ଜିଏସଟି ଠକେଇ ଅଭିଯୋଗରେ ଜିଏସଟି ଅଧିକାରୀ ଗିରଫ

ଭୁବନେଶ୍ୱର: ଜିଏସଟି ଠକେଇ ଅଭିଯୋଗରେ ଜିଏସଟିର ୩ ଅଧିକାରୀଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ସିବିଆଇ ।

ଜିଏସଟି ଠକିବା ପାଇଁ ହୋଟେଲରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲାବେଳେ ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ସିବିଆଇ ପଚରାଉଚରା ପରେ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଛି । କିଛି ସମୟ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ଭୁବନେଶ୍ୱର ରାମମନ୍ଦିର ନିକଟ ଏକ ହୋଟେଲରୁ ସମସ୍ତଙ୍କୁ କାବୁ କରିଥିଲା ସିବିଆଇ । ପ୍ରାୟ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିବା ସୂଚନା ମିଳିଥିଲା । ହୋଟେଲର ସିସିଟିଭି ଯାଞ୍ଚ କରୁଛି ସିବିଆଇ ଟିମ୍। ଏପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଠକେଇରେ ଖୋଦ ଜିଏସଟି ଇନ୍ସପେକ୍ଟର ସାମିଲ ଅଛନ୍ତି ।

ତେବେ ପୂର୍ବରୁ ଜିଏସଟି ଠକିବା ଅଭିଯୋଗରେ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଥିଲା। ଏଥିରେ ୫୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨୦ କୋଟି ଟଙ୍କାର ଠକେଇ ଠାବ ହୋଇଥିଲା ।

Leave a Reply