ଭାଷଣ ଦେବା ସମୟରେ ଅସୁସ୍ଥ ହୋଇପଡ଼ିଲେ ନରସିଂହ: ମେଡିକାଲରେ ଭର୍ତ୍ତି

1 min read

ଭୁବନେଶ୍ୱର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସୁସ୍ଥ । ସିବିଆଇ ଅଫିସ ନିକଟରେ ଭାଷଣ ଦେବା ବେଳେ ଅସୁସ୍ଥ ହୋଇପଡ଼ିଲେ । ଭାଷଣ ଦେବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ନରସିଂହ । ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ସୁସ୍ଥ ଅଛନ୍ତି । ମିଳିଥିବା ସୂଚନା ମୁତାବକ ସେ ମଧୁମେହ ଏବଂ ହୃଦରୋଗରେ ପୀଡ଼ିତ ଅଛନ୍ତି । ଚିକିତ୍ସା ପରେ ଏବେ ସୁସ୍ଥ ଅନୁଭବ କରୁଥିବା ମେଡିକାଲ ପକ୍ଷରୁ ସୂଚନା ରହିଥିବା ବେଳେ ଆଗକୁ ମେଡିକାଲରେ ଅଧିକ ଚିକିତ୍ସା ହେବାକୁ ପଡ଼ିବ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ ।

ଘଟଣାନୁଯାୟୀ, କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତଦ୍‌ନୁଯାୟୀ ୟୁନିଟ-୮ ରୁ ଏକ ରାଲି ବାହାରିଥିଲା । ଏହି ରାଲିରେ ସାମିଲ ଏକ ଖାେଲା ଜିପ୍‌ରେ ସିବିଆଇ ଅଫିସ୍ ନିକଟରେ ଭାଷଣ ଦେବା ବେଳେ ଶ୍ରୀ ମିଶ୍ର ଅସୁସ୍ଥ ହୋଇପଡ଼ିଥିଲେ । ଦୀର୍ଘ ସମୟ ଧରି ଭାଷଣ ଦେବାରୁ ସେ ଅସୁସ୍ଥ ହୋଇପଡ଼ିଥିବା କୁହାଯାଉଛି । ଭାଷଣ ଦେବା ପ୍ରାୟ ଶେଷ ହେଲା ବେଳକୁ ସେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ଏଣୁ ସେ ନିଜ ପକେଟରେ ଥିବା ମେଡିସିନ୍ ଖାଇଥିଲେ । ଏହା ପରେ ସେ ନିଜ ଚେତା ହରାଇଥିଲେ । ତାଙ୍କୁ ତତ୍‌କ୍ଷଣାତ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିିକିତ୍ସା ପରେ ଏବେ ସୁସ୍ଥ ଥିବା ସୂଚନା ।

Leave a Reply