟ ଆଇଏଏସ୍ ଅଧିକାରୀ ଟିନା ଦାବି ଏବଂ ଅଥର ଖାନ ଘର ପାଇଁ ଅଲଗା ଆଲଗା ଆବେଦନ କରିଛନ୍ତି।

ସୂଚନାନୁସାରେ, ମତଭେଦ ଖବର ଆସିବା ପୂର୍ବରୁ ଦୁହେଁ ଅଲଗା ଅଲଗା ରହୁଥିବାର ଦେଖାଯାଇଛି । ଟିନା ଦାବି ଏବଂ ଅଥର ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ବାରି ହୋଇଯାଉଛି । ଉଭୟ ନଭେମ୍ବର ୧୭ରେ ଜୟପୁରର ଏକ ପରିବାର କୋର୍ଟରେ ପାରସ୍ପରିକ ସମ୍ମତିରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ସିଭିଲ୍ ପରୀକ୍ଷାରେ ଶୀର୍ଷରେ ଥିବା ଟିନା ଏବଂ ଅଥରଙ୍କ ପ୍ରେମ ବହୁ ଚର୍ଚ୍ଚାରେ ଥିଲା । ଉଭୟ ୨୦୧୮ ରେ ବିବାହ କରିଥିଲେ ।

୨୦୧୫ ୟୁପିଏସସି ଟପ୍ପର ଟିନା ଡାବି ଜାମ୍ମୁ କାଶ୍ମୀରର ଅଥର ଆମୀର ଉଲ୍ ଶାଫି ଖାନଙ୍କୁ ବିବାହ କରିଥିଲେ । ୨୦୧୫ ମସିହାରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଅଥର ମଧ୍ୟ ଦ୍ୱିତୀୟ ଟପ୍ପର ହୋଇଥିଲେ । ଏହି ଦମ୍ପତି ପୂର୍ବରୁ ସେମାନଙ୍କ ବିବାହ ବିଷୟରେ ଖୁବ ଚର୍ଚ୍ଚାରେ ଥିବା ବେଳେ ଏବେ ସେମାନଙ୍କ ଛାଡପତ୍ର ଖବର ବି ଖୁବ୍ ଚର୍ଚ୍ଚାରେ ରହିଛି ।

ଓଡ଼ିଶାର ପ୍ରଥମ ମହିଳା, ରାଜ୍ୟପାଳଙ୍କ ପତ୍ନୀଙ୍କ ଦେହାନ୍ତ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ ହୋଇଯାଇଛି । ରାଜ୍ୟର ପ୍ରଥମ ମହିଳାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟପାଳଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ସୁଶୀଳାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

Wife Of Odisha Governor Prof Ganeshi Lal Died, CM Expressed Deep Grief

ଚଳିତ ନଭେମ୍ବର ୨ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହ ତାଙ୍କ ପତ୍ନୀ ଓ ୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ସୁଶୀଳା ଦେବୀଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୋକବ୍ୟକ୍ତ କରିଛନ୍ତି । ପ୍ରଭୁ ଜଗନ୍ନାଥ ତାଙ୍କର ଅମର ଆତ୍ମାର ସଦଗତି କରିବା ସହ ଏହି ଦୁଃଖଦ ସମୟରେ ତାଙ୍କ ପରିବାରକୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି ରଣେନ୍ଦ୍ର କାମନା କରିଛନ୍ତି ।

ନ୍ୟାୟିକ ହେପାଜତରେ କମେଡିଆନ୍ ଭାରତୀ ଓ ହର୍ଷ; ଆଜି ହୋଇପାରେ ଜାମିନ ଶୁଣାଣି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କରେ ବଲିଉଡର କଳାକାର ମାନେ ଛନ୍ଦି ହେବାରେ ଲାଗିଛନ୍ତି । ଏହି ମାମଲାରେ ଜଣାଶୁଣା ହାସ୍ୟ ଅଭିନେତା ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଉପରେ ଏନସିବିର ନଜର ପଡିଛି ।

