ବ୍ରହ୍ମପୁର ଜୁଏଲାରୀ ଲୁଟ୍ ଘଟଣାରେ ୨ ଗିରଫ, ୧୬୮ କେଜି ସୁନା ଜବତ

Berhampur Police Arrested Two In Jewellery Loot Case

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳର ଦୁଇଟି ସୁନା ଦୋକାନରେ ହୋଇଥିବା ଚୋରି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଛତିଶଗଡ଼ର କୋବିର୍‌ଧାମ୍‌ ଅଞ୍ଚଳର । ଅଭିଯୁକ୍ତଙ୍କ ଠାରୁ ୧୨ ଲକ୍ଷ ୭ ହଜାର ୬୦ ଟଙ୍କା, ୧୬୮ କିଲୋ ୬ ଗ୍ରାମର ସୁନା ସହିତ ୬ ଲକ୍ଷ ଟଙ୍କାର ଏକ କାରକୁ ମଧ୍ୟ ଜବତ କରିଛି ପୋଲିସ ।

Berhampur Police Arrested Two In Jewellery Loot Case

ଆଜି ସନ୍ଧ୍ୟାରେ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ । ସେପଟେ ସୁନା ଚୋରି ଘଟଣାରେ ଏବେ ବ୍ରହ୍ମପୁର ପୋଲିସର ଦୁଇଟି ଟିମ୍‌ ବାହାର ରାଜ୍ୟରେ ଛାନ୍‌ଭିନ୍‌ ଜାରି ରଖିଛି । ବ୍ରହ୍ମପୁର ଅଞ୍ଚଳରୁ ସୁନା ଦୋକାନରୁ ଚୋରି ହେବା ପରେ ସଜାଗ ହୋଇଛନ୍ତି ସୁନା ଦୋକାନୀ ମାଲିକ ।

Leave a Reply