spot_img
Home Blog Page 6343

ଏକର ଏକର ଗଞ୍ଜେଇ କିଆରୀ ନଷ୍ଟ କଲା ପ୍ରଶାସନ, ଆନୁମାନିକ ମୂଲ୍ୟ ହେବ ୧୯ କୋଟି ଟଙ୍କା

ବାଲିଗୁଡ଼ା: ଜୋର୍‌ ଧରିଲା ମିସନ୍ କ୍ଲିନ୍ ଗଞ୍ଜେଇ । ପୁଣି ନଷ୍ଟ ହେଲା ୧୯ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗାଁ ପଞ୍ଚାୟତର ମାଦିନାଟ, ବାଲିସୁଗା ଓ ବୁଡ୍ରୁକିଆ ଅଞ୍ଚଳର ୧୯୦ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ୧୯୦ ଏକର ଜମିରୁ ୧ଲକ୍ଷ ୯୦ ହଜାର ଗଞ୍ଜେଇ ଗଛ କାଟିବା ସହ ସେଥିରେ ନିଆଁ ଲଗାଇ ବିଭାଗ ପକ୍ଷରୁ ପୋଡ଼ି ନଷ୍ଟ କରାଯାଇଛି ।

ଲଗାତାର ଭାବେ ବେଆଇନ୍ ଗଞ୍ଜେଇ ଚାଷ ଅଞ୍ଚଳରେ ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଯାରିରହିଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ଏବଂ ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚାଷ ସମୂଳେ ନଷ୍ଟ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ।

ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ, ୬ ଦୁର୍ବୃତ୍ତ ଫେରାର ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱର ସୋରରେ ଡକାୟତ ଗ୍ୟାଙ୍ଗ୍  ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ । ୪ ଜଣ ଗ୍ରାମବାସୀ ଗୁରୁତ୍ତର ହୋଇଥିବା ବେଳେ ଜଣେ ଡକାୟତକୁ କାବୁ କଲା ସୋର ପୋଲିସ । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡାପଡା ଅଞ୍ଚଳର ସୁଦାମ ଚରଣ ବାଉଲି ରାତିରେ ନିଜ ଘରକୁ ଫେରିବା ବାଟରେ ୭ ଜଣ ଡକାୟତ ତାଙ୍କୁ ଅଟକାଇଥିଲେ । ସୁଦାମ ସଙ୍ଗେ ସଙ୍ଗେ ତାଙ୍କ ଘର ପାଖ ଲୋକଙ୍କୁ ଫୋନ କରି ଡାକି ଥିଲେ । ଡକାୟତ ମାନେ ସୁଦାମଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସୌଭାଗ୍ୟବସତଃ ସ୍ଥାନୀୟ ଲୋକ ସୁଦାମଙ୍କ ଡ଼ାକ ଶୁଣି ପହଞ୍ଚିଯାଇଥିଲେ । ସେମାନଙ୍କୁ ବି ଚାଡ଼ିନଥିଲେ ଦୁର୍ବୃତ୍ତ । ତେଲେଙ୍ଗା କଟୁରୀ ଓ ବନ୍ଧୁକରେ ଆକ୍ରମଣ କରିଥିଲେ । ଗ୍ରାମବାସୀ ଓ ଡକାୟତଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଲିଥିଲା । ଏଥିରେ ୪ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଥିବା ବେଳେ ଖବର ପାଇ ସୋର ଥାନା ଏ.ଏସ.ଆଇ ପ୍ରଦୀପ ମହାନ୍ତି, ଏ.ଏସ.ଆଇ ପ୍ରତାପ କାର୍ଲୋ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସଫଳ ହୋଇଥିଲେ ।

