spot_img
Home Blog Page 6354

ରାଜ୍ୟରେ ୬ଶହ ତଳକୁ ଖସିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ରାଜ୍ୟ ପ୍ରଥମ ଥର ପାଇଁ ୬ ଶହ ତଳକୁ ଖସିଲା କରୋନା ସଂକ୍ରମଣ । ଦିନକରେ ରାଜ୍ୟରୁ ଆଉ ୫୯୪ ପଜିଟିଭ କେସ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରେ ଆଉ ୧୪ଜଣଙ୍କ ଜୀବନ ଯାଇଛି । ଚିହ୍ନୟ ହୋଇଥିବା ମୋଟ ୫୯୪ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪୩ ଜଣ ଚିହ୍ନଟ ହୋଇଥିବା ବେଳେ, ୨୫୧ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୫୫, ସୁନ୍ଦରଗଡ଼ରୁ ୫୫, ମୟୂରଭଞ୍ଜରୁ ୪୨, ବଲାଙ୍ଗୀରରୁ ୪୨ ଓ ବାଲେଶ୍ୱରରୁ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୨୩୯ରେ ପହଞ୍ଚିଛି ।

କରୋନାକୁ ୩ ଲକ୍ଷ ୮ ହଜାର ୮୩୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବଂ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬ ହଜାର ୬୨୯ ସକ୍ରିୟ ମାମଲା ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪ଜଣ କରୋନା ଆକ୍ରାନ୍ତ ମୃତ୍ୟୁକୁ ମିଶାଇ ସମୁଦାୟ ୧ହଜାର ୭୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସରିଲା ରେଡ୍, ଏଥର ଆକ୍ସନ, କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ବାପ-ପୁଅ !

ଭୁବନେଶ୍ୱର: ସରିଲା ମେଡିକାଲ ଯାଞ୍ଚ, ଏଥର ଗିରଫଦାରୀ ପକ୍କା ବୋଲି ଆଲୋଚନା ହେଉଛି । ପାଠକ ବାପା ପୁଅ ସଂଧ୍ୟା ସୁଦ୍ଧା ଗିରଫ ହୋଇପାରନ୍ତି ବୋଲି ସୂଚନା ମିଳୁଛି । ଦୁଇ ଦିନରେ ୧୫୦ ଅଫିସରଙ୍କ ମାରାଥନ୍ ରେଡ୍ ପରେ ଏବେ ନିଆଯିବ ଆକ୍ସନ୍ । ରେଡ୍ ସମୟରେ ଭିଜିଲାନ୍‌ସ ହାତରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ବହୁ ବେନାମୀ ସଂପତ୍ତି ସହ ଅନୈତିକ କାର୍ଯ୍ୟର ଦସ୍ତାବିଜ ଲାଗିଛି । ସାମାଜିକ ବନୀକରଣ କାର୍ଯ୍ୟରେ ହୋଇଥିବା ବଡ଼ ସ୍କାମର ହେବ ଖୁଲାସା ।

ସାରା ରାତି ବାପା, ପୁଅଙ୍କୁ ଜେରା କରିଛି ଭିଜିଲାନ୍‌ସ । ଡିଆଇଜି ସଞ୍ଜୟ କୌଶଲ ଅଭୟଙ୍କୁ ଜେରା କରିଛନ୍ତି । ଭିଜିଲାନ୍‌ସ ଏସପି ଅନୁପମା ଜେମ୍‌ସ ମଧ୍ୟ ପଚରାଉଚରା ବେଳେ ଉପସ୍ଥିତ ରହି ଜେରା କରିଥିଲେ। ଏହାପରେ ଆଜି ବାପା ପୁଅଙ୍କ ମେଡିକାଲ ଯାଞ୍ଚ କ୍ୟାପିଟାଲ ହସପିଟାଲରେ କରାଯାଇଛି । ସଂଧ୍ୟା ପୂର୍ବରୁ ବାପା, ପୁଅଙ୍କୁ ଗିରଫ କରାଯାଇପାରେ ବୋଲି ଆଲୋଚନା ହେଉଛି। ପୁନେରୁ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଧରି ଭୁବନେଶ୍ୱରରେ ଗତକାଲି ପହଁଚିଥିଲା ଭିଜିଲାନ୍ସ ।

