spot_img
Home Blog Page 6378

ବଲିଉଡରେ ଡ୍ରଗ୍ସ ମାମଲା: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିଛି । ଗତ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇରେ ଭାରତୀଙ୍କ ଘରେ ଚଢ଼ାଉ କରିଥିଲା । ରେଡ ସମୟରେ ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରାଯାଇଥିଲା । ଯେତେବେ ଗଞ୍ଜେଇ ଜବତ ହୋଇଥିଲା ସେତେବେଳେ ଡ୍ରଗ୍ସକୁ ନେଇ ଏନ୍‌ସିବି ସ୍ପଷ୍ଟ ହୋଇଥିଲା । ଏହାପରେ ପଚରାଉଚରା ବେଳେ ଭାରତୀ ସିଂ ସ୍ୱୀକାର କରିଥିଲେ ସେ ଡ୍ରଗସ ନିଅନ୍ତି ବୋଲି ।

ଭାରତୀ ସିଂଙ୍କୁ ତାଙ୍କ ଘରେ ପ୍ରାୟ ୬ ଘଣ୍ଟା ପଚରାଉଚରା ପରେ ଗିରଫ କରାଯାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ରବିବାର ଦିନ ଭାରତୀ ସିଂ ଏବଂ ହର୍ଷ ଲିମ୍ବଚିଆଙ୍କୁ ପ୍ରଥମେ ମେଡିକାଲ ଏବଂ କରୋନା ପରୀକ୍ଷା ପାଇଁ ନିଆଯାଇଥିଲା ଏବଂ ସକାଳ ୧୧.୩୦ରେ ଭାରତୀ ଏବଂ ହର୍ଷଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଦୁଇଜଣ ଡ୍ରଗ୍ ବେପାରୀଙ୍କ ସହ କୋର୍ଟରେ ହାଜର ହୋଇଥିଲେ । ଏନସିବି ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ କୋର୍ଟରୁ ରିମାଣ୍ଡରେ ନେବାକୁ ଚାହିଁଥିଲେ ମଧ୍ୟ ସଫଳ ହୋଇପାରିନଥିଲା କୋର୍ଟ । ଏହା ପରେ କୋର୍ଟ ଉଭୟଙ୍କୁ ନ୍ୟାୟିକ ହେପାଜତରେ ଜେଲ ପଠାଇଥିବାବେଳେ ଏନସିବି ଦୁଇଜଣ ପେଡଲରଙ୍କୁ ରିମାଣ୍ଡରେ ନେଇଥିଲା ।

କୋର୍ଟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ଡିସେମ୍ବର ୪ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଭାରତୀ ସିଂଙ୍କୁ କଲ୍ୟାଣ ଜେଲରେ ଏବଂ ଟଲୋଜା ଜେଲରେ ହର୍ଷଙ୍କୁ ରଖାଯାଇଥିଲା । ଏହା ପରେ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ କିଲା କୋର୍ଟରେ ଜାମିନ ଆବେଦନ କରିଥିଲେ। ଆଜି ଶୁଣାଣି ସମୟରେ କୋର୍ଟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରଠାରୁ ଏନସିବି ଡ୍ରଗ୍ସ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଗୋଟିଏ ପରେ ଗୋଟିଏ ବଲିଉଡର ଅନେକ ତାରକା ଏନସିବି ଫାଶରେ ପଡ଼ିଥିଲେ । ଏହି ମାମଲାରେ ପ୍ରଥମେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା ।

ଏହା ପରେ ଦୀପିକା ପାଦୁକୋନ, ସାରା ଅଲି ଖାନ ଏବଂ ରାକୁଲ ପ୍ରୀତଙ୍କ ନାମ ମଧ୍ୟ ଆସିବା ବରେ ସେମାନଙ୍କୁ ପଚରାଉଚରା କରାଯାଇଥିଲା । ଏହା ବ୍ୟତୀତ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇ ତାଙ୍କ ଡ୍ରାଇଭରକୁ ଗିରଫ କରାଯାଇଥିଲା ।

ସ୍ୱର୍ଗଦ୍ୱାରରେ ସୁଶୀଳା ଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ..