ଏହି ଆକ୍ରମଣରେ ସୁଦାମ ଚରଣ ବାଉଲି, ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ ଗୁରୁତ୍ତର ଆହତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସୋର ପୋଲିସ୍ କାବୁ କରିଥିବା ଦୁର୍ବୁର୍ତ୍ତ କେନ୍ଦ୍ରାପଡା ମାର୍ଶାଘାଇର ପ୍ରଦ୍ୟୁମ୍ନ ସେନାପତି ବୋଲି ଜଣାପଡିଛି ।

ଲକଡାଉନରେ ସାଜିଲେ ଘର ଜ୍ୱାଇଁ; ଶାଳୀକୁ ନେଇ ହେଲେ ଫେରାର

ଭୋପାଳ: କରୋନା ଜନିତ ଲକଡାଉନ ଯୋଗୁଁ ଲୋକମାନଙ୍କର ଜୀବନ ଏକପ୍ରକାର ପ୍ରଭାବିତ ହୋଇଛି । ଏମିତିକି ଏହି ସମୟ ମଧ୍ୟରେ ଜନସାଧାରଣ ମାନେ ନିଜ ଘର ପରିବାର ସହ ଅଧିକ ସମୟ ବିତାଇବାକୁ ପାଇଛନ୍ତି ।

ହେଲେ ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି. ଯାହାକୁ ଶୁଣିଲେ ଯେକେହିବି ଚକିତ ହୋଇପଡିବେ।

ଲକଡାଉନରେ ଜୀବନଜୀବିକା ଏକପ୍ରକାର ଠପ୍ ହୋଇଯାଇଥିଲା ବେଳେ ଜଣେ ବ୍ୟକ୍ତି ନାଟେରାନର ପାମାରିଆ ଗ୍ରାମରେ ଘର ଜ୍ୱାଇଁ ହୋଇ ଶ୍ବଶୂର ଘରେ ରହିଆସୁଥିଲେ। ଏହି ରହଣୀ କାଳରେ ୧୭ ବର୍ଷୀୟ ଶାଳୀ ସହ ତା’ର ପ୍ରେମ ସମ୍ପର୍କ ଗଢିଉଠିଥିଲା ।

ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ଦେଖି ସ୍ତ୍ରୀ ଓ ଶାଶୂ ସନ୍ଦେହ କରିଥିଲେ କିନ୍ତୁ ଜ୍ୱାଇଁ ତାକୁ ସାନ ଭଉଣୀ ପରି ଦେଖିଥିବା କହି ଚୁପ୍ କରାଇ ଦେଇଥିଲା।

ଅପରପକ୍ଷରେ ଜ୍ବାଇଁ ଗତ ୭ ଦିନ ପୂର୍ବରୁ ଶାଳୀକୁ ଧରି କେଉଁଆଡେ ଫେରାର ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା।

ସୂଚନା ଅନୁଯାୟୀ, ପାମରିଆ ଗାଁର ବାସିନ୍ଦା ରିଙ୍କି ପ୍ରାୟ ୫ ବର୍ଷ ପୂର୍ବେ ଭୋପାଳର ଗୖୋତମ ନଗରର ବୃଜେଶ ଅହିରୱାରଙ୍କୁ ବିବାହ କରିଥିଲେ। ରିଙ୍କି ଏବଂ ବ୍ରିଜେଶଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । ଲକଡାଉନ୍ ଯୋଗୁଁ କାମଦାମ ବନ୍ଦ ହେତୁ ରିଙ୍କି ସ୍ବାମୀ ଓ ପିଲାମାନଙ୍କୁ ଧରି ବାପଘରକୁ ଯାଇଥିଲେ ।

ବ୍ରିଜେଶ ଏକ ଲୋଡିଂ ଗାଡି ଚଳାଉଥିଲା ବେଳେ ମେ ଓ ଜୁନ୍ ମାସ ତାଙ୍କ ଘରେ ରହିଥିଲା ବୋଲି କୁହନ୍ତି ରିଙ୍କିଙ୍କ ମାଆ । ଜୁଲାଇରେ ସେ ରିଙ୍କିଙ୍କୁ ନେଇ ନିଜ ଘରକୁ ପଳାଇଥିଲା ବେଳେ ସେଠାରେ ତାକୁ ମାଡପିଟ କରିବା ସହ ଛାଡି ଦେବ ବୋଲି ଧମକ ମଧ୍ୟ ଦେଉଥିଲା ।

