spot_img
Home Blog Page 6344

‘ମହାମାରୀର ମୂଳପୋଛ ପାଇଁ ଟିକା ଆବଶ୍ୟକ ନୁହେଁ’

କରୋନାକୁ ଶେଷ କରିବା ପାଇଁ କୌଣସି ଟିକାର ଆବଶ୍ୟକତା ନାହିଁ । କରୋନା ଟିକା ପ୍ରସ୍ତୁତିରେ ଆଗରେ ଥିବା ଆମେରିକାର ଫାର୍ମା କମ୍ପାନୀ ଫାଇଜରର ପୂର୍ବତନ ଉପ ସଭାପତି ତଥା ମୁଖ୍ୟ ବୈଜ୍ଞାନିକ ଡା. ମାଇକେଲ ୟାଡୁନ୍ ଏହି ମନ୍ତବ୍ୟ ଦେଇଛନ୍ତି । ଲକଡାଉନ୍ ସ୍କେପ୍‌ଟିକ୍‌ସରେ ପ୍ରକାଶିତ ଏକ ଆର୍ଟିକିଲ୍ ଅନୁଯାୟୀ, ମହାମାରୀକୁ ମୂଳପୋଛ କରିବା ପାଇଁ କୌଣସି ଟିକା ଦେବାର ଆବଶ୍ୟକତା ନାହିଁ । ଟିକା ସମ୍ପର୍କରେ ଏପରି ନିର୍ବୋଧ କଥା ମୁଁ କେବେ ଶୁଣି ନାହିଁ ବୋଲି କହିଛନ୍ତି ଡା. ମାଇକେଲ ।

ସେ ଆହୁରି କହିଛନ୍ତି, ଯେଉଁ ଲୋକମାନେ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ନାହାନ୍ତି ସେମାନଙ୍କୁ କେବେବି ଟିକା ଦିଆଯିବା କଥା ନୁହେଁ । ଏହାଛଡ଼ା ବ୍ୟାପକ ହ୍ୟୁମାନ ଟ୍ରାଏଲ ବିନା ଲକ୍ଷ ଲକ୍ଷ ସୁସ୍ଥ ଲୋକଙ୍କୁ ଟିକା ଦେବା ପାଇଁ ସ୍ଥିର କରାଯିବା କେବେବି ଠିକ୍ ନୁହେଁ । କରୋନା କାଳରେ ଲକ୍‌ଡାଉନ୍ ଓ ଟିକାକୁ ନେଇ ଜରୁରିକାଳୀନ ପରିସ୍ଥିତି ପାଇଁ ବ୍ରିଟେନର ଏକ ସରକାରୀ ଏଜେନ୍ସି ସାଇଣ୍ଟିଫିକ୍ ଆଡଭାଇଜର୍ ଗ୍ରୁପ୍ ଫର୍ ଏମର୍ଜେନ୍ସି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲା । ସେଜ୍‌ର ଏହି କରୁରିକାଳୀନ ପରାମର୍ଶ ପରେ ଫାଇଜରର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା. ମାଇକେଲ୍‌ ଏହି ମନ୍ତବ୍ୟ ଦେଇଛନ୍ତି ।

ଆପୋଲୋ ହସପିଟାଲ ବିରୋଧରେ ଅଭିଯୋଗ, ମୃତ୍ୟୁ ପରେ ବି ଟଙ୍କା ପାଇଁ କରୁଛନ୍ତି ଚିକିତ୍ସା

ଆପୋଲୋ ହସ୍ପିଟାଲ ବିରୋଧରେ ପୁଣି ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଚିକିତ୍ସାରେ ଅବହେଳା ଯୋଗୁଁ ୧୩ ବର୍ଷର ଝିଅର ମୃତ୍ୟୁ ହୋଇଛି। ଭେଣ୍ଟିଲେଟରେ ଥିବା ଝିଅକୁ ଫେରାଇ ନେବା ପାଇଁ ନିବେଦନ କରିଛନ୍ତି  ଝିଅର ମା’ । ଅନ୍ୟପକ୍ଷରେ ଆପୋଲ ହସପିଟାଲ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୋକ୍ତି ଏହା ଯେ, ଝିଅଟିର ମୃତ୍ୟୁ ହୋଇନାହିଁ, ବରଂ ଭେଣ୍ଟିଲେଟରରେ ତା’ର ଚିକିତ୍ସା ଚାଲିଛି ।

ଉଲ୍ଲେଖଯୋଗ୍ୟ ଯେ, ଝିଅ ପ୍ରାଚୀର ଚିକିତ୍ସା ପାଇଁ  କଟକର  ସୁନିତା ସାହୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲକୁ ଆଣିଥିଲେ କଟକର ସୁନିତା ସାହୁ । ଝିଅର ମସ୍ତିଷ୍କରେ ଟ୍ୟୁମର ବଢୁଥିଲା । ଡାକ୍ତର ଅସ୍ତ୍ରୋପଚାର କଲେ । କିନ୍ତୁ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଏବେ ଭେଣ୍ଟିଲେଟରରେ ପ୍ରାଚୀ । ହେଲେ ପରିବାର ଲୋକଙ୍କ ଅଭିଯୋଗ ତାଙ୍କ ଝିଅ ମରିଯାଇଛି । ତାଙ୍କ ବିନା ଅନୁମତିରେ ଅସ୍ତ୍ରୋପଚାର କରି ମରିଯିବା ପରେ ଭେଣ୍ଟିଲେଟରରେ ରଖି ଜୀବିତ ଦର୍ଶାଉଛନ୍ତି କର୍ତ୍ତୃପକ୍ଷ ।

ଗତ ୧୭ ତାରିରେ ଆପୋଲୋ ହସ୍ପିଟାଲରେ ପ୍ରାଚୀଙ୍କୁ ଭର୍ତ୍ତି କରିଥିଲେ ପରିବାର ଲୋକେ । ପ୍ରଥମେ ଏକକାଳୀନ ଏକଲକ୍ଷ ଟଙ୍କା ଦେଇଥିଲେ ପ୍ରାଚୀଙ୍କ ବାପା । ପୁଣି ଥରେ ଗତ ୨୬ ତାରିଖରେ ୩ ଲକ୍ଷ ୬୫ ହଜାର ଟଙ୍କା ବିଲ ହୋଇଥିଲା । ଏବେ ତାଙ୍କ ଝିଅ ଭେଣ୍ଟିଲେଟରେ ଥିବାବେଳେ ଟଙ୍କା ପୈଠ ପାଇଁ କୁହାଯାଉଥିବା ପ୍ରାଚୀଙ୍କ ପରିବାର ଲୋକେ କହିଛନ୍ତି । ଅନ୍ୟପଟେ ଚିକିତ୍ସା କରିଥିବା ଡାକ୍ତର କହୁଛନ୍ତି ଯେ,  ପ୍ରାଚୀଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ତାଙ୍କର ମୃତ୍ୟୁ ହୋଇନାହିଁ ।

ଘଟଣାକୁ ନେଇ ହସପିଟାଲରେ ଉତ୍ତେଜନା ଦେଖାଦେବାପରେ ମାନବାଧିକାର କର୍ମୀ ବି ପହଞ୍ଚିଛନ୍ତି ।  ବହୁ ସମୟ ଧରି ଉତ୍ତେଜନା ପରେ ଡିସଚାର୍ଜ ଏଗେନଷ୍ଟ ମେଡିକାଲ ଆଡଭାଇସ ବ୍ୟବସ୍ଥାରେ ପ୍ରାଚୀଙ୍କୁ ଭେଣ୍ଟିଲେଟର ଭିତରେ ରଖି ଡିସଚାର୍ଜ କରାଯାଇଛି । ସେପଟେ ଏଭଳି ପରିସ୍ଥିତର ତଦନ୍ତ କରିବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ ।

ମାର୍କସିଟ୍ ଜାଲିଆତି ରାକେଟ୍ ଗରିଫ; ୧୨ ୟୁନିଭରସିଟି ପାଇଁ ବାଣ୍ଟୁଥିଲେ ମାର୍କସିଟ୍

ଗୁଜରାଟ: ଗୁଜରାଟରେ ମାର୍କସିଟ ଜାଲିଆତିର ବଡ଼ ରାକେଟ୍ ଧରାପଡ଼ିଛି  । ଆଜି ଭଦୋଦରା ପୁଲିସ ହାତରେ ଧରା ପଡ଼ିଛନ୍ତି ୩ ଅଭିଯୁକ୍ତ  । ଏମାନେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଫେକ୍ ମାର୍କସିଟ୍ ପ୍ରସ୍ତୁତ କରିଥିଲେ  । ଜାଲିଆତି କରି ୧୨ଟି ୟୁନିଭରସିଟି ନାଁରେ ପ୍ରସ୍ତୁତ ହେଉଥିଲା ସାର୍ଟିଫିକେଟ୍  । ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଲା ଯେ ଘଟଣା ପଛରେ ଏକ ବଡ଼ ରାକେଟ୍ କାମ କରୁଛି ।

ତଦନ୍ତ ପ୍ରକ୍ରିୟା ତ୍ୱାରାନ୍ୱିତ କରି ଯଥାଶୀଘ୍ର ଘଟଣାର ଚେର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପୁଲିସ ଲକ୍ଷ୍ୟ ରଖୁଛି  । ଦୀର୍ଘ ୭ରୁ ୮ବର୍ଷ ଧରି ଏହି ଅପରାଧିମାନେ ଏଭଳି ନକଲି ସାର୍ଟିଫିକେଟ୍ ବାଣ୍ଟି ରୋଜଗାର କରୁଥିଲେ  ।

ପୂର୍ବରୁ ଫତେଗୁଞ୍ଜର ବ୍ଳୁ ଡ଼ାଇମଣ୍ଡ କମ୍ପପ୍ଳେକ୍ସରେ ପୁଲିସ ରେଡ଼୍ ମାରିବା ସହିତ ଶହ ଶହ ଫେକ୍ ଡ଼ିଗ୍ରୀ ସାଟିଫିକେର୍ଟ ଓ କମ୍ପ୍ୟୁଟର ଜବତ କରିଛି ।

୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁକଶ୍ମୀରରେ ପ୍ରଥମ ନିର୍ବାଚନ, ଆଜି ହେଲା ଭୋଟଗ୍ରହଣ

0

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏଠାରେ ପ୍ରଥମ ନିର୍ବାଚନ ହୋଇଛି । ଜାମ୍ମୁ କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ଗୁପକାର ଗଠବନ୍ଧନ ସହ ବିଜେପି ମଧ୍ୟରେ କଡା ଟକ୍କର ହେଉଛି  । ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପ୍ରଥମ ନିର୍ବାଚନ  ।

ଏଥିପାଇଁ ମତଦାନ ଅଞ୍ଚଳରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା  । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ବିଳମ୍ବରେ ଭୋଟ ଦେବା ପାଇଁ ଆସିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୪୭୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି  । ଡିଡିସି ସହ ପଞ୍ଚାୟତ ଏବଂ ଓ୍ବାର୍ଡ ସ୍ତରରେ ଏହି ନିର୍ବାଚନ ହେଉଛି  । ଡିଡିସି ପାଇଁ ୪୩ଟି ଆସନରେ ମତଦାନ ହେଉଥିବା ବେଳେ ୨୫ଟି କାଶ୍ମୀରରେ ଏବଂ ୧୮ଟି ଜାମ୍ମୁରେ ରହିଛି  । ୮ଟି ପର୍ଯ୍ୟାୟରେ ହେବ ଏହି ମତଦାନ  । ଜାମ୍ମୁ କାଶ୍ମୀରବାସୀ ସ୍ଥାନୀୟ ବିକାଶକୁ ପ୍ରସଙ୍ଗ କରି ଭୋଟ ଦାନ କରିଥିବା କହିଛନ୍ତି ।