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରବିବାର ବିଳମ୍ବିତ ରାତିରେ ସୁଶୀଳା ଦେବୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୋମବାର ସକାଳୁ ତାଙ୍କ ପରଲୋକ ଖବର ଚାରିଆଡ଼େ ଖେଳିଯାଇଥିଲା । ଏନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଟ୍ୱିଟ୍ କରି ସୂଚନା ଦେଇଥିଲେ । ନଭେମ୍ବର ୧ରେ କରୋନା ଆକ୍ରାନ୍ତ ହୋଇ ସୁଶୀଳା ଦେବୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୬ ଡିସେମ୍ବର ୧୯୪୬ରେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ ସୁଶୀଳା ଦେବୀ ।

ସୁଶୀଳା ଦେବୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଜଣେ ଧର୍ମ ପରାୟଣା ଓ ପରୋପକାରୀ ମହିଳା ଥିଲେ ବୋଲି କହିଛନ୍ତି । ପ୍ରଫେସର ଗଣେଶୀ ଲାଲ ଓ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ନବୀନ । ସେହିପରି ଆନ୍ଧ୍ରପ୍ରଦେଶ ଗଭର୍ଣ୍ଣର ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ନମ୍ର ସ୍ୱଭାବର ମହିଳା ଥିଲେ । ଗରିବ ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ଭେଙ୍କଟେଶ୍ୱରଙ୍କ ନିକଟରେ ସୁଶୀଳା ଦେବୀଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାର ଓ ଗଣେଶୀ ଲାଲଙ୍କୁ ସମବେଦନା ଜଣାଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ବ୍ୟକ୍ତି କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଅନ୍ୟପଟେ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରକାଶ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ସବୁ ଦଳ ସମର୍ଥନ ଜଣାଇଥିଲେ । ସୁଶୀଳା ଦେବୀ ଜଣେ ପରୋପକାରୀ ମହିଳା ଥିଲେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ବିରୋଧୀ ଦଳନେତା ପ୍ରଦିପ୍ତ ନାୟକ । ସେହିଭଳି କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ସୁଶୀଳାଙ୍କୁ ସମ୍ମାନ ଜଣାଇ ଗୃହକୁ ମୁଲତବି ରଖିବାକୁ ନରସିଂହ ବାଚସ୍ପତିଙ୍କୁ ନିବେଦନ କରିଥିଲେ । ସିପିଆଇ ନେତା ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଗୃହରେ ଶୋକ ପ୍ରକାଶ କରିଥିଲେ ।

୭୪ ବର୍ଷୀୟା ସୁଶୀଳା ଦେବୀଙ୍କ ପରଲୋକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୁଶୀଳାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସୁଶୀଳାଙ୍କୁ ସମ୍ମାନ ଦେଇ ପ୍ରଥମାର୍ଦ୍ଧରେ ଗୃହରେ କୌଣସି କାର୍ଯ୍ୟ କରାଯିବ ନାହିଁ ବୋଲି ବାଚସ୍ପତି ଘୋଷଣା କରିଥିଲେ ।

ଓଟିଭିରୁ ସଂପର୍କ ତୁଟାଇଲେ ନିହାର ରଞ୍ଜନ ଭୂୟାଁ

ଭୁବନେଶ୍ୱର: ଓଟିଭି ଗ୍ରୁପ୍‌ ଠାରୁ ସବୁ ସମ୍ପର୍କ ତୁଟାଇଲେ ନିହାର ରଞ୍ଜନ ଭୂୟାଁ । ଓଟିଭି ସିଓଓ ତଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ନିହାର । ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲାରେ ଗତ ୧୭ ତାରିଖରେ  କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ହାଜର ହୋଇଥିଲେ । ଜମି କାରବାର ନେଇ ଇଓଡବ୍ଲୁ ନିହାର ଭୂୟାଁଙ୍କୁ ଜେରା କରିଥିଲା ।

Odisha Crime Branch Request To Income Tax Department To Investigate Funds Transaction On Sarua Land Scam

