ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ବ୍ରିଟେନରେ ମିଳିଲା ମଞ୍ଜୁରୀ

1 min read

ନୂଆଦିଲ୍ଲୀ: କରୋନା ଦାଉରୁ ରକ୍ଷା ପାଇବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରହିଥିବା ବେଳେ କରୋନା ଟିକା ପାଲଟିଛି ଏକମାତ୍ର ଭରସା । ଏବେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଇଛି ବ୍ରିଟେନ୍ । ଏ ନେଇ ମେଡିସିନ୍ ଆଣ୍ଡ ହେଲ୍‌ଥ କେୟାର ଉତ୍ପାଦ ନିୟାମକ ଏଜେନ୍ସିର ସୁପାରିସକୁ ବ୍ରିଟେନ ସରକାର ଗ୍ରହଣ କରିଛନ୍ତି । ଏବେ ବ୍ରିଟେନରେ ଏହି ଟିକାର ମଞ୍ଜୁରି ଦେବା ପରେ ଭାରତରେ କରୋନା ଟିକାକୁ ଆଶା ବଢିଛି ।

କିଛିଦିନ ଭିତରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କରୋନା ଟିକା ନେବେ ବ୍ରିଟେନବାସୀ । କ୍ଲିନିକାଲ ଟ୍ରାଏଲ ପରେ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛନ୍ତି ବ୍ରିଟେନ ସରକାର । ଆଜିଠାରୁ ଟିକାର ପ୍ରଥମ ଡୋଜ୍ ଦିଆଯିବା ନେଇ ରହିଛି ବ୍ୟବସ୍ଥା । ନୂଆବର୍ଷରୁ ସାରାଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।

ସେହିପରି ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ବିତରଣ କରିବାକୁ ବ୍ରିଟେନ ସରକାର ଅନୁମତି ଦେଇଛନ୍ତି । ୪ରୁ ୧୨ ସପ୍ତାହ ମଧ୍ୟରେ ଲୋକଙ୍କୁ ଏହି ଟିକାର ୨ଟି ଡୋଜ୍ ଦିଆଯିବ । କ୍ଲିନିକାଲ ଟ୍ରାଏଲ ବେଳେ ଏହି ଟିକା ପ୍ରଭାବଶାଳୀ ସାବ୍ୟସ୍ତା ହୋଇଥିବା କହିଛି ଟିକା ପ୍ରସ୍ତୁତକାରୀ କମ୍ପାନୀ ।

Leave a Reply