ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଗଡ଼ିବ ଚାଳକ ବିହୀନ ମେଟ୍ରୋ ଟ୍ରେନ୍ । ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନ୍‌କୁ ଆଜି ପତାକା ଦେଖାଇ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ଏହି ଟ୍ରେନ୍‌କୁ ସବୁଜ ପତାକା ଦେଖାଇବେ । ଦିଲ୍ଲୀ-ଏନ୍‌ସିଆର୍‌ରେ ଏହି ମେଟ୍ରୋ ଗଡ଼ିବ । ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ ହେବ ବୋଲି ପିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ମାଜେଣ୍ଟା ଲାଇନ୍‌ରେ ପଶ୍ଚିମ ଜନକପୁରୀରୁ ନୋଏଡ଼ା ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ୩୭ କି.ମି. ଯାଏ ଏହି ଟ୍ରେନ୍ ଚଳାଚଳ କରିବ । ପରବର୍ତ୍ତି ସମୟରେ 2021 ମଧ୍ୟ ସୁଦ୍ଧା ଏହା ଆଉ ୫୬ କି.ମି. ଗଡ଼ିବ ବୋଲି ସୂଚନା ଦେଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ । ୨୦୧୭ ସେପ୍ଟେମ୍ବରରୁ ପ୍ରଥମେ ଏହାର ଟ୍ରାଏଲ୍‌ ରନ୍ କରାଯାଇଥିଲା । ଏହି ଟ୍ରେନ୍ ୯୫ କି.ମି. ପ୍ରତି ଘଣ୍ଟା ହିସାବରେ ଗତି କରିବ । ଏହି ଟ୍ରେନରେ ବହୁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି ।

Leave a Reply