ଏପରିକି ଡ୍ରଗ୍ସ ମାମଲାରେ ଭାରତୀ ଏବଂ ହର୍ଷଙ୍କୁ ମୁମ୍ବାଇର କିଲ୍ଲା କୋର୍ଟ ଦ୍ୱାରା ଡିସେମ୍ବର ୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ କୋର୍ଟରେ ଜାମିନ ଆବେଦନ କରିଛନ୍ତି, ଯାହାର ଶୁଣାଣି ସୋମବାର ହେବାକୁ ଯାଉଛି ।

bharti singjh

ଭାରତୀ ସିଂଙ୍କୁ କଲ୍ୟାଣ ଜେଲକୁ ସ୍ଥାନାନ୍ତର କରାଯିବାକୁ ଥିବାବେଳେ ହର୍ଷଙ୍କୁ ତାଲୋଜା ଜେଲକୁ ନିଆଯିବ। ସୋମବାର ଦିନ ଆବେଦନ ଉପରେ ଶୁଣାଣି ହେବା ପରେ ଭାରତୀଙ୍କୁ ଏହି କେସରୁ ଆଶ୍ୱସ୍ତୀ ମିଳିବ କି ନାହିଁ ତାହା ଜଣାପଡିବ।

ସୂଚନା ଅନୁଯାୟୀ ଗତ ଶନିବାର ଦିନ ଏନସିବି ମୁମ୍ବାଇ ସ୍ଥିତ ଭାରତୀଙ୍କ ଘରେ ଚଢାଉ କରିବା ସହ ସେଠାରୁ ଗଞ୍ଜେଇ ମଧ୍ୟ ଜବତ କରାଯାଇଥିଲା। ପଚରାଉଚରା ବେଳେ ଭାରତୀ ଡ୍ରଗ୍ସ ନେଇଥିବା ନେଇ ସ୍ୱୀକାର କରିଥିଲେ । ପ୍ରାୟ ୬ ଘଣ୍ଟା ଜେରା ପରେ ଭାରତୀଙ୍କୁ ଗିରଫ କରାଯାଇଥିଲା। ପରେ ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

Covid19 Vaccine: ଡିସେମ୍ବର ୧୧ରେ ଆମେରିକାରେ ମିଳିପାରେ କରୋନା ଟୀକା

ୱାଶିଂଟନ୍: ଡିସେମ୍ବର ଆରମ୍ଭରେ ଆମେରିକା ଲୋକଙ୍କୁ ମିଳିପାରେ କୋଭିଡ୍ ଟୀକା । ଆମେରିକା ଖାଦ୍ୟ ଏବଂ ଔଷଧ ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅନୁମତି ମିଳିବାର ୨୪ ଘଣ୍ଟା ମଧ୍ୟରେ ଭ୍ୟାକ୍ସିନ୍ ଯୋଗାଣ ଆରମ୍ଭ କରାଯିବ । ୧୧ ଅଥବା ୧୨ ଡିସମ୍ବରରୁ ଆରମ୍ଭ ହେବ ଭ୍ୟାକ୍ସିନ ଯୋଗାଣ । FDA ଭ୍ୟାକ୍ସିନ୍ ପରାମର୍ଶଦାତା କଥିତ ଭାବରେ ଟୀକାକୁ ଅନୁମତି ଦେବା ଲାଗି ୮ରୁ ୧୦ ଡିସମ୍ବରକୁ ଫାଇଜର ଓ ମଡର୍ଣ୍ଣା କମ୍ପାନୀ ସହ କଥାବାର୍ତ୍ତା ହେବେ । କରୋନା ଭ୍ୟାକ୍ସିନକୁ ନେଇ ଆମେରିକା ଏକ ବଡ଼ ଦାବି କରିଛି । ଯେଉଁଥିରେ କୁହାଯାଇଛି ଆମେରିକାର ମଡର୍ଣ୍ଣା ଇଙ୍କ ନାମକ ଟୀକା ତିଆରି କରିଛି । କମ୍ପାନୀର ଦାବି ହେଉଛି- ଆକ୍ରାନ୍ତଙ୍କ ଠାରେ ଭ୍ୟାକ୍ସିନ୍ ୯୪.୫ ପ୍ରତିଶତ କାମ କରିଛି ।