ବିମାନବନ୍ଦରରୁ ସିଧାସଳଖ ବାପାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା। ସେଠାରେ ୪୫ ମିନିଟ ଧରି ପଚରାଉଚରା କରିବା ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିଲା । ଅନ୍ୟପଟେ କିଛି ଠକେଇ ହୋଇନି,ସବୁ ଠିକ୍ ଅଛି  । ସମୟ ଆସିଲେ ସବୁ କାଗଜ ପତ୍ର ଦେବି  । ପୁଅ ମୋ ପଇସାରେ ଅଏସ କରୁନଥିଲା  । ତାଙ୍କର ମାସିକ ଦରମା ୧ କୋଟି ଥିଲା  । ବିଭାଗର ଥାଇ ଟଙ୍କା ହଡ଼ପ କରିନି ବୋଲି ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକ  ।

ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; ଜାଣନ୍ତୁ, ଭାରତରେ କେମିତି ରହିବ ପ୍ରଭାବ

0

ନୂଆଦିଲ୍ଲୀ: ନଭେମ୍ବର ୩୦ ତାରିଖ ତଥା କାର୍ତ୍ତିକ ପୂର୍ଣ୍ଣିମା ଦିନ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ଚନ୍ଦ୍ରଗ୍ରହଣ ଏକ ଉପଛାୟା ଚନ୍ଦ୍ରଗ୍ରହଣ ହେବ ।

ଆସନ୍ତୁ ଜାଣିବା ଏହି ଚନ୍ଦ୍ରଗ୍ରହଣ କେଉଁଠାରେ ଦେଖାଯିବ ଏବଂ ଭାରତରେ ଏହାର କ’ଣ ପ୍ରଭାବ ପଡିବ?

ଚନ୍ଦ୍ର ଗ୍ରହଣର ସମୟ- ନଭେମ୍ବର ୩୦ ତାରିଖ ଦିନ ଏହି ଚନ୍ଦ୍ର ଗ୍ରହଣ ଅପରାହ୍ନ ୧ଟା ୦୪ମି. ସମୟରେ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୨ମି.ରେ ସରିବ। ଜ୍ୟାେତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ତିଥିରେ ରୋହିନୀ ନକ୍ଷତ୍ର ଏବଂ ବୃଷ ରାଶିରେ ରହିବ ।

କେଉଁଠାରେ ଦେଖାଯିବ ଚନ୍ଦ୍ରଗ୍ରହଣ- ୨୦୨୦ର ଶେଷ ଚନ୍ଦ୍ର ଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାର କିଛି ଅଂଶରେ ଦେଖାଯିବ । ହେଲେ ଏହା ଭାରତରେ ଦେଖାଯିବ ନାହିଁ ।

ଭାରତ ଉପରେ ଏହାର କି ପ୍ରଭାବ ପଡିବ- ଏହି ଚନ୍ଦ୍ର ଗ୍ରହଣ ହେଉଛି ଏକ ଉପଛାୟା ଚନ୍ଦ୍ରଗ୍ରହଣ, ଯାହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଜ୍ୟାେତିଷ ଶାସ୍ତ୍ରରେ ଉପଛାୟାକୁ ଚନ୍ଦ୍ର ଗ୍ରହଣ ରୂପେ ବିବେଚନା କରାଯାଏ ନାହିଁ। ତେଣୁକରି ଏଥିପାଇଁ କୌଣସି ପ୍ରକାରର କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗିବ ନାହିଁ । ତଥାପି ଦେଶରେ ନକ୍ଷତ୍ର ଏବଂ ରାଶିର ଉପରେ ଏହାର ଚଳନ ହେତୁ ଜାତକ ଉପରେ ପ୍ରଭାବ ପଡିବ।

ଖାସକରି ଏହି ଚନ୍ଦ୍ର ଗ୍ରହଣ ବୃଷ ରାଶି ଉପରେ ପଡିବ । ଯାହା ଫଳରେ ବୃଷ ରାଶିର ବ୍ୟକ୍ତିଙ୍କୁ କିଛି ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ ।

ଚନ୍ଦ୍ର ଗ୍ରହଣରେ କ’ଣ ହୁଏ – ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସେ, ସେତେବେଳେ ସୂର୍ଯ୍ୟଙ୍କର କିରଣ ଚନ୍ଦ୍ର ଉପରେ ପଡ଼େ ନାହିଁ । ଯାହାକୁ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଇଥାଏ । ସେହିପରି ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଏକ ସରଳରେଖାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ ।