OIPL ବିରୋଧରେ ସାରୁଅରେ ଦଳିତଙ୍କ ଜମି ହଡ଼ପ ଅଭିଯୋଗ ରହିଛି । ଓଟିଭି ଗ୍ରୁପ୍‌ର ଅନ୍ୟ ଏକ ସଂସ୍ଥା ହେଉଛି OIPL । ପୂର୍ବରୁ OIPLର ଦୁଇ ଜଣ ପୂର୍ବତନ ନିର୍ଦ୍ଦେଶକଙ୍କୁ ଜେରା ହୋଇଥିଲା । ମନୋରଞ୍ଜନ ଷଡ଼ଙ୍ଗୀ ଓ ବିଭୁ ରଥଙ୍କୁ ପଚରାଉଚରା କରିଥିଲା ଇଓଡବ୍ଲୁ । ପଚରାଉଚରା ପରେ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ ହୋଇଥିଲେ । ଶାରୀରିକ ଅସୁସ୍ଥତା ଯୋଗୁଁ ମନୋରଞ୍ଜନଙ୍କୁ ଜାମିନ ମିଳିଛି । ମନୋରଞ୍ଜନଙ୍କ ସହ OIPLର ଏକଜିକ୍ୟୁଟିଭ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରାଯାଇଥିଲା ।

ରାଜ୍ୟରେ ଦିନକରେ ୬୬୮ ସଂକ୍ରମିତ ଚିହ୍ନଟ ଓ ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ପୂର୍ବରୁ ଦିନକରେ ୩ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ କିନ୍ତୁ ଏବଂ ସଂକ୍ରମିତଙ୍କ ସଂଖ୍ୟା ଖସି ହଜାର ତଳେରେ ପହଞ୍ଚିଛି । ୨୪ ଘଣ୍ଟାରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୬୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୩୮୫, ୨୮୩ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛି ।

ସୋମବାର ଦିନ ଚିହ୍ନଟ ହୋଇଥିବା ସମୁଦାୟ ୬୬୮ ସଂକ୍ରମିତ ମଧ୍ୟରୁ ନୂଆପଡାରୁ ସର୍ବାଧିକ ୬୮, ଖୋର୍ଦ୍ଧାରୁ ୫୬, ସୁନ୍ଦରଗଡ଼ରୁ ୫୫, ମୟୂରଭଞ୍ଜରୁ ୫୦, ଅନୁଗୁଳରୁ ୪୬, କେନ୍ଦୁଝର ଓ ବାଲେଶ୍ୱରରୁ ୩୮ଜଣ ଲେଖାଏଁ, କଟକରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ କରୋନାରେ ଆଉ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୪ହଜାର ୬୨୯ ହୋଇଥିବା ବେଳେ ରାଜ୍ୟରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୬୫୭ ରହିଛି । ତେବେ କରୋନାରୁ ସମୁଦାୟ ୩ଲକ୍ଷ ୫ହଜାର ୮୧୩ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ କେସ୍ ୭ହଜାର ୧୦୬ ରହିଛି ।

ଆଉ ଗୋଟେ ଦିନ ହାଜତରେ ରହିବେ ଭାରତୀ !

ମୁମ୍ବାଇ: ଡ୍ରଗ୍ସ ମାମଲା ଗିରଫ ହୋଇଥିବା ବଲିଉଡ଼ର ହାସ୍ୟ ଅଭିନେତା ଭାରତୀ ସିଂ ଏବଂ ତାଙ୍କ ସ୍ୱମୀ ହର୍ଷ ଲିମ୍ବୋଚିଆଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ଥିଲା । କିନ୍ତୁ ସରକାରୀ ଓକିଲ ଅତୁଲ ସରପାଣ୍ଡେ କୋର୍ଟର ଅନ୍ୟ ଦୁଇଟି ମାମଲାର ଶୁଣାଣିରେ ବ୍ୟସ୍ତି ଅଛନ୍ତି । ଯେଉଁ କାରଣରୁ ସେ ଏନସିବିର ପକ୍ଷ ରଖିପାରିବେ ନାହିଁ । ଯଦିଓ ଏନସିବିର ଅଧିକାରୀ ଶୁଣାଣିକୁ ନେଇ କୋର୍ଟରୁ ମଙ୍ଗଳବାର ଦିନ ଭାରତୀ ଓ ହର୍ଷଙ୍କ ଆବେଦନ ଉପରେ ଶୁଣାଣି ପାଇଁ ଅପିଲ କରିବେ ।

ଯଦି ଏନଡିପିଏସ  କୋର୍ଟ ଏନସିବିର ଏହି ଅପିଲରେ ସହମତି ଦେବେ ତେବେ ଭାରତୀଙ୍କୁ ଆଉ ଗୋଟେ ରାତି ଜେଲରେ ବିତାଇବାକୁ ପଡ଼ିବ । ଏବଂ ଭାରତୀ ଓ ହର୍ଷଙ୍କ ଆବେଦନ ଉପରେ ମଙ୍ଗଳବାର ଦିନ ଅର୍ଥାତ୍ ୨୪ ଡିସେମ୍ବରରେ ଶୁଣାଣି ହେବ । ଏହାପୂର୍ବରୁ  ରବିବାର ଦିନ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଯେଉଁଠାରେ ଦୁଇଜଣଙ୍କୁ ୧୪ ଦିନ ପାଇଁ ବିଚାବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