US Expects To Begin Covid-19 Vaccinations In Early December Officials Nod

ମିଡିଆ ରିପୋର୍ଟ ଅନୁସାରେ, ଆମେରିକାର ମଡର୍ଣ୍ଣା ଇଙ୍କ କମ୍ପାନୀ ଦାବି କରିଛି- କରୋନା ଚିକିତ୍ସାରେ କମ୍ପାନୀର ଭ୍ୟାକ୍ସିନ ୯୪ ପ୍ରତିଶତ ସଫଳ ହୋଇଛି । ଏହି ଭ୍ୟାକ୍ସିନର ଗୋଟିଏ ଡୋଜ୍ ପାଇଁ ସରକାର ୨୫ରୁ ୩୭ ଆମେରିକୀୟ ଡଲାର ଭାରତୀୟ ମୂଲ୍ୟରେ ୧ ହଜାର ୮୫୪ ଟଙ୍କାରୁ ୨ ହଜାର ୭୪୪ ଟଙ୍କା ନେଇପାରନ୍ତି ।

US Expects To Begin Covid-19 Vaccinations In Early December Officials Nod

ଆମେରିକାର ମଡର୍ଣ୍ଣା ଇଙ୍କ୍ ଏକ ବୟାନରେ ଦାବି କରିଛି- କମ୍ପାନୀର କରୋନା ଭ୍ୟାକ୍ସିନର ଭଲ ପରିଣାମ ମିଳିଛି । ମଡର୍ଣ୍ଣାର ସିଇଓ ସୂଚନା ଦେଇଛନ୍ତି- ଭ୍ୟାକ୍ସିନର ଦର ଆବଶ୍ୟକତା ଅନୁଯାୟୀ ସ୍ଥିର ହେବ । ଏବେର ଏକ ଅନୁମାନ ଅନୁଯାୟୀ, ଭ୍ୟାକ୍ସିନର ଦାମ ୧୦ରୁ ୧୫ ଡଲାର ହୋଇପାରେ ।

US Expects To Begin Covid-19 Vaccinations In Early December Officials Nod

କମ୍ପାନୀ କହିଛି- ଏବେ ଭ୍ୟାକ୍ସିନର ଅନ୍ତିମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ଯାଏଁ ଆମେ ଘୋଷଣା କରିବୁ ନାହିଁ । କିନ୍ତୁ, ଅନ୍ତିମ ଡାଟା ମିଳିବା ପରେ ଅନୁମତି ଆଣି ମାର୍କେଟକୁ ଅଣାଯିବ । ଆମେ ଏନେଇ ଜର୍ମାନର ସାପ୍ତାହିକ ୱେଷ୍ଟ ଏମ୍ ସୋଟ୍ୟାଗ୍ ସହ ଆଲୋଚନା କରିଛନ୍ତି । କମ୍ପାନୀର କହିବା ଅନୁଯାୟୀ ଭ୍ୟାକ୍ସିନର ସର୍ବନିମ୍ନ ବଜାର ଦର ୧୨୭୩ ଟଙ୍କା ରହିବ ।

ନିଖୋଜ ବୃଦ୍ଧାଙ୍କଙ୍କ ଶବ ମାଟି ତଳୁ ଉଦ୍ଧାର, ଗୁଣି ସନ୍ଦେହରେ ହତ୍ୟା ଅଭିଯୋଗ

ଦିଗପହଣ୍ଡି: ଘରୁ ନିଖୋଜ ବୃଦ୍ଧାଙ୍କ ଶବ ମାଟି ତଳୁ ଉଦ୍ଧାର । ଗୁଣିଆ ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଛଣବଗଡ଼ ଗାଁର ସାଇବାଣୀ ମଲ୍ଲିକ ଗତ ଅକ୍ଟୋବର ୮ ତାରିଖରୁ ନିଖୋଜ ଥିଲେ । ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ ସାଇବାଣୀଙ୍କ ଝିଆରୀ । ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ରବିବାର ଭୋରରୁ ତାଙ୍କ ଗଳିତ ଶବ ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଛି ।