ସତ ମାନିବାକୁ ନାରାଜ ଆକାଶ, ୧ କୋଟିରୁ ଅଧିକ ଦରମା ପାଉଥିବା କଲେ ଦାବି

0

ଭୁବନେଶ୍ୱର:  ସତ ଦାଣ୍ଡରେ ଗଡିଲାଣି । ବାପା ପୁଅଙ୍କ କଳା କରାନାମର ଚିଠା ପବ୍ଲିକ୍ ହୋଇ ସାରିଲାଣି । କିନ୍ତୁ ମୁହଁ ଫୁଟାଣି ଭାଙ୍ଗିନି । ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଏହି ଛୋଟ ଭିଡିଓ ଅତିକମରେ ଏଇଆ ବୟାନ କରୁଛି । ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଆକାଶ ପାଠକ ନିଜକୁ ହରିଶ୍ଚନ୍ଦ୍ର ଭାବେ ପେଶ କରିବାକୁ ଉଦ୍ୟମ କରିଥିଲେ ।

ସେ ଯେଉଁଭଳି ଉତ୍ତର ଦେଉଥିଲେ ସେଥିରୁ ଲାଗୁନଥିଲା ଯେ, ଅଭିଯୋଗକୁ ନେଇ ତାଙ୍କ ମନରେ କୌଣସି  ଅନୁତାପ କି ଲଜ୍ଜା ଅଛି । ବାପା କହୁଛନ୍ତି ପୁଅ ମୋର ଏକ କୋଟିରୁ ଅଧିକ ଦରମା ପାଉଛି । ନିଜ ଟଙ୍କାରେ ଅଏସ କରୁଛି । କିନ୍ତୁ  ପୁଅ କହୁଛନ୍ତି ମୋ ଦରମା ଗୋଟେ କୋଟିରୁ ଅଧିକା । ହେଲେ କେଉଁ କଂପାନୀରୁ ଦରମା ପାଉଥିଲେ କି ପାଉଛନ୍ତି ସେ ବାବଦରେ କିଛି କହୁ ନାହାନ୍ତି । ଏହାର ଅର୍ଥ କ’ଣ ଏହା ନୁହେଁ ଯେ, ଆକାଶ କୌଣସି ଚାକିରି ହିଁ କରନ୍ତି ନାହିଁ ? ଯଦି ଜଣେ ବ୍ୟକ୍ତି ଚାକିରି କରୁଥାନ୍ତେ ତେବେ ସେ ନିଶ୍ଚୟ କଂପାନୀର ନାମ କୁହନ୍ତେ । ନିଜ ପଦବୀ କଥା କହିବେ । କିନ୍ତୁ ଆକାଶ ଖାଲି କହୁଛନ୍ତି କୋଟିଏ ରୁ ଅଧିକ ଦରମା ପାଉଛି । ହେଲେ କେଉଁଠାରୁ ପାଉଛନ୍ତି ସେ ବାବଦରେ କିଛି କହୁନାହାନ୍ତି ।

ଆକାଶଙ୍କ ମୁହଁ ଫୁଟାଣି ଏତିକିରେ ସରୁନି ।  ଯେତେବେଳେ ନନ୍ଦିଘୋଷ ସାମ୍ବାଦିକ ପଚାରୁଛନ୍ତି ଟାଟାର ଲୋଗୋ,ଆଇ କାର୍ଡ ବ୍ୟବହାର କରି ଆପଣ ଜାଲିଆତି କରୁଥିଲେ ସେତେବେଳେ ଉତ୍ତର ଦେଲା ବେଳକୁ ପାଟି ଅଠା ଅଠା ହେଇ ଯାଉଛି । କହୁଛନ୍ତି ସେମିତି କିଛି ହେଇନି । କିନ୍ତୁ ସତ ହେଲା ଟାଟା ମୋଟର୍ସ ଏହି ମହାଠକଙ୍କ ବିରୋଧରେ ଏତଲା ଦେଇଥିଲା । ଏତଲା କଥା ପଚାରିଲେ କହୁଛନ୍ତି ସବୁ ସଫା ହେବ । କିନ୍ତୁ ନିଜେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ବାବଦରେ କିଛି ମଧ୍ୟ ସଫା ସଫା କହୁ ନାହାନ୍ତି ।

