କ’ଣ ଖାଇବେ ? କଟକରୁ ଜବତ ହେଲା ନକଲି ପନିର

1 min read

କଟକ: କଟକ କେବେ ବ୍ୟବସାୟର ପେଣ୍ଠ ଥିଲା । ହେଲେ ଏବେ ଭେଜାଲ ମାଲର କେନ୍ଦ୍ର ପାଲଟିଗଲାଣି । କେବେ କଟକରୁ ନକଲି ଘିଅ ଜବତ ହେଉଛି ତ’ କେବେ ମସଲା । ନକଲି ସାମଗ୍ରୀ ତିଆରି କରୁଥିବା ଅପରାଧୀ ପୋଡା ମୋବିଲକୁ ନେଇ ଘିଅ ତିଆରି କରୁଛନ୍ତି ତ’ ପୁଣି କାଠଗୁଣ୍ଡରେ ମସଲା । ନକଲି ମସଲା, ଘିଅ ପରେ ଏବେ କଟକରୁ ଜବତ ହୋଇଛି ସିନ୍ଥେଟିକ୍ ପନିର ।

ଏହି ବିଶାକ୍ତ ପନିର କୋଲକତାରୁ କଟକ ଆସୁଥିଲା । ତା’ପୁଣି କୁଇଣ୍ଟାଲ କୁଇଣ୍ଟାଲ । ଏଭଳି ଅଭିଯୋଗରେ ଜଣଙ୍କୁ ଅଟକ ରଖାଯାଇଛି। ଓଏମପି ଛକ ନିକଟରୁ ଏହି ସିନ୍ଥେଟିକ୍ ପନିର ଜବତ ହୋଇଛି ।

ଏସମ୍ପର୍କରେ ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ୧କୁଇଣ୍ଟାଲରୁ ଅଧିକ ସିନ୍ଥେଟିକ୍ ପନିର ଜବତ ହୋଇଥିବା ବେଳେ ଘଟଣାରେ ସଂପୃକ୍ତ ଆଉ ୪ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଏଥିସହିତ ଦୈନିକ କୋଲକାତାରୁ ବସରେ ପନିର କଟକ ଆସୁଥିବା ପ୍ରକାଶ।

ଜାଣନ୍ତୁ କିଭଳି ପ୍ରସ୍ତୁତ ଏହି ସିନ୍ଥେଟିକ୍ ପନିର?

ନକଲି ପନିର ୟୁରିଆ, ଡିଟର୍ଜେଣ୍ଟ, କୋଲ୍, ଅମ୍ଲ ଓ ସଳ୍ଫରିକ୍ ଆଦିରୁ ତିଆରି ହୋଇଥାଏ ।

୭ରୁ ୮ ଦିନର ବାସୀ କ୍ଷୀର, ମଇଦାରେ ପ୍ରସ୍ତୁତ ହୁଏ ପନିର

ସାଧାରଣତଃ ଅଳ୍ପ କ୍ଷୀରରେ ବେକିଂ ସୋଡା ପକାଇଯାଇଥାଏ

ପରେ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ ।

ଏଥିରେ ବେକିଂ ପାଉଡର ପକାଯାଇ ପନିର ହେବା ପାଇଁ ଛାଡି ଦିଆଯାଇଥାଏ ।

ଏଭଳି ସିନ୍ଥେଟିକ୍ ପନିର ଖୁବ୍ ଶସ୍ତାରେ ଉପଲବ୍ଧ ହୋଇଥାଏ । ୫ କିଲୋ ପନିର ତିଆରି ପାଇଁ ୩୦ରୁ ୧୫୦ ଟଙ୍କା ଲାଗୁଥିବା ବେଳେ ହୋଲସେଲ୍ ଦାମ୍ ୧୫୦ରୁ ୨୦୦ ଟଙ୍କା ହୋଇଥାଏ ।  ଆଉ ତାହାର ରିଟେଲ୍ ମୂଲ୍ୟ ୩୦୦ରୁ ଅଧିକ ରହିଥାଏ ।

ନକଲି ଓ ଅସଲି ଭିତରେ କିଭଳି ଜାଣିବେ ଫରକ-

ଅସଲି ପନିର ନରମ ହୋଇଥିବା ବେଳେ ସିନ୍ଥେଟିକ୍ ପନିର ରବର୍ ଭଳି ଲାଗିଥାଏ ।

ଅସଲି ପନିରର ସ୍ୱାଦ କ୍ଷୀର ଭଳି  ଲାଗିଥାଏ । ହେଲେ ସିନ୍ଥେଟିକର  କୌଣସି ସ୍ୱାଦ ନଥାଏ । ପନିରରେ ଆୟୋଡିନ୍ ପକାଇବା ପରେ ଯଦି ଏହାର ରଙ୍ଗ କଳା କିମ୍ବା ନୀଳ ହୁଏ, ତାହେଲେ ଏହା ନକଲି ହୋଇଥାଏ ।

 

Leave a Reply