Deadbody Of Elder Women Recovered From Under Ground

ଘଟଣାକୁ ନେଇ କିଛି ଯୁବକଙ୍କୁ ଅଟକ ରଖି ପୋଲିସର ପଚରାଉଚରା ବେଳେ ପକୃତ ଘଟଣା ସାମ୍ନାକୁ ଆସିଛି । ସାଇବାଣୀ ଜନ୍ମରୁ ଭିନ୍ନକ୍ଷମ ଥିବାରୁ ବିବାହ କରିନଥିଲେ । ପିଲାଟି ଦିନରୁ ସେ ଠାକୁର ପୂଜାକୁ ଭଲ ପାଉଥିଲେ । ସେ ନିଜକୁ ଦେବୀ ସାଧକ ଭାବେ ଗାଁରେ ପରିଚିତ କରାଇଥିଲେ । ହେଲେ କିଛି ବର୍ଷ ଭିତରେ ଗାଁର ଅନେକ ଲୋକ ଏବଂ ଶିଶୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ।

Deadbody Of Elder Women Recovered From Under GroundDeadbody Of Elder Women Recovered From Under Ground

ଗୁଣିକରି ହତ୍ୟା କରିଥିବା ସନ୍ଦେହରେ ଗାଁର କିଛି ଲୋକ ସାଇବାଣୀଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମୁନା ଖାଁଙ୍କ ଘରୁ ୬୫ ଗ୍ରାମ୍ ବ୍ରାଉନସୁଗର ସହ ୨୩ ଲକ୍ଷରୁ ଅଧିକ ଟଙ୍କା ଜବତ

ବାଲେଶ୍ୱର: ବାଲେଶ୍ୱରରୁ ପୁଣି ବ୍ରାଉନସୁଗର ଜବତ । ବିଶେଷ ସୂତ୍ରରୁ ଖବର ପାଇ ଅରଡ଼ ବଜାର ଅଞ୍ଚଳରେ ଚଢ଼ାଉ ବେଳେ ସହଦେବଖୁଣ୍ଟା ପୋଲିସ ବ୍ରାଉନସୁଗର ଜବତ କରିଛି । ମୁନା ଖାଁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ ବେଳେ ୬୫ ଗ୍ରାମର ବ୍ରାଉନସୁଗର ମିଳିଛି । ମୁନା ନିକଟରୁ ଏକ ଟଙ୍କା ବ୍ୟାଗ ମଧ୍ୟ ଜବତ କରିଛି ପୋଲିସ । ବ୍ୟାଗରୁ ନଗଦ ୨୩ ଲକ୍ଷ ୫୮ ହଜାର ୨୫୦ ଟଙ୍କା ଜବତ ହୋଇଛି ।

Balasore Police Seized 65 Gram Brown Sugar And Arrested Muna Khan

ସେହିଭଳି ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବବୋଲି ଜଣାପଡ଼ିଛି । ମୁନା ଖାଁ ଗତବର୍ଷ ବ୍ରାଉନସୁଗର କାରବାରରେ ଧରା ହୋଇଥିବା କୁଖ୍ୟାତ ନିଶା ବ୍ୟବସାୟୀ ଶେଖ୍ ରାଜାର ଭିଣୋଇ ବୋଲି ପୋଲିସ କହିଛି । ରେଡ୍ ବେଳେ ଘଟଣା ସ୍ଥଳରୁ ମୁନାର ସହଯୋଗୀ ବାପୁନ ଓରଫ କାର୍ତ୍ତିକ ଦାସ ଫେରାର ହୋଇଯାଇଛି ।