ସାମ୍ବାଦିକଙ୍କ ପ୍ରଶ୍ନ ଅନେକ । କିନ୍ତୁ ଆକାଶଙ୍କ ଯବାବ ଗୋଟିଏ । ସବୁ କହିବି । କିନ୍ତୁ କିଛି କହୁନାହାନ୍ତି । ଟାଟା ଆଣିଥିବା ଅଭିଯୋଗ ଉପରେ ଏଗଦମ ନିରବ । ୯ କୋଟି ୫୦ ଲକ୍ଷର ବ୍ୟାଙ୍କ ବାଲାନ୍ସ । ୯୦ ଲକ୍ଷ ଟଙ୍କାର ହୋଟେଲ ବିଲ୍  ଦେଇ ପାରନ୍ତି ଆକାଶ । ତେବେ ପ୍ରଶ୍ନ ହେଲା ଆକାଶଙ୍କୁ ୧ କୋଟି ଦରମା ଦେଉଛି କିଏ ? ଆକାଶ ହାଇ ପ୍ରୋଫାଇଲ ଲାଇଫ୍ ଷ୍ଟାଇଲ ମେଣ୍ଟେନ କରିବାକୁ ଏତେ ଟଙ୍କା ପାଉଥିଲେ କେଉଁଠୁ ? ଏସବୁ ଟଙ୍କା କ’ଣ ତାଙ୍କ ବାପାଙ୍କ କଳା ଟଙ୍କାର ଅଂଶ ?

ଚାକିରି ନାହିଁ କିନ୍ତୁ ବ୍ୟାଙ୍କ ବାଲାନ୍ସ ୯ କୋଟିରୁ ଅଧିକ, ହୋଟେଲ ବିଲ୍ ୯୦ ଲକ୍ଷ

ଭୁବନେଶ୍ୱର: ବାପା ଜଙ୍ଗଲରୁ ଟଙ୍କା ଗୋଟାଉଥିଲେ । ପୁଅ କଂକ୍ରିଟ୍ ଜଙ୍ଗଲରେ ଶିକାର ଖୋଜୁଥିଲେ । ଏବେ ଭିଜିଲାନ୍ସ ବାପା ପୁଅଙ୍କ ଧନ୍ଦାର ଗୋଲକଧନ୍ଦାର ଖୋଲୁଛି ଗୁମର । ଟଙ୍କାର ପାହାଡ ଉପରେ ପାଠକ ବାପପୁଅଙ୍କ ଜୋଡି ଚକା ପକାଇ ବସିଥିଲା । ଏତେ ଟଙ୍କା ଯେ, ରଖିବାକୁ ଜାଗା ନଥିଲା । ପୁଣି ଭୁବନେଶ୍ୱରରୁ ପୁନା ପୁଣି ପାଟନା,ସବୁଠି ପାଠକ ଫ୍ୟାମିଲି ପ୍ରାଇମ୍ ଲୋକେସନରେ ପକେଇଛନ୍ତି ଜାଗା । କୋଉଠି ଖାଲି ପ୍ଲଟ୍ କୋଉଠି ଘର ହୋଇ ଭଡାରେ ଲାଗିଛି ।

ଭଡା କଥା ଶୁଣିଲେ କାନ ତାବଦା ହେବ । ଫାର୍ମ ହାଉସ ଓ ପ୍ଳାଟରୁ ପାଉଥିଲେ ମାସିକ କୋଟିଏ ଟଙ୍କା । ପୁନାର ଗଡ୍ସ ବ୍ଲେସିଂ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟର ଦାମ ପାଖାପାଖି ୧୨ କୋଟି । ଭୁବନେଶ୍ୱରରେ ରହିଛି ପ୍ଲଟ,ଫ୍ଲାଟ୍ । ପୁନାରେ ଫାର୍ମ ହାଉସ । ପାଟନାରେ ବି ପ୍ଲଟ୍ । ଯେଉଁଠି ଯେଉଁଠି ପାଠକ ଫ୍ୟାମିଲିର ଲିଙ୍କ୍ ଅଛି ସେଇଠି ଅଛି ଫ୍ଲାଟ୍,ପଡିଛି ପ୍ଲଟ୍ ।

ଦୋ ନମ୍ବରୀ ଟଙ୍କାକୁ ସାଇତିବାକୁ ପାଠକ ପରିବାରକୁ ଘର ନିଅଣ୍ଟ ଥିଲା । ତେଣୁ ୨୦ ଲକ୍ଷ ଟଙ୍କା ପିପିଲିରେ ରହୁଥିବା ଡ୍ରାଇଭରଙ୍କ ଅଳିଆ ଗଦାରୁ ମିଳିଛି । ଡ୍ରାଇଭରଙ୍କ ଅଳିଆ ଗଦାରୁ ଯଦି ୨୦ ଲକ୍ଷ ମିଳୁଛି ତେବେ ପାଠକଙ୍କ ଡାର୍ଟି ମନିର ପରିମାଣ କେତେ ହୋଇଥିବ ସହଜରେ ଅନୁମାନ କରିହେବ ।

ବାପା ସରକାରୀ ପଦକୁ ବ୍ୟବହାର କରି ଟଙ୍କା ତିଆରି କରୁଥିଲେ । ପୁଅ ବାପାଙ୍କୁ ବ୍ୟବହାର କରି ଇଜି ମନିର ରାସ୍ତା ଖୋଜିଥିଲେ । ବାପାଙ୍କ ଭଳି ପୁଅ ଆକାଶ ମଧ୍ୟ ଲୋକଙ୍କୁ ଠକି ନିଜ ବ୍ୟାଙ୍କ ବାଲାନ୍ସ ବଢାଉଥିଲେ । ଚାକିରି ନଥିଲା କିନ୍ତୁ ଆକାଶଙ୍କ ଥାଟ୍ କିଛି କମ୍ ନଥିଲା । ଆକାଶଙ୍କ ଆକାଉଣ୍ଟ କହୁଛି ତାଙ୍କ କଳା କାରନାମାର କଥା । ଆକାଶଙ୍କ ଆକାଉଣ୍ଟରେ ଅଛି ପାଖାପାଖି ୧୦ କୋଟି ଟଙ୍କା । ସେଥି ମଧ୍ୟରୁ ୮ କୋଟି ୪୦ ଲକ୍ଷ ଟଙ୍କା ଭୁବନେଶ୍ୱରରେ ଜମା କରାଯାଇଛି ।

କଳା ଟଙ୍କାରେ ଅଭୟକାନ୍ତଙ୍କ ଫ୍ୟାମିଲି ଅଏସ କରୁଥିଲା  । ହୋଟେଲ ତାଜ୍ ବିଲ୍ କହୁଛି ସେଇ ଅଏସର କଥା । ହୋଟେଲ ତାଜ୍ ବିଲ୍ ଥିଲା ୯୦ ଲକ୍ଷ ଟଙ୍କା । ତାଜ୍ ବିଲ୍ ଯଦି କମ୍ ଲାଗୁଛି ତେବେ ପାଠକ ପିତାପୁତ୍ରଙ୍କ ଗାଡି ସୌକ୍ ବି କହିଲେ ନସରେ । ଗ୍ୟାରେଜରେ ରହିଛି ମର୍ସିଡିଜ୍,ବିଏମଡବ୍ଲୁ ଓ ଟାଟା ହ୍ୟାରିୟର ।

ଲେବର କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଓଟିଭିର ଏଚଆର ମୁଖ୍ୟ

ଭୁବନେଶ୍ୱର: ସାରୁଅ ଷ୍ଟୁଡିଓ କର୍ମଚାରୀଙ୍କ ଆନ୍ଦୋଳନ ଘଟଣା। ୫ଦଫା ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ୨୭ଦିନରେ ପହଁଚିଛି। ସେପଟେ ଶ୍ରମ ବିଭାଗର ହସ୍ତକ୍ଷେପ ପରେ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଜାରି ରହିଛି। ଭୁବନେଶ୍ୱର ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟରେ ଦୁଇଟି ପର୍ଯ୍ୟାୟରେ ପୃଥକ ପୃଥକ ଭାବେ ଦୁଇଟି ପ୍ରସଙ୍ଗରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଆନ୍ଦୋଳନରତ ଅସ୍ଥାୟୀ କର୍ମଚାରୀଙ୍କ ୫ଦଫା ଦାବିକୁ ନେଇ ଆଲୋଚନା ଜାରି ରହିଛି।

ଅପରାହ୍ନ ୨ଟା ୩୦ମିନିଟରେ ସାରୁଅ ଷ୍ଟୁଡ଼ିଓରେ ଠିକାଦାରଙ୍କ ଅଧୀନରେ କାର୍ଯ୍ୟରତ ୯ଜଣ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ଦାବି ଉପରେ ମଧ୍ୟ ହେବ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା। ଏଥିପାଇଁ ଓଟିଭିର ଏଚ ଆର ମୁଖ୍ୟ ପାର୍ଥ ନନ୍ଦି ଓ ଅନ୍ୟଜଣେ ସହଯୋଗୀ ଶ୍ରମ କାର୍ଯ୍ୟାଳୟରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଅପରପକ୍ଷେ ସାରୁଅ ଷ୍ଟୁଡ଼ିଓର ଅସ୍ଥାୟୀ କର୍ମଚାରୀଙ୍କ ୧୦ଜଣ ପ୍ରତିନିଧି ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଡିଭିଜନାଲ ଶ୍ରମ ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ତ୍ରିପାଠୀ ମଧ୍ୟସ୍ଥତା କରୁଛନ୍ତି।

