ଶସ୍ତା ହେଲା କରୋନା ପରୀକ୍ଷା, ଏଣିକି ଶହେ ଟଙ୍କାରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଖସିଥିବା ବେଳେ ଶ୍ରଦ୍ଧାଳୁଙ୍କ ଲାଗି ଜାନୁଆରୀ ୩ରୁ ଖୋଲିବ ବିଭିନ୍ନ ଧର୍ମାନୁଷ୍ଠାନ । ଅଧିକାଂଶ ଧର୍ମାନୁଷ୍ଠାନ ବାହାର ଜିଲ୍ଲାର ଶ୍ରଦ୍ଧାଳୁଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବା ପରେ ହିଁ ମନ୍ଦିର ପ୍ରବେଶ ଲାଗି ଅନୁମତି ମିଳିବ ବୋଲି ଘୋଷଣା କରିଛନ୍ତି । ଏସବୁକୁ ନଜରରେ ରଖି ରାଜ୍ୟ ସରକାର କୋଭିଡ୍ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ମୂଲ୍ୟ କମାଇବାକୁ ନିଷ୍ପତ୍ତି ନେଇଛନ୍ତି ।

Odisha Health Dept. Refix Maximum Cost For Rapid Antigen Test

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୦ ଜୁଲାଇ ୧୪ରେ ଜାରି ହୋଇଥିବା ରଦ୍ଦ କରାଯାଇଛି । ଏଣିକି ଘରୋଇ ଲ୍ୟାବରେ କୋଭିଡ୍ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଲାଗି ଜିଏସଟି ସହ ସର୍ବାଧିକ ୧୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

Odisha Health Dept. Refix Maximum Cost For Rapid Antigen Test

ପୂର୍ବରୁ ସରକାର କୋଭିଡ୍ RT-PCR ଟେଷ୍ଟ ମୂଲ୍ୟ ହ୍ରାସ କରିଥିବା ବେଳେ ଏବେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଦର କମାଇଛନ୍ତି । ଏଣିକି ଯେ କୌଣସି ଘରୋଇ ଲାବରେ RT-PCR ଟେଷ୍ଟ ପାଇଁ ୪୦୦ ଟଙ୍କା ଓ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଶହେ ଟଙ୍କା ଦେବାକୁ ପଡ଼ିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply