ଆଜିଠାରୁ ୪ ରାଜ୍ୟରେ କରୋନା ଟିକାର ଡ୍ରାଏରନ୍

1 min read
Know Which Dist Get How Much Covid Vaccine For First Phase

ଭୁବନେଶ୍ୱର: କରୋନା ମହାମାରୀକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତ । ଏଥିପାଇଁ ସାରା ଦେଶରେ ଜୋରଦାର ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜିଠାରୁ ୪ଟି ରାଜ୍ୟରେ କୋଭିଡ ଭାକ୍ସିନର ଡ୍ରାଏରନ୍ ଆରମ୍ଭ ହେବ । ଆସାମ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ପଞ୍ଜାବରେ ଭାକ୍ସିନର ଡ୍ରାଏରନ କରାଯିବ ବୋଲି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ରାଜ୍ୟର ଦୁଇଟି ଜିଲ୍ଲାରେ ଏହି ଡ୍ରାଇରନ କରାଯିବ। ଲୁଧିଆନା ଓ ଶହିଦ ଭଗତ ସିଂ ନଗରରେ ଏହି ଡ୍ରାଏରନ କରିବାକୁ ପଞ୍ଜାବ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରତି ଜିଲ୍ଲାର ୫ଟି ଲେଖାଏଁ ସ୍ଥାନରେ ଦୁଇଦିନ ଧରି ଡ୍ରାଏରନ୍ କରାଯିବ । ଏଥିରେ କାହାକୁ ଟିକା ଦିଆଯିବ ନାହିଁ । ବରଂ ଲୋକଙ୍କ ଡାଟା ନିଆଯାଇ କୋ-ଓ୍ବିନ୍ ମୋବାଇଲ ଆପରେ ଅପଲୋଡ୍ କରାଯିବ । ଏହାଦ୍ୱାରା ଭାକ୍ସିନ ପ୍ରସ୍ତୁତିରେ ଯଦି କୌଣସି ବିଷୟକୁ ଗୁରୁତ୍ୱ ଦିଆଯାଇ ନଥାଏ ତେବେ ତାର ସୁଧାର କରାଯିବ ବୋଲି କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ୨ ବ୍ରିଟେନରେ ଫେରନ୍ତା କୋଭିଡ ପଜିଟିଭ୍: ଆଇସୋଲେସନରେ ପରିବାର ଲୋକେ

Leave a Reply