ସେହିଭଳି ଶ୍ରମ ବିଭାଗ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଅନ୍ୟ ଏକ ନୋଟିସର ମଧ୍ୟ ଆଜି ମହଲତ ଶେଷ ହେଉଛି। ଏହି ନୋଟିସରେ ଓଟିଭି କର୍ତ୍ତୃପକ୍ଷ ନିଜର ପଟିଆ ସ୍ଥିତ କାର୍ଯ୍ୟାଳୟ ଓ ସାରୁଅ ଷ୍ଟୁଡିଓ ସମେତ ଅନ୍ୟ କେଉଁଠି କେଉଁଠି କେତେ ଠିକାଦାର ବା ଠିକା ସଂସ୍ଥାକୁ ନିୟୋଜିତ କରିଛି ଏବଂ ଉକ୍ତ ଠିକସଂସ୍ଥା ଜରିଆରେ କେତେଜଣ ଶ୍ରମିକ ନିୟୋଜିତ ଅଛନ୍ତି ଏନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ଓଟିଭି କର୍ତ୍ତୃପକ୍ଷ କାଳକ୍ଷେପଣ ନୀତି ଅବଲମ୍ବନ କରି ତଦନ୍ତରେ ସହଯୋଗ କରିନଥିଲେ। ଆଜିର ଅଲୋଚନାରୁ କୌଣସି ନିଷ୍କର୍ଷ ନବାହାରିଲେ ପରବର୍ତ୍ତୀ ପଦକ୍ଷେପ ଶ୍ରମ ବିଭାଗ ନେଵାର ସମ୍ଭାବନା ରହିଛି।

୯ଟି ଆଞ୍ଚଳିକ ଭାଷାରେ ପଢାଯିବ ଇଞ୍ଜିନିୟରିଂ ପାଠ

ନୂଆଦିଲ୍ଲୀ: ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ିବେ ପିଲା । ଆସନ୍ତା ଶିକ୍ଷାବର୍ଷରୁ ପିଲାମାନଙ୍କୁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ବିଶେଷକରି ଇଞ୍ଜିନିୟରିଂ ପଢ଼ାଯିବ ।  ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରୀଆଲଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏ ନେଇ ଏକ ବୈଠକ ବସିଥିଲା ।

ବିଦ୍ୟାଳୟ ଶିକ୍ଷା ବୋର୍ଡରେ ଥିବା ସ୍ଥିତିର ମୂଲ୍ୟାଙ୍କନ କରିବା ପରେ ଜାତୀୟ ଶିକ୍ଷା ଏଜେନ୍ସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସିଲାବସ୍ ବାହାରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।  ଏ ନେଇ ପୋଖ୍ରୀଆଲ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ଶିକ୍ଷାବର୍ଷରୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଖୋଲାଯିବ। ଏଥିପାଇଁ ଆଇଆଇଟି ଏବଂ ଏନଆଇଟି ପାଠ୍ୟକ୍ରମକୁ ମଧ୍ୟ ସର୍ଟଲିଷ୍ଟ କରାଯାଇଛି । ହିନ୍ଦୀ ଓ ଇଂରାଜୀକୁ ଛାଡ଼ିଲେ JEE -MAIN ପରୀକ୍ଷା ୯ଟି ଆଞ୍ଚଳିକ ଭାଷାରେ କରିବାକୁ ଏନଟିଏ ଗତ ଅକ୍ଟୋବରରୁ ନିଷ୍ପତ୍ତି ନେଇଛି ।

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ପରୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ

ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ଘଟଣାର ହେବ ଏସ୍‌ଆଇଟି ତଦନ୍ତ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ଯେ, ‘ମୋ  ସରକାର କେବେ ବି ଆଇନଶୃଙ୍ଖଳା ଭଙ୍ଗ ହେବାକୁ ଦେଇ ନାହିଁ । ଆଇନର ଶାସନ ସବୁ ବେଳେ ବଜାୟ ରଖିବାକୁ ଉଦ୍ୟମ କରିଛୁ ।’ ଏହାସହ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ ଗୃହ ଚଳାଚଳ ସ୍ୱଭାବିକ ନହେବାରୁ ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ।

