ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମନ

ଚେନ୍ନାଇ: ସାଉଥ ସୁପରଷ୍ଟାର ତଥା ଅଭିନେତାରୁ ନେତା ହେବାକୁ ଯାଉଥିବା ରଜନୀକାନ୍ତଙ୍କୁ ପୋଲିସର ସମନ । ୨୦୧୮ ମସହାରେ ତୁତିକୋରଣ ଷ୍ଟର ଲାଇଟ ଫ୍ୟାକ୍ଟ୍ରିରେ ହୋଇଥିବା ହିଂସାତ୍ମକ ଘଟଣାକୁ ନେଇ ରଜନୀକାନ୍ତଙ୍କୁ ସମନ ଜାରି କରାଯାଇଛି ।

୨୦୧୮ ମସିହାରେ ଷ୍ଟର ଲାଇଟ ଫ୍ୟାକ୍ଟ୍ରିକୁ ବିରୋଧ କରି ଜୋର ଧରିଥିଲା ଆନ୍ଦୋଳନ । ସ୍ଥିତି ଏମିତି ହୋଇଥିଲା ଯେ, ୧୩ ଜଣ  ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ଏହି ଘଟଣାରେ ରଜନୀକାନ୍ତଙ୍କ ହାତ ଥିବା ନେଇ ଆଜି ସମନ ନୋଟିସ ପଠାଇଛି ପୋଲିସ ।

ଜାନୁୟାରୀ ୧୯ ମଧ୍ୟରେ ସାଉଥ ସୁପର ହିରୋ ଥାନାରେ ହାଜିର ହେବା ପାଇଁ ନୋଟିସରେ ଉଲ୍ଲେଖ ରହିଛି । ଖବର ଅନୁଯାୟୀ, ଷ୍ଟର ଲାଇଟ ହିଂସାତ୍ମକ ଘଟଣାରେ ମୃତାହତଙ୍କୁ ମେଡିକାଲ ଯାଇ ସାକ୍ଷାତ କରିଥିଲେ । ଏବଂ ସେଠାରେ କିଛି ବୟାନ ମଧ୍ୟ ଦେଇଥିଲେ ରଜନୀକାନ୍ତ ।

ଏହି ବୟାନ ପରେ ୨୦୨୦ ମସିହା ଫେବୃୟାରୀ ୨୫ ତାରିଖରେ ଜଷ୍ଟିସ ଅରୁଣ ଜଗଦୀଶନ କମିସନ ସମନ ଜାରି କରିଥିଲେ । ଏହା ପରେ ଅଧିକ କିଛି ଦିନ ସମୟ ମାଗିଥିଲେ ରଜନୀକାନ୍ତ । ସମାନ ଘଟଣାରେ ପୁନର୍ବାର ଆଜି ସାଉଥ ସୁପରଷ୍ଟାରଙ୍କ ଘରେ ପହଁଚିଛି ସମନ ନୋଟିସ ।

Leave a Reply