ଫୋନରେ କଥା ହୋଇ ଡ୍ରାଇଭିଂ କଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର: ଅମାନିଆ ସାବଧାନ । ଦୁର୍ଘଟଣା ରୋକିବା ଲାଗି ପୋଲିସକୁ ମିଳିଲା ଅଧିକ କ୍ଷମତା । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସବୁ ଜିଲ୍ଲାର ଏସପି ଟ୍ୱିନ୍ ସିଟିର ଡିସିପିଙ୍କୁ ଚିଠି ଲେଖାଯାଇଛି । ହେଲମେଟ୍ ଆଇନ୍ ଅନୁସାରେ ନିୟମ ନ ମାନିଲେ ୩ ମାସ ଲାଗି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ଲାଗି କୁହାଯାଇଛି । ତେବେ, ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ ରଦ୍ଦ ହୋଇପାରେ ଡିଏଲ୍ ।

୧) ଧାର୍ଯ୍ୟ ଗତିଠାରୁ ଅଧିକ ସ୍ପିଡରେ ଗାଡ଼ି ଚଳାଇବା, ଟ୍ରାଫିକରେ ନାଲିବତି ଡେଇଁବା

୨) ମାଲ ପରିବହନ ଗାଡ଼ିରେ ଓଭରଲୋଡିଂ ଏବଂ ଲୋକଙ୍କୁ ପରିବହନ

୩) ମଦ କିମ୍ବା ଅନ୍ୟ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା

୪) ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନର ବ୍ୟବହାର କରିବା

୫) ବିନା ହେଲମେଟରେ ଦୁଇ ଚକିଆ ଯାନ ଚଳାଇବା

Suspension Of Driving License For Violation Of Helmet Laws

ଯଦି ଏପରି କରିବା ଆପଣଙ୍କର ପୁରୁଣା ବଦାଭ୍ୟାସ । ତାହାଲେ ସତର୍କ ହୋଇଯାଆନ୍ତୁ । ନଚେତ୍ ପୋଲିସ ଅଫିସର ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରି ସ୍ଥାନୀୟ ଆରଟିଓକୁ ପଠାଇବାର ୭ ଦିନ ମଧ୍ୟରେ ଲାଇସେନ୍ସକୁ ଅଚଳ କରି ଦିଆଯିବ ।

ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର; ପ୍ରଶାସନ ଓ ଚରମପନ୍ଥୀ ଉଭୟ କରୁଛନ୍ତି ଆକ୍ରମଣ…

ଇସଲାମାବାଦ: ପାକିସ୍ତାନରେ ହିନ୍ଦୁଧର୍ମୀଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ଏହାର ସଦ୍ୟତମ ଉଦାହରଣ ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ପାକିସ୍ତାନ ସିନ୍ଧ ପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି । ସିନ୍ଧରେ ରହୁଥିବା ହିନ୍ଦୁ ଭିଲ୍ ଜାତିର କିଛି ଲୋକଙ୍କ ଉପରେ ଅତ୍ୟାଚାର ହେବାର ଚିତ୍ର ସାମ୍ନାକୁ ଆସିଛି । ଘଟଣା ଅନୁଯାୟୀ ସ୍ଥାନୀୟ ପ୍ରଶାସନ ଭିଲ୍ ଜାତିର କିଛି ବ୍ୟକ୍ତିଙ୍କର ଦୋକାନ ଉଚ୍ଛେଦ କରିଥିଲେ । ଦୋକାନୀମାନେ ବିରୋଧ କରିବା ହେତୁ ତାଙ୍କ ଉପରେ ଆକ୍ରମଣର ଚିତ୍ର ସାମ୍ନାକୁ ଆସିଛି । ସ୍ଥାନୀୟ ମୁସଲିମ୍ ଲୋକେ ମଧ୍ୟ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିମାନଙ୍କୁ ଚରମପନ୍ଥୀ ବୋଲି କୁହାଯାଉଛି ।

https://twitter.com/johnaustin47/status/1332639602553753600?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1332639602553753600%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fworld%2Fpakistan%2Fmuslim-mob-attacks-on-minority-hindu-bheel-in-sindh-pakistan-hundreds-of-hindus-become-homeless%2Farticleshow%2F79463733.cms

ପାକିସ୍ତାନ ସାମାଜିକ କର୍ମୀ ରାହତ୍ ଆଷ୍ଟିନ୍ ଭିଡିଓଟିକୁ ପୋଷ୍ଟ କରିଛନ୍ତି । କିଛି ଦିନ ପୂର୍ବରୁ ସିନ୍ଧ-ପାକିସ୍ଥାନର କିପ୍ରୋରେ ହିନ୍ଦୁ ଭେଲ ସମ୍ପ୍ରଦାୟର ଘର ଭାଙ୍ଗି ଦିଆଯାଇଥିଲା। ସୋସିଆଲ ମିଡିଆରେ ସେୟାର କରିବା ପରେ ଏବଂ ସରକାରଙ୍କ ଉପରେ ଚାପ ପଡ଼ିବା ପରେ ଏହାକୁ ବନ୍ଦ କରାଯାଇଥିଲା  । କିନ୍ତୁ ଏହାପରେ ସ୍ଥାନୀୟ ମୁସଲମାନ ପଡ଼ୋଶୀମାନେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନେକ ହିନ୍ଦୁ ପୁରୁଷ, ମହିଳା ଏବଂ ଶିଶୁ ଆହତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସିନ୍ଧ ପ୍ରଦେଶ ହିନ୍ଦୁ ବହୁଳ ହୋଇଥିବା ହେତୁ ଏଠାରେ ହିନ୍ଦୁମାନଙ୍କ ଧର୍ମ ବଦଳାଇବା ଉପରେ ମୁସଲିମମାନେ ଜୋର ଦେଇଥାନ୍ତି । ସେହିଭଳି ସିନ୍ଧକୁ ହିନ୍ଦୁଙ୍କ ପାଇଁ ସବୁଠାରୁ ଅଧିକ ଅସୁରକ୍ଷିତ ପ୍ରଦେଶ ବୋଲି ମନା ଯାଇଥାଏ । ମାନବାଧିକାର ସଂସ୍ଥା( ମୁଭମେଣ୍ଟ ଅଫ୍ ସଲିଡେରିଟ୍ ଆଣ୍ଟ ପିସ୍)ର ରିପୋ୍ଟ ଅନୁଯାୟୀ ପ୍ରତିବର୍ଷା ପାଖାପାଖି ୧ ହଜାରରୁ ଊର୍ଦ୍ଧ ଯୁବତୀଙ୍କର ଧର୍ମ ପରିବର୍ତ୍ତନ କରାଯାଇଥାଏ ।

ଅପରାଧ ମୁକ୍ତ ପାଇଁ ପୁରୀ ପୋଲିସର କାର୍ଯ୍ୟଶୈଳୀକୁ ସମର୍ଥନ

ପୁରୀ: ଶ୍ରୀକ୍ଷେତ୍ରକୁ ଅପରାଧ ମୁକ୍ତ କରିବା ପାଇଁ ପୁରୀ ପୋଲିସର କାର୍ଯ୍ୟଶୈଳୀକୁ ସମର୍ଥନ । ସହରକୁ ସମ୍ପୂର୍ଣ୍ଣ ଅପରାଧ ମୁକ୍ତ କରିବା ଲାଗି ସମର୍ଥନ ଜଣାଇଛି ପୁରୀ ଯୁବ ସମାଜ । ଏଥିପାଇଁ ଯୁବ ସମାଜ ପକ୍ଷରୁ ଆଜି ଗୁଣ୍ଡିଚା ମନ୍ଦିର ନିକଟରୁ ଏକ ବାଇକ୍ ରାଲି ବାହାରି ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲା ।

Puri Yuba Samaj Bike Rally Supporting Puri Police

ସହରରେ ଧଳା ଜହର ଓ ଗୁଣ୍ଡାରାଜକୁ ପୁରୀରୁ ନିପାତ କରିବା ନେଇ ପୂର୍ବ ଏସପିଙ୍କ ସହଯୋଗ ଅତୁଳନୀୟ ରହିଥିଲା । ସହରରୁ ଅପରାଧ ଦମନ କରିବା ସହ ସହରବାସୀଙ୍କ ସୁରକ୍ଷା ନେଇ ପୋଲିସକୁ ସହଯୋଗ କରିବା ନେଇ ପୁରୀ ଯୁବ ସମାଜ ଲକ୍ଷ୍ୟ ରଖିଥିବା କୁହାଯାଇଛି ।

୪ ଶହ ବର୍ଷ ପରେ ପୃଥିବୀର ନିକଟତର ହେବେ ବୃହସ୍ପତି-ଶନି

ନୂଆଦିଲ୍ଲୀ: ପ୍ରାୟ ୪ ଶହ ବର୍ଷ ପରେ ପୃଥିବୀର ନିକଟତର ହେଉଛନ୍ତି ଦୁଇଟି ବିଶାଳ ଗ୍ରହ । ଡିସେମ୍ବର ୧୬ ତାରିଖରୁ ଆଶିଂକ ଦେଖାଯାଇ ୨୧ ତାରିଖ ସଂଧ୍ୟାରେ ଅଧାଚନ୍ଦ୍ର ଭଳି ଆକାଶରେ ଦେଖିବାକୁ ମିଳିବ । ଧିରେ ଧିରେ ପୃଥିବୀର ନିକଟତର ହେଉଛନ୍ତି ଏହି ୨ ଗ୍ରହ । ପ୍ରାୟ ୪ ଶହ ବର୍ଷ ପରେ ଦୁଇଟି ବିଶାଳ ଗ୍ରହ ବୃହସ୍ପତି ଓ ଶନି ଏକାଠି ହେବେ ।

ଡିସେମ୍ବର ୨୧ତାରିଖରେ ଏକ ସରଳରେଖାରେ ଦେଖିବାକୁ ମିଳିବ ଏହି ଦୃଶ୍ୟ । ୧୬ ତାରିଖରୁ ଆଶିଂକ ଦେଖାଯାଇ ୨୧ ତାରିଖ ଦିନ, ପଶ୍ଚିମ ଦିଗବଳୟରେ ଅଧାଚନ୍ଦ୍ର ଭଳି ଦୃଶ୍ୟମାନ ହେବ । ୧୬୨୩ ମସିହାରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ୨୧ ତାରିଖ ସନ୍ଧ୍ୟାରେ ଏହି ଦୁଇଟି ଗ୍ରହ ଏକାସଙ୍ଗରେ ଦେଖାଯିବ, ଯାହାକି ଅତ୍ୟନ୍ତ ବିରଳ ।

ଅନ୍ୟ ତାରା ମାନଙ୍କଠାରୁ ବଡ ଦେଖାଯିବ । ବୃହସ୍ପତି ୨ୟ କିମ୍ୱା ୩ୟ ଉଜ୍ଜଳ ତାରା ଭଳି ଦେଖାଦେବେ । ସେହିଭଳି ଶନି ଫିକା ହଳଦିଆ ରଙ୍ଗର ଦେଖାଯିବେ । ତେବେ ଏହି ଦୃଶ୍ୟ ଅତ୍ୟନ୍ତ ବିରଳ ବୋଲି ବିଶେଷଜ୍ଞ କହିଛନ୍ତି ।

ଡିସେମ୍ବରରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ଟ୍ୱିନ୍ ସିଟିରେ ଥିବା ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ କମିଛି କରୋନା ସଂକ୍ରମଣ । ଡିସେମ୍ବରରେ ରହିଛି କରୋନାର ଦ୍ୱିତୀୟ ଲହରୀ ଆଶଙ୍କା । ଏହି ସମୟରେ ସରକାରୀ କାର୍ଯ୍ୟାଳୟରେ କାମ ସ୍ୱାଭାବିକ ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । GAPG ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ପ୍ରକାରେ ଡିସେମ୍ବର ମାସରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିବ । ଭୁବନେଶ୍ୱର ସମେତ କଟକରେ ଥିବା ସରକାରୀ କାର୍ଯ୍ୟାଳୟ ଓ ଅଧସ୍ତନ ଅଫିସ୍ ଲାଗି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