ମୁଖ୍ୟମନ୍ତ୍ରୀ ଏସ ଆଇ ଟି ତଦନ୍ତ ଘୋଷଣା ପରେ ପ୍ରତିକ୍ରିୟା ରଖିଲା ବିଜେଡ଼ି  । ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି ଏବଂ ସେମାନଙ୍କ ଆଲୋଚନାକୁ ଆସିବାକୁ ଇଚ୍ଛା ନାହିଁ । ଆଜି ଗୃହ ବିଭାଗର ଅତିରିକ୍ତ ବଜେଟ ଉପରେ ଆଲୋଚନା ଥିଲା ଏବଂ ଗୃହ ବିଭାଗ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏହି ସମୟରେ ମଧ୍ୟ ବିରୋଧୀ ଅନେକ କଥା ଉଠାଇ ପରିଥାନ୍ତେ । କିନ୍ତୁ ବିରୋଧୀ କେବଳ ହଟଗୋଳ କରି ଗୃହକୁ ବନ୍ଦ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ।

ସେପଟେ ଘଟଣାର ତଦନ୍ତ ପାଇଁ ନୟାଗଡ଼ରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା । ପରୀ ମୃତ୍ୟୁ ଘଟଣା ତଦନ୍ତର ତଦାରଖ କରିବେ ଜେଠୱା ।  ଏସପିଙ୍କ କାର୍ଯ୍ୟାଳୟରେ ସେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ ।  ଆଜି ବିଧାନସଭାରେ ଏସଆଇଟି ତଦନ୍ତ ଦାବି କରି ହଟ୍ଟଗୋଳ କରିଥିଲା କଂଗ୍ରେସ ।  ବିଜେପି ସଦସ୍ୟ ମଧ୍ୟ ପ୍ରସଙ୍ଗ ନେଇ  ହଟ୍ଟଗୋଳ କରିଥିଲେ ।

ପ୍ରବଳ ହଟ୍ଟଗୋଳ ଯୋଗୁଁ ଆରମ୍ଭରୁ ଗୃହ ପରିଚାଳନା ବ୍ୟାହତ ହୋଇଥିବା ବେଳେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ସେପଟେ ବିଧାନସଭା ଗେଟ୍ ପାଖରେ ପରୀକୁ ନ୍ୟାୟ ଦାବିରେ ପ୍ରତିବାଦ ହୋଇଥିଲା । ୧୫ ବାଇକ୍ ଆରୋହୀଙ୍କ ଗେଟ୍ ପାଖରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କୁ ପୋଲିସ ଅଟକ ରଖିଛି ।

ଦୁଇ ଘଣ୍ଟା ବିଳମ୍ବରେ ଶେଷ ହେଲା ନାଗାର୍ଜୁନ ବେଶ, କିନ୍ତୁ ଭାବ ବିନୋଦିଆ ପାଖରେ ନଥିଲା ଭକ୍ତଙ୍କ ଭିଡ଼

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଯୋଦ୍ଧାବେଶରେ ସଜ୍ଜିତ ହେଲେ ମହାପ୍ରଭୁ । ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ଶ୍ରୀଜିଉଙ୍କୁ  ସଜା ଯାଇଛି। ତ୍ରିଭୁବନେଶ୍ୱରୀ ବେଶରେ ସଜ୍ଜିତ ହୋଇଛନ୍ତି ମା’ ସୁଭଦ୍ରା। ନିର୍ଦ୍ଧାରିତ ସମୟଠାରୁ ଦୁଇ ଘଣ୍ଟା ବିଳମ୍ବରେ ସରିଛି ବେଶ । ଏସଂପର୍କରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଚନ୍ତି । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ବେଶନୀତିରେ ବିଳମ୍ବ ହୋଇଥିଲା । ସେବାୟତ ନିୟୋଜନ ନେଇ ସିଂହାରୀ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା ।

ତେବେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା । ଭଣ୍ଡାର ମେକାପ ଅଳଙ୍କାର ଯୋଗାଇଛନ୍ତି । ଏହାସହ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଛି । ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି କରାଯିବ । ସକାଳ ୨ଟା ୪୫ରେ ଦ୍ୱାର ଫିଟା ପରେ ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ ଓ ତଡପଲାଗି ନୀତି ଶେଷ ହୋଇଥିଲା । ବିଳମ୍ବିତ ରାତିରେ ହରଚଣ୍ଡୀ ସାହି ଚକ୍ରକୋଟରୁ ସ୍ୱତନ୍ତ୍ର ପଟୁଆରରେ ଶ୍ରୀମନ୍ଦିରକୁ ବେଶ ସାମଗ୍ରୀ ଅଣାଯାଇଥିଲା।

