ଭାଇରାଲ ହେଉଛି ଜ୍ୟାକଲିନଙ୍କ ନିଆରା ଶୁଭେଚ୍ଛା ବାର୍ତ୍ତା

ମୁମ୍ବାଇ: ନିକଟରେ ବଲିଉଡ଼ର ଭାଇଜାନ ସଲମାନଙ୍କ ଜନ୍ମଦିନକୁ ତାଙ୍କ ଫ୍ୟାନ ମାନେ ଖୁବ୍ ଧୁମ ଧାମରେ ସେଲିବ୍ରେଟ କରିଛନ୍ତି । ସୋସିଆଲ ମିଡ଼ିଆରେ ସଲମାନଙ୍କୁ ତାଙ୍କ ୫୫ତମ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ଫ୍ୟାନ୍ସ । କିନ୍ତୁ ଏସବୁ ମଧ୍ୟରେ ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସ ନିଆରା ଢଙ୍ଗରେ ଭାଇଜାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ଆଉ ଜ୍ୟାକଲିନଙ୍କ ଏହି ଶୁଭେଚ୍ଛା ଏବେ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଜ୍ୟାକଲିନ୍ ସଲମାନଙ୍କ ସହ ନିଜର ଏକ ଫଟୋ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଥିଲେ ଯେଉଁଥିରେ ଅଭିନେତ୍ରୀ ଜଣଙ୍କ ବେବି ଫିଲ୍ଟର ବ୍ୟବହାର କରିଥିଲେ । ଏହି ଫଟୋରେ ଦୁଇଜଣ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଜ୍ୟାକଲିନ ଫଟୋ ସେୟାର କରି ଲେଖିଥିଲେ ଯେ, “ହାପି ବର୍ଥ ଡେ ସଲମାନ ଖାନ” । କହିରଖୁଛୁ ଯେ, ସଲମାନ ଏବଂ ଜ୍ୟାକଲିନ ବହୁତ ଭଲ ବନ୍ଧୁ । ଏହାସହ ଜ୍ୟାକଲିନ ଲକଡ଼ାଉନ ସମୟରେ ସଲମାନଙ୍କ ଫାର୍ମହାଉସରେ ମଧ୍ୟ ରହୁଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା ।

ତେବେ ଜ୍ୟାକଲିନଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଫଟୋରେ ଲକ୍ଷେରୁ ଅଧିକ ଲାଇକ ଆସିଥିବା ବେଳେ ଅନେକ କମେଣ୍ଟ ଦେଇ ଫ୍ୟାନମାନେ ତାଙ୍କ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଏବଂ ଦୁଇ ଜଣଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ମଧ୍ୟ ସାଉଁଟିଛି । ଆପଣଙ୍କୁ କହିରଖୁଛୁ ଯେ, ଜ୍ୟାକଲିନ ଏକ ଇଣ୍ଟରଭ୍ୟୁରେ ତାଙ୍କ ସଫଳତାର ଶ୍ରେୟ ସଲମାନଙ୍କୁ ଦେଇଥିବାର ମଧ୍ୟ ନଜର ଆସିଥିଲେ ।

Leave a Reply