 Functioning of Government Offices during December 2020

ଗ୍ରୁପ୍ ‘ଏ’ ଅଧିକାରୀଙ୍କୁ ମିଶାଇ ୭୫ ପ୍ରତିଶତ କର୍ମଚାରୀରେ ସରକାରୀ କାର୍ଯ୍ୟାଳୟ ଡିସେମ୍ବର ମାସରେ ଟ୍ୱିନ୍ ସିଟିରେ ଚାଲିବ । ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଡିସେମ୍ବର ମାସର ସବୁ ଶନିବାର ବନ୍ଦ ରହିବ । ତେବେ, କେଉଁ ବିଭାଗର କେଉଁ ଅଧିକାରୀ ଆଉ କର୍ମଚାରୀ ଅଫିସ୍ ଆସିବେ କି ନାହିଁ ତାହା ଉପରିସ୍ଥ ଅଧିକାରୀ ନିଷ୍ପତ୍ତି ନେବେ । ଜରୁରୀକାଳୀନ ସେବା ଯେମିତି SRC ଓ OSDMA କାର୍ଯ୍ୟାଳୟ, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର ସଂସ୍ଥା କାର୍ଯ୍ୟାଳୟ ଶହେ ପ୍ରତିଶତ କର୍ମଚାରୀଙ୍କୁ ନେଇ ସବୁଦିନ କାର୍ଯ୍ୟ କରିବ ।

 Functioning of Government Offices during December 2020F
File

ଜୁନରେ ଜାରି ହୋଇଥିବା କୋଭିଡ୍ କଟକଣାକୁ ମାନି ଅଫିସ୍ କାମ ହେବ । କୌଣସି କର୍ମଚାରୀଙ୍କ ଠାରେ କୋଭିଡ୍ ଚିହ୍ନଟ ହେଲେ ଜୁଲାଇ ମାସ ନିର୍ଦ୍ଦେଶନାମା ଅନୁସାରେ ପଦକ୍ଷେପ ନିଆଯିବ । ଘରୁ କାମ କରୁଥିବା ଅଧିକାରୀ, କର୍ମଚାରୀଙ୍କୁ VPN ଯୋଗାଇ ଦିଆଯିବ । ଡ୍ୟୁଟି ଦିଆଯାଇ ନଥିଲେ ଘରୁ କାମ କରୁଥିବା କର୍ମଚାରୀ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡ଼ି ଯାଇପାରିବେ ନାହିଁ ।