ତେବେ ଏସବୁ ଭିତରେ ଭକ୍ତ ଭଗବାନ ମଧ୍ୟରେ ଭୂତାଣୁ ସାଜିଛି ବାଧା । କରୋନା କଟକଣା ପାଇଁ ଶ୍ରୀଜିଉଙ୍କ ଏହି ଦୁର୍ଲଭ ବେଶ  ଦର୍ଶନ କରିପାରିନାହାନ୍ତି ଶ୍ରଦ୍ଧାଳୁ । ଛଳଛଳ ଆଖିରେ ବଡ଼ଦାଣ୍ଡରୁ ପତିତପାବନଙ୍କ ଦର୍ଶନ କରୁଛନ୍ତି । ହେଲେ ମନ ବୁଝୁନି । ଦୀର୍ଘ ୨୫ ବର୍ଷ ପରେ ଯୋଦ୍ଧାବେଶରେ ସଜ୍ଜିତ ହୋଇଛନ୍ତି କାଳିଆ ସାଆନ୍ତେ । ଆଖି ପୂରାଇ ଦେଖିପାରୁନାହାନ୍ତି ଭକ୍ତ । ଜଗାର ଯୋଦ୍ଧାବେଶ ଦେଖି ନପାରି ଛଳଛଳ ଆଖି, ମନ କୋହରେ ଭରିଯାଇଛି । କାରଣ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଗତକାଲି ରାତି ଦୁଇଟାରୁ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କରାଯାଇଛି । ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ଧାରା ଜାରି ରହିବ  । ପୁରୀକୁ ଯୋଗାଯୋଗ କରୁଥିବା ସମସ୍ତ ସୀମାକୁ ମଧ୍ୟ ସିଲ କରାଯାଇଛି ।

ଅକ୍ସଫୋର୍ଡ ଭ୍ୟାକସିନ୍ ସୁରକ୍ଷିତ: ସେରମ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ଆଷ୍ଟ୍ରାେ ଜେନେଙ୍କା ଅକ୍ସଫୋର୍ଡ ଟିକା ୬୦ରୁ ୭୦ ପ୍ରତିଶତ କମ୍ ଫଳପ୍ରଦ ହେଲେ ବି କରୋନାଭାଇରସ୍ ବିରୋଧରେ ଲଢିବା ପାଇଁ ପ୍ରଭାବଶାଳୀ ହେବ ବୋଲି ଗୁରୁବାର ଦିନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)  କହିଛି ।

ଟିକା ଉତ୍ପାଦନ ଏବଂ ବିତରଣ କ୍ଷେତ୍ରରେ ଏସଆଇଆଇ, ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାେ ଜେନେଙ୍କା ସହିତ ମିଶି କାର୍ଯ୍ୟ କରୁଛି । ଏକ ବିଜ୍ଞପ୍ତିରେ ଏସଆଇଆଇ କହିଛନ୍ତି, ଯଦିଓ ଏହାର ପ୍ରଭାବ ୬୦-୭୦ ପ୍ରତିଶତ ରହିଛି, ତେବେ କରୋନା ମୁକାବିଲା ପାଇଁ ଏହା ଯଥେଷ୍ଟ । ଆମକୁ ନଡରି ଏଥିପାଇଁ  ଧୖେର୍ଯ୍ୟବାନ ହେବାକୁ ପଡ଼ିବ ।

World Will Need Covid Vaccines For 20 Years Says Adar Poonawalla

ଗତ ବୁଧବାର ଦିନ ଆଷ୍ଟ୍ରାେଜେନେକା ଏହାର ଉତ୍ପାଦନରେ ଏକ ତ୍ରୁଟି ଥିବା ସ୍ୱୀକାର କରିଥିଲା । ଯାହା ପରେ କମ୍ପାନୀ ପକ୍ଷରୁ ଏଭଳି ବୟାନ ଜାରି କରାଯାଇଛି ।

ଏହି ଘଟଣା ପରେ ଆଷ୍ଟ୍ରାେଜେନେକା ଏବଂ ଅକ୍ସଫୋର୍ଡର ପରୀକ୍ଷଣ କିପରି କରାଯାଇଥିଲା ତାହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି କିଛି ବୖେଜ୍ଞାନିକ ମାନେ ପୂରା ପ୍ରକ୍ରିୟା ଉପରେ ପାରଦର୍ଶିତା ମିଳିନଥିବା ଅଭିଯୋଗ ମଧ୍ୟ କରିଛନ୍ତି ।

ତେବେ ଭାରତରେ ଚାଲିଥିବା ଟିକା ପରୀକ୍ଷଣକୁ ନେଇ ଚିନ୍ତା କରିବାର କିଛି ନାହିଁ ବୋଲି ଏସଆଇଆଇ ପ୍ରକାଶ କରିଛି ।