ଭାରତୀ ଓ ହର୍ଷଙ୍କୁ ଅଲଗା ଅଲଗା ଜେଲରେ ରଖିଯାଇଛି

ଭାରତୀ ସିଂ ୪ ଡିସେମ୍ବର ପର୍ଯ୍ୟନ୍ତ ବାୟକୁଲା ଜେଲରେ ଏବଂ ହର୍ଷଙ୍କୁ ତଲୋଜା ଜେଲରେ ରଖାଯିବ । ବିଚାରବିଭାଗୀୟ ହାଜତକୁ ଯିବା ପରେ ପରେ ଦୁଇଜଣ ଜାମିନ ପାଇଁ ଆବେଦନ କରିଥିଲେ ଯାହା ଉପରେ ଆଜି ଶୁଣାଣି ହେବାର ଥିଲା  । ଯାହା ଉପରେ ଆଜି ରୋକ ଲାଗିଛି ।

ଆକ୍ରମଣରେ ୮୬.୫ ଗ୍ରାମ କଏନ ଉଦ୍ଧାର କରାଯାଇଥିଲା

ଭାରତୀ ଏବଂ ହର୍ଷଙ୍କ ସହ ଦୁଇଜଣ ଡ୍ରଗ୍ ବେପାରୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ଏହି ଡ୍ରଗ୍ ବେପାରୀମାନଙ୍କୁ ପୋଲିସ ହେପାଜତରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଶନିବାର ଦିନ ଏନସିବି ଭାରତୀ ସିଂଙ୍କ କାର୍ଯ୍ୟାଳୟ ଏବଂ ଘରେ ଚଢାଉ କରିଥିଲା। ଏହି ଆକ୍ରମଣରେ ୮୬.୫ ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା । ଏହା ପରେ ଉଭୟଙ୍କୁ ଏନସିବି କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡକାଯାଇଥିଲା। ଭିନ୍ନ ଭିନ୍ନ ସ୍ଥାନରେ ଉଭୟଙ୍କୁ ପଚରାଉଚରା କରାଯାଇଥିଲା ।ଏନସିବି ତିନି ଘଣ୍ଟା ପଚରାଉଚରା ପରେ ଭାରତୀଙ୍କୁ ଗିରଫ କରାଯାଇଥିଲା।

ଗରିବ ଦେଶକୁ କେମିତି ମିଳିବ କରୋନା ଟୀକା; କିଏ ଯୋଗାଇବ ପାଣ୍ଠି ?

ନୂଆଦିଲ୍ଲୀ: ପାଖାପାଖି ୯ ମାସରୁ ଅଧିକ ହେବ ଦେଶବାସୀ କରୋନା ଭାଇରସ୍ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସମୟରେ କରୋନା ଟୀକା ପ୍ରସ୍ତୁତି ଜୋରଦାର ଜାରି ରହିଥିବା ବେଳେ ଫାଇଜର, ସ୍ପୁଟନିକ୍-୫ ଏବଂ ମଡର୍ଣ୍ଣା ଟିକା ଆସନ୍ତା ମାସ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଆସିବାର ସମ୍ଭାବନା ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ଅନୁଯାୟୀ, ବର୍ତ୍ତମାନ ବିଶ୍ୱରେ ପ୍ରାୟ ଚାରି ଡଜନରୁ ଅଧିକ କରୋନା ଟୀକାର କ୍ଲିନିକାଲ ଟ୍ରାଏସ ମଣିଷଙ୍କ ଦେହରେ କରାଯାଉଛି । ଟୀକା ଆସିବା ପୂର୍ବରୁ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି । ଟୀକା ଆସିଲେ ପ୍ରଥମେ କିଏ ପାଇବ ? ଏହାର ମୂଲ୍ୟ କେତେ ରହିବ ? ଟୀକାଗୁଡ଼ିକର ଗରିବ ଦେଶରେ କିଭଳି ଭାଗିଦାରୀ ରହିବ ?

ବିଶ୍ୱର ଜନସଂଖ୍ୟା ପ୍ରାୟ ୭ ବିଲିୟନ ଥିବାବେଳେ ଟୀକା ଉତ୍ପାଦନ ବହୁତ ସୀମିତ । କରୋନା ସଂକ୍ରମଣରୁ ସୁସ୍ଥ ହେବା ପାଇଁ ଜଣେ ବ୍ୟକ୍ତିକୁ ଟୀକାର ଦୁଇ ଡୋଜ ଆବଶ୍ୟକ । ତେବେ ଅନେକ ଧନୀ ଦେଶ ପୂର୍ବରୁ ପ୍ରତ୍ୟେକ ନାଗରିକଙ୍କ ପାଇଁ ୫ ଡୋଜ୍ ଲେଖାଏଁ ଟୀକା ବୁକ୍ କରିଥିବା ଆଲୋଚନା ହେଉଛି । ହେଲେ ଭ୍ୟାକ୍ସିନ୍ ଦୌଡରେ ଗରିବ ଦେଶଗୁଡିକ ପଛରେ ପଡ଼ିଥିବାର ଦେଖାଯାଉଛି । ଏମିତିକି ଆଫ୍ରିକାର ଅନେକ ଦେଶରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

କେତେ ରହିବ କରୋନା ଟିକାର ମୂଲ୍ୟ ?

ସୂଚନା ଅନୁଯାୟୀ ବିଶ୍ୱର ଅନେକ ବଡ କମ୍ପାନୀ ଏହି ଟୀକା ପ୍ରସ୍ତୁତି ରେସରେ ରହିଛନ୍ତି । ଏମିତିକି ଆମେରିକୀୟ କମ୍ପାନୀ ମଡର୍ଣ୍ଣା ଦାବି କରିଛି- ଏହାର ଟୀକା ୯୫ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ସେହିପରି ଫାଇଜର ଭ୍ୟାକ୍ସିନ୍ ୯୦ ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ।

ଅପରପକ୍ଷରେ ମଡର୍ଣ୍ଣା ଟୀକା ଡୋଜ ପିଛା ୨,୮୦୦ ଟଙ୍କା ରହିଥିବା ବେଳେ ଫାଇଜରର ମୂଲ୍ୟ ୩,୦୦୦ ଟଙ୍କା ରହିଛି । ଏସମ୍ପର୍କରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଭାରତରେ ଅକ୍ସଫୋର୍ଡ ଟିକାର ମୂଲ୍ୟ ପ୍ରାୟ ୫୦୦ ଟଙ୍କା ରହିବ । ଏଥିସହିତ ସ୍ୱଳ୍ପ ଏବଂ ମଧ୍ୟମ ଆୟବିଶିଷ୍ଟ ଦେଶ ପାଇଁ ୨୨୫ ଟଙ୍କାରେ ଟିକା ଉପଲବ୍ଧ ହୋଇପାରିବ ।

ଧନୀ ଦେଶମାନେ କେତେ ଡୋଜ କିଣିଛନ୍ତି ?

କରୋନା ଟୀକାର ପ୍ରଥମ ଡୋଜ କିଏ ପାଇବ ? କେବଳ ଅଗ୍ରୀମ ବୁକିଂ ତଥ୍ୟରୁ ଏହା ଜଣାପଡ଼ିଥାଏ । ଆମେରିକାର ଡ୍ୟୁକ୍ ୟୁନିଭର୍ସିଟିର ଏକ ରିପୋର୍ଟ ଅନୁଯାୟୀ ଏଯାଏଁ ୬.୪ବିଲିୟନ ଡୋଜ୍ କରୋନା ଟିକା ବୁକ୍ ହୋଇସାରିଛି । ଏହାଛଡ଼ା ଆଉ ୩.୨ ବିଲିୟନ୍ ଡୋଜ୍ କିଣିବା ଉପରେ ବିଚରାବିମର୍ଶ ଚାଲିଥିବା ଜଣାପଡ଼ିଛି ।

ଟୀକା ଉତ୍ପାଦନକୁ ଉନ୍ନତଧରଣର କରିବା ଲାଗି ଆମେରିକା ସରକାର ୧୧ ବିଲିୟନ ଡଲାର ନିବେଶ କରିଥିବା ସୂଚନା ମିଳିଛି । ଏହାବ୍ୟତୀତ ଆମେରିକା ସରକାର ମଡର୍ଣ୍ଣା ସହିତ ୧୦୦ ମିଲିୟନ୍ ଡୋଜ ନେଇ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ।