ଯାହା ପରେ ଝିଅ ବାପ ଘରକୁ ପଳାଇ ଆସିଥିଲା । ତାକୁ ନେବା ପାଇଁ ଜ୍ବାଇଁ ଘରକୁ ଆସିଥିଲା ବେଳେ ଶାଳୀକୁ ବାଇକରେ ଧରି କେଉଁଆଡେ ପଳାଇଯାଇଥିଲା । ଅନ୍ୟପକ୍ଷରେ ରିଙ୍କିଙ୍କ ମା କହିଛନ୍ତି ଯେ ଆମେ ତାଙ୍କୁ ପୁଅ ଭଳି ବ୍ୟବହାର କରିଥିଲୁ, ହେଲେ ସେ ଆମ ଘର ନଷ୍ଟ କରିଦେଲା।

ପଥର ମାଫିଆଙ୍କୁ ପ୍ରଶାସନର କଡ଼ା ଜବାବ, ରେଡ୍‌ ବେଳେ ୪ଟି ପଥର ବୋଝେଇ ହାଇଓ୍ୱା ଜବତ

ଟାଙ୍ଗୀ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଖଣି ମାଫିଆଙ୍କ ରାଜ୍ । ଦିନ ରାତି ଏମାନଙ୍କ ପାଇଁ ସବୁ ସମାନ । ବିନା ଡ଼ର ଭୟରେ ବେଧଡ଼କ  କରୁଛନ୍ତି ପଥର ଚୋରା ଚାଲାଣ । ଟାଙ୍ଗୀ ତହସିଲ ଅଞ୍ଚଳରେ ସକ୍ରିୟ ପଥର ମାଫିଆ । ବାରମ୍ବର ଚଢ଼ାଉ ହେଉଛି ବାରମ୍ବର ମାଫିଆ ଗିରଫ ମଧ୍ୟ ହେଉଛନ୍ତି । ହେଲେ ସୁଧୁରିବାର ନା ଧରୁନାହାନ୍ତି ଏମାନେ ।

ତେବେ ପୁଣି ଥରେ ପଥର ଚୋରା ଚାଲାଣ ରୋକିବାକୁ  ଟାଙ୍ଗୀ ତହସିଲ  ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ କରାଯାଇଛି ।୧୬ ନଂ ଜାତୀୟ  ରାଜପଥରେ ଟାଙ୍ଗୀ ଚାନ୍ଦପୁର ବାଇପାସ୍  ନିକଟରେ ଟାଙ୍ଗୀ ତହସିଲଦାର     ଚଢାଉ କରିଛନ୍ତି ।

୪ ମେଣ୍ଟାଲ ବୋଝେଇ ହାଇୱା ସହ ଗୋଟିଏ ମେଣ୍ଟାଲ ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଏହି ଗାଡ଼ି ଗୁଡିକରେ ମେଣ୍ଟାଲ ବୋଝେଇ କରି ଟାଙ୍ଗୀରୁ ଖୋର୍ଦ୍ଧା ଚାଲାଣ କରାଯାଉଥିବା ଜଣାପଡିଛି । ଏହି ଚଢାଉ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ଜଣା ପଡିଛି ।