Balasore Police Seized 65 Gram Brown Sugar And Arrested Muna Khan

ଏହି ବ୍ରାଉନସୁଗର କାରବାରରେ ଏକ ବିରାଟ ରାକେଟ କାର୍ଯ୍ୟ କରୁଛି । ଏହା ଉପରେ ଅଧିକ ଅନୁସନ୍ଧାନ କରୁଥିବା ପୋଲିସ କହିଛି । ସିଟି ଡିଏସପି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା ।

ଭାରତ-ପାକ୍ ଅନ୍ତର୍ଜାତୀୟ ବର୍ଡରରେ ୧୫୦ ମିଟର ଲମ୍ବାର ସୁଡ଼ଙ୍ଗ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାର ଭାରତ-ପାକିସ୍ତାନ ବର୍ଡରରେ ଏକ ସୁଡ଼ଙ୍ଗ ଠାବ ହୋଇଛି । ସୂଚନା, ଅନୁଯାୟୀ ଏହି ସୁଡ଼ଙ୍ଗର ଲମ୍ବ ପ୍ରାୟ ୧୫୦ ମିଟର ଅଟେ । ଏହି ସୁଡ଼ଙ୍ଗ ଦେଇ ନଗରୋଟାରେ ଆତଙ୍କବାଦୀ ପ୍ରବେଶ କରିଥିଲେ । ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାବଳ ଏହି ସୁରଙ୍ଗ ଠାବ କରିଛନ୍ତି । ବାଲି ବସ୍ତା ଓ ବାଡ଼ି ସାହାଯ୍ୟରେ ସୁଡ଼ଙ୍ଗଟିକୁ ବନ୍ଦ କରାଯାଇଥିଲା । ବାଲି ବସ୍ତାରେ ପାକିସ୍ତାନର ଠିକଣା ରହିଛି । ସୁଡ଼ଙ୍ଗକୁ ଯିବା ଆସିବା ଲାଗି ପାହଚ ବି ରହିଛି । ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ମଧ୍ୟ ପାକିସ୍ତାନରୁ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ଲାହି ସୁଡ଼ଙ୍ଗର ବ୍ୟବହାର କରିଥିବା ଆଶଙ୍କା ପ୍ରକାଶ କରିଥିଲେ ।

150 Meter Long Tunnel Found On Indo PAK International Border

ଜମ୍ମୁ-କାଶ୍ମୀର ଡିଜିପି ଦିଲବାଗ ସିଂହ କହିଛନ୍ତି- ସୁରକ୍ଷାବଳ ଓ ଜମ୍ମୁ-କାଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି । ଏହି ସୁଡ଼ଙ୍ଗ ଦେଇ ୧୮ ତାରିଖ ରାତିରେ ଆତଙ୍କବାଦୀ ଆସିଥିଲେ । ପାକିସ୍ତାନର ଚେହେରା ସମ୍ପୂର୍ଣ୍ଣ ଭାବେ ଧରା ପଡ଼ିଯାଇଛି । ଆଜି ଦିନ ପ୍ରାୟ ୧୨ଟା ବେଳେ ସୁରକ୍ଷାକର୍ମୀ ସୁଡ଼ଙ୍ଗ ଠାବ କରିଛନ୍ତି । ସୁଡ଼ଙ୍ଗ ମୁହଁରୁ ପାକିସ୍ତାନର ବସ୍ତା ମିଳିଛି । ଡିଜିପି କହିଛନ୍ତି ଏହି ସୁଡ଼ଙ୍ଗଟି ପ୍ରାୟ ୧୫୦ ମିଟର ଲମ୍ବା ଓ ୧୫ରୁ ୨୦ ଫୁଟ୍ ଗଭୀର । ପାକିସ୍ତାନରେ ଏହି ସୁଡ଼ଙ୍ଗର ପ୍ରବେଶ ପଥ ରହିଛି ।