ଚୀନରେ ୧୦ ଲକ୍ଷ ଲୋକଙ୍କୁ ଦିଆଯାଇଛି ଟୀକା

କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନରେ ଭ୍ୟାକ୍ସିନ୍ ପରୀକ୍ଷଣ ଆଡଭାନ୍ସ ଷ୍ଟେଜରେ ରହିଛି । ଏପରିକି ସେଠାରେ ଅତିକମରେ ୫ଟି କମ୍ପାନୀ ଟିକା ଉତ୍ପାଦନରେ ଲାଗି ପଡ଼ିଛନ୍ତି । ଚୀନ୍ କମ୍ପାନୀ ସିନୋଫାର୍ମର ଦାବି ଅନୁଯାୟୀ, ପାଖାପାଖି ୧୫୦ଟି ଦେଶରେ ରହୁଥିବା ଚୀନର ନିର୍ମାଣ ଶ୍ରମିକ, କୁଟନୀତିଜ୍ଞ ଏବଂ ଛାତ୍ରଛାତ୍ରୀମାନଙ୍କ ଉପରେ ଏହି ଟିକାଗୁଡିକର ପରୀକ୍ଷଣ କରାଯାଇଛି । ତେବେ ୧୦ ଲକ୍ଷ ଲୋକଙ୍କ ଉପରେ ହୋଇଥିବା ପରୀକ୍ଷଣରୁ କୌଣସି ପ୍ରକାରର ସାଇଡ୍ ଇଫେକ୍ଟ ଦେଖାଯାଇନଥିବା ଚୀନ୍ ଦାବି କରିଛି ।

ଗରିବ ଦେଶକୁ ନେଇ ଚିନ୍ତା

ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରି ରଖିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରାରମ୍ଭିକ ଭାବେ ଏହି ଟୀକା ପାଇଁ ୩୫ ବିଲିୟନ ଡଲାର ପାଣ୍ଠି ପ୍ରଦାନ କରିଥିଲା । ଏପରିକି ଡବ୍ଲ୍ୟୁଏଚଓ ମଧ୍ୟ ଗରିବ ଦେଶମାନଙ୍କ ପାଇଁ ଚିନ୍ତା ପ୍ରକଟ କରିଛି । ଗରିବ ଦେଶରେ ବିଶ୍ୱର ୮୭ ପ୍ରତିଶତରୁ ଅଧିକ ଲୋକ ରହୁଥିବା ବେଳେ ସ୍ୱାସ୍ଥ୍ୟ ସୁବିଧା ଅତ୍ୟନ୍ତ ଖରାପ ବୋଲି ଡବ୍ଲ୍ୟୁଏଚ୍ ସୂଚନା ଦିଆଯାଇଛି ।

ମେଡିକାଲରେ ଲାଗିଥିବା ଗାଡ଼ି ବିଲ୍ କରାଇ ଦେବାକୁ ଲାଞ୍ଚ, ଡାକ୍ତର ଗିରଫ

ମାଲକାନଗିରି: ଲାଞ୍ଚ ମାମଲାରେ ସମ୍ପୃକ୍ତିରେ ଡାକ୍ତର ଗିରଫ । ମାଲକାନଗିରି ପଡ଼ିଆ ମେଡିକାଲର ଡାକ୍ତର ପାଣୁଚରଣ ମଣ୍ଡଳଙ୍କୁ ଗିରଫ କରାଯାଇଛି । ଗତ ମାସ ୨୦ ତାରିଖରେ ପଡ଼ିଆ ମେଡିକାଲର ବ୍ଲକ ପ୍ରୋଗ୍ରାମ ମ୍ୟାନେଜେର ଶ୍ରୀମନ୍ତ ଅତିବୁଦ୍ଧି ଗାଡ଼ି ଭଡ଼ା ବାବଦ ବିଲ୍‌ ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ରାକେଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ବୋଲେରୋ ଗାଡ଼ି ମେଡିକାଲରେ ଭଡ଼ା ଲାଗିଥିଲା ।

Vigilance Arrested Padia Medical Doctor In Bribe Case

ତେବେ, ଭଡ଼ା ବାବଦ ବିଲ୍ କରାଇ ଦେବା ପାଇଁ ତାଙ୍କୁ ହଇରାଣ କରିବା ସହ ୨୦ ହଜାର ଟଙ୍କା ଲାଞ୍ଚ ନେଇ ରାକେଶ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଅକ୍ଟୋବର ୨୦ ତାରିଖରେ ପଡ଼ିଆ ମେଡିକାଲରେ ଚଢ଼ାଉ କରି ଶ୍ରୀମନ୍ତଙ୍କୁ ଗିରଫ କରିଥିଲା । ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ନେଇ ତଦନ୍ତ କରିଥିଲା ଭିଜିଲାନ୍ସ । ଏହାପରେ ପଡ଼ିଆ ମେଡିକାଲର ଡାକ୍ତର ପାଣୁଚରଣ ମଣ୍ଡଳଙ୍କୁ ଆଜି ଗିରଫ କରାଯାଇଛି ।

ଭାରସାମ୍ୟ ହରାଇ ଘରେ ପଶିଗଲା ଭ୍ୟାନ୍‌, ୨ମୃତ ଓ ୪ ଆହତ

ନବରଙ୍ଗପୁର: ନବରଙ୍ଗପୁର ଦିଲ୍ଲାରେ ଅଭାବନୀୟ ଘଟଣା । ଘରେ ପଶିଗଲା ଭ୍ୟାନ୍‌, ଘଟଣା ସ୍ଥଳରେ ୨ ଶିଶୁ ମୃତ, ୪ ଆହତ । ସକାଳୁ ଘରେ ଥିବା ବେଳେ ହଠାତ୍ ପଶିଗଲା ପରିବା ବୋଝେଇ ଭ୍ୟାନ୍ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଝରାବାହାଲ ଗାଁରେ ଏକ ପିକ୍‌ଅପ୍‌ ଭ୍ୟାନ ଘରେ ପଶିଯାଇଛି । ଏଥିରେ ୨ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଓ ୪ ଆହତ ହୋଇଛନ୍ତି  । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ ଝରାବାହାଲ ଗାଁର ଦୁଷ୍ମନ୍ତ ଜଗତ ପିକ୍ ଅପ୍‌ ଭ୍ୟାନରେ ପନି ପରିବା ନେଇ ହାଟକୁ ବାହାରିଥିଲେ । ସେହି ଗାଁ ମଧ୍ୟରେ ହିଁ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଡ୍ରେନ୍‌କୁ ଅତିକ୍ରମ କରି ରାସ୍ତା ଠାରୁ କିଛି ଦୁରରେ ଥିବା ଏକ ଘର ମଧ୍ୟକୁ ପଶିଯାଇଥିଲା। ସେହି ଘରର ବାରଣ୍ଡାରେ ଥିବା ପରିବାରର କିଛି ସଦସ୍ୟ ଗାଡି ଧକ୍କାରେ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ମଧ୍ୟରୁ ୩ ଜଣ ଶିଶୁଙ୍କୁ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଡାକ୍ତରଖାନାରେକୁ ପଠାଯାଇଛି। ଏହି ଦୁର୍ଘଟଣାରେ ୨ଶିଶୁ ପ୍ରାଣ ହରାଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି  । ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଡାକ୍ତରଖାନାକୁ ପଠାଯାଇଛି।

ଗୁପ୍ତଧନକୁ ନେଇ ସୁନା ବ୍ୟବସାୟୀଙ୍କୁ ହତ୍ୟା, ନିଖୋଜର ୧୭ ଦିନ ପରେ ମିଳିଲା ମୃତଦେହ

ବଲାଙ୍ଗିର: ସୁନା ବ୍ୟବସାୟୀଙ୍କ ମୃତଦେହ ଠାବ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେରଙ୍କ ଗଳିତ ମୃତଦେହ ଠାବ ହୋଇଛି । ଦେଓଗାଁ-ପାଟଣାଗଡ଼ ସୀମାବର୍ତ୍ତୀ ଚିପାକାନୀ ଜଙ୍ଗଲରୁ ମୃତଦେହ ଠାବ ହୋଇଛି । ଗତ ୫ ତାରିଖରୁ ଗଜାନନ ନିଖୋଜ ଥିଲେ । ଦେଓଗାଁ ପୋଲିସ ସହ ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Deadbody Of Gold Business Man Recovered From Forest

ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ୫ ତାରିଖ ପାଟଣାଗଡ଼ ଯାଉଛି କହି ଘରୁ ବାହାରି ଆଉ ଫେରିନଥିଲେ । ପରିବାର ଲୋକ ୬ ତାରିଖରେ ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ । ନିଖୋଜ ହେବାର ୧୭ ଦିନ ପରେ ଗଜାନନଙ୍କ ଗଳିତ ମୃତଦେହ ଦେଓଗାଁ-ପାଟଣାଗଡ଼ ସୀମାନ୍ତବର୍ତ୍ତୀ ଚିପାକାନୀ ଗାଁ ନିକଟ ଜଙ୍ଗଲରେ ଠାବ କରାଯାଇଛି ।

Deadbody Of Gold Business Man Recovered From Forest

ଘଟଣାସ୍ଥଳରେ ବାଇକ୍ ଓ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ଦେଓଗାଁ ଥାନା ଅଧିକାରୀ, ବଲାଙ୍ଗିର ଏସଡିପିଓ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ସୁନା ବ୍ୟବସାୟୀ ଗଜାନନ ମେହେରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗୁପ୍ତଧନ ରଖିଥିବା ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସାଂସଦଙ୍କ ଲାଗି ଗଙ୍ଗା, ଯମୁନା ଓ ସରସ୍ୱତୀ ବହୁତଳ ବିଶିଷ୍ଟ ପ୍ରାସାଦ ଉଦଘାଟିତ

ନୂଆଦିଲ୍ଲୀ: ସାଂସଦଙ୍କ ଲାଗି ନୂଆ ବଙ୍ଗଳା । ଦିଲ୍ଲୀର ଡା. ବିଡି ମାର୍ଗରେ ସାଂସଦଙ୍କ ଲାଗି ବହୁତଳ ବିଶିଷ୍ଟ ପ୍ରାସାଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ବହୁତଳ ବିଶିଷ୍ଟ ବିଲ୍ଡିଂ ଉଦଘାଟନୀ ସମାରୋହରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଉପସ୍ଥିତ ଥିଲେ । ଓମ୍ ବିର୍ଲା କହିଛନ୍ତି- ବିଡି ମାର୍ଗରେ ନିର୍ମିତ କୋଠା ତିନୋଟି ଟାୱାରରେ ନିର୍ମିତ । ଏହି କୋଠାର ନାମ ଗଙ୍ଗା, ଯମୁନା ଓ ସରସ୍ୱତୀ ରଖାଯାଇଛି । ଏହି ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ ଲାଗି ୧୭ ମାସ ସମୟ ଲାଗିଥିବା ବେଳେ ୧୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

PM Narendra Modi Inaugurate Flats For Members Of Parliament Located At Delhi Dr BD Marg

କଣ କହିଲେ ମୋଦି ?

  • ୨୦୧୪ରେ ପରିବର୍ତ୍ତନ ଆରମ୍ଭ ହୋଇଥିଲା । ଦେଶ ଏକ ନୂଆ ଲକ୍ଷ୍ୟ ନେଇ ଆଗକୁ ବଢ଼ିଥିଲା, ପରିବର୍ତ୍ତନ ଆଡ଼କୁ ।
  • ଆମ ଲୋକସଭା, ରାଜ୍ୟସଭା ଉଭୟ ଗୃହର ସାଂସଦ ଏକ ନୂଆ ସ୍ଥାନ ପାଇଛନ୍ତି ।
  • ଚଳିତଥର ଲୋକସଭାକୁ ସବୁଠୁ ଅଧିକ ମହିଳା ସାଂସଦ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ଦେଶର ନୂଆ ରୂପ ସଂସଦର ଗଠନରେ ଦେଖାଯାଏ । ଦେଶର କାର୍ଯ୍ୟପ୍ରଣାଳୀରେ ଗଭର୍ଣ୍ଣାସ ଏକ ନୂଆ ଚିନ୍ତାଧାରା ଓ ପ୍ରଣାଳୀ ଆଡ଼କୁ ଯାଇଛି ।
  • ଷୋଡ଼ଶ ଲୋକସଭାରେ ୬୦ ପ୍ରତିଶତ ବିଲ୍ ପାସ ଲାଗି ପ୍ରାୟତଃ ୨ରୁ ୩ ଘଣ୍ଟା ବିତର୍କ ହୋଇଛି । ଗତ ସଂସଦ ଅଧିବେଶନରେ ଅଧିକ ବିଲ୍ ପାସ୍ କରାଯାଇଥିଲା । କିନ୍ତୁ, ପୂର୍ବାପେକ୍ଷା ଅଧିକ ବିତର୍କ ହୋଇଛି ।