ସୁକ୍‌ମାରେ ଯବାନଙ୍କୁ ଆକ୍ରମଣ: IED ବ୍ଲାଷ୍ଟରେ ଜଣେ କମାଣ୍ଡାଣ୍ଟ୍‌ ସହିଦ, ୧୦ ଗୁରୁତର

ଛତିଶଗଡ଼: ଛତିଶଗଡ଼ ସୁକ୍‌ମାରେ ଆଇଡି ବ୍ଲାଷ୍ଟ । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ, ୯ ଯବାନ ଗୁରୁତର । କୋବ୍ରା ୨୦୬ ବାଟାଲିଅନ ଉପରେ ନକ୍ସଲ ମାନେ ଆଇଡି ହମଲା କରିଛନ୍ତି । ଏହି ବିସ୍ଫୋରଣରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତିନ ଭାଲେରାଓ ସହିଦ ହୋଇଥିବା ବେଳେ ୧୦ ସିଆରପିଏଫ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଶନିବାର ରାତି ପ୍ରାୟ ୧୦ଟା ବେଳେ ଅପରେସନ ସାରି ଫେରୁଥିବା ବେଳେ ତାଡମେଟଲା ଅଞ୍ଚଳର ବୁର୍ଫାପାଲରୁ ୬କିଲୋମିଟର ଦୂରରେ ଯବାନଙ୍କ ଉଦ୍ଦେଶ୍ୟରେ ଆଇଡି ଖଞ୍ଜିଥିଲେ ନକ୍ସଲ । ଏନେଇ ସୁକମା ଏସପି କେଏଲ୍ ଧ୍ରୁବ ସୂଚନା ଦେଇଛନ୍ତି । ଆହତ ଯବାନଙ୍କୁ ହେଲିକପ୍ଟରରେ ଚିକିତ୍ସା ପାଇଁ ରାୟପୁର ନିଆଯାଇଛି । ରାସ୍ତାରେ ହିଁ ନୀତିନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଜଙ୍ଗଲରୁ ବାକି ଯବାନ ଫେରିବା ପରେ ହିଁ କଣ ଘଟିଥିଲା ସେନେଇ ଅଧିକ ସୂଚନା ମିଳିପାରିବ ବୋଲି ବସ୍ତର ଆଇଜି କହିଛନ୍ତି ।

Army

ସୂଚନାଯୋଗ୍ୟ, ଶନିବାର ସୁରକ୍ଷା ବାହିନୀ ତାଡମେଟଲା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଯାଇଥିଲା । ସେହି ସମୟରେ ବିଳମ୍ବିତ ରାତିରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଏକ ସ୍ପାଇକ୍‌ହୋଲରେ ଫସି ଯବାନମାନେ ଆହତ ହୋଇଥିଲେ । ଆହତ ଯବାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ବୁର୍କାପାଲ, ତେମଲୱାଡ଼ା ଏବଂ ଚିନ୍ତାଗୁଫା ଅଞ୍ଚଳରେ ମିଳିତ ଅପରେସନ୍ କରାଯାଇଥିଲା ।

ମଦୁଆ ସ୍ୱାମୀର ସ୍ତ୍ରୀ ଉପରେ ଚୌକି ଟାଣ, କୁକୁର ମାଂସ ନରାନ୍ଧିବାରୁ ଘରେ ନିଆଁ ଲଗାଇଲା ମଦ୍ୟପ ସ୍ୱାମୀ

ଢେଙ୍କାନାଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅନ୍ୟର ଘର ଜାଳିଦେବା ଆପଣ ଶୁଣିଥିବେ । କିମ୍ବା କରେଣ୍ଟ ସର୍ଟ ସର୍କିଟ କାରଣରୁ ଘର ପୋଡ଼ିଯିବା ଦେଖିଥିବେ । ଏମିତି ଅନେକ କାରଣ ରହିଛି ଯେଉଁଥିପାଇଁ ଘର ଜଳିଯାଏ । ତେବେ ଆଜି ଆମେ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଏକ ଘଟଣା ଯାହା କେହି କେବେ ପୂର୍ବରୁ ଶୁଣିନଥିବେ ।

କାରଣ ଏଠି ଘର କାହାର ପୂର୍ବ ଶତ୍ରୁତା ପାଇଁ ଜଳିନାହିଁ କି କରେଣ୍ଟ ସର୍ଟ ସର୍କିଟ ପାପଁ ଜଳିନାହିଁ  । ଘର ଜଳିଛି ଗୋଟିଏ କୁକୁର ପାଇଁ । ହଁ ଆଜ୍ଞା ଏହା ଆଶ୍ଚର୍ଯ୍ୟ ଲାଗିଲେବି ସତ । କେବଳ କୁକୁର ମାଂସ ଖାଇବା ପାଇଁ ଘର ଜାଳିଦେଇଛି ଜଣେ ଯୁବକ । ମଦ ପି ଘରକୁ ଆସି କହିଥିଲେ କୁକୁର ମାଂସ ଖାଇବା ପାଇଁ । ସାଙ୍ଗରେ ଘରକୁ ଆଣିଥିଲେ ରାସ୍ତାରେ ବୁଲୁଥିବା ଗେଟିଏ ବୁଲା କୁକୁର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ କଙ୍କଡାହାଡ ବ୍ଲକ କିର୍ତ୍ତନପୁର ଗାଁରେ ।

ସୂଚନା ଅନୁଯାୟୀ, ଉକ୍ତ ଗାଁର ଶୁକଦେବ ପ୍ରଧାନ ନାମକ ଯୁବକ ନିଶାସକ୍ତ ଅବସ୍ଥାରେ ଏକ କୁକୁର ନେଇ ଘରକୁ ଆସିଥିଲା । ପରେ କୁକୁର ମାଂସ ରୋଷଇ କରି ଖାଇବାକୁ ଦେବାକୁ ମା ଓ ସ୍ତ୍ରୀକୁ ବାଧ୍ୟ କରିଥିଲା । ଏଥିରେ ଉଭୟ ଅମଙ୍ଗ ହେବାରୁ ହାଣିବାକୁ ଉଦ୍ୟମ କରିବା ସହ ଘରେ ନିଆଁ ଲଗାଇଦେଇଥିଲା । ଏନେଇ କଙ୍କଡ଼ାହାଡ଼ ଥାନାରେ ଏତଲା ଦେବା ପରେ ପୋଲିସ ଶୁକଦେବକୁ ଗିରଫ କରି ଜେଲକୁ ପଠାଇଦେଇଛି ।

୩ ଜଣଙ୍କୁ ଚାପି ମାରିଲେ; ଟ୍ରାକ୍ଟର ସହ ଥାନାରେ କଲେ ଆତ୍ମସମର୍ପଣ

0

ଭୋପାଳ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଜଣେ ବ୍ୟକ୍ତି ଗୋଟିଏ ପରିବାରର ତିନି ଜଣଙ୍କୁ ଟ୍ରାକ୍ଟର ଚଢାଇ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି । ଏହା ପରେ ଅଭିଯୁକ୍ତ ଜଣକ ଟ୍ରାକ୍ଟର ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି।

ସୂଚନା ଅନୁଯାୟୀ ଘଟଣାଟି ଘଟିଛି ହୋଶଙ୍ଗାବାଦ ଜିଲ୍ଲାର ସେଓନି ମାଲୱା ତହସିଲ ଅଞ୍ଚଳରେ। ଜମିଜମା ବିବାଦକୁ ନେଇ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ଘଟାଇ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା ।

ମୃତକଙ୍କ ମଧ୍ୟରେ ଜଣେ ରାଜେନ୍ଦ୍ର ଯଦୁବଂଶୀ (୩୨), କୁୱର ଯଦୁବଂଶୀ  (୩୨) ଏବଂ ୧୧ ବର୍ଷର ଏକ ଶିଶୁ ରହିଛି । ଘଟଣା ପରଠାରୁ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି।

ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

ଲାଞ୍ଚ ଦେବାରେ ଏସିଆରେ ଏକ ନମ୍ବର କିଏ?