ସହଜ ହେବ ଭ୍ୟାକ୍ସିନ୍ ବିତରଣ; ଦେଶରେ ବସିବ ଭ୍ୟାକ୍ସିନ୍ ଟ୍ରାନ୍ସପୋଟେସନ୍ ପ୍ଲାଣ୍ଟ୍

ନୂଆଦିଲ୍ଲୀ: ଦେଶରେ ୩ଟି ଭ୍ୟାକ୍ସିନ୍ ପ୍ରସ୍ତୁତି ପର୍ଯ୍ୟାୟରେ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଭ୍ୟାକ୍ସିନ୍ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସେହିଭଳି ଦେଶ ପାଖରେ ଭ୍ୟାକ୍ସିନ୍ ବିତରଣ ସବୁଠାରୁ ବଡ଼ ଆହ୍ୱାନ ହୋଇଥିବା ହେତୁ ଏହାର ସଂରକ୍ଷଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା । ଏହି ପ୍ରସଙ୍ଗରେ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀଙ୍କ ସହ ମୋଦିଙ୍କର ଆଲୋଚନା ହୋଇଛି । ଦେଶରେ ଭ୍ୟାକ୍ସିନ ଟ୍ରାନ୍ସପୋଟେସନ୍ ପ୍ଲାଣ୍ଟ ଲଗାଇବା ପାଇଁ ଲକ୍ସେମବର୍ଗ ସରକାର ପ୍ରସ୍ତାବ ଦେଇଛନ୍ତି  । ସେହିଭଳି ଭାରତ ସରକାର ମଧ୍ୟ ଏଭଳି ପ୍ଲାଣ୍ଟକୁ ଅଗ୍ରାଧିକାର ଦେଇ ଦେଶରେ ସ୍ଥାପନ କରିପାରନ୍ତି । ଲକ୍ସେମବର୍ଗର ଏକ ପ୍ଲାଣ୍ଟ ନିର୍ମାଣକାରୀ କମ୍ପାନୀ ନିଜର ଏକ ଟିମକୁ ଭାରତ ମଧ୍ୟ ପଠାଇବା ନେଇ ସୂଚନା ଦେଇଛି ।

ତେବେ ଏହି ପ୍ଲାଣ୍ଟ ଗୁଜୁରାଟଠାରେ ସ୍ଥାପିତ ହୋଇପାରେ । କେନ୍ଦ୍ର ସରକାରଙ୍କର ପ୍ରାଥମିକତା ଏହା ଉପରେ ରହିଛି ଯେ, କିଭଳି ଭାବେ ଦେଶର ସବୁ ସ୍ଥାନରେ ଭ୍ୟାକ୍ସିନ ସହଜରେ ପହଞ୍ଚିପାରିବ । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଛୋଟବଡ଼ ସ୍ଥାନରେ ଭ୍ୟାକ୍ସିନ ପହଞ୍ଚାଇବାକୁ ହେଲେ ସରକାରଙ୍କୁ ଏହି ପ୍ଲାଣ୍ଟର ଆବଶ୍ୟକତା ରହିଛି  । ତେବେ ଏନେଇ ପ୍ରସ୍ତୁତି ଆସନ୍ତା ସପ୍ତାହରୁ ଆରମ୍ଭ ହୋଇଯିବ । ବିତରଣ ପୂର୍ବରୁ କିଭଳି ଭାବେ ସଂରକ୍ଷଣ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିବ ସେନେଇ ଏକ କୋଲ୍ଡ ଚେନର ଆବଶ୍ୟକତା ରହିଛି । ଯାହା ପାଇଁ ଏକ ପ୍ଲାଣ୍ଟର ଆବଶ୍ୟକତା ରହିଛି । ଏଣୁ ଆସନ୍ତା ସପ୍ତାହରୁ ଏକ ଟିମ୍ ଗୁଜୁରାଟରେ ପହଞ୍ଚିବ ।

ମିଳିଥିବା ସୂଚନା ଅନୁଯାୟୀ, ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍ ଏହି କାର୍ଯ୍ୟ ପାଇଁ ଭାରତ ଆସିବେ । କମ୍ପାନୀର କହିବା କଥା ଯେ ପ୍ଲାଣ୍ଟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବା ପାଇଁ ୨ ବର୍ଷ ସମୟ ଲାଗିବ । -୪ରୁ -୨୦ ଡିଗ୍ରୀ ତାପମାତ୍ରାରେ ଭ୍ୟାକ୍ସିନ ବିତରଣ ହେବ । ପରିସ୍ଥିତି ଦେଖି ତାପମାତ୍ରାକୁ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ । କମ୍ପାନୀ -୮୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ନିୟନ୍ତ୍ରଣ କରିବାର ଦକ୍ଷତା ରଖିଛି ।ତେବେ ଭାରତ ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ପ୍ରସ୍ତାବର ପରିଚାଳନା ଦାୟିତ୍ୱରେ ଥିବାବେଳେ ୟୁରୋପୀୟ ୟୁନିୟନରେ ଭାରତୀୟ ପ୍ରତିନିଧି ନଭେମ୍ୱର ୨୦ରେ ଏନେଇ ଆଲୋଚନା କରିସାରିଛନ୍ତି ।