150 Meter Long Tunnel Found On Indo PAK International Border

୧୯ ନଭେମ୍ବରରେ ଜମ୍ମୁ-କାଶ୍ମୀର ନଗରୋଟାରେ ସୁରକ୍ଷାବଳ ଏନକାଉଣ୍ଟରରେ ୪ ଜଣ ଜୈଶ୍ ଆତଙ୍କବାଦୀଙ୍କୁ ସେଓ ଟ୍ରକରେ ଛପିଥିବା ବେଳେ ନିହତ କରିଥିଲେ । ଏହି ଆତଙ୍କବାଦୀ ଜମ୍ମୁର ସାମ୍ବା ଅଞ୍ଚଳକୁ ପାକିସ୍ତାନର ଶକରଗଢ଼ରୁ ଅନୁପ୍ରବେଶ କରି ଆସିଥିଲେ । ଏନକାଉଣ୍ଟର ପରେ ସେମାନଙ୍କ ଠାରୁ ମୋବାଇଲ୍ ଫୋନ୍, ଜିପିଏସ୍. ୱାୟାରଲେସ୍ ସେଟ୍ ଜବତ ହୋଇଛି ।

150 Meter Long Tunnel Found On Indo PAK International Border

ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ବିଏସଏଫ ମଧ୍ୟ ସାମ୍ବା ଜିଲ୍ଲାରେ ଗୋଟିଏ ସୁଡ଼ଙ୍ଗ ଠାବ କରିଥିଲା । ଯେଉଁ ସୁଡ଼ଙ୍ଗର ଲମ୍ବ ପ୍ରାୟ ୧୨ ଫୁଟ୍ ଥିବା ବେଳେ ଚଉଡ଼ା ୪ ଫୁଟ୍ ରହିଥିଲା । ସୁଡ଼ଙ୍ଗକୁ ଲୁଚାଇ ରଖିବା ଲାଗି ପାକିସ୍ତାନ ବାଲି ବସ୍ତା ରଖାଯାଇଥିଲା । ଯେଉଁ ବସ୍ତା ଉପରେ ଶକରଗଢ଼/କରାଚୀ ଲେଖାଥିଲା ।

ଗୋବରୀ ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର, ଲମ୍ବ ୬ ଫୁଟ୍

କେନ୍ଦ୍ରାପଡ଼ା: ଜାଲରେ ଲାଗିଲା ବିରଳ ମାଛ । କେନ୍ଦ୍ରାପଡ଼ା ଥାନା ଗଙ୍ଗାରାଜପୁର ପଞ୍ଚାୟତ କଇଁକୁଳା ଭେଡ଼ିସାହି ନିକଟ ଗୋବରୀ ନଦୀରୁ ବିରଳ ମାଛ ଉଦ୍ଧାର ହୋଇଛି । ଭେଡ଼ିସାହି ଗାଁର ଶରତ ସେଠୀ ସନ୍ଧ୍ୟାରେ ଗାଁ ନିକଟ ଗୋବରୀ ନଦୀରେ ମାଛ ମାରିବା ପାଇଁ ଭସା ଜାଲ ବସାଇଥିଲେ । ବିରଳ ମାଛଟି ଶରତଙ୍କ ଜାଲରେ ପଡ଼ିଛି ।

Rare Fish Rescued From Gobari River Kendrapra

ଶରତ ଜାଲକୁ ଉଠାଇବା ସମୟରେ ବିରଳ ମାଛ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ସେ ମାଛକୁ ପାଟି କରିବାରୁ ଆଖପାଖ ଲୋକମାନେ ଆସି ବିରଳ ମାଛଟିକୁ ଗାଁକୁ ନେଇଥିଲେ । ବିରଳ ମାଛଟିର ଲମ୍ବ ୬ ଫୁଟ୍ ହୋଇଥିବା ବେଳେ ଓଜନ ୫୦ କେଜିରୁ ଅଧିକ ହେବ । ଏହି ବିରଳ ମାଛଟିକୁ ଦେଖିବାକୁ ଆଖପାଖ ଗାଁ ଲୋକଙ୍କ ଭିଡ଼ ଜମିଛି ।

ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ସମ୍ଭାବନା, ଜାଣନ୍ତୁ କେଉଁଠି ପଡ଼ିବ ପ୍ରଭାବ…

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ଏବଂ ତତସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ଅବପାତ କ୍ରମଶଃ ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା (ସାମଦ୍ରିକ ଘୂର୍ଣ୍ଣିଝଡ଼)ରେ ରୂପ ନେଇପାରେ । ଏହା ଉତ୍ତର-ପଶ୍ଚିମ ଦିଗକୁ ଯାଇ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳର କରାଇକାଲ ଓ ମହାବଳୀପୁରମକୁ ନଭେମ୍ବର ୨୫ ତାରିଖ ଅପରାହ୍ଣରେ ଅତିକ୍ରମ କରିବା ସମ୍ଭାବନା ରହିଛି ।

Well Marked Low Pressure area over southwest and adjoining southeast Bay of Bengal

ଏହା ପ୍ରଭାବରେ ଦକ୍ଷିଣ ଭାରତର କେତେକ ସ୍ଥାନରେ ୨୩ ତାରିଖରୁ ବର୍ଷା ସହ ପବନ ଆରମ୍ଭ ହେବ । ୨୪ରୁ ୨୬ ତାରିଖ ଯାଏଁ ତାମିଲନାଡ଼ୁ, ପୁଡୁଚେରୀ ଓ କରାଇକାଲରେ ବର୍ଷା ପବନ ହୋଇପାରେ । ସେହିପରି ୨୫ରୁ ୨୬ ତାରିଖ ଦୁଇଦିନ ଦକ୍ଷିଣ ଆନ୍ଧ୍ର ଉପକୂଳ, ରୟାଲସୀମା ଓ ତେଲଙ୍ଗାନାରେ ବର୍ଷା ସହ ପବନ ସମ୍ଭାବନା ରହିଛି । ଏହା ପ୍ରଭାବରେ ଭାରତ ମହାସାଗର, ଦକ୍ଷିଣ ବଙ୍ଗୋପସାଗର ସମୁଦ୍ର ଅଶାନ୍ତ ରହିବ । ୨୨ରୁ ୨୫ ତାରିଖ ଯାଏଁ ତାମିଲନାଡ଼ୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

Well Marked Low Pressure area over southwest and adjoining southeast Bay of Bengal

ଦକ୍ଷିଣ ଓଡ଼ିଶାରେ ଏହାର ଆଂଶିକ ପ୍ରଭାବ ପଡ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆସନ୍ତା ୨୫ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ ଗଜପତି, ରାୟଗଡ଼ା ସମେତ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବୌଦ୍ଧ, ଖୋର୍ଦ୍ଧା, କଟକ, ଯାଜପୁର, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଏବଂ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ପରେ ସାରା ରାଜ୍ୟରେ ତାପମାତ୍ରା କମିବ । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ କମ୍ ରହିବ ଓ ଶୀତ ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Well Marked Low Pressure area over southwest and adjoining southeast Bay of Bengal

ଅନ୍ୟପଟେ ଆରବସାଗରରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଗତି’ ବଳ ଗୋଟାଇ ଚାଲିଛି । ‘ଗତି’ ପଶ୍ଚିମ ଦିଗରେ ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୮କିମି ବେଗରେ ଗତି କରୁଛି । ଏହା ଆସନ୍ତା ୩ ଘଣ୍ଟା ମଧ୍ୟରେ ସୋମାଲିଆର ରାସ ବିନାହକୁ ଭୟଙ୍କର ସାମୁଦ୍ରିକ ଝଡ଼ ରୂପରେ ଅତିକ୍ରମ କରିବ । ସେତେବେଳେ ପବନର ବେଗ ୧୩୦ରୁ ୧୪୦ କିମି ଘଣ୍ଟା ପ୍ରତି ରହିବ ।