୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ନିସ୍ତାର ନାହିଁ: ୧୦ ଡିଗ୍ରୀ ତଳେ ୧୧ ସହର ତାପମାତ୍ରା

ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା । ଥଣ୍ଡା ପବନ ସହ ଘନକୁହୁଡି କରୁଛି ଅସ୍ତବ୍ୟସ୍ତ। ୫ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାକୁ ନିସ୍ତାର ନାହିଁ । ଆହୁରି  ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଡିଗ୍ରୀ ତଳେ ରାଜ୍ୟର ୨୪ଟି ସହରର ତାପମାତ୍ରା ରହିଛି। ଏମିତିକି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଜଧାନୀ ଭୁବେନଶ୍ବର ଏବଂ କଟକରେ ତାପମାତ୍ରା ୧୨ଡିଗ୍ରୀ ମଧ୍ୟରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଡିଗ୍ରୀ ତଳେ ରାଜ୍ୟର ୨୪ଟି ସହରର ତାପମାତ୍ରା ରହିଛି । ଏମିତିକି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଜଧାନୀ ଭୁବେନଶ୍ୱର ଏବଂ କଟକରେ ତାପମାତ୍ରା ୧୨ଡିଗ୍ରୀ ମଧ୍ୟରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Leave a Reply