ସରକାରୀ କାମ ପାଇଁ ଲାଞ୍ଚକୁ ଏସିଆ ମହାଦେଶର ରୋଗ ବୋଲି କୁହାଯାଏ । ୟୁରୋପ ଓ ଆମେରିକାରେ ଏହା ଅଛି କିନ୍ତୁ ମାତ୍ରା ସେତିକି ଅଧିକ ନୁହେଁ ଯେତିକି ଏସିଆରେ । ଏଥିପାଇଁ ଏସିଆର ଇତିହାସ ମଧ୍ୟ କିଛି ଦାୟୀ । ଭାରତ କଥା ନିଅନ୍ତୁ, ଇତିହାସରେ ଆପଣ ପଢ଼ିଥିବେ ରାଜାଙ୍କ ପାଖକୁ ଯିବାବେଳେ କିଛି ଉପହାର ନେବାକୁ ପଡୁଥିଲା । ରାଜାଙ୍କ ପଦାଙ୍କ ଅନୁସରଣ କରି ମନ୍ତ୍ରୀ,କଟୁଆଳ ନେଲେ । ଆଉ ଏହା ଏକରକମ ସିଷ୍ଟମ ହୋଇଗଲା । ଭାରତରେ ଯଦି ସରକାରୀ ଅଫିସରେ ଲାଞ୍ଚ କାରବାର ଚାଲୁଛି ତେବେ ଏସିଆର ବାକି ଦେଶରେ ମଧ୍ୟ ଧଡାଲରେ ଚାଲିଛି । ତେବେ ପ୍ରଶ୍ନ ହେଲା ସରକାରୀ ବାବୁଙ୍କ ଲାଂଚ ଖିଆ ମାମଲାରେ ଏସିଆରେ କେଉଁ ଦେଶ ନମ୍ବର ୱାନ୍ ?
ଆପଣ ଯାହା ଅନୁମାନ କରୁଛନ୍ତି ତାହା ହିଁ ସତ… କିନ୍ତୁ ଏଥିପାଇଁ ଆପଣଙ୍କୁ କୌଣସି ପୁରସ୍କାର ମିଳିବ ନାହିଁ । ଦୁର୍ନୀତି ଭ୍ରଷ୍ଟାଚାର ଉପରେ ନଜର ରଖୁଥିବା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ନୂଆ ରିପୋର୍ଟ ଜାରି କରିଛି । ଏସିଆରେ କେଉଁ ଦେଶର ସରକାରୀ ବାବୁ ଅଧିକ ଖାଉଆ ସେ କଥା ଏହି ରିପୋର୍ଟ କହୁଛି । ରିପୋର୍ଟ ଅନୁସାରେ ଏହି ମାମଲାର ଭାରତୀୟ ବାବୁ ମାନେ ଆଗରେ ଅଛନ୍ତି ।

