ନୟାଗଡ଼ ଜେଲ୍ ଗଲା ପରୀ ହତ୍ୟା ଅଭିଯୁକ୍ତ, କାଲିଠୁ ରିମାଣ୍ଡରେ ନେଇ ଜେରା କରିବ ଏସ୍ଆଇଟି

Pocso Court Grants 3 Day Remand To Pari Murder Accused

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ପରୀ ହତ୍ୟା ଅଭିଯୁକ୍ତ ରବିବାର ଗିରଫ ହେବା ପରେ ଏସ୍ଆଇଟି ଆଜି ନୟାଗଡ଼ ପକସୋ କୋର୍ଟରେ ହାଜର କରିଥିଲା । ଏଥିସହ ଅଭିଯୁକ୍ତକୁ ୪ ଦିନ ଲାଗି ରିମାଣ୍ଡରେ ନେବାକୁ ଏସ୍ଆଇଟି ପକସୋ କୋର୍ଟରେ ଆବେଦନ କରିଥିଲା । କୋର୍ଟ ୩ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ଏସଆଇଟି ଆସନ୍ତାକାଲି ଠାରୁ ପରୀ ହତ୍ୟା ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିବ । ୨୨ରୁ ୨୪ ତାରିଖ ଯାଏ ରିମାଣ୍ଡରେ ନେବାକୁ ପକସୋ କୋର୍ଟ ଅନୁମତି ଦେଇଛନ୍ତି । ପରୀ ହତ୍ୟା ଅଭିଯୁକ୍ତକୁ ନୟାଗଡ଼ ଜେଲ୍ ନିଆଯାଇଛି । ଏସ୍ଆଇଟି ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟରେ ଉପସ୍ଥାପନ କରିଥିଲା । ଓସିଫିକେସନ ଟେଷ୍ଟ ରିପୋର୍ଟ ଆଧାରରେ ଏସ୍ଆଇଟି ସାବାଳକ ଦର୍ଶାଇଛି । କାଲିଠାରୁ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଏସ୍ଆଇଟି ଜେରା କରିବ ।

Pocso Court Grants 3 Day Remand To Pari Murder Accused

ରବିବାର ଏସଆଇଟି ଟିମ୍ ପରୀର ପଡ଼ୋଶୀ ଯଦୁପୁର ଗାଁର ଜଣେ ଅଭିଯୁକ୍ତକୁ ଜେରା ପରେ ଗିରଫ କରିଥିଲା । ଆଜି ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏସଆଇଟି ପରିବାର ଲୋକଙ୍କ ସହ ଭେଟ୍ କରାଇବା ପରେ କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତକୁ ୪ ଦିନ ଲାଗି ରିମାଣ୍ଡରେ ନେବା ଲାଗି ପକସୋ କୋର୍ଟରେ ଏସଆଇଟି ଆବେଦନ କରିଥିଲା । ଆବେଦନକୁ ବିଚାର କରି ପକସୋ କୋର୍ଟ ୩ ଦିନ ଲାଗି ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ଏସଆଇଟି ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଅପରାଧରେ ଆଉ କାହାର ସମ୍ପୃକ୍ତି ରହିଛି । ଅଭିଯୁକ୍ତ ମୁହଁରୁ ସତ ବାହାର କରିବ ଏସଆଇଟି । କୁନି ଝିଅ ପରୀ ହତ୍ୟା ପଛରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି । ଅନ୍ୟପଟେ ଅଧିକ ପ୍ରମାଣ ଯୋଗାଣ ପାଇଁ ପରୀର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ନିକଟରେ ଥିବା ପୋଖରୀକୁ ଶୁଖାଇବା ଲାଗି ଏସଆଇଟି ଯୋଜନା କରୁଛି ।

Pocso Court Grants 3 Day Remand To Pari Murder Accused

ରବିବାର ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ ହୋଇଥିବା ବେଳେ ଅଭିଯୁକ୍ତ ନାଁରେ ସଙ୍ଗୀନ ଦଫା ଲାଗିଛି । ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଏସଆଇଟି । ସେପଟେ ସୁରକ୍ଷା ଦୃଷ୍ଟିରୁ ଯଦୁପୁର ଗାଁରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ହତ୍ୟା ଘଟଣାରେ ଗିରଫଦାରୀକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ପରୀ ଗାଁ ଲୋକେ ।

Leave a Reply