ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍, ପାଳନ ହେବନି ଖ୍ରୀଷ୍ଟମାସ

1 min read
Coronavirus

ଲଣ୍ଡନ: ବ୍ରିଟେନରେ ନୂଆ ରୂପରେ ପୁଣି କାୟା ବିସ୍ତାର କରୁଛି କରୋନା । ଏହାର ନାଁ VUI-202012/01। ଏହାର ବ୍ୟାପିବା କ୍ଷମତା sars cov- 2ଠୁ ୭୦ ପ୍ରତିଶତ ଅଧିକା ।

ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କଟକଣା ବ୍ୟତୀତ ଏହି ଭାଇରସକୁ ମାତ୍ ଦେବା ପାଇଁ ଆଉ କୌଣସି ଉପାୟ ନାହିଁ । ଏଥିପାଇଁ ବ୍ରିଟେନରେ ଲକ୍‌ଡାଉନ କଟକଣାକୁ ଆହୁରି ଶକ୍ତ କରାଯାଇଛି । ପାଳନ ହେବନି ନୂଆବର୍ଷ ଓ ଖ୍ରୀଷ୍ଟମାସ ।

ବ୍ରିଟେନରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଗାମୀ ଯୋଜନା ସ୍ଥିର କରାଯାଇଛି । ବିଶ୍ୱ ସ୍ୱଶସ୍ଥ୍ୟ ସଂଗଠନକୁ ମଧ୍ୟ ସ୍ଥିତି ନେଇ ସଚେତନ କରାଯାଇଛି । ପୂର୍ବରୁ ଚିହ୍ନଟ ଭୂତାଣୁ ଅପେକ୍ଷା ଏହା ଅଧିକ ଭୟଙ୍କର ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ବ୍ରିଟେନରେ କରୋନା ନୂଆରୂପରେ ବ୍ୟାପିବା ପରେ ଭାରତ ପକ୍ଷରୁ ପ୍ରଥମ ପଦକ୍ଷେପ ନିଆଯାଇଛି ।

ଡିସେମ୍ବର ୩୧ ପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ବିମାନ ଚଳାଚଳ କରିବ ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ କହିଛନ୍ତି, ବ୍ରିଟେନର ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ଭାରତରେ ନୂଆ ଭାଇରସ ଚିହ୍ନଟ ହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

Leave a Reply