India Records Highest Rate Of Bribery In Asia
ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ସରକାରୀ ଅଧିକାରୀ ମାନେ ଅଧିକ ଲାଞ୍ଚ ଖାଆନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି । ଲାଞ୍ଚ ତାଲିକାରେ ସଭା ଉପରେ ଭାରତୀୟ ଅଫିସର ଅଛନ୍ତି । ସର୍ବଶେଷରେ ଜାପାନୀ । ଭାରତକୁ ଏହି କୁଖ୍ୟାତିରେ ଟକ୍କର ଦେବାକୁ ନମ୍ବର ଦୁଇରେ ଅଛି କାମ୍ବୋଡ଼ିଆ । କାମ୍ବୋଡ଼ିଆ ପରେ ଚା’ପାଣି ଖର୍ଚ୍ଚ ନେବାରେ ତିନି ନମ୍ବରରେ ଅଛି ଇଣ୍ଡୋନେସିଆ । ରିପୋର୍ଟ ଅନୁସାରେ ଏସିଆର ପ୍ରତି ୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କୌଣସି ସରକାରୀ କାମ ପାଇଁ କେବେ ନା କେବେ ଲାଞ୍ଚ ଦେଇଛନ୍ତି । ଭାରତର ୩୯ ପ୍ରତିଶତ ଲୋକ ମାନିଛନ୍ତି ଯେ, ସେମାନେ ସରକାରୀ କାମ କରାଇବାକୁ ଲାଞ୍ଚ ଦିଅନ୍ତି । କାମ୍ବୋଡିଆରେ ୩୭ ପ୍ରତିଶତ ଓ ଇଣ୍ଡୋନେସିଆରେ ୩୦ ପ୍ରତିଶତ ଲୋକ ସରକାରୀ ବାବୁଙ୍କୁ ଲାଞ୍ଚ ଦେଇ କାମ ହାସଲ କରନ୍ତି । ୨୦୧୯ରେ ଭାରତ ଦୁର୍ନୀତି ମାମଲାରେ ୧୯୮ ଦେଶଙ୍କ ମଧ୍ୟରେ ୮୦ ନମ୍ବରରେ ଥିଲା । ସବୁଠୁ ଦୁଃଖର କଥା ହେଲା ପାକିସ୍ତାନ ଭାରତ ତୁଳନାରେ ଏହି ମାମଲାରେ ଅଧିକ ସଫାସୁତୁରା । ଦୁର୍ନୀତିଗସ୍ତ ଦେଶ ତାଲିକାରେ ୨୦୧୯ ମସିହାରେ ପାକିସ୍ତାନର ସ୍ଥାନ ଥିଲା ୧୨୦ ।

India Records Highest Rate Of Bribery In Asia

ତେବେ ଏଇଠି ପ୍ରଶ୍ନ ଉଠୁଥିବ କେଉଁ ଅଫିସରେ ଅଧିକ ଲାଞ୍ଚ କାରବାର ଚାଲେ ? ଭାରତ ମାମଲାରେ ଏହାର ଉତ୍ତର ହେଉଛି ପୋଲିସ ଓ ସ୍ଥାନୀୟ ପ୍ରଶାସନ । ୪୬ ପ୍ରତିଶତ ଲୋକଙ୍କ କହିବା ହେଉଛି ଲାଞ୍ଚ କାରବାର ଏହି ସବୁ ଅଫିସରେ ଅଧିକ ଚାଲେ । ଏହାପରେ ଆସନ୍ତି ନିର୍ବାଚିତ ପ୍ରତିନିଧି । ୪୨ ପ୍ରତିଶତ କୁହନ୍ତି ଯେ, ନିର୍ବାଚିତ ପ୍ରତିନିଧି ମାନେ ଖର୍ଚ୍ଚ ନନେଲେ କାମ କରନ୍ତି ନାହିଁ । ଅନ୍ୟପକ୍ଷରେ ସରକାରୀ କର୍ମଚାରୀ ଓ ଅଦାଲତର ୨୦ ପ୍ରତିଶତ ବିଚାରପତି ଭ୍ରଷ୍ଟ ବୋଲି ୪୧ ପ୍ରତିଶତ ମାନନ୍ତି ।
ଏବେ ଆପଣ ଭାବୁଥିବେ ଏସିଆର ସେହି ମହାନ ଦେଶର ନାମ କଣ ଯେଉଁଠି ଦୁର୍ନୀତି କମ । ଜାପାନ ଓ ମାଳ ଦ୍ୱିପ ଏହି ମାମଲାରେ ଏକ ନମ୍ବର ଅଛନ୍ତି । ଏହି ଦେଶର ମାତ୍ର ୨ ପ୍ରତିଶତ ନାଗରିକ କେବେ କୌଣସି କାମ ପାଇଁ ଲାଞ୍ଚ ଦିଅନ୍ତି ।

ଠକ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ସିଲଭର ସିଟି କଟକ

କଟକ: ବଜାର ଅସଲି, ହେଲେ ସାମଗ୍ରୀ ନକଲି । ଠକ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ସିଲଭର ସିଟି କଟକ । ସକାଳେ ନକଲି ମସଲା କମ୍ପାନୀ ଠାବ ହୋଇଥିବା ବେଳେ ସନ୍ଧ୍ୟାରେ ନକଲି ଘିଅ କାରଖାନା ଠାବ ହୋଇଛି । ଦିନକୁ ଦିନ କଟକ ସହରରେ ବଢ଼ି ଚାଲିଛି ଭେଜାଲ ବେପାର । କଟକ ବିଦ୍ୟାଧରପୁର ଭଦିମୂଳରେ ନକଲି ମସଲା କାରଖାନା ଚାଲିଥିବା ପୋଲିସ ଖବର ପାଇ ରେଡ୍ କରିଥିଲା ।

Impure Ghee Factory Busted In Cuttack City Impure Ghee Factory Busted In Cuttack City

କମିଶନରେଟ ପୋଲିସ, ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ ମିଳିତ ଚଢ଼ାଉ ପରେ ୫ ଲକ୍ଷ ଟଙ୍କାର ନକଲି ମସଲା ଓ ସରଞ୍ଜାମ ଜବତ ହୋଇଥିଲା । ଘଟଣାରେ କାରଖାନା ମାଲିକ ଓ କର୍ମଚାରୀଙ୍କୁ ଅଟକ ମଧ୍ୟ ଅଛନ୍ତି । ଏବେ ପୁଣି ସନ୍ଧ୍ୟାରେ ଚାଉଳିଆଗଞ୍ଜ ପୋଲିସ ଗତିରାଉତପାଟଣାଠାରେ ନକଲି ଘିଅ କାରଖାନା ଠାବ କରିଛି । ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି  ପୋଲିସ ।

ବିଜେଡିର କନ୍ଧମାଳ, ମାଲକାନଗିରି, ସୋନପୁର ଓ କୋରାପୁଟ ଜିଲ୍ଲା କମିଟି ଘୋଷଣା

ଭୁବନେଶ୍ୱର: ବିଜୁ ଜନତା ଦଳର ସଙ୍ଗଠନକୁ ଆହୁରି କ୍ରିୟାଶୀଳ ଏବଂ ସୁସଙ୍ଗଠିତ କରିବା ନିମନ୍ତେ ବିଜେଡିର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଯୁବ ଜନତା ଦଳର ୪ଟି ସାଙ୍ଗଠନିକ ଜିଲ୍ଲାର ନୂତନ ଜିଲ୍ଲା କମିଟି ଘୋଷଣା କରାଯାଇଛି ।

Kandhamal, Malkangiri, Sonepur And Koraput BJD Committee Announced

ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା କମିଟିରେ ୫ଜଣ ଉପ-ସଭାପତି, ୫ଜଣ ସାଧାରଣ ସମ୍ପାଦକ, ୨୦ଜଣ ସମ୍ପାଦକ ଏବଂ ଜଣେ ଲେଖାଏଁ ଆଇ.ଟି. କୋର୍ଡିନେଟରଙ୍କ ନାମ ଘୋଷଣା କରାଯାଇଅଛି । ୪ଟି ଜିଲ୍ଲା ଯଥା କନ୍ଧମାଳ, ମାଲକାନଗିରି, ସୋନପୁର ଓ କୋରାପୁଟ ଜିଲ୍ଲାର ସମସ୍ତ ବ୍ଳକ୍‌, ପୌରପାଳିକା ଏବଂ ଏନ୍‌.ଏ.ସିର ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଅଛି ।

ବିଜୁ ଯୁବ ଜନତା ଦଳର ୩୫ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ୧୧ଟି ଜିଲ୍ଲାର ଜିଲ୍ଲା କମିଟି ଗଠନ ହୋଇ ସାରିଥିବା ବେଳେ, ଆଗାମୀ ଦିନରେ ବାକିଥିବା ସମସ୍ତ ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସ୍ତରରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମସ୍ତ କମିଟି ଘୋଷଣା